ସମ୍ପାଦକୀୟ |

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ
ଡ. ରମେଶ ଚନ୍ଦ୍ର ପରିଡ଼ା/ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନଟିଏ କେବେକେବେ ମନକୁ ଆନ୍ଦୋଳିତ କରିଥାଏ- କାହିଁକି ଏହା ଏତେ ନିବିଡ ? ବିବାହ ବିଚ୍ଛେଦ ବଢି ବଢି ଚାଲିଥିବା ବର୍ତ୍ତମାନ ଯୁଗରେ ମଧ୍ୟ କେବଳ ମା’-ପୁଅ ସମ୍ପର୍କକୁ ବାଦ୍‌ ଦେଲେ ସମ୍ଭବତଃ ତହିଁରୁ ଦୃଢତର ସମ୍ପର୍କ ଅନ୍ୟ କିଛି ନାହିଁ। ମା’ବାପାଙ୍କ ସହିତ ପୁଅଝିଅ ତଥା ଭାଇଭଉଣୀ ମଧ୍ୟରେ ସମ୍ପର୍କର ନିବିଡତାକୁ ଜିନୀୟ ବ୍ୟାଖ୍ୟା ପ୍ରଦାନ କରିବାକୁ ପ୍ରୟାସ ହୋଇଛି। କିନ୍ତୁ ପତି-ପତ୍ନୀଙ୍କ ସମ୍ପର୍କ ରହିଯାଇଛି ଏ ଦିଗରୁ ସମ୍ପୂର୍ଣ୍ଣ ଅବୋଧ। ଅଧିକାଂଶ ସମୟରେ କଳହରତ ରହୁଥିଲେ ହେଁ ଏବଂ ଉଭୟ ପରସ୍ପରର ମତକୁ ବିରୋଧ କରୁଥିଲେ ହେଁ ସେମାନେ କେହି କାହାରିକୁ ଛାଡି ରହିବାକୁ ଚାହାନ୍ତି ନାହିଁ- କମିକ୍‌ ଚରିତ୍ର ଟମ୍‌ ଓ ଜେରୀଙ୍କ ଭଳି। ୟା’ମୂଳରେ କି ରହସ୍ୟ ଲୁକ୍କାୟିତ? ଯଦି କେବଳ ଯୌନ ସମ୍ପର୍କ ଏହା ବ୍ୟାଖ୍ୟା କରିବାକୁ ଯଥେଷ୍ଟ ତା’ହେଲେ ପଶୁମାନଙ୍କଠାରେ ତାହା ଏତେ ଦୃଢ ନୁହେଁ କାହିଁକି ? ପରମ୍ପରାବାଦୀମାନେ ବିଶ୍ୱାସ କରନ୍ତି ଯେ, ଏ ସମ୍ପର୍କ ସ୍ବର୍ଗରେ ତିଆରି ହୋଇଥାଏ, ଯାହାକି ସାତ ଜନ୍ମ ପାଇଁ ଅତୁଟ ରହିବାକୁ ଅଭିପ୍ରେତ। ଏହିଭଳି ବିଶ୍ୱାସ ବା ଅନ୍ଧବିଶ୍ୱାସ କ’ଣ ଆମ ଚିନ୍ତାଧାରାରେ ଏପରି କିଛି ଜୈବିକ ପରିବର୍ତ୍ତନ ଆଣେ, ଯାହାକୁ କି ଏଥିପାଇଁ ଦାୟୀ କରାଯାଇପାରିବ ? କୌଣସି ଯୁକ୍ତି ଯଥାର୍ଥତା କିମ୍ବା ବୈଜ୍ଞାନିକ ବ୍ୟାଖ୍ୟା ମାଧ୍ୟମରେ ଏହାର ସ୍ବୟଂସମ୍ପୂର୍ଣ୍ଣ ଉତ୍ତରଟିଏ ଏଯାବତ୍‌ ମିଳିପାରି ନାହିଁ। ଏଣୁ ଏ ସମ୍ପର୍କର ଅସୀମ ଗଭୀରତାକୁ କେବଳ ଏକ ବିସ୍ମୟ ବୋଲି କୁହାଯାଇପାରିବ। ଏହି ପ୍ରସଙ୍ଗରେ ନିମ୍ନୋକ୍ତ ଦୁଇଟି ଘଟଣାର ଅବତାରଣା। ପ୍ରଥମ ଘଟଣା- ଜଣେ ପତି ଥିଲେ। ଯାହାଙ୍କ ପତ୍ନୀ ଥିଲେ ଅସାମାନ୍ୟ ସୁନ୍ଦରୀ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ଥିଲା ଅତ୍ୟନ୍ତ ପ୍ରଗାଢ। ତେବେ କିଛିବର୍ଷ ଅତିବାହିତ ହେବା ପରେ ତାଙ୍କ ସୁଖୀ ଦାମ୍ପତ୍ୟଜୀବନରେ କଳା ମେଘ ଘୋଟି ଆସିଲା। ପତ୍ନୀ ପୀଡିତ ହେଲେ ଭୟଙ୍କର ଏକ ଚର୍ମରୋଗରେ। ସମସ୍ତ ଚିକିତ୍ସା ସତ୍ତ୍ୱେ କିଛି ଫଳ ହେଲା ନାହିଁ, ବରଂ ଦିନକୁ ଦିନ ତାଙ୍କ ସୌନ୍ଦର୍ଯ୍ୟର ଅବକ୍ଷୟ ଘଟିଚାଲିଲା। ଏଣୁ ତାଙ୍କର ଭୟ ହେଲା ଯେ, ଏଣିକି ତାଙ୍କ ପତି ଆଉ ତାଙ୍କୁ ଆଗଭଳି ଭଲ ପାଇବେ ନାହିଁ। ଏ ଚିନ୍ତାରେ ସେ ମ୍ରିୟମାଣ ହୋଇପଡିଲେ। ତାଙ୍କ ମାନସିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଲା। ଏ କଥା ତାଙ୍କ ପତି ବୁଝିପାରିଲେ ଏବଂ ଏପରି ଆଶଙ୍କା ଭିତ୍ତିହୀନ ବୋଲି ଯେତେ ବୁଝାଇଲେ ମଧ୍ୟ ସେ ତାହା ବିଶ୍ୱାସ କଲେନାହିଁ। ଫଳରେ ତାଙ୍କର ସାଧାରଣ ସ୍ବାସ୍ଥ୍ୟରେ ଘୋର ଅବନତି ଦେଖାଗଲା। ଦିନକର କଥା। କୌଣସି କାର୍ଯ୍ୟରେ ପତି ବାହାରିଗଲେ ଏକ ସୁଦୂର ସହରକୁ। ଫେରିଲା ବାଟରେ ଦୁର୍ଘଟଣା ଘଟିଲା ଏବଂ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇ ବସିଲେ। ଏହାପରେ ପତ୍ନୀଙ୍କର ଦାୟିତ୍ୱ ବଢିଗଲା। ତାଙ୍କୁ ପତି ସେବାରେ ଅଧିକ ସମୟ ଓ ଶ୍ରମ ନିୟୋଜିତ କରିବାକୁ ପଡିଲା। କିନ୍ତୁ ସେଥିପାଇଁ ତାଙ୍କର ଅନୁଶୋଚନା ନ ଥିଲା ବରଂ ସେ ବିଚଳିତ ଥିଲେ ପତିଙ୍କର ଅନ୍ଧତ୍ୱକୁ ନେଇ। ତେଣୁ ସେ ଅନେକ ବଡ ବଡ ଡାକ୍ତରଙ୍କର ପରାମର୍ଶ ନେଲେ। ହେଲେ, ସେମାନଙ୍କ ମଧ୍ୟରୁ କେହି ତାଙ୍କ ପତିଙ୍କର ଦୃଷ୍ଟିଶକ୍ତି ହରାଇବାର କାରଣ ଜାଣିପାରିଲେ ନାହିଁ କି ତା’ର ପ୍ରତିକାର କରିପାରିଲେ ନାହିଁ। ଏଣେ ଦିନକୁଦିନ ପତ୍ନୀଙ୍କର ଚର୍ମରୋଗ ବଢୁଥାଏ। ସେ ଅଧିକରୁ ଅଧିକ ଅସୁନ୍ଦରୀ ହୋଇ ଚାଲିଥାନ୍ତି। ତେବେ ତାଙ୍କର ଏଥିପ୍ରତି ନିଘା ନ ଥାଏ। କାରଣ, ସେ ନିଶ୍ଚିତ ଥାନ୍ତି ଯେ, ତାଙ୍କ ପତି ଏ କଥା ଜାଣିପାରୁ ନାହାନ୍ତି। ଅତଏବ ସେମାନଙ୍କ ମଧ୍ୟରେ ପ୍ରେମ ପ୍ରଗାଢ ହୋଇ ଚାଲିଥାଏ। ଦିନେ ହଠାତ୍‌ ପତ୍ନୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଲା। ପତିଙ୍କ ପାଇଁ ଏହା ଥିଲା ଏକ ଦାରୁଣ ଆଘାତ। ସେ ଅତ୍ୟନ୍ତ ମ୍ରିୟମାଣ ହୋଇପଡିଲେ। ତଥାପି ସେ ତାଙ୍କର କ୍ରିୟାକର୍ମ ଆଦି ଯଥାରୀତିରେ ସମ୍ପନ୍ନ କଲେ ଏବଂ ତା’ପରେ ବାହାରିଲେ ଘର ଓ ସହର ଛାଡି କୌଣସି ଏକ ଆଶ୍ରମକୁ ଚାଲିଯିବାକୁ। କିନ୍ତୁ ତାଙ୍କ ପୁଅ, ପଡୋଶୀ ଏବଂ ସମ୍ପର୍କୀୟମାନେ ଏଥିପାଇଁ ତାଙ୍କୁ ବାରଣ କଲେ। ସେମାନେ କହିଲେ- ତୁମେ ତ ଦୃଷ୍ଟିହୀନ। ଆଜିଯାଏ ତୁମ ପତ୍ନୀ ତୁମର ସବୁ ସେବା ଯତ୍ନ କରୁଥିଲେ। ସେ ତ ଚାଲିଗଲେ, ଏବେ ତୁମେ ଘର ଛାଡିଗଲେ ଚଳିବ କିପରି ? ବରଂ ଏଇଠି ରୁହ। ଯଥାସମ୍ଭବ ଆମେ ତୁମର ଦେଖାଶୁଣା କରିବୁ। ଏହା ଶୁଣି ପତି ଜଣକ ହସିଲେ ଏବଂ କହିଲେ- ”ତୁମେମାନେ କ’ଣ ଭାବୁଛ ଯେ ମୁଁ ସତକୁ ସତ ଅନ୍ଧ ହୋଇଯାଇଛି ବୋଲି ? ନା...ନା..., କଦାପି ନୁହେଁ। ମୁଁ କେବଳ ସେପରି ଅଭିନୟ କରୁଥିଲି। କାରଣ ମୋ ପତ୍ନୀଙ୍କର ରୂପ କୁରୂପ ହୋଇଯିବାରୁ ତାଙ୍କ ମନରେ ଭୟ ଆସିଯାଇଥିଲା ଯେ ମୁଁ କାଳେ ତାଙ୍କୁ ଭଲ ପାଇବି ନାହିଁ। ସେଥିପାଇଁ ସେ ପ୍ରବଳ ମାନସିକ ଚାପରେ ଥିଲେ। ପତି-ପତ୍ନୀଙ୍କ ସମ୍ପର୍କ ସ୍ବର୍ଗୀୟ ଓ ଚିରନ୍ତନ ହେଲାବେଳେ ବାହ୍ୟ ସୁନ୍ଦରତା ଅସ୍ଥାୟୀ ବୋଲି ମୁଁ ତାଙ୍କୁ ଯେତେ ବୁଝାଇଲେ ବି ତାଙ୍କର ଏଥିରେ ବିଶ୍ୱାସ ଆସୁ ନ ଥିଲା। ସେଇଥିପାଇଁ ତାଙ୍କ ମନରୁ ସେ ମିଥ୍ୟା ଭୟ ଦୂର କରି ତାଙ୍କୁ ସୁଖୀ ଦେଖିବାକୁ ମୁଁ ଅନ୍ଧ ଭଳି ଛଳନା କରୁଥିଲି ।“ ଏ ଘଟଣାଟି ଘଟିଥିଲା (୨୦୧୬ରେ) ଜାପାନର ହିରୋସୀମା ସହରରେ ଏବଂ ସେହି ଦମ୍ପତି ଥିଲେ ଟିକୋ ଏବଂ ଇଟୋ ୟୁଓସ୍କି। ଦ୍ୱିତୀୟ ଘଟଣା- ଜଣେ ପତ୍ନୀ ଥାଆନ୍ତି। ତାଙ୍କ ଦାମ୍ପତ୍ୟଜୀବନ ଥାଏ ସୁଦୀର୍ଘ। ତାହା ପୁଣି ଆରମ୍ଭ ହୁଏ ଅତି ଅପରିପକ୍ୱ ବୟସରୁ, ଯେତେବେଳେ ପତ୍ନୀଙ୍କ ବୟସ ୧୬ ବର୍ଷ ଓ ପତିଙ୍କ ବୟସ ୧୮। ତା’ ପରଠାରୁ ସେମାନେ ପ୍ରାୟତଃ କେବେ ଅଲଗା ହୋଇ ନାହାନ୍ତି। ଏମିତି କଟିଯାଏ ୭୦ ବର୍ଷ। ବୟସାଧିକ୍ୟ ଯୋଗୁ ପତି ରୋଗାକ୍ରାନ୍ତ ହୁଅନ୍ତି। କ୍ରମେ ତାଙ୍କୁ ଗ୍ରାସିବାକୁ ଲାଗେ ମତିଭ୍ରମ ରୋଗ ବା ଡିମେନ୍‌ସିଆ। ଅନ୍ୟପକ୍ଷରେ ତାଙ୍କ ଶରୀର ଓ ଅଙ୍ଗ ପ୍ରତ୍ୟଙ୍ଗ କ୍ରମେ ଅଚଳ ହେବାକୁ ଲାଗେ। ପତ୍ନୀ ତାଙ୍କର ଯଥାସମ୍ଭବ ଯତ୍ନ ନିଅନ୍ତି। ହେଲେ ଶେଷରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ। ସେତେବେଳକୁ ପତିଙ୍କ ବୋଧଶକ୍ତି ଅନେକାଂଶରେ ହ୍ରାସ ପାଇଥାଏ। ଏଣୁ ସେ ବିଶେଷ କିଛି ଜାଣି ପାରନ୍ତିନି। କିନ୍ତୁ ପତ୍ନୀଙ୍କ ପାଇଁ ଏ ବିଚ୍ଛେଦ ଥାଏ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଫଳରେ ତାଙ୍କର ବି ସ୍ବାସ୍ଥ୍ୟଭଙ୍ଗ ହୁଏ। ତଥାପି ସେ ପ୍ରତିଦିନ ଡାକ୍ତରଖାନାକୁ ଯାଆନ୍ତି ପତିଙ୍କ ସଙ୍ଗେ କିଛି ସମୟ କଟାଇବାକୁ। ସାଙ୍ଗରେ ଧରି ଯାଆନ୍ତି ତାଙ୍କ ମନପସନ୍ଦର ଖାଦ୍ୟ। ଦିନକର କଥା। ପତିଙ୍କର ମତିଭ୍ରମ ପହଞ୍ଚେ ଚରମସୀମାରେ। ତେଣୁ ସେ ପତ୍ନୀଙ୍କୁ ଆଉ ଚିହ୍ନିପାରନ୍ତି ନାହିଁ କି ତାଙ୍କ ସହିତ ବାର୍ତ୍ତାଳାପ କରନ୍ତି ନାହିଁ। ଏ ଆଚରଣ ତାଙ୍କୁ ମନେହୁଏ ଅତ୍ୟନ୍ତ ଦୁଃସହ। ମର୍ମାହତ ହୋଇ ସେ ସେହିଠାରେ ଚେତାଶୂନ୍ୟ ହୋଇ ପଡିଯାଆନ୍ତି। ଏଣୁ ତାଙ୍କୁ ମଧ୍ୟ ସେଇ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଏ ଓ ରଖାଯାଏ ପତିଙ୍କର ପାଖ ଶଯ୍ୟାରେ। ଯେଉଁଠୁ ସେ ତାଙ୍କ ପତିଙ୍କୁ ଦେଖିପାରିବେ। କିଛିଦିନ ବିତିଯାଏ। ପତ୍ନୀ ସାମାନ୍ୟ ସୁସ୍ଥ ହୁଅନ୍ତି। କିନ୍ତୁ ଦିନେ ହଠାତ୍‌ ପତିଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟେ ଏବଂ ସେ ମୃତ୍ୟୁବରଣ କରନ୍ତି। ଏ ଦାରୁଣ ଦୃଶ୍ୟ ସହ୍ୟ କରିପାରନ୍ତିନି ପତ୍ନୀ। ସେ ଶଯ୍ୟାରେ ପଡି ଛଟପଟ ହୁଅନ୍ତି ଓ ମାତ୍ର ୪ ମିନିଟ ପରେ ତାଙ୍କର ପ୍ରାଣବାୟୁ ଉଡିଯାଏ। ଦାମ୍ପତ୍ୟ ପ୍ରେମର ଏହି ଅନନ୍ୟ ଘଟଣାଟି ଥିଲା ଏକ ନାଟକର ବିଷୟବସ୍ତୁ, ଯାହା ଅଭିନୀତ ହୋଇଥିଲା ୨୦୧୬ରେ ବ୍ରିଟେନରେ। ଏଥିରେ ନାୟିକାନାୟକ ଥିଲେ ଭେରା ଓ ଓ୍ବିଲିଫ୍‌ ରୁସେଲ୍‌ । ପତି-ପତ୍ନୀ ସମ୍ପର୍କ ଏତେ ଗଭୀର ହେବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଖ୍ୟା କରିଛନ୍ତି ଷ୍ଟାଣ୍ଡଫୋର୍ଡ ୟୁନିଭରସିଟି ସ୍କୁଲ ଅଫ୍‌ ମେଡିସିନର ବୈଜ୍ଞାନିକ ରୋବର୍ଟ ମାଲେଙ୍କା ଏବଂ ତାଙ୍କ ସହଗବେଷକଗଣ। ପ୍ରସିଦ୍ଧ ଗବେଷଣା ପତ୍ରିକା ନେଚରର ଏପ୍ରିଲ, ୨୦୧୭ସଂଖ୍ୟାରେ ପ୍ରକାଶିତ ଏକ ନିବନ୍ଧରେ ସେମାନେ ଦର୍ଶାଇଛନ୍ତି ଯେ ସମ୍ଭବତଃ ଆମେ ଲଭ୍‌ ହରମୋନ ବୋଲି କହୁଥିବା ଅକ୍ସିଟୋସିନର ଏଥିରେ କିଛି ଭୂମିକା ରହିଛି। ଏହି ହର୍‌ମୋନଟି ମସ୍ତିଷ୍କର ନିଉକ୍ଲିୟସ ଆକ୍ୟୁମ୍ବେନସ୍‌ ଅଂଶର କ୍ରିୟାବିଧିରେ ପରିବର୍ତ୍ତନ ଆଣେ, ଯାହା କି ସ୍ନାୟୁବିଜ୍ଞାନୀମାନେ ରିଓ୍ବାର୍ଡ ବୋଲି କହୁଥିବା ଆନନ୍ଦଦାୟକ ଅନୁଭୂତି ସୃଷ୍ଟିହେବାରେ ସହାୟତା କରେ। ଆମେ ସାମାଜିକ ହେବା କ୍ଷେତ୍ରକୁ ମଧ୍ୟ ଏହାର ଅବଦାନ ଥିବା ମନେ କରାଯାଏ। ଏପରି କି ମୂଷା, ଠେକୁଆ ଆଦି ପଶୁମାନଙ୍କଠାରେ ଯୋଡିଯୋଡି ହୋଇ ବାସ କରିବାର ପ୍ରବୃତ୍ତିକୁ ଏହା ପ୍ରରୋଚିତ କରେ ବୋଲି ସେମାନଙ୍କର ମତ। ତେବେ ମନରେ ପ୍ରଶ୍ନ ଉଠେ ଯେ ଦିନକୁ ଦିନ ସାରା ବିଶ୍ୱରେ ଅଧିକାଂଶ ସମାଜରେ ବିବାହ ବିଚ୍ଛେଦ ବଢି ବଢି ଚାଲିଛି କାହିଁକି? ପରିବେଶର ପ୍ରଭାବରେ କ’ଣ ଏହି ହରମୋନର କ୍ରିୟାଶୀଳତା କ୍ରମେ ହ୍ରାସ ପାଇବାରେ ଲାଗିଛି ? (ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ:୯୯୩୭୯୮୫୭୬୭)
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...

ଜିଡିପି ବଢୁଛି, ଗରିବି କମୁନାହିଁ

ଜିଡିପି ବଢୁଛି, ଗରିବି କମୁନାହିଁ

ସହଦେବ ସାହୁ

ଆଗକାଳରେ ଯେମିତି ବ୍ୟବସାୟ ବାଣିଜ୍ୟ ସମ୍ପଦ ତିଆରି କରୁଥିଲା ଏବେ କରୁଛି କି? ବିଶ୍ୱର ଶ୍ରେଷ୍ଠ ଧନୀ ଦେଶ ଆମେରିକା କଥା ଦେଖନ୍ତୁ। ଗତ କେତେକ ଦଶନ୍ଧିରେ ମାର୍କିନ୍‌ କମ୍ପାନୀମାନେ ଯେଉଁ ହାରରେ ସମ୍ପଦ ତିଆରି କରୁଥିଲେ ତହିଁରେ ଏବେ ଭଟ୍ଟା ପଡିଛି। ମାର୍କ ବୁଚାନାନ୍‌ ଜଣେ ପଦାର୍ଥବିଜ୍ଞାନୀ ଓ ବିଜ୍ଞାନ ଲେଖକ- ସେ ଅର୍ଥନୀତି ଉପରେ ବିଜ୍ଞାନ କ’ଣ କହୁଛି ସେ ବିଷୟରେ ଖଣ୍ଡିଏ ବହି ଲେଖିଛନ୍ତି- ବହିର ନାଁ ‘ଫୋର୍‌କାଷ୍ଟ୍‌: ହ୍ବାଟ୍‌ ଫିଜିକ୍ସ, ମିଟରୋଲଜି ଆଣ୍ଡ୍‌ ଦ ନ୍ୟାଚୁରାଲ୍‌ ସାଇନ୍ସେସ୍‌ କ୍ୟାନ୍‌ ଟିଚ୍‌ ଅସ୍‌ ଏବାଉଟ୍‌ ଇକୋନମିକ୍ସ’, ଭବିଷ୍ୟବାଣୀ- ପଦାର୍ଥବିଦ୍ୟା, ପାଣିପାଗବିଦ୍ୟା ଓ ପ୍ରାକୃତିକ ବିଜ୍ଞାନମାନ ଅର୍ଥନୀତି ବିଦ୍ୟା ଉପରେ ଆମକୁ...
ଇମେଲ୍‌: sahadevas@yahoo.com

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଖାଉଟି ସୁରକ୍ଷା ଏକ ବିଡ଼ମ୍ବନା

ଜ୍ଞାନାଞ୍ଜଳି ପରିଡ଼ା

ଆଧୁନିକ ଯୁଗରେ ଖାଉଟି ବା ଗ୍ରାହକର ସ୍ଥାନ ଅତି ଶୀର୍ଷରେ। ପ୍ରତ୍ୟେକ ବ୍ୟବସାୟିକ ସଂସ୍ଥା ତିଷ୍ଠି ରହିବା ଏବଂ ତାଙ୍କର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାହକର ଚାହିଦା ଉପରେ ନିର୍ଭର କରେ। ସେଥିପାଇଁ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଜଣେ ଗ୍ରାହକ ହେଉଛି ଭଗବାନଙ୍କ ସଦୃଶ (ଗରାଖ-ଈଶ୍ୱର)। କିନ୍ତୁ ବାସ୍ତବରେ ଆମ ଦେଶରେ ଖାଉଟି ସବୁବେଳେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମିର ଶିକାର ହୋଇ ଆସୁଛି। ଠକ ବ୍ୟବସାୟୀମାନେ ଦ୍ରବ୍ୟ ଓ ସେବା ବାବଦରେ ସାଧାରଣ ଲୋକଙ୍କଠାରୁ ଅନେକ ତଥ୍ୟ ଗୋପନୀୟ ରଖିଥାନ୍ତି। ଯୋଜନାବଦ୍ଧ ଭାବରେ ଏମାନେ ଖାଉଟିକୁ ଲୁଟିଥାନ୍ତି। ଏହି ସମସ୍ୟାର ନିରାକରଣ ପାଇଁ ୧୯୮୬ ମସିହାରେ ସମଗ୍ର ଦେଶ ପାଇଁ ଖାଉଟି ସୁରକ୍ଷା ଆଇନ ...

ଅସୁରକ୍ଷିତ ନାରୀ ଓ ଶିଶୁ

ଅସୁରକ୍ଷିତ ନାରୀ ଓ ଶିଶୁ

ଝରଣା ପଣ୍ଡା

ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ଅଭିବୃଦ୍ଧି ଓ ପ୍ରଗତିର ଦୌଡ଼ରେ ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି ଓ ନାରୀ ସଶକ୍ତୀକରଣର ଜୋରଦାର ପ୍ରଚାର ପ୍ରସାର ହେଉଛି। ସରକାରୀ ଓ ବେସରକାରୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ଗଣମାଧ୍ୟମର ବିଜ୍ଞାପନରେ ନାରୀ ସଶକ୍ତୀକରଣର ଢୋଲ ପିଟା ଯାଉଥିବା ବେଳେ ସମଗ୍ର ଭାରତୀୟଙ୍କ ସାମଗ୍ରିକ ବିବେକ ଚେତନାକୁ ଦୋହଲାଇ ଦେଇଛି ବିହାର ...

ଏଇ ଭାରତରେ

ଏଇ ଭାରତରେ

ଜଣେ ମୁସଲମାନ ହିନ୍ଦୁଧର୍ମର ମହିଳାଙ୍କୁ ବିବାହ କରିଥିଲେ ବି ସ୍ତ୍ରୀଙ୍କ ମୃତ୍ୟୁପରେ ହିନ୍ଦୁଧର୍ମ ଅନୁଯାୟୀ ତାଙ୍କର ସଂସ୍କାର କରିଛନ୍ତି। ବହୁ ବାଧାବିଘ୍ନ ସତ୍ତ୍ୱେ ହିନ୍ଦୁଧର୍ମ ରୀତିନୀତି ଅନୁଯାୟୀ ତାଙ୍କ ଏକାଦଶାହ ମଧ୍ୟ ପାଳନ କରିଛନ୍ତି। ଇମ୍‌ତିଆଜୁର ରେହମନ୍‌ ନାମକ ଏହି  ...

ଏଇ ଭାରତରେ

ଏଇ ଭାରତରେ

କୁକୁରକୁ ବିଶ୍ୱସ୍ତ ପ୍ରାଣୀ କୁହାଯାଏ। ମଣିଷର ଆଦିମ ସାଥୀ ହେଉଛି କୁକୁର। ମଣିଷକୁ ଏହି ଇତର ପ୍ରାଣୀ ଦୁଃଖ ଦୁର୍ଦ୍ଦିନରେ ସହାୟତା କରେ। କେରଳର ଇଡ୍ଡୁକି ଜିଲାରେ ଏକ ପରିବାରକୁ ମୃତ୍ୟୁମୁଖରୁ ଉଦ୍ଧାର କରିଛି ତାଙ୍କ ପୋଷା କୁକୁର।  କେରଳର ଏହି ଜିଲାର ଗୋଟିଏ ଗଁାରେ ଗୁରୁବାର ପ୍ରବଳ ବର୍ଷା ହୋଇଥିଲା।...

ଗଣଭୋଟ ଓ ବ୍ରିଟେନ୍‌

ଗଣଭୋଟ ଓ ବ୍ରିଟେନ୍‌

ଆକାର ପଟେଲ କୌଣସି ଦେଶ ସିଧାସଳଖ କିଛି ନିଷ୍ପତ୍ତି ନିଏ ନାହିଁ। ଗଣତାନ୍ତ୍ରିକ ଦେଶଗୁଡ଼ିକ ବିଧାୟକ ବା ଲୋକପ୍ରତିନିଧିମାନଙ୍କ ଜରିଆରେ ନିଷ୍ପତ୍ତି ନିଅନ୍ତି। ଆମେରିକା ପରି ଦେଶରେ ଯେଉଁଠି ସର୍ବୋଚ୍ଚ କର୍ତ୍ତା (ରାଷ୍ଟ୍ରପତି) ସିଧାସଳଖ ନିର୍ବାଚିତ ହୁଅନ୍ତି, ସେଠାରେ ସେ ନିର୍ବାଚିତ ହେଲା ପରେ କ’ଣ କ’ଣ କରିବେ ତାହା ଆଗରୁ ଘୋଷଣା କରନ୍ତି ଏବଂ ତାହା ହେଉଛି ତାଙ୍କ ନିର୍ବାଚନୀ ଇସ୍ତାହାର। ...

ଧର୍ମ ବନାମ ଆଧ୍ୟାତ୍ମିକତା

ଧର୍ମ ବନାମ ଆଧ୍ୟାତ୍ମିକତା

ପ୍ରକାଶ ତ୍ରିପାଠୀ ଆଜିର ସମୟରେ ମଣିଷର ଧର୍ମୀୟ ଆଚରଣ ଦେଖିଲେ ମନେହୁଏ ସତେ ଯେମିତି ସବୁକିଛି ବାହ୍ୟ ପ୍ରଦର୍ଶନରେ ସୀମିତ। ଜଣେ ମଣିଷ ସକାଳୁ ଉଠି ଫୁଲ ତୋଳେ, ସ୍ନାନପୂର୍ବକ ଶୁଭ୍ର ବା ଗୈରିକ ବସ୍ତ୍ର ପରିଧାନ କରି ଫୁଲ, ଦୀପ, ନୈବେଦ୍ୟ ନେଇ ମନ୍ଦିର ଯାଏ। ଶରୀରକୁ ଚନ୍ଦନ, ସିନ୍ଦୂରରେ ଶୋଭିତ କରେ। ଠାକୁରଙ୍କ ଆଳତି ଦର୍ଶନ କରେ। ଦୁଇ ହାତ ଯୋଡ଼ି ଠାକୁରଙ୍କ ନାମ ସଂକୀର୍ତ୍ତନ କରେ ଓ ବାର ଦେଖି ଆମିଷ ବର୍ଜନ କରେ। ଏଭଳି ମଣିଷକୁ ଆମେ ଧାର୍ମିକ କହିପାରୁ। ମାତ୍ର ଏହି ମଣିଷଙ୍କଠାରେ ଯଦି ...