ଅନଗୁଳ-ଢେଙ୍କାନାଳ

ବିଦ୍ୟାଳୟରୁ ପଳାଇଥିବା ୬ ଛାତ୍ର ଜଙ୍ଗଲରୁ ଉଦ୍ଧାର

ବିଦ୍ୟାଳୟରୁ ପଳାଇଥିବା ୬ ଛାତ୍ର ଜଙ୍ଗଲରୁ ଉଦ୍ଧାର
ଢେଙ୍କାନାଳ ଅଫିସ, ୮ା୨-ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ କାଠଗଡ଼ା ଆଶ୍ରମ ବିଦ୍ୟାଳୟରୁ ଗୁରୁବାର ସକାଳେ ନିଖୋଜ ୬ଜଣ ଛାତ୍ରଙ୍କୁ ଜଙ୍ଗଲ ମଧ୍ୟରେ ଥିବା ଏକ ଫାର୍ମ ହାଉସ୍‌ରୁ ଠାବ କରାଯାଇଛି। ଏହି ଘଟଣା ସ୍କୁଲରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ତେବାସୀଙ୍କ ଏପରି କାରନାମାର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି, ଯାହା ତଦନ୍ତ ସାପେକ୍ଷ। ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ଏଥିସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯିବ। ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେ ଦିଗରେ ଗୁରୁତ୍ୱାରୋପ କରାଯିବ ବୋଲି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ଉଦ୍ଧାର ହୋଇଥିବା ଛାତ୍ରମାନଙ୍କ ମଧ୍ୟରୁ ୫ଜଣ ଚତୁର୍ଥ ଏବଂ ଜଣେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ସମ୍ପୃକ୍ତ ପିଲାମାନେ ଛାତ୍ରାବାସରେ ରହୁଛନ୍ତି। ସେମାନଙ୍କ ମଧ୍ୟରେ ମହିଷାପାଟ ଅଞ୍ଚଳର ୨ଜଣ, ଆଲୁଅଝରଣ ଅଞ୍ଚଳର ୨ଜଣ, ଜଣେ ମେରାମଣ୍ଡଳୀ ଅଞ୍ଚଳର ଏବଂ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର। ପାଠପଢ଼ା ଚାଲିଥିବାବେଳେ ମନିଟରଙ୍କ ଅଭିଯୋଗକୁ ନେଇ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ବିବାଦ ହୋଇଥିଲା। ଏହାପରେ ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରଙ୍କ ସମେତ ୬ଜଣ ସ୍କୁଲ ପାଚେରି ଡେଇଁ ପଳାଇଥିଲେ। ଅପରପକ୍ଷେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ଅଧିକାରୀ ଦୋଷମୁକ୍ତ ହେବାକୁ ଛାତ୍ରଙ୍କ ଉପରେ ଦୋଷ ଲଦିଛନ୍ତି। ଏପରି ଘଟଣା ପରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲରେ ପୂର୍ବରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତଥାପି ଏହାକୁ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀ ଗୁରୁତ୍ୱର ସହ ନେଉ ନ ଥିବା ଆଲୋଚନାର ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ବାଙ୍କବିହାରୀ ଜେନା କୁହନ୍ତି, ଜଣେ ପିଲାର ଦୁଷ୍ଟାମି ଯୋଗୁ ଏପରି ଘଟଣା ଘଟିଲା। ଫାର୍ମ ହାଉସ୍‌ରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସମ୍ପୃ୍‌କ୍ତ ପିଲାମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ସେମାନଙ୍କ ଅଭିଭାବକ ଏଠାରୁ ନେଇ ଅନ୍ୟତ୍ର ପଢ଼ାଇବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ମାନସ ମିଶ୍ର କୁହନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିଛି। ଜିଲାପାଳଙ୍କୁ ଏ ନେଇ ଅବଗତ କରାଯାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ

ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ

ଅନୁଗୋଳ ଅଫିସ୍‌, ୨୧।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଚକୋଲେଟ ଖାଇ ୧୫ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା:ରାଜରାସ୍ତାକୁ ଓହ୍ଲାଇଲେ  ଉତ୍ତ୍ୟକ୍ତ ଲୋକେ

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା:ରାଜରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ

ଅନୁଗୋଳ ଅଫିସ୍‌, ୨୧।୧: ଅନୁଗୋଳ ସହର ଉପକଣ୍ଠରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ରାଜପଥକୁ ଓହ୍ଲାଇଛନ୍ତି। ଅନୁଗୋଳ-

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର  ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

୮ମ ଣ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ଘଟଣା : ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ, ଚପଲ ଠାବ

ଅନୁଗୋଳ ଅଫିସ,୨୧।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ସୋମବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। ଏହାସହିତ ମୁଣ୍ଡାସାହି ନାଳ କୂଳରୁ ଅଭିଯୁକ୍ତଙ୍କ ପ୍ୟାଣ୍ଟ, ସାର୍ଟ ଓ ଚପଲ ଠାବ କରାଯାଇଛି। 

ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର

ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର

ଛେଣ୍ଡିପଦା ,୨୧।୧(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ପଛପଟେ ଥିବା ଡିଗିନାଳି ବିଲମାଳ ମଝିରେ ଦରପୋଡା ଅବସ୍ଥାରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। 

୮ମ ଛାତ୍ରୀଙ୍କୁ ବଳାତ୍କାର  ପରେ ହତ୍ୟା ଅଭିଯୋଗ

୮ମ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ, ୨୧।୧- ଅନୁଗୋଳ ସହର ଉପକଣ୍ଠରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ରାତି ପ୍ରାୟ ସାଢ଼େ ୧୧ଟାରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। 

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ

ପବିତ୍ରନଗର କପ୍‌: ସମ୍ବଲପୁର ଚାମ୍ପିୟନ

ପବିତ୍ରନଗର, ୨୦ା୧(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ପବିତ୍ରନଗରଠାରେ ୭ ଦିନ ଧରି ଚାଲିଥିବା ପବିତ୍ରନଗର କପ୍‌ କ୍ରିକେଟ ରବିବାର ଉଦ୍‌ଯାପିତ ହୋଇଯାଇଛି। 

ପୃଥକ୍‌ ଅଗ୍ନିକାଣ୍ଡ  ୬ବଖରା ପାଉଁଶ, ୪ ଗାଈ ଅର୍ଦ୍ଧଦଗ୍ଧ

ପୃଥକ୍‌ ଅଗ୍ନିକାଣ୍ଡ ୬ବଖରା ପାଉଁଶ, ୪ ଗାଈ ଅର୍ଦ୍ଧଦଗ୍ଧ

ପରଜଙ୍ଗ/ ଭୁବନ, ୨୦।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଏବଂ ଭୁବନ ବ୍ଲକର ପୃଥକ୍‌ ସ୍ଥାନରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ବଖରା ଛାରଖାର ହୋଇଯାଇଛି। ଏଥିସହ ୪ ଗାଈ ଅର୍ଦ୍ଧଦଗ୍ଧ ହୋଇଯାଇଛନ୍ତି।

ପରଜଙ୍ଗରେ ହାତୀପଲ: ପନିପରିବା ନଷ୍ଟ କଲେ, ଧାନବସ୍ତା ବୋହିନେଲେ

ପରଜଙ୍ଗରେ ହାତୀପଲ: ପନିପରିବା ନଷ୍ଟ କଲେ, ଧାନବସ୍ତା ବୋହିନେଲେ

ପରଜଙ୍ଗ,୨୦।୧(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।

ପିଠା କାର୍ଯ୍ୟକ୍ରମକୁ ବିରୋଧ: କଳାବ୍ୟାଚ ପରିଧାନ କଲେ ସରପଞ୍ଚ

ପିଠା କାର୍ଯ୍ୟକ୍ରମକୁ ବିରୋଧ: କଳାବ୍ୟାଚ ପରିଧାନ କଲେ ସରପଞ୍ଚ

ଛେଣ୍ଡିପଦା,୨୦।୧(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଂଚାୟତର ସାପୋଇନାଳିଠାରେ ଅନୁଷ୍ଠିତ ହେଉଥିବା ପିଠା କାର୍ଯ୍ୟକ୍ରମ ସରପଞ୍ଚଙ୍କ ଅଜ୍ଞାତରେ କରାଯାଉଥିବା ନେଇ ବିରୋଧ ପ୍ରଦର୍ଶନ ହୋଇଛି।

ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଗଲା

ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଗଲା

ପରଜଙ୍ଗ,୨୦।୧ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲି ମୁକ୍ତାପସି ରାଜସ୍ବ ନିରୀକ୍ଷକ ଅଧିନ ବଶୋଇ ପଞ୍ଚାୟତ ଯୌତୁକପଶି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଚାରି ଭାଇ କାର୍ତ୍ତିକ ସାହୁ, କିଶୋର ସାହୁ, ପ୍ରଦୀପ ସାହୁ, ଛବି ସାହୁଙ୍କ ଘର ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

ଅନୁଗୋଳରେ ଯୁବ ଶିଳ୍ପ ଉଦ୍ୟୋଗୀ ମଣ୍ଡଳୀ: ଜେଏସ୍‌ପିଏଲ୍‌ ଇସ୍ପାତ କାରଖାନା ପରିଦର୍ଶନ

ଅନୁଗୋଳରେ ଯୁବ ଶିଳ୍ପ ଉଦ୍ୟୋଗୀ ମଣ୍ଡଳୀ: ଜେଏସ୍‌ପିଏଲ୍‌ ଇସ୍ପାତ କାରଖାନା ପରିଦର୍ଶନ

ଅନୁଗୋଳ ଅଫିସ, ୨୦।୧- ଯୁବ ଶିଳ୍ପ ଉଦ୍ୟୋଗୀଙ୍କ ଚେନ୍ନାଇ ଶାଖାର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ଜେଏସ୍‌ପିଏଲ୍‌ର ଅନୁଗୋଳ ସ୍ଥିତ ଇସ୍ପାତ କାରଖାନା ପରିଦର୍ଶନରେ ଆସିଥିଲେ। 

ଶିଶୁ କନ୍ୟାକୁ ବଳାତ୍କାର ଅଭିଯୋଗ: ସମ୍ପର୍କୀୟ ଭାଇ ନାଁରେ ଏତଲା

ଶିଶୁ କନ୍ୟାକୁ ବଳାତ୍କାର ଅଭିଯୋଗ: ସମ୍ପର୍କୀୟ ଭାଇ ନାଁରେ ଏତଲା

ବନ୍ତଳା,୨୦ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାଢେ ୩ ବର୍ଷର ଶିଶୁ କନ୍ୟାକୁ ସମ୍ପର୍କୀୟ ଭାଇ ବଳାତ୍କାର କରିଥିବା ଶନିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୮/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।