ବ୍ରହ୍ମପୁର

ଯୁବକଙ୍କୁ ହତ୍ୟା

ଫିରିଙ୍ଗିଆ, ୮।୨-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ କାଳିପଙ୍ଗାରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକ ଧାରୁଆ କଟୁରିରେ ତାଙ୍କ ଗଳାକୁ କେହି ହାଣି ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଆର୍ତ୍ତ ସାହୁ(୪୦)। ଆର୍ତ୍ତଙ୍କୁ ତାଙ୍କ ଶୋଇବା ଘରେ ହିଁ ହତ୍ୟା କରାଯାଇଛି । କେଉଁ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡିନାହିଁ । ଆର୍ତ୍ତଙ୍କ ସ୍ତ୍ରୀ ସନ୍ତୋଷୀଙ୍କ ଅଭିଯୋଗ କ୍ରମେ ପୋଲିସ ନଂ. ୧୯/୧୮ରେ ଏକ ମାମଲା ରୁଜୁ କରିଛି । ହତ୍ୟା କାହିଁକି ଘଟିଛି ଓ କିଏ କରିଛି ତାହା ଖୁବ୍‌ଶୀଘ୍ର ପଦାକୁ ଆସିବ ବୋଲି ଥାନାଧିକାରୀ ଧୀରେନ ବେହେରା ସୂଚନା ଦେଇଛନ୍ତି।

All Right Reserved By

Model This Week

ସନ୍ତୋଷ

ବ୍ରହ୍ମପୁର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କବିସୂର୍ଯ୍ୟନଗର,୨୬।୫(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ମଧୁରଝୋଳ ଗ୍ରାମ ନିକଟରେ ଥିବା ଏକ ଜମିରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

ସୁରଟ ଫେରନ୍ତାଙ୍କ ମାଡରେ ଯୁବକ ଚେତାଶୂନ୍ୟ

ସୁରଟ ଫେରନ୍ତାଙ୍କ ମାଡରେ ଯୁବକ ଚେତାଶୂନ୍ୟ

ଦିଗପହଣ୍ଡି,୨୬।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୁଷୁଣ୍ଡା ଗ୍ରାମର ସୁରଟ ଫେରନ୍ତା ଜିତେନ୍ଦ୍ର ସାମଲଙ୍କ ମାଡରେ ଶନିବାର ସକାଳେ ସେହି ଗ୍ରାମର କାଳିଆ ପ୍ରଧାନ ଚେତାଶୂନ୍ୟ ହୋଇଯାଇଛନ୍ତି। କାଳିଆଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୫: ତୈଳ ଦର ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଶିବସେନା। ଏ ନେଇ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି।

କଂଗ୍ରେସର ବିଶ୍ୱାସଘାତକ ଦିବସ

କଂଗ୍ରେସର ବିଶ୍ୱାସଘାତକ ଦିବସ

ବ୍ରହ୍ମପୁର ଅଫିସ,୨୬।୫: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ର୍ନିବାଚିତ ହେବାର ୪ ବର୍ଷ ପରେ ମଧ୍ୟ ସେଗୁଡ଼ିକ ପୂରଣ କରିନାହାନ୍ତି। ମୋଦୀ ଦେଶବାସୀଙ୍କ ସହ ବିଶ୍ୱାସଘାତକ କରିଛନ୍ତି। ଏଭଳି ଅଭିଯୋଗ ନେଇ ଶନିବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିଶ୍ୱାସଘାତକ ଦିବସ ପାଳନ କରାଯାଉଛି।

ବାଲିଗୁଡାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡା,୨୬।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ଜାତୀୟ ରାଜପଥ ନଂ ୫୯ ରାସ୍ତା ପାର୍ଶ୍ୱ ତଥା ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟରୁ ଶନିବାର ସକାଳେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ୍‌ ଚାଳକ ମୃତ

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ୍‌ ଚାଳକ ମୃତ

ଶେରଗଡ,୨୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପେଟ୍ରୋଲ ପମ୍ପ ଟାଙ୍କିକୁ ଲାଗି ଦିଗପହଣ୍ଡି-ଶେରଗଡ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଟୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଗାନ୍ଧୀଛକର ବାବୁଲା ସ୍ବାଇଁ।

ଚୋର ସନ୍ଦେହରେ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଚୋର ସନ୍ଦେହରେ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାତ୍ରପୁର,୨୫ା୫(ଡି.ଏନ୍‌.ଏ.)- ଓଡ଼ିଶା ସୀମାନ୍ତରେ ଥିବା ପାତ୍ରପୁର ବ୍ଲକ କେଶରିପଡ଼ା ପଞ୍ଚାୟତ ଖାଡ଼ଙ୍ଗା ରାଜେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ଚୋର ସନ୍ଦେହରେ ଜନୈକ ଯୁବକଙ୍କୁ ଗ୍ରାମବାସୀ ବାନ୍ଧି ଅଟକ ରଖିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ବା ପରେ ଅଟକ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ। ଉଦ୍ଧାର ପରେ ତାଙ୍କ ଦେହରେ କ୍ଷତଚିହ୍ନ ଥିବା ଦେଖି ପୋଲିସ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ।

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ପାତ୍ରପୁର,୨୫ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ବାଙ୍କ ସାହିର କିଛି ଆଦିବାସୀ ଯୁବକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଫୋନ୍‌ ଯୋଗେ ଜଣାଇବା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାରବର୍ଗ।

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ଚନ୍ଦ୍ରଗିରି,୨୫ା୫(ଡି.ଏନ୍‌.ଏ.)- କାଳବୈଶାଖୀ ତାଣ୍ଡବ ସାରା ରାଜ୍ୟରେ ଜାରି ରହିଛି। ଶୁକ୍ରବାର ଅପରାହ୍ନରେ ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କିଡାସିଙ୍ଗି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଆମ୍ବଗଛ ତଳେ ଆଶ୍ରୟ ନେଇଥିବା ୫ ବଳଦ ଓ ୨ ଗାଈଙ୍କ ମୃତ୍ୟୁ ଘଟିଛି। ତାରିଣୀ ଦଳାଇଙ୍କର ୨ଟି ବଳଦ ଓ ଗୋଟିଏ ଗାଈ, ଲଡୁକିଶୋର ନାୟକଙ୍କ ଗୋଟିଏ ଗାଈ, ମହାଙ୍କାଳ ରଣଜିତ୍‌, ଚକ୍ରଧର ନାୟକ ଏବଂ ଦେବରାଜ ଦଳାଇଙ୍କର ଗୋଟିଏ ଲେଖାଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ଏବଂ ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ ମାର୍କଣ୍ଡ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ଆସିକା,୨୫ା୫(ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଛାତ୍ରୀଛାତ୍ର ଯେଭଳି ସିବିଏସଇ ଢାଞ୍ଚାରେ ପଢ଼ିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି। ଆସିକା ବ୍ଲକ ନିମିନା ଗ୍ରାମ ନିକଟରେ ଶୁକ୍ରବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶୁକ୍ରବାର ଉଦଘାଟିତ ହୋଇଛି ା

ମୋ ସ୍କୁଲ ଅଭିଯାନ

ବାଲିଗୁଡ଼ା,୨୫ା୫(ଡି.ଏନ୍‌.ଏ.): ବାଲିଗୁଡ଼ା ବ୍ଲକର ମିଡ଼ିଆକିଆ ଓ ପରମପାଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମିଡ଼ିଆକିଆ ସରକାରୀ ୟୁ.ଜି. ହାଇସ୍କୁଲ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦୋରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ଭଞ୍ଜନଗର,୨୫।୫(ଡି.ଏନ.ଏ)-ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୩ ଜଣଙ୍କୁ ଓ ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।