ମେଟ୍ରୋ |

ଫସର ଫାଟିଲା ପ୍ରପୋଜ୍‌ ଡେ’:ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଆସି ଛେଚା ଖାଇଲେ ପ୍ରେମିକ

ଫସର ଫାଟିଲା ପ୍ରପୋଜ୍‌ ଡେ’:ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଆସି ଛେଚା ଖାଇଲେ ପ୍ରେମିକ
ଭୁବନେଶ୍ୱର, ୮।୨(ବ୍ୟୁରୋ)- ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌। ଗୁରୁବାର ଥିଲା ’ପ୍ରପୋଜ ଡେ’। ଏଥିଲାଗି ଗୁରୁବାର ସକାଳେ ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଆସି ଜଣେ ପ୍ରେମିକ ହଟହଟା ହୋଇଛନ୍ତି। ପ୍ରେମିକାଙ୍କ ଭାଇଠାରୁ ନିସ୍ତୁକ ମାଡ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶହୀଦନଗର ଥାନା ଭୋଇସାହିରେ ଏହି ଘଟଣା ଘଟିଛି। ପ୍ରେମିକଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପ୍ରେମିକା ଏବଂ ତାଙ୍କ ଭାଇଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ମାମଲାର ଆପୋଷ ସମାଧାନ ପାଇଁ ପ୍ରେମିକାଙ୍କ ଭାଇ ଚେଷ୍ଟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଶହୀଦନଗର ଭୋଇସାହିରେ ରହୁଥିବା ଯୁବତୀ ଜଣକ ୬ମାସ ହେବ ଉକ୍ତ ଅଞ୍ଚଳରେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସବୁବେଳେ ଫୋନରେ କଥାବାର୍ତ୍ତା ଚାଲେ। କିନ୍ତୁ ପରିବାର ଲୋକଙ୍କ ଭୟରେ କେହି କାହାକୁ ଦେଖା କରିପାରନ୍ତି ନାହିଁ। ଏବେ ଯେହେତୁ ଭାଲେଣ୍ଟାଇନ୍ସ ଓ୍ବିକ୍‌ ଚାଲିଛି ଯୁବକ ଜଣକ ପ୍ରେପୋଜ କରିବା ପାଇଁ ଯୁବତୀଙ୍କୁ ଶହୀଦନଗର ଥାନା ପଛପଟକୁ ଡାକିଥିଲେ। ଯୁବତୀ ପହଞ୍ଚତ୍ବା ପରେ ଯୁବକ ଜଣକ ତାଙ୍କ ସହ କଥା ହେବା ସହିତ ପ୍ରପୋଜ କରିଥିଲେ। ଏହି ସମୟରେ ଖବର ପାଇ ଯୁବତୀଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚତ୍ ଯାଇଥିଲେ। ପରେ ସେ ଉକ୍ତ ଯୁବକଙ୍କୁ ଏକ କାଠ ଫାଳିଆରେ ପିଟିଥିଲେ। ରକ୍ତଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣକ ପଡିଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଭଉଣୀଙ୍କୁ ଧରି ସେଠାରୁ ଚାଲିଯାଇଥିଲେ। ଖବରପାଇ ପିସିଆର ଭ୍ୟାନ୍‌ ପହଞ୍ଚତ୍ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।
All Right Reserved By

ମେଟ୍ରୋ |

୮ ଗ୍ରାମ ବ୍ରାଉନସ୍‌ଗାର ଜବତ, ଜଣେ ଗିରଫ

୮ ଗ୍ରାମ ବ୍ରାଉନସ୍‌ଗାର ଜବତ, ଜଣେ ଗିରଫ

ପୁରୀ ଅଫିସ,୧୮ା୮ : ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ରାମଚନ୍ଦ୍ର ନାୟକ। ତାଙ୍କ ନିକଟରୁ ୮ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। 

ବଜ୍ରପାତରେ ଚାଷୀ ମୃତ

ବଜ୍ରପାତରେ ଚାଷୀ ମୃତ

ନିମାପଡ଼ା, ୧୮।୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ସିଦ୍ଧେଶ୍ୱର ଭୋଇ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଗୁରୁତର ହୋଇପଡ଼ିଥିଲେ।

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଜଣେ ନାବାଳିକାଙ୍କୁ ବଳାତ୍କାର  କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନୟାପଲ୍ଲୀସ୍ଥିତ ସାଲିଆ ସାହିରେ।

ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ଅଭିଯାନରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ

ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ଅଭିଯାନରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ

ପୁରୀ ଅଫିସ,୧୮ା୮: ପଲିଥିନ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରିଛି ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’। ରାଜ୍ୟର ପ୍ରତିଟି ଅଞ୍ଚଳରେ ଏ ନେଇ ସଚେତନତା ସୃଷ୍ଟି କରାଯାଉଛି। 

ପୁରୀଘାଟ ଥାନା ଅଞ୍ଚଳରୁ ଲୁଟ୍‌ ଘଟଣା: ୧୧ ଅଭିଯୁକ୍ତ ଗିରଫ

ପୁରୀଘାଟ ଥାନା ଅଞ୍ଚଳରୁ ଲୁଟ୍‌ ଘଟଣା: ୧୧ ଅଭିଯୁକ୍ତ ଗିରଫ

କଟକ ଅଫିସ, ୧୮।୮: କଟକ ପୁରୀଘାଟ ଥାନା ଅଞ୍ଚଳରୁ ଅଗଷ୍ଟ ୨ ତାରିଖରେ ହୋଇଥିବା ଏକ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୧୦ ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। 

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): କେରଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣି ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି। ତେବେ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଶନିବାର ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶାରୁ ଉଦ୍ଧାରକାରୀ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ କେରଳ ଯାଇଛନ୍ତି। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୮ା୮: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। 

ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପୁରୀ ଅଫିସ,୧୮ା୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖ ପେଯନଳାଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। 

୩୦ ମିନିଟ୍‌ ମୋ ପ୍ରବଚନ ଶୁଣିଥିଲେ ବାଜପେୟୀ: ଶଙ୍କରାଚାର୍ଯ୍ୟ

୩୦ ମିନିଟ୍‌ ମୋ ପ୍ରବଚନ ଶୁଣିଥିଲେ ବାଜପେୟୀ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୧୮ା୮: ପଞ୍ଚଭୂତରେ ଲୀନ ହୋଇଯାଇଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ଗୁରୁବାର ଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ପରଲୋକ ହୋଇଥିଲା। 

ମଠ, ମନ୍ଦିରରେ ଝୁଲଣ ପ୍ରସ୍ତୁତି କୁଞ୍ଜରେ ଝୁଲିବେ ରାଧାକୃଷ୍ଣ

ମଠ, ମନ୍ଦିରରେ ଝୁଲଣ ପ୍ରସ୍ତୁତି କୁଞ୍ଜରେ ଝୁଲିବେ ରାଧାକୃଷ୍ଣ

ପୁରୀ ଅଫିସ,୧୮ା୮: ଆସନ୍ତା ୨୧ ତାରିଖରୁ ପବିତ୍ର ଝୁଲଣଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରା ପ୍ରତିପଦା ଯାଏ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ୭ ଦିନ ଧରି ଚାଲିବ। କିନ୍ତୁ ଅନ୍ୟାନ୍ୟ ମଠ, ମନ୍ଦିରରେ କେଉଁଠି ୭ ଦିନ ତ ପୁଣି କେଉଁଠି ୫ ଦିନ ଧରି ଏହା ଅନୁଷ୍ଠିତ ହେବ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଚାଷୀଙ୍କୁ ଦିଆଯାଉ ପେନ୍‌ସନ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଚାଷୀଙ୍କୁ ଦିଆଯାଉ ପେନ୍‌ସନ

ପୁରୀ ଅଫିସ, ୧୮ା୮: ସ୍ବାଧୀନତା ପରବର୍ତ୍ତୀ ସମୟରୁ କୃଷି ଓ କୃଷକ ଚରମ ଅବହେଳା ଓ ପକ୍ଷପାତିତାର ଶିକାର ହେଉଛି। ଚାଷୀ ତା’ର ଫସଲର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ। ଚାଷୀଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ମିଳୁନାହିଁ।

ରାମଚନ୍ଦ୍ର ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନାକରି ଦୀପଦାନ:୨୨ରେ ମଞ୍ଚସ୍ଥ ହେବ ହିନ୍ଦୀ ନାଟକ ସର୍ଜନା

ରାମଚନ୍ଦ୍ର ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନାକରି ଦୀପଦାନ:୨୨ରେ ମଞ୍ଚସ୍ଥ ହେବ ହିନ୍ଦୀ ନାଟକ ସର୍ଜନା

ପୁରୀ ଅଫିସ, ୧୮ା୮: ବର୍ଷୀୟାନ କଳାକାର ତଥା ନାଟ୍ୟଗୁରୁ ରାମଚନ୍ଦ୍ର ପ୍ରତିହାରୀ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ। ପରିଣତ ବୟସରେ ପହଞ୍ଚତ୍ଥିବା ଅନ୍ନପୂର୍ଣ୍ଣା ଥିଏଟରର ଏହି ମହାନ୍‌ ଅଭିନେତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।