Dharitri News
ରାଜ୍ୟ |

ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀଙ୍କ ଏଚ୍‌ଆଇଭି, ସିଫିଲିସ୍‌ ପରୀକ୍ଷା

ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀଙ୍କ ଏଚ୍‌ଆଇଭି, ସିଫିଲିସ୍‌ ପରୀକ୍ଷା ଭୁବନେଶ୍ୱର, ୮।୨(ବ୍ୟୁରୋ)- ୨୦୨୦ ସୁଦ୍ଧା ରାଜ୍ୟରେ ଗର୍ଭବତୀଙ୍କଠାରୁ ଗର୍ଭସ୍ଥ ଶିଶୁକୁ ଏଚ୍‌ଆଇଭି ସଂକ୍ରମଣରୁ ରକ୍ଷା କରିବା ଏବଂ ସିଫିଲିସ୍‌ ନିରାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଗର୍ଭବତୀମାନଙ୍କୁ ଏଚ୍‌ଆଇଭି ଓ ସିଫିଲିସ୍‌ ସଂକ୍ରମଣରୁ ଦୂରେଇ ରଖାଯିବ। ଏଥିଲାଗି ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଏହି ଦୁଇଟି ରୋଗର ପରୀକ୍ଷା କରାଯିବ। ସୁରକ୍ଷିତ ମାତୃତ୍ୱ ଓ ଶିଶୁ ପାଇଁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ପକ୍ଷରୁ ସମସ୍ତ ଜିଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଏବଂ ମେଡିକାଲ ଅଫିସରମାନଙ୍କୁ ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌କୁ ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି(ନାକୋ) ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) ଓଡ଼ିଶା ପକ୍ଷରୁ ପ୍ରଦାନ କରାଯିବ। ମା’ଠାରୁ ଗର୍ଭସ୍ଥ ଶିଶୁକୁ ଏଚ୍‌ଆଇଭି ସଂକ୍ରମଣରୁ ରକ୍ଷା କରିବା ପାଇଁ ଗର୍ଭଧାରଣର ପ୍ରଥମ ୩ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଏଆରଟି ଔଷଧ ସେବନ ଦ୍ୱାରା ଶିଶୁଟି ଏଚ୍‌ଆଇଭି ସଂକ୍ରମଣରୁ ବର୍ତ୍ତି ପାରିବ। ସଂକ୍ରମଣକୁ ଏଡାଇବା ପାଇଁ ଏଚ୍‌ଆଇଭି ଓ ସିଫିଲିସ୍‌ ସ୍କ୍ରିନିଂକୁ ଗୋଷ୍ଠୀସ୍ତରରେ କରାଯିବ। ସ୍କ୍ରିନିଂରେ ଗର୍ଭବତୀମାନଙ୍କଠାରେ ଏଚ୍‌ଆଇଭି ସଂକ୍ରମଣ ଥିବା ଜଣାପଡ଼ିଲେ ଏହାକୁ ସୁନିଶ୍ଚିତ କରିବା ପାଇଁ ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର(ଆଇସିଟିସି)କୁ ପଠାଯିବ। ସିଫିଲିସ ସଂକ୍ରମଣ ଜାଣିବା ପାଇଁ ସଂପୃକ୍ତ ମହିଳାଙ୍କ ରକ୍ତର ର଼୍ୟାପିଡ ପ୍ଲାଜମା ରିଆଜିନ୍‌(ଆରପିଆର) ପରୀକ୍ଷା ହେବ। ଗୋଷ୍ଠୀ ସ୍ତରରେ ଏଚ୍‌ଆଇଭି ଓ ସିଫିଲିସ୍‌ ଯାଞ୍ଚ ପାଇଁ ଯଥାକ୍ରମେ ହୋଲ ବ୍ଲଡ ଫିଙ୍ଗର ଟେଷ୍ଟ କିଟ୍‌ ଓ ପଏଣ୍ଟ ଅଫ କେୟାର(ପିଓସି) ଆରପିଆର କିଟ୍‌ ବ୍ୟବହାର କରାଯିବ।

ରାଜ୍ୟ |

ଉପହାର ଖୋଲିବା ବେଳେ ବିସ୍ଫୋରଣ, ୨ ମୃତ, ଜଣେ ଗୁରୁତର

ଉପହାର ଖୋଲିବା ବେଳେ ବିସ୍ଫୋରଣ, ୨ ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୨୩।୨- ବିବାହ ଉପହାର ପ୍ୟାକେଟ୍‌ ଖେଲିବାବେଳେ ବିସ୍ଫୋରଣ ଘଟି ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରାର ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତ ୧୮ ତାରିଖରେ ବ୍ରହ୍ମପୁରା ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟ ସାହୁଙ୍କର ବିବାହ ହୋଇଥିଲା। ୨୦

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌: ବୋର୍ଡ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌: ବୋର୍ଡ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ ଅଫିସ,୨୩।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ତେବେ ପରୀକ୍ଷା ଆରମ୍ଭର କିଛି ମିନିଟ ପରେ ଅର୍ଥାତ ୧୦.୫୦ରେ କେନ୍ଦ୍ରାପଡା ଆଳିରେ ମାତୃଭାଷାର ସେଟ ଏ ଓ ସେଟ୍‌ ସି ପ୍ରଶ୍ନପତ୍ର ଲିକ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡିଛି। ଏହାକୁ ନେଇ ବୋର୍ଡ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି।

ବିଜେପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଗୁଳିମାଡ, ୩ ଗିରଫ

ବିଜେପୁରରେ ପ୍ରାକ୍‌ ନିର୍ବାଚନୀ ହିଂସା: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କୁ ଗୁଳିମାଡ, ୩ ଗିରଫ

ବରଗଡ଼ ଅଫିସ, ୨୩।୨: ଶନିବାର ବିଜେପୁର ଉପନିର୍ବାଚନ। ତେବେ ଉପ-ନିର୍ବାଚନ ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସୋହେଲା ଥାନା ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗଧୀନ କେନ୍ଦ୍ର ଆଶ୍ରମ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ସମେତ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୋହେଲା ଥାନା ବାଉଁସେନମୁରା ଗ୍ରାମର ସୁବ୍ରତ ସିଂ, ଟୁଙ୍ଗିବନ୍ଧଲି ଗ୍ରାମର କାର୍ତ୍ତିକ ନାଗ, ଚିଚିଣ୍ଡା ଗ୍ରାମର ମାଝି ସାହୁ ଏବଂ ଜାମପାଲି ଗ୍ରାମର ଖଚେଶ୍ୱର ମଲ୍ଲିକ। ସୁବ୍ରତଙ୍କ ମୁଣ୍ଡରେ ଗୁଳିବାଜିଥିବା ବେଳେ ଅନ୍ୟମାନେ ଇଟା,ପଥର ମାଡରେ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରାଯାଇଛିବୋଲି ବରଗଡ ଅତରିକ୍ତ ଏସପି ଯଶୋବନ୍ତ ସେନାପତି କହିଛନ୍ତି।

ମାଟ୍ରିକ ପରୀକ୍ଷା ଆରମ୍ଭ: ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମାଟ୍ରିକ ପରୀକ୍ଷା ଆରମ୍ଭ: ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ରାଜ୍ୟର ମୋଟ ୨୮୧୮ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୯୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିନିମନ୍ତେ ସକାଳ ୯ଟାରୁ ପରୀକ୍ଷାକେନ୍ଦ୍ର ଗୁଡିକରେ ଛାତ୍ରୀଛାତ୍ରମାନଙ୍କର ଭିଡ ଦେଖିବାକୁ ମିଳିଛି। ମାଓ ପ୍ରଭାବିତ ଅଞ୍ଚଳରେ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଟୁଇଟରରେ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟିରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ

ଯାଜପୁର ଅଫିସ,୨୨ା୨: ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ମାଧ୍ୟମରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଯାଜପୁର ଜିଲା ଡ୍ରେନେଜ ବିଭାଗର ଯନ୍ତ୍ରୀମାନେ ଠିକାଦାରଙ୍କ ହାତକୁ ଟେକି ଦେଉଛନ୍ତି। ଆଉ ଏ ବାବଦରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ଏହି ବିଭାଗରେ ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି।

ଛାତ୍ରଙ୍କ ଚୁଟି କାଟି ଅଡ଼ୁଆରେ ଶିକ୍ଷୟିତ୍ରୀ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଙ୍କୁ ସଂସ୍କାର ଶିକ୍ଷା ଦେବାକୁ ଯାଇ କ୍ରୀଡା ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ ଏବେ ହରଡ଼ ଘଣାରେ ପଡିଛନ୍ତି। ବିଦ୍ୟାଳୟକୁ ଅଧିକ ଚୁଟି ରଖି ଆସୁଥିବା ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦାଶ ଚୁଟି କାଟିବାକୁ ତାଗିଦ୍‌ କରିଥିଲେ। ତେବେ ପିଲାମାନେ ଶିକ୍ଷୟିତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଶିକ୍ଷୟିତ୍ରୀ ଦାଶ ପିଲାଙ୍କୁ ଏକ ଶିକ୍ଷା ଦେବାକୁ ଯାଇ କେତେକ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ।

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାରିପଦା ଅଫିସ/ଖୁଣ୍ଟା(ଡି.ଏନ.ଏ.),୨୨।୨: ମୟୂରଭଞ୍ଜ ଜିଲାର ଖୁଣ୍ଟା ଓ କୁଳିଅଣା ବ୍ଲକରେ ହେବାକୁ ଥିବା ୨ ନାବାଳିକା ବିବାହ ଉଦ୍ୟମ ପଣ୍ଡ ହୋଇଛି। ପୋଲିସ ପହଞ୍ଚତ୍ ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି।

ଜଗା ପିନ୍ଧିବ ସ୍ବତନ୍ତ୍ର ହେଲ୍‌ମେଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨ା୨ (ବ୍ୟୁରୋ): ଅପରେଶନ ପରେ ପୃଥକ ହୋଇଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଫେରିବେ। ଦିଲ୍ଲୀ ଏମ୍‌ସ ହସ୍ପିଟାଲରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ କରାଯିବ। ଡ଼ିସ୍‌ଚାର୍ଜ ପୂର୍ବରୁ ଜଗା ପାଇଁ ସ୍ପତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ କରାଯାଇ ସାରିଛି। ଏଣିକି ଜଗା ଓ୍ବାର୍ଡରୁ ବାହାରକୁ ବାହାରିଲେ ଏହି ସ୍ବତନ୍ତ୍ର ହେଲ୍‌ମେଟକୁ ପିନ୍ଧିବ। ବଳିଆ ପାଇଁ ସ୍ବତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ ଚାଲିଛି।