ସମ୍ବଲପୁର

ଗୋଟିଏ ରାତିରେ ୫ଦୋକାନରୁ ଚୋରି

ଗୋଟିଏ ରାତିରେ ୫ଦୋକାନରୁ ଚୋରି
ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ବ୍ୟବସାୟୀଙ୍କ ରାସ୍ତାରୋକୋଲଖନପୁର,୬ା୮(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ମାର୍କେଟ୍‌ରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ୫ଦୋକାନ ଆଜ୍‌ବେଷ୍ଟସ୍‌ ଛାତଭାଙ୍ଗି ଚୋରି କରିଛନ୍ତି। ଦୀଲେନ୍‌ ପଟେଇଙ୍କ ମୋବାଇଲ୍‌ ଦୋକାନ, ବିଚିତ୍ର ପାଣିଗ୍ରାହୀଙ୍କ ରାଶନ ଦୋକାନ, ଭଗବାନ ସ୍ବାଇଁଙ୍କ ଲେଡିଜ୍‌ କର୍ଣ୍ଣର, ପ୍ରଶାନ୍ତ ବିଶ୍ୱାଳଙ୍କ ଷ୍ଟେଶନାରୀ ଦୋକାନ ଓ ମନୋଜ ବାରିକଙ୍କ କପଡ଼ା ଦୋକାନରୁ ଚୋରି ହୋଇଛି। ଏ ନେଇ ସମ୍ପୃକ୍ତ ଦୋକାନ ମାଲିକମାନେ ବନ୍ଧବାହାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।  ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ବ୍ୟବସାୟୀଙ୍କ ରାସ୍ତାରୋକୋ ଲଖନପୁର,୬ା୮(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ମାର୍କେଟ୍‌ରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ୫ଦୋକାନ ଆଜ୍‌ବେଷ୍ଟସ୍‌ ଛାତଭାଙ୍ଗି ଚୋରି କରିଛନ୍ତି। ଦୀଲେନ୍‌ ପଟେଇଙ୍କ ମୋବାଇଲ୍‌ ଦୋକାନ, ବିଚିତ୍ର ପାଣିଗ୍ରାହୀଙ୍କ ରାଶନ ଦୋକାନ, ଭଗବାନ ସ୍ବାଇଁଙ୍କ ଲେଡିଜ୍‌ କର୍ଣ୍ଣର, ପ୍ରଶାନ୍ତ ବିଶ୍ୱାଳଙ୍କ ଷ୍ଟେଶନାରୀ ଦୋକାନ ଓ ମନୋଜ ବାରିକଙ୍କ କପଡ଼ା ଦୋକାନରୁ ଚୋରି ହୋଇଛି। ଏ ନେଇ ସମ୍ପୃକ୍ତ ଦୋକାନ ମାଲିକମାନେ ବନ୍ଧବାହାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍‌ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଗତ ୩ମାସ ହେଲା ବନ୍ଧବାହାଲ ମାର୍କେଟ୍‌ ଓ କଲୋନୀରେ ବାରମ୍ବାର ଚୋରି ହେଉଛି। ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ୍‌ର ନିଷ୍କ୍ରିୟତାକୁ ଦାୟୀ କରି ସ୍ଥାନୀୟ ଲୋକେ ଶନିବାର ପୂର୍ବାହ୍ନରେ ବନ୍ଧବାହାଲ-ଇବ୍‌ଥର୍ମାଲ ମୁଖ୍ୟରାସ୍ତା ଅବରୋଧ କରିଥିଲେ। ବନହରପାଲି ଥାନା, ବନ୍ଧବାହାଲ ଫାଣ୍ଡି ଓ କୁମ୍ଭାରବନ୍ଧ ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରେ ବନ୍ଧବାହାଲ ଫାଣ୍ଡିରେ ପୋଲିସ୍‌ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଥାନା ଅଧିକାରୀ ପୁରୁଷୋତ୍ତମ ଭୋଇ, ଫାଣ୍ଡି ଅଧିକାରୀ ସୁରେଶ ଭଇଁସାଲ, ସରୋଜ ନାୟକ, ମନୋରଞ୍ଜନ ମିଶ୍ର ପ୍ରମୁଖ ପୋଲିସ୍‌ ଅଧିକାରୀ ଓ ବ୍ୟବସାୟୀଙ୍କ ପକ୍ଷରୁ ସରପଞ୍ଚ ରାଜେନ୍ଦ୍ର ନାୟକ, ପ୍ରଦୀପ ସେନାପତି, ସୁନୀଲ ସାଥୁଆ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଚୋରଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର, ରାତିରେ ପାଟ୍ରୋଲିଂ କଡ଼ାକଡ଼ି, ମାର୍କେଟ୍‌ରେ ପୋଲିସ୍‌ ପ୍ରହରା ଆଦି ଦାବି କରିଥିଲେ। ଦାବିଗୁଡ଼ିକ ସମ୍ପର୍କରେ ପୋଲିସ ଗୁରୁତ୍ୱର ସହ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛି। ସୂଚନା ଥାଉକି, ଗତ ମାସ ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୭ଦୋକାନର ଆଜ୍‌ବେଷ୍ଟସ୍‌ ଛାତ ଭାଙ୍ଗି ଚୋରି କରିଥିଲେ। ଏହି ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଦ୍ୱୟ ଗତ ଗୁରୁବାର ଜେଲ୍‌ରୁ ବାହାରିଛନ୍ତି। ଏହାର ଦିନକ ପରେ ପୁଣି ଚୋରି ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଟୋ-୧୦୧- ଆନ୍ଦୋଳନକାରୀ ବ୍ୟବସାୟୀଙ୍କୁ ପୋଲିସ ବୁଝାଶୁଝା କରୁଛି।
All Right Reserved By

ସମ୍ବଲପୁର

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା:  ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା: ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

ବାଲେଶ୍ୱର ଅଫିସ,୧୮।୧୨- ବାଲେଶ୍ୱର ଜିଲାର କ୍ରୀଡ଼ା ସଂସଦରୁ କ୍ରିକେଟ୍‌କୁ ଅଲଗା କରି ପୃଥକ୍‌ ଭାବେ କ୍ରିକେଟ୍‌ ସଂସଦ ଗଠନ ଦାବିରେ ସୋମବାର ଜିଲାର ଶତାଧିକ କ୍ରିକେଟ୍‌ ଖେଳାଳୀ ପରମିଟ୍‌ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ପ୍ରତିନିଧି ଦଳ ମିଳିତ ଜନ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଥିଲେ। 

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଲୋଇସିଂହା,୧୮।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଗଲାପାଲି ଗଁାର ସାମିଲ ବାଗ(୭୦)। ସେ ଝନେ ପଞ୍ଚବାଦ୍ୟ କଳାକାର। ପଞ୍ଚବାଦ୍ୟର ମୁହୁରୀଆ ହିସାବେ ସେ ଅଂଚଲରେ ନଁା କମେଇଛନ୍‌। ତାକରଠାନୁ ୮ ଝନ୍‌ ଚେଲା ଇ କଳାକେ ଶିଖିଛନ୍‌। 

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ବଲାଙ୍ଗୀର ଅଫିସ, ୧୮ା୧୨ଚଳିତ ଖରିଫ୍‌ ଋତୁରେ ବର୍ଷାଭାବ ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିଲା ା ସରକାର ଜିଲାର ୧୪ଟି ବ୍ଲକରୁ ୧୦ଟିରେ ଫସଲ ପ୍ରଭାବିତ ହୋଇଥିବା ଘୋଷଣା କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

ବୀରମହାରାଜପୁର, ୧୭ା୧୨(ଡି.ଏନ୍‌.ଏ): କୋସଲ ରାଏଜ୍‌ ସମନ୍ବୟ ସମିତି ଅହ୍ବାନ କ୍ରମେ ସୋମବାର ବୀରମହାରାଜପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି। 

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲି,୧୭।୧୨(ଡି.ଏନ.ଏ): ବରଗଡ଼ ଜିଲା ଭଟଲିଠାରେ ଅଦିନିଆ ଲଘୁଚାପ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସୃଷ୍ଟି କରିଛିା ଚାଷୀମାନେ ଅମଳ ହୋଇଥିବା ଧାନକୁ ବିକ୍ରିପାଇଁ ମଣ୍ଡିରେ ପକାଇଥିଲୋ 

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କେସିଙ୍ଗା,୧୭।୧୨(ଡି.ଲନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଶଳ ରାଜ୍ୟ ଦାବିକୁ ନେଇ ସୋମବାର ସକାଳ ୭ରୁ ମହାବନ୍ଦ ପାଳନ କରାଯାଇଛି। 

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼,୧୭।୧୨(ସ୍ବ.ପ୍ର.): ସମନ୍ବୟସମିତି ଦେବଗଡ଼ ଶାଖା ପକ୍ଷରୁ ପଶ୍ଚିମ ଓଡ଼ିଶାକୁ  ସ୍ବତନ୍ତ୍ର ରାଜ୍ୟ ଦାବିରେ ଦେବଗଡ଼   ଜିଲାରେ ସୋମବାର ମହାବନ୍ଦ ଡ଼ାକରା ଦିଆଯାଇଛି।

 କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

ବରଗଡ଼ ଅଫିସ୍‌,୧୭।୧୨-ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି। କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି।

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌। 

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

୬୦ରୁ ଅଧ୍‌କା ବୁଢ଼ାବୁଢ଼ୀ, ବିଧବା, ଦିବ୍ୟାଙ୍ଗ ଭତାରୁ ବଁଚିତ୍‌

ଲୋଇସିଂହା, ୧୭।୧୨(ଡି.ଏନ.ଏ.): ୬୦ ବଛରରୁ ଅଧ୍‌କା ବୁଢ଼ାବୁଢ଼ୀ, ଦିବ୍ୟାଙ୍ଗ ଆର ବିଧବାମାନକୁ ସରକାର ଭିନେ ଭିନେ ଯୋଜନାରେ ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ର ମାଣ୍ଡିଆପଦର ଗାଁ ର ୬୦ରୁ ଅଧ୍‌କା ହକ୍‌ଦାର ଲୋକ୍‌ ଭତା ଯୋଜ୍‌ନାରୁ ବାଦ୍‌ ପଡ଼ିଥିବାର ଅଭିଯୋଗ୍‌ ହେଇଛେ।

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଖୁଲାରେ ଚାଲିଛେ ଅଙ୍ଗନଓ୍ବାଡିର ରଁଧାବଢ଼ା କାମ୍‌

ଲାଠୋର, ୧୬ା୧୨(ଡି.ଏନ.ଏ.):  କେନ୍ଦ୍ର ଆର ରାଏଜ ସରକାର ଛୋଟ ଛୁଆକର ବୌଦ୍ଧିକ ବିକାଶ, ପୁଷ୍ଟିସାଧନ ଲାଗି କୋଟି କୋଟି ଟଁକା ଖରଚ କରି ଗାଁ ରୁ ସହର ତକ୍‌ ସବୁଠାନେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ସେଠାନେ ଛୁଆକର ପାଠ୍‌ପଢ଼ା ଘର, ରଁଧାଘର, ଶୌଚାଲୟ ଆଦିର ବେବସ୍‌ତା କରୁଛନ୍‌।