Dharitri News
ବ୍ରହ୍ମପୁର

ଭିନ୍ନକ୍ଷମ ସଶକ୍ତୀକରଣ ସଚିବଙ୍କ ନୂଆଗଡ଼ ବ୍ଲକ ଗସ୍ତ

ଭିନ୍ନକ୍ଷମ ସଶକ୍ତୀକରଣ ସଚିବଙ୍କ ନୂଆଗଡ଼ ବ୍ଲକ ଗସ୍ତ ଆର.ଉଦୟଗିରି,୮।୨(ଡି.ଏନ.ଏ.)- ଗଜପତି ଜିଲା ନୂଆଗଡ଼ ବ୍ଲକର ଖଜୁରିପଦା ଏବଂ ଲୁହାଙ୍ଗର ଅଞ୍ଚଳକୁ ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ନିତୀନ ଚନ୍ଦ୍ରା ଗସ୍ତ କରି ସମୀକ୍ଷା କରିଛନ୍ତି। ସଚିବ ନୂଆଗଡ଼ ବ୍ଲକର ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ନିରାମୟ ଯୋଜନାରେ ଯୋଗାଇ ଦିଆଯାଉଥିବା ଔଷଧ ତାଲିକା ମେଡିକାଲ କାନ୍ଥରେ ଲେଖିବା ପାଇଁ ଡ଼ାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଲୁହାଙ୍ଗର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଚାଲିଛି ପଚାରି ବୁଝିଥିଲେ। ଗ୍ରାମବାସୀ ଜଳଯୋଗାଣ ପ୍ରକଳ୍ପ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଥିବା ଅଭିଯୋଗ କରିଥିଲେ। ଆର୍‌ଡି ରୋଡ ନୂଆଗଡ଼ ଠାରୁ ଆବଡ଼ା ଭାୟା ତମଙ୍ଗ ଗ୍ରାମକୁ ରାସ୍ତା ନିର୍ମାଣ ଏବଂ ନୂଆଗଡ଼ ଠାରୁ ଅଞ୍ଜରସିଂ ଭାୟା କିଜାଙ୍ଗ ରାସ୍ତା ନିର୍ମାଣ ହେଲେ ଗଜପତି ଏବଂ ରାୟଗଡ଼ାକୁ ସଂଯୋଗ ହୋଇପାରିବ ଏବଂ ଏହାଦ୍ୱାରା ବହୁ ଲୋକ ଉପକୃତ ହେବେ ବୋଲି ଗ୍ରାମବାସୀ କହିଥିଲେ। ପରେ ଗ୍ରାମର ମହିଳା ମଣ୍ଡଳ ଦ୍ୱାରା ଫଳଚାଷ ବଗିଚା ବୁଲି ଦେଖିବା ସହ କୁକୁଡ଼ା ଚାଷ ଓ ଏମଜିଏନଆରଇଜିଏସ ଦ୍ୱାରା ଫାର୍ମବନ୍ଧ ବୁଲି ଦେଖିଥିଲେ। ଏହା ପରେ ଲୁହାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ସମସ୍ୟା ପଚାରି ବୁଝିଥିଲେ। ଗ୍ରାମର କିଛି ଲୋକ କୃଷି ବିଭାଗ ଦ୍ୱାରା କୌଣସି ସାମଗ୍ରୀ ମିଳୁନଥିବା ଅଭିଯୋଗ କରିଥିଲେ। ଏହା ପରେ ବିଜୁ ପକ୍କାଘର ବୁଲି ଦେଖିଥିଲେ। ସୌରୀ ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟକୁ ଯାଇ ସେଠାକାର ଛାତ୍ରୀମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକ ଛାତ୍ରୀନିବାସର ପଛପଟେ ପାଚେରି ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସଚିବ ପୂର୍ବାହ୍ନ ୧୦ଟାରେ ଲୁହାଙ୍ଗରରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ଥିବାବେଳେ ସନ୍ଧ୍ୟା ୫ଟାରେ ପହଞ୍ଚତ୍ଥିଲେ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ନିରାଶରେ ଫେରିଥିଲେ। ସଚିବଙ୍କ ସହ ଜିଲାପାଳ ଅନୁପ ସାହା, ପିଡିଡିଆରଡିଏ ସମିତ କୁମାର ମହାନ୍ତି, ପିଏଆଇଟିଡିଏ ପରୀକ୍ଷିତ ସେଠୀ, ବିଡିଓ କ୍ଷୀରୋବ୍‌ଧି ବେହେରା, ବ୍ଲକ ଅଧ୍ୟକ୍ଷା ଗୁଡ଼ୁବାଇ ମଣ୍ଡଳ, ଜିଲା ପରିଷଦ ସଭ୍ୟା ସବିତା ଶବର, ଜିଲାର ବିଭିନ୍ନ ପଦାଧିକାରୀ ଓ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରହ୍ମପୁର

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ବ୍ରହ୍ମପୁର ଅଫିସ, ୨୦।୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ନିକଟସ୍ଥ କାକୁଡିଆ ଜଙ୍ଗଲରେ ମଙ୍ଗଳବାର ସକାଳ ୬.୧୦ ମିନିଟରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର ହୋଇଛନ୍ତି।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ସେକ୍ସ ର଼୍ୟାକେଟ୍‌ ଠାବ: ଦଲାଲ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୧୯।୨-ସ୍ଥାନୀୟ ଗୋଷାଣୀ ନୂଆଗଁ। ଥାନାସ୍ଥିତ ଅନ୍ଧପସରା ରୋଡ ଠାରେ ଏକ ଘରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିବା ଖବର ପାଇ ପୋଲିସ ସୋମବାର ସକାଳେ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯିବା ସହିତ ଜଣେ ଦଲାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

ଭଞ୍ଜବିହାରରେ ବେନାମୀ ପୋଷ୍ଟର ରାଜନୀତି

ଭଞ୍ଜବିହାରରେ ବେନାମୀ ପୋଷ୍ଟର ରାଜନୀତି

ବ୍ରହ୍ମପୁର ଅଫିସ,୧୯।୨-ଭଞ୍ଜବିହାରରେ ଏବେ ବେନାମୀ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। କୁଳପତି, କୁଳସଚିବ, ପିଜିକାଉନସିଲ ଅଧ୍ୟକ୍ଷ ଓ କିଛି ଅଧ୍ୟାପକଙ୍କ ବିରୋଧରେ ନାନା ଅପମାନସୂଚକ ଅଭିଯୋଗ ସେଥିରେ ଦର୍ଶାଯାଇଛି। ଦୁର୍ନୀତି ହଟାଅ, ବିଶ୍ୱବିଦ୍ୟାଳୟ ବଞ୍ଚାଅ ପୋଷ୍ଟରରେ ଲେଖାଯାଇଛି। ଏହା ଛାତ୍ରୀଛାତ୍ର, କର୍ମଚାରୀ ଏବଂ ଅଧ୍ୟାପିକା ଓ ଅଧ୍ୟାପକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ଦିର ରାଜନୀତି ବନ୍ଦ କରି ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ପାଠପଢା ଦାବି ସମ୍ପର୍କରେ ପୋଷ୍ଟରରେ ଦର୍ଶାଯାଇଛି।

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୯।୨ -ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ସୋମବାର ବ୍ରହ୍ମପୁରରେ ପହଞ୍ଚତ୍ଛି ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା। ଏହି ଅବସରରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମ୍ପ୍ରତି ପାଠ ପଢ଼ିବା ପରେ ଯୁବତୀ ଯୁବକମାନେ ଚାକିରି ସନ୍ଧାନରେ ବାହାରକୁ ଯାଉଛନ୍ତି। ଯେଉଁମାନେ ଚାକିରି ପାଉନାହାନ୍ତି, ନିରାଶ ଭିତରେ ରହୁଛନ୍ତି। ସେଭଳି ଯୁବତୀ ଯୁବକଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାର୍ଟଅପ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ନୂତନ କୌଶଳ ସହ ନିଜସ୍ବ ଉଦ୍ୟମରେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସରକାର ୧୫ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏଣୁ ଚାକିରି ଖୋଜିବା ବଦଳରେ ଏହି ଟଙ୍କାରେ ଜଣେ ଜଣେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରାଯାଇଥିଲା।

ବିଏମ୍‌ସିର ସ୍ବତନ୍ତ୍ର ଜରୁରୀ ବୈଠକ

ବିଏମ୍‌ସିର ସ୍ବତନ୍ତ୍ର ଜରୁରୀ ବୈଠକ

ବ୍ରହ୍ମପୁର ଅଫିସ,୧୯।୨-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ସ୍ବତନ୍ତ୍ର ଜରୁରୀ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ, ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ପ୍ରସ୍ତୁତ ତାଲିକା ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକାରୀ ମେୟର ଜ୍ୟୋତ୍ସ୍ନା ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରକାଶିତ ତାଲିକା ଉପରେ କେତେକ କର୍ପୋରେଟର ନିଜର ମତ ରଖିଥିଲେ।

କେନାଲ ନିକଟରୁ ମହିଳାଙ୍କ ମୃତଦେହ ଠାବ

ବାଲିପଡ଼ା,୧୯।୨-ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମରେ ଥିବା ଏକ କେନାଲ ନିକଟ ଜମିରୁ ସୋମବାର ଜଣେ ବିଧବା ମହିଳାଙ୍କ ମୃତଦେହ ସଦର ପୋଲିସ ଠାବ କରିଛି। ସେ ହେଲେ ବେନ୍ଦାଳିଆ ଗ୍ରାମର ପ୍ରତିମା ବେହେରା । ଅନୁସାରେ, ମୃତ୍ୟୁବରଣ କରିଥିବା ମହିଳା ସୋମବାର ଭୋର ୪ଟାରେ କେନାଲକୁ ଗାଧୋଇବାକୁ ଯାଇଥିଲେ, କିନ୍ତୁ ସେ ଆଉ ଫେରି ନ ଥିଲେ। କେତେଜଣ ଗ୍ରାମବାସୀ ସକାଳ ପ୍ରାୟ ୫ଟାରେ ଉଲଗ୍ନ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ। ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ, ସଦର ଏସ୍‌ଡିପିଓ ଅଶୋକ ମହାନ୍ତି ଓ ସଦର ଥାନାଧିକାରୀ ଶିବ ଶଙ୍କର ମହାପାତ୍ର ଘଟଣାସ୍ଥଳରେ ସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ଥିଲେ। ପୋଲିସ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସନ୍ଦେହ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛି।

 ହତ୍ୟାକାରୀଙ୍କୁ ଧରୁନି ପୋଲିସ, ବଢ଼ୁଛି ଅସନ୍ତୋଷ

ହତ୍ୟାକାରୀଙ୍କୁ ଧରୁନି ପୋଲିସ, ବଢ଼ୁଛି ଅସନ୍ତୋଷ

ଫୁଲବାଣୀ ଅଫିସ,୧୯।୨--କନ୍ଧମାଳ ଜିଲା ଗୋଚ୍ଛାପଡା ପୋଲିସ ହତ୍ୟାକାରୀଙ୍କୁ ଧରୁନି । ଅଭିଯୋଗ ହେବାର ୩ ମାସ ବିତିବାକୁ ବସିଥିଲେ ହେଁ ପୋଲିସ ଘଟଣା ବିଷୟରେ କିଛି ସୂଚନା ଦେଉନାହିଁ। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ସୋମବାର ମୃତକଙ୍କ ମା’ଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଆସି ଏସ୍‌ପିଙ୍କୁ ଦାବିପତ୍ର ଦେଇଛନ୍ତି । ଯଦି ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରିବ ତାହେଲେ ରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି ।

ମହାଶିଙ୍ଗି ସରପଞ୍ଚଙ୍କ ବିରୋଧରେ ମେଳି ହେଲେ ଓ୍ବାର୍ଡମେମ୍ବର

ମହାଶିଙ୍ଗି ସରପଞ୍ଚଙ୍କ ବିରୋଧରେ ମେଳି ହେଲେ ଓ୍ବାର୍ଡମେମ୍ବର

କ.ନୂଆଗଁ।,୧୯।୨(ଡି.ଏନ.ଏ.)- କ.ନୂଆଗାଁ ବ୍ଲକ ମହାଶିଙ୍ଗି ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ତାଙ୍କର ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ସଂଖ୍ୟାଧିକ ଓ୍ବାର୍ଡମେମ୍ବର ବିଡିଓ ପରିକ୍ଷୀତ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ମହାଶିଙ୍ଗି ସରପଞ୍ଚ ନୀଳିମା ମଳିକ ପଞ୍ଚାୟତର ସମସ୍ତ ନୀତି ନିୟମକୁ ବେଖାତିର କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ଆମେ ଏହାର ପ୍ରତିବାଦ କଲେ ସୁଦ୍ଧା ସେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ସୁନାପୁରରେ ମେରାଇନ ଥାନା ଉଦ୍‌ଘାଟିତ

ସୁନାପୁରରେ ମେରାଇନ ଥାନା ଉଦ୍‌ଘାଟିତ

ଚିକିଟି,୧୯।୨(ଡି.ଏନ.ଏ.): ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସୋମବାର ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ବ୍ଲକ ଅନ୍ତର୍ଗତ ସମୁଦ୍ର ଉପକୂଳବର୍ତ୍ତୀ ସୁନାପୁର ଗ୍ରାମରେ ମେରାଇନ ଥାନା ଉଦ୍‌ଘାଟନ କରିଥିଲେ ।

ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ

ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ

ବାଲିଗୁଡ଼ା, ୧୯।୨(ଡି.ଏନ.ଏ.)-ବାଲିଗୁଡ଼ା ଏନ୍‌ଏସି ମୁଖ୍ୟ ଫାଟକରେ ସୋମବାର ତାଲା ପକାଇଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ। ଅଭିଯୋଗ ପ୍ରକାରେ ଘରକାମ ସରିଯାଇଥିଲେ ମଧ୍ୟ ଆଜିଯାଏ ହିତାଧିକାରୀଙ୍କୁ ଟଙ୍କା ଦିଆଯାଉ ନାହିଁ ।ଫଳରେ କରଜ କରି ଘରକାମ କରିଥିବା ହିତାଧିକାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।