ବାଣିଜ୍ୟ |

ଏୟାର ଇଣ୍ଡିଆ ପରିଚାଳନା ଲାଭରେ ବୃଦ୍ଧି

ଏୟାର ଇଣ୍ଡିଆ ପରିଚାଳନା ଲାଭରେ ବୃଦ୍ଧି

ନୂଆଦିଲ୍ଲୀ,୮-୨ (ପି.ଟି.)
କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ନିରନ୍ତର ଭିତ୍ତିରେ ଏହାର କାର୍ଯ୍ୟଧାରାରେ ଉନ୍ନତି ଆଣିବା ଦିଗରେ ଉଦ୍ୟମ ଜାରି ରଖିଛି। ଏଥିଯୋଗୁ କମ୍ପାନୀ ୨୮୯.୦୩ କୋଟି ଟଙ୍କା ପରିଚାଳନାଗତ ଲାଭ ହାସଲ କରିପାରିଛି। ୨୦୧୬-୧୭ରେ କମ୍ପାନୀର ନେଟ୍‌ କ୍ଷତି ୫,୭୬୫.୧୬ କୋଟି ଟଙ୍କା ରହିଥିଲା। ସେହିଭଳି ୨୦୧୫-୧୬ରେ କମ୍ପାନୀ ୧୦୫ କୋଟି ଟଙ୍କାର ପରିଚାଳନାଗତ ପୁଞ୍ଜି ଲାଭ କରିବାକୁ ସକ୍ଷମ ହୋଇଥିଲା। ଟର୍ନ ଆରାଉଣ୍ଡ ପ୍ଲାନ ହାତକୁ ନେବା ପରଠାରୁ ଏୟାର ଇଣ୍ଡିଆ ଏହାର ପରିଚାଳନା ପରଫରମାନ୍ସକୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରକାଶ କରିଛନ୍ତି।

All Right Reserved By

ବାଣିଜ୍ୟ |

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ତୈଳ ଦର ନିୟନ୍ତ୍ରଣ:ଓପେକ୍‌ ଉପରେ ଚାପ ପକାଇବ ଭାରତ

ନୂଆଦିଲ୍ଲୀ,୧୯-୬ ଉଚ୍ଚ ତୈଳ ଦରକୁ ନେଇ ବର୍ତ୍ତମାନ ସାଧାରଣ ଖାଉଟି ଚିନ୍ତା ମଧ୍ୟରେ ଥିବାବେଳେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଶୋଧିତ ତୈଳ ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଘ ଓପେକ୍‌ ଉପରେ ଚାପ ପକାଇବେ।

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ଏୟାର୍‌ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

ନୂଆଦିଲ୍ଲୀ,୧୯-୬(ପି.ଟି.) ଋଣ ବୋଝରେ ବୁଡି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆ ପାଇଁ ଭବିଷ୍ୟତ କାର୍ଯ୍ୟବିଧି କ’ଣ ରହିବ ତାହା ଉପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀସମୂହ ସୋମବାର ଆଲୋଚନା କରିଛନ୍ତି।

ଅର୍ଥନୀତିକୁ ବ୍ୟବସ୍ଥିତ କରୁଛି ଜିଏସ୍‌ଟି

ଅର୍ଥନୀତିକୁ ବ୍ୟବସ୍ଥିତ କରୁଛି ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୬(ପି.ଟି.) ଦେଶର ଅର୍ଥନୀତିକୁ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥିତ କରୁଛି। ଏହି ନୂଆ ଟିକସ ବ୍ୟବସ୍ଥା ଦ୍ୱାରା ବର୍ତ୍ତମାନ ବ୍ୟବସାୟଗୁଡିକ ଟିକସ ପରିସରରୁ ବାହାରେ ରହିବା କଷ୍ଟକର ପାଲଟିଛି। ଫଳରେ ଟିକସ ପରିସର ବ୍ୟାାପକ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ମାଧ୍ୟମରେ କୁହାଯାଇଛି।

୫ ଦିନ ପରେ ୮ ପଇସା କମିଲା ଡିଜେଲ

୫ ଦିନ ପରେ ୮ ପଇସା କମିଲା ଡିଜେଲ

ଭୁବନେଶ୍ୱର,୧୮-୬: ୫ ଦିନ ଧରି ଡିଜେଲ୍‌ ଦର ୭୨ ଟଙ୍କା ୭୩ ପଇସାରେ ଅପରିବର୍ତ୍ତିତ ରହିଥିବା ବେଳେ ସୋମବାର ଏଥିରେ ମାତ୍ର ୮ ପଇସା ହ୍ରାସ ହୋଇଛି।

୩ ମାସ ଭିତରେ ଆସିବ ନୂତନ ଅଟୋ ପଲିସି

୩ ମାସ ଭିତରେ ଆସିବ ନୂତନ ଅଟୋ ପଲିସି

ନୂଆଦିଲ୍ଲୀ,୧୮-୬ ଯେଉଁ ଯାନ ଦ୍ୱାରା ପ୍ରଦୂଷଣ ଅଧିକ ହେବ ସେହି ଯାନ ପାଇଁ ଅଧିକ ଟିକସ ପୈଠ କରିବାକୁ ପଡିବ। ସେହିପରି ଗ୍ରୀନ ମୋବିଲିଟି ରୋଡ୍‌ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ। ଏଥିପାଇଁ ଆଉ ୩ ମାସ ମଧ୍ୟରେ ନୂତନ ଜାତୀୟ ଅଟୋ ପଲିସି ଆସିବାକୁ ଯାଉଛି। ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଡି ପଦବୀ ପୂରଣ ଲାଗି ବିବିବିର ପ୍ରସ୍ତାବ

ନୂଆଦିଲ୍ଲୀ,୧୮-୬ (ପି.ଟି) ସରକାରଙ୍କ ଦ୍ୱାରା ଗଠିତ ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଖାଲି ପଡିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ପଦବୀ ପୂରଣ ଲାଗି ପ୍ରସ୍ତାବ ଦେଇଛି। ଉକ୍ତ ପଦବୀ ଲାଗି ୨୨ ଜଣଙ୍କ ନାମ ପ୍ରସ୍ତାବରେ ରହିଛି। ୨୨ ମହାପ୍ରବନ୍ଧକଙ୍କ ନାମ ବିଭିନ୍ନ ବ୍ୟାଙ୍କର ଇଡି ପଦବୀରେ ନିଯୁକ୍ତି ଲାଗି ପ୍ରସ୍ତାବ ରହିଥିବା ଜଣାଯାଇଛି।

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ଭୋଡାଫୋନ-ଆଇଡିଆ ମିଶ୍ରଣକୁ ଆଜି ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ,୧୮-୬ (ପି.ଟି) ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର ମିଶ୍ରଣକୁ ଟେଲିକମ୍‌ ବିଭାଗ(ଡଟ୍‌) ସୋମବାର ମଞ୍ଜୁରୀ ପ୍ରଦାନ ମିଳିପାରେ। ଏଥି ସଂକ୍ରାନ୍ତ ପ୍ରମାଣପତ୍ର ସୋମବାର ମିଳିବାର ଆଶା କରାଯାଉଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ମିଶ୍ରଣ ପରେ ନୂଆ କମ୍ପାନୀର ନାମ ଭୋଡାଫୋନ ଆଇଡିଆ ଲିମିଟେଡ ହେବ ବୋଲି ପ୍ରସ୍ତାବ ରଖାଯାଇଛି।

ଏଲପିୟୁରେ ହେବ ୧୦୬ ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ

ଏଲପିୟୁରେ ହେବ ୧୦୬ ତମ ଇଣ୍ଡିଆନ୍‌ ସାଇନ୍ସ କଂଗ୍ରେସ

ଜଳନ୍ଧର,୧୮-୬: ବିଶ୍ୱର ସର୍ବବୃହତ ବିଜ୍ଞାନ ଇଭେଣ୍ଟ ଇଣ୍ଡିଆନ ସାଇନ୍ସ କଂଗ୍ରେସର ୧୦୬ ତମ ସଂସ୍କରଣ ଲଭଲି ପ୍ରଫେଶନାଲ ୟୁନିଭରସିଟି(ଏଲ୍‌ପିୟୁ)ଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର ଯୋଜନା ରହିଛି।

ପୂର୍ବତଟ ରେଳପଥର ଆନ୍ତଃ ରେଳମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା

ପୂର୍ବତଟ ରେଳପଥର ଆନ୍ତଃ ରେଳମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା

ଭୁବନେଶ୍ୱର,୧୮-୬: ପୂର୍ବତଟ ରେଳପଥ ପକ୍ଷରୁ ସ୍ଥାନୀୟ ରେଲଓ୍ବେ ଅଡିଟୋରିୟମ ଠାରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଆନ୍ତଃ ରେଳମଣ୍ଡଳ ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ପାଣି, ବିଜୁଳି, ଚିକିତ୍ସା ସୁବିଧା ଦିଅ : ବୁଲେଟ୍‌ ଟ୍ରେନ୍‌ ପାଇଁ ଜମି ଦବୁ

ବମ୍ବେ,୧୮-୬ ସହଜ ସୁବିଧାରେ ଜୀବନ ନିର୍ବାହ କରିବା ପାଇଁ ଆମକୁ ପ୍ରଥମେ ପାଣି, ବିଜୁଳି ଆଲୁଅ ଏବଂ ଡାକ୍ତରୀ ସେବା ପ୍ରଦାନ କର। ଏହା ପରେ ଯାଇ ଆମେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ରାଜି ହେବୁ। ମହାରାଷ୍ଟ୍ରର ପଲଘର ଜିଲାବାସୀ ସରକାରଙ୍କ ପାଖରେ ଏଭଳି ଦାବି କରିଛନ୍ତି।

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ

ନୂଆଦିଲ୍ଲୀ, ୧୭-୬(ପି.ଟି.) ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚ ସ୍ତରରେ ଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯେକୌଣସି ଉପାୟ ଅବଲମ୍ବନ କରି ତୈଳ ଦର ହ୍ରାସ କରାଯାଉ ବୋଲି ଉପଭୋକ୍ତା ଦାବି କରୁଛନ୍ତି।

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ଏଲ୍‌ଆଇସିକୁ ସେବା ଟିକସ ନୋଟିସ୍‌

ନୂଆଦିଲ୍ଲୀ,୧୮-୬ (ପି.ଟି) ସାମଗ୍ରୀ ଓ ସେବା ଟିକସ ଗୋଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ପକ୍ଷରୁ ରାଷ୍ଟ୍ରାୟତ୍ତ ଜୀବନ ବୀମା ନିଗମ(ଏଲ୍‌ଆଇସି) ବିରୋଧରେ ୨,୦୫୦ କୋଟି ଟଙ୍କାର ସେବା ଟିକସ ନୋଟିସ ଜାରି ହୋଇଛି। କଲିକତା ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ନୋଟିସ ଜାରି କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Model This Week

ପ୍ରଭାତ