ସମ୍ପାଦକୀୟ |

ଧାଡ଼ିଠିଆର ଯୁଗ

ଧାଡ଼ିଠିଆର ଯୁଗ
ସୁଧୀର କୁମାର ନାୟକ/ ବାବୁ ଆଉ କେତେ ସମୟ ଠିଆ ହେବି, ଆଣ୍ଠୁ, ଅଣ୍ଟା ବିନ୍ଧିଲାଣି। ଜଣେ ବୟୋଜ୍ୟେଷ୍ଠ ଭଦ୍ରବ୍ୟକ୍ତି ବ୍ୟାଙ୍କ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ଠିଆହେବା ପରେ ଅକ୍ଷମତା ପ୍ରକାଶ କରି ତଳେ ବସିପଡ଼ିଲେ। ତାଙ୍କ ପଛକୁ ଧାଡ଼ିରେ ଠିଆ ହୋଇଥିବା ଅନ୍ୟ ଜଣେ ମଧ୍ୟବୟସ୍କ ବ୍ୟକ୍ତି କାଉଣ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ବିରକ୍ତି ସହକାରେ କହିଲେ, ଯଦି ଗୋଟାଏ କାମକୁ ଏତେ ସମୟ ନିଆ ହୁଏ, ଦିନରେ ଅନ୍ୟାନ୍ୟ କାମ କିପରି ହେବ। କର୍ମଚାରୀ ବାବୁ ପାଟିରେ ପାନଛେପ ଢୋକି ସରଳ ଭାବେ କହିଲେ, ଆଜ୍ଞା! ମଁୁ ଜଣେ ଲୋକ, ତାହା ସହିତ ମଝିରେ ମଝିରେ ନେଟ୍‌ ପ୍ରୋବ୍ଲେମ, ସରଭର ଡାଉନ୍‌, ଲିଙ୍କ୍‌ ଫେଲ୍‌ ଇତ୍ୟାଦି ଇତ୍ୟାଦି। କାମ କେମିତି ହେବ। ବାସ୍ତବରେ ଆମର କର୍ମବହୁଳ ନିତିଦିନିଆ ଜୀବନରେ ଏପରି ସମସ୍ୟା କିଛି ନୂଆ କଥା ନୁହେଁ। ଯେଉଁ କାମଟି ପାଞ୍ଚ ମିନିଟ୍‌ରୁ ଦଶ ମିନିଟ୍‌ ଭିତରେ ସମ୍ପାଦିତ ହେବା କଥା, ସେଠି ବେଳେ ବେଳେ ଆମକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ। ଏହାଦ୍ୱାରା କେବଳ ମାନସିକ ଯନ୍ତ୍ରଣା, ଶାରୀରିକ ପୀଡ଼ା ଭୋଗ ହୋଇ ନ ଥାଏ। ବହୁ ଦୁର୍ମୂଲ୍ୟ ସମୟ ମଧ୍ୟ ନଷ୍ଟ ହୁଏ। ସମୟ ଥିଲା ନିର୍ଦ୍ଦିଷ୍ଟ କେତେଗୁଡ଼ିଏ କାର୍ଯ୍ୟାଳୟରେ ଭିଡ଼କୁ ଲକ୍ଷ୍ୟ ରଖି ‘କ୍ୟୁ’ ବ୍ୟବସ୍ଥା ଥିଲା। ବିଶେଷକରି ରେଳଷ୍ଟେଶନ, ବ୍ୟାଙ୍କ, ପୋଷ୍ଟାଲ, ଏଲ୍‌.ଆଇ.ସି. ପ୍ରଭୃତି ସ୍ଥାନରେ ଏପରି ବ୍ୟବସ୍ଥା ନିତିଦିନିଆ ଥିଲା। ଜନସଂଖ୍ୟା ବୃଦ୍ଧି ଯୋଗୁ ଗ୍ରାହକ ଉପଭୋକ୍ତାମାନଙ୍କ ସଂଖ୍ୟା ମଧ୍ୟ ବହୁଗୁଣ ବଢ଼ିଯାଇଛି। ଅପରପକ୍ଷରେ କାର୍ଯ୍ୟାଳୟମାନଙ୍କରେ କର୍ମଚାରୀ ସଙ୍କଟ ଦେଖାଦେଇଛି। ସ୍ବଳ୍ପ ସଂଖ୍ୟକ କର୍ମଚାରୀ ସୁଚାରୁ ରୂପେ ସେବା ଯୋଗାଇବା ସମ୍ଭବ ହେଉନାହଁି। ଯେଉଁସବୁ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକୀକରଣ କରାଯାଇଛି ସେଠି ମଧ୍ୟ ସମୟ ସମୟରେ ବିଭିନ୍ନ ବିଭ୍ରାଟ ହେଉଛି। ମନେ କରାଯାଉ ଯେଉଁ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଉପରେ ନିର୍ଭରଶୀଳ, ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ହୁଏ, ସେଠି ଧାର୍ଯ୍ୟ ସମୟରେ କାମ ସମ୍ପୂର୍ଣ୍ଣ କରିହୁଏ ନାହିଁି। ଆମ ଦେଶରେ ୨୦୧୬ ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରୀକରଣ କରିଥିଲେ। ଲୋକଙ୍କ ୫୦୦, ୧୦୦୦ ଟଙ୍କିଆ ଅଚଳ ନୋଟ୍‌ଗୁଡ଼ିକୁ ବଦଳ ପାଇଁ ବ୍ୟାଙ୍କରେ ଯେଉଁ ଲମ୍ବାଧାଡ଼ି ଲମ୍ବିଥିଲା ନିଶ୍ଚୟ ବ୍ୟାଙ୍କ ଇତିହାସରେ ପ୍ରଥମ ଘଟଣା ହୋଇଥିବ। ଦିନେ କିମ୍ବା ଦୁଇ ଚାରି ଦିନର କଥା ନୁହଁ। ମାସ ମାସ ଧରି ଏପରି ଦୁର୍ଦ୍ଦଶା ଗ୍ରାହକମାନଙ୍କୁ ଭୋଗିବାକୁ ପଡ଼ିଥିଲା। ଏଥିରେ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ, ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗୀ ସମସ୍ତେ ଅକଥନୀୟ ନିର୍ଯାତନା ଭୋଗ କରିଥିଲେ। କିଛି ବ୍ୟକ୍ତି ଧାଡ଼ିରେ ଘଣ୍ଟା, ଘଣ୍ଟା ଠିଆହେବା ଦ୍ୱାରା ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ଆଉ କିଛି ମଧ୍ୟ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ଆସିଥିଲା। ଯେକୌଣସି କାମ ପାଇଁ ଯଦି ଆମେ କାଉଣ୍ଟର ସମ୍ମୁଖରେ ଠିଆ ହୋଇଛେ, ଏହା କେତେ ସମୟ ପାଇଁ ତାହାର କିଛି ମଧ୍ୟ ସୂଚନା ନ ଥାଏ, ଆପଣଙ୍କ ପାଳି ପଡ଼ିବା ପର୍ଯ୍ୟନ୍ତ ପ୍ରତୀକ୍ଷାର କଷ୍ଟ ଭୋଗିବାକୁ ପଡ଼ିବ। କିଛି କାର୍ଯ୍ୟାଳୟର କାଉଣ୍ଟର କର୍ମଚାରୀମାନଙ୍କର ବିଶୃଙ୍ଖଳିତ ଲକ୍ଷଣ ମଧ୍ୟ ଲକ୍ଷ୍ୟ କରାଯାଏ। କାର୍ଯ୍ୟ ସମୟରେ ପାନ, ଗୁଟ୍‌ଖା ଚୋବେଇବା, ନିଜ ମୋବାଇଲରେ ଗପିବା ସହ ହ୍ବାଟ୍ସଆପ୍‌, ଫେସବୁକ୍‌, ଲାଇକ୍‌, କମେଣ୍ଟ ପୋଷ୍ଟ କରିବା ପରି ସଉକ ମଧ୍ୟ କର୍ମଚାରୀଙ୍କର ଚାଲିଥାଏ। କୌଣସି ଗ୍ରାହକ ଦ୍ୱନ୍ଦ୍ୱରେ ଥିବା କୌଣସି ବିଷୟ ବୁଝିବା ପାଇଁ ଥରକୁ ଦି’ଥର ପଚାରିଦେଲେ, କର୍ମଚାରୀଙ୍କ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଥାଏ। ଯେଉଁ କର୍ମଚାରୀଙ୍କ ଉପଯୁକ୍ତ ତାଲିମ୍‌ ବା ଦକ୍ଷତାର ଅଭାବ, ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଠିକ୍‌ କାମ କରି ନ ଥାନ୍ତି। ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଭିତ୍ତିଭୂମି ବିକାଶର ଅଭାବ ଅଛି। ଆଜି ବି ସାଧାରଣ ଜନତା ବା ଗ୍ରାହକ ଉପଭୋକ୍ତାମାନଙ୍କ କ୍ଷଣିକ ବିଶ୍ରାମ ପାଇଁ କିଛି ବ୍ୟବସ୍ଥା ନ ଥାଏ। ଲକ୍ଷ୍ୟ କରାଯାଏ ଅଧିକାଂଶ ବ୍ୟାଙ୍କରେ ପେନସନଭୋଗୀଙ୍କ କାଉଣ୍ଟରର ଲମ୍ବାଧାଡ଼ି ରାସ୍ତା ପର୍ଯ୍ୟନ୍ତ ଲମ୍ବିଥିବ। ଖରା, ବର୍ଷା, ଶୀତ ସବୁକିଛି ମୁଣ୍ଡରେ ସହି ଘଣ୍ଟା, ଘଣ୍ଟା ଛିଡ଼ା ହେବାକୁ ପଡ଼ିଥାଏ। ଖାଲି କାର୍ଯ୍ୟାଳୟ, କାଉଣ୍ଟର ନୁହେଁ ଯଦି କୌଣସି ପର୍ବପର୍ବାଣିରେ ଦିଅଁ ଦର୍ଶନ କରିବାକୁ ଯାଆନ୍ତି, ସେଠି ମଧ୍ୟ ଲମ୍ବାଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ। ରୋଗୀକୁ ବି ମାଫ୍‌ ନାହଁି। ଡାକ୍ତରଖାନାରେ ରୋଗୀଙ୍କ ଲମ୍ବାଧାଡ଼ି ରୋଗ ଯନ୍ତ୍ରଣାଠୁଁ ତହଁୁ ବଳିକି। ଏଇ ଦେଖୁନାହାନ୍ତି, ଆଜିକାଲିକା ଭୋଜିଭାତର ବ୍ୟବସ୍ଥା, ଖାଇବା ଥାଳି ନେବାଠାରୁ ଅନ୍ନ ପାଇବା ପର୍ଯ୍ୟନ୍ତ, ସବୁ ଧାଡ଼ି ଠିଆ କାମ। ବାମ ହାତରେ ଭୋଜନ ଥାଳି, ଡାହାଣ ହାତଟି ତା’ କାମ କରିବାବେଳେ ଯଦି ପାଣି ପିଇବାକୁ ମନ କରନ୍ତି, ଆଉ କେଉଁ ହାତ ଅଛି କି? କାହାକୁ କହିବେ ଆପଣଙ୍କ ପାଟିରେ ପାଣି ଟିକିଏ ଦେବ। ଥାଳି ଧରୁ ଧରୁ ଯଦି ଶରୀରର ଭାରସାମ୍ୟ ହରାଇଲେ, ନିଜେ ପଡ଼ିବେ ଅନ୍ୟକୁ ବି ପକାଇବେ। ଏମିତି ଦୟନୀୟ ଅବସ୍ଥାରେ ଭୋଜନରୁ କି ଆମତ୍ତୃପ୍ତି ମିଳେ? ଶିଶୁ ବୃଦ୍ଧ, ବୃଦ୍ଧାଙ୍କ କଥା ନ କହିଲେ ଭଲ। ପଙ୍ଗତରେ ବସି ଭୋଜିଭାତ ଖାଇବା ପରମ୍ପରା ଲୋପ ପାଇବାକୁ ବସିଲାଣି। ନାମକୀର୍ତ୍ତନ, ମେଳା, ପ୍ରସାଦସେବନ ବି ଏମିତି ଠିଆରେ ଚଳୁଛି। କେତେକ ବଡ଼ ବଡ଼ ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ସହରମାନଙ୍କରେ ଆବଶ୍ୟକ ସଂଖ୍ୟକ ଶୌଚାଳୟ ନ ଥିବାରୁ ଏକ, ଦୁଇ ପାଇଁ ଏମିତି ଅକୁହା, ଅସହ୍ୟ, ଦୁର୍ଦ୍ଦଶା କ’ଣ କମ୍‌? ତତ୍କାଳ କାମ ପାଇଁ ଧାଡ଼ିରେ ଠିଆ ହେବାକୁ ମଧ୍ୟ ହୁଏ। ବାଟରେ ଯାଉଥିବା ସମୟରେ ଦେଖିଲି ଏକ ଦୋକାନ ଆଗରେ ପ୍ରବଳ ଭିଡ଼, ଠେଲାପେଲା, ହୋ ହଲ୍ଲା ଚାଲିଛି। ଜଣେ କେହି ବଡ଼ ପାଟିରେ କହୁଥାଆନ୍ତି, ଧାଡ଼ିରେ ଆସିଲେ ମିଳିବ। ନଚେତ୍‌ କାଉଣ୍ଟର ବନ୍ଦ କରିଦିଆଯିବ। ବୁଝିଲା ବେଳକୁ ସେଇଟା ଗୋଟାଏ ମଦ ଦୋକାନ। (ଧାମନଗର, ଭଦ୍ରକ, ମୋ: ୯୯୩୮୦୮୦୨୯୪)
All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ଆଜିର ଅର୍ଥନୀତି/ କୃଷିକୁ ଅଣଦେଖା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି। ଏହି ଅବସରରେ ୧୮୩ଟି ପ୍ରସ୍ତାବ ମାଧ୍ୟମରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି। ଯଦି ପ୍ରତିଶ୍ରୁତି ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୁଏ, ତେବେ ଏହାଦ୍ୱାରା ପାଞ୍ଚଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ। ଉକ୍ତ ଚାରିଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ଅଂଶୀଦାର ଭାବେ ଏହି ପ୍ରଚେଷ୍ଟାରେ ସାମିଲ ହେବା ପାଇଁ ଭାରତର ୨୧ଟି ରାଜ୍ୟ ଏବଂ ଭାରତ ବାହାରୁ ୨୦ରୁ ଊର୍ଦ୍ଧ୍ୱ ଦେଶର ଅଂଶଗ୍ରହଣକାରୀ ଯୋଗ ...

ଖବରକାଗଜର ଅନବଦ୍ୟ ସେବା

ଖବରକାଗଜର ଅନବଦ୍ୟ ସେବା

ବୈକୁଣ୍ଠନାଥ ମିଶ୍ର

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖବରକାଗଜ ଏକ ବଳିଷ୍ଠ ତଥା ଲୋକପ୍ର୍ରିୟ ଗଣମାଧ୍ୟମ। ଅଧୁନା ଖବରକାଗଜଗୁଡିକ ପାଠକୀୟ ଆଦୃତି ସହ ବ୍ୟବସାୟିକ ସଫଳତା ହାସଲ କରିଛନ୍ତି। ସହରଠାରୁ ଗ୍ରାମାଞ୍ଚଳ ଓ ଧନୀଠାରୁ ଦରିଦ୍ର ସବୁଠାରେ ଖବରକାଗଜର ଜନପ୍ରିୟତା ପରିଦୃଷ୍ଟ। ବେତାର ଓ ଦୂରଦର୍ଶନରେ ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏଗୁଡିକର ସମୟାନୁବର୍ତ୍ତିତା ବହୁ ସମୟରେ ଖବର ଶ୍ରବଣରେ ବ୍ୟାଘାତ ଉପୁଜାଏ। ନିର୍ଦ୍ଧାରିତ ସମୟରେ ଟିଭି ପାଖରେ ନ ବସିଲେ ଖବର ହାତଛଡ଼ା ହୋଇଯାଏ। ବିଦ୍ୟୁତ୍‌ ବିଭ୍ରାଟ କି...

ବୋଝର ଛାଇ

ବୋଝର ଛାଇ

ଡ. ସୁବାସ ଚନ୍ଦ୍ର ପାତ୍ର

କୁହାଯାଏ ବୋଝର ଓଜନ ବୋଝଟିକୁ ଓଜନିଆ କରିଦିଏନି ବରଂ ତାକୁ ଓଜନିଆ କରିଦିଏ ବହନ କରିବାର ଶୈଳୀ ବା କୌଶଳ। ମୁଣ୍ଡରେ ବୁହାଯାଉଥିବା ବୋଝ ହୁଏ ତ କାନ୍ଧକୁ ହାଲୁକା ଲାଗିପାରେ, ଖାଲିକାନ୍ଧରେ ବୁହାଯାଉଥିବା ବୋଝକୁ ବାହୁଙ୍ଗିରେ ବହନ କଲେ ତାହା ଅପେକ୍ଷାକୃତ ହାଲୁକା ଲାଗିପାରେ; କାନ୍ଧ ବା ମୁଣ୍ଡରେ ବୁହାଯାଉଥିବା ବୋଝକୁ ଗୋଟିଏ ଚକଲଗା ଠେଲାରେ ନେଲେ ତାହା ଆହୁରି ହାଲୁକା ଲାଗିବ ଏବଂ ସେଥିରେ ଆଉ ଟିକିଏ ଅଧିକ ବୋଝ ଲଦିଦେବାକୁ ହୁଏ ତ ଲୋଭ ବି ଆସିପାରେ। ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ସ୍ଥଳରେ ଦେଖାଯାଏ ଶାଶୁ-ବୋହୂଙ୍କ ମଧ୍ୟରେ ପଡେନାହିଁ। ନିତିଦିନ କଳିକଜିଆ ଲାଗେ। ଏପରି କି ଶାଶୁବୋହୂ ମଧ୍ୟରେ ଅହି-ନକୁଳ ସମ୍ପର୍କ ଦେଖିବାକୁ ମିଳେ। କିନ୍ତୁ କେତେକ ସ୍ଥଳରେ ବୋହୂ ଜଣକ ଶାଶୁଙ୍କ ଆଜ୍ଞାଧୀନ ହୋଇ ଚଳିଥାଆନ୍ତି। ...

କୁକୁଡ଼ା ମାଂସରେ ବିଷ

କୁକୁଡ଼ା ମାଂସରେ ବିଷ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

”ଆମ ଘରକୁ କିଛି ଅତିଥି ଆସିଛନ୍ତି। ପ୍ରିୟେ! ସେମାନଙ୍କ ପାଇଁ ଆର୍ସେନିକ୍‌ ବିଷଯୁକ୍ତ ସ୍ବାଦିଷ୍ଠ କୁକୁଡ଼ାମାଂସ ତରକାରି ତିଆରି କର। କ’ଣ, କରିପାରିବନି? ତା’ହେଲେ ଚାଲ ସେମାନଙ୍କୁ ଏକ ଭଲ ହୋଟେଲକୁ ନେଇ ଆର୍ସେନିକ୍‌ ବିଷଯୁକ୍ତ ତନ୍ଦୁରି ଚିକେନ୍‌ ଖାଇବାକୁ ଦେବା।“- ଏହା କୌଣସି ସଦ୍ୟ ବଲିଉଡ୍‌ ହତ୍ୟାରହସ୍ୟ ସ୍କ୍ରିପ୍ଟର ପଂକ୍ତି ନୁହେଁ। ଏହା ବାସ୍ତବ ଜୀବନର ଘଟଣା। ଆର୍ସେନିକ୍‌ ଏପରି ଏକ ମାରାତ୍ମକ ବିଷ, ଯାହାଦ୍ୱାରା ବିଭିନ୍ନ ନାଟକ, ଉପନ୍ୟାସ ଓ ଚଳଚ୍ଚିତ୍ର ପ୍ରଭୃତିର କେତେ ଚରିତ୍ରଙ୍କୁ ହତ୍ୟା କରାଯାଇଛି...

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଛାତ୍ର ସଂସଦ ନିର୍ବାଚନ: ଏକ ଅନୁଶୀଳନ

ଅଚ୍ୟୁତ ସାମନ୍ତ

ମୋର ମନେପଡ଼େ ଆମ ବିଦ୍ୟାଳୟରେ ଶ୍ରେଣୀପ୍ରତିନିଧି ବା ମନିଟର ଚୟନ କରାଯାଏ। ଶ୍ରେଣୀ ପ୍ରତିନିଧି ବ୍ୟତୀତ ସମଗ୍ର ବିଦ୍ୟାଳୟର ଛାତ୍ରପ୍ରତିନିଧି ମଧ୍ୟ ଚୟନ କରାଯାଏ। ମୁଁ କଟକ ଜିଲା ରଘୁନାଥପୁର ଅନ୍ତର୍ଗତ କଲରାବାଙ୍କ ପ୍ରାଥମିକ ବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରରେ ମାଧ୍ୟମିକ ଶିକ୍ଷା ଲାଭ କରିଥିଲି। ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ସମୟରେ ମଧ୍ୟ ମୋତେ ଶ୍ରେଣୀପ୍ରତିନିଧିର ଦାୟିତ୍ୱ ଦିଆଯାଇଥିଲା। ବିଦ୍ୟାଳୟରେ ଅନେକ ସ୍ବଚ୍ଛଳ ଓ ସ୍ବାସ୍ଥ୍ୟବାନ୍‌ ପିଲା ଥାଉଥାଉ ମୋତେ କାହିଁକି ମନିଟର କରାଯାଉଛି ବୋଲି ଜାଣିପାରୁ ନ ଥିଲି। ପରେ ଜାଣିବାକୁ ପାଇଲି, ମୁଁ ଶ୍ରେଣୀରେ ଓ ସ୍କୁଲ୍‌ରେ ଭଲ ପାଠ ପଢ଼ୁଥିବାରୁ ...

ମିଛ ଭିକାରି, ମିଛ ଭେକ

ମିଛ ଭିକାରି, ମିଛ ଭେକ

ଛନ୍ଦା ମିଶ୍ର

କୁହାଯାଏ, ଭେକ ଥିଲେ ଭିକ ମିଳେ। କୋଟ୍‌, ଟାଇ ପିନ୍ଧା ଭଦ୍ରବ୍ୟକ୍ତିଟି ପାଇଁ ଆପଣଙ୍କ ପକେଟରୁ ଦୁଇଟଙ୍କିଆଟିଏ ବାହାରିବ କି? ତେଣୁ ଭିକ ମାଗିବାକୁ ଆସୁଥିବା ଲୋକେ ଚିରାଫଟା ପିନ୍ଧି, ଆଲୁରୁବାଲୁରୁ ମୁଣ୍ଡ କରି, ଛିଣ୍ଡାଚପଲ ଓ କଣା ଟିଣଡବା ଧରି ଆପଣଙ୍କ ନିକଟରେ ହାତ ପତାନ୍ତି। ତାଙ୍କ ଦୟନୀୟ ଅବସ୍ଥା ଦେଖି ଆପଣଙ୍କ ପାଖରେ ଥିବା ଖୁଚୁରାଗୁଡ଼ିକ ଟିଣଡବା ଭିତରକୁ ଡେଇଁପଡିବାକୁ ବିକଳ ହୋଇଉଠନ୍ତି। ଆଉ ଭିକ୍ଷାପ୍ରାର୍ଥୀ ଯଦି ବିକଳାଙ୍ଗ ବା ସାଥିରେ ଥାଏ ଲଙ୍ଗଳା ଶିଶୁଟିଏ, ତେବେ ଆପଣଙ୍କ ମୁଣାରେ ଥିବା କାଗଜ ନୋଟ୍‌ଗୁଡ଼ିକ ବି ହୋଇଉଠନ୍ତି ଚଞ୍ଚଳ। ମନ୍ଦିରଗୁଡ଼ିକରେ ଆମଠାରୁ ଦାନ ଗ୍ରହଣ କରିବା ପାଇଁ ଯେଉଁ ଜୁଲମ ହୁଏ, ...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଯୁଗକୁ ଇଣ୍ଟରନେଟ୍‌ ଯୁଗ କୁହାଯାଉଥିବା ବେଳେ ଏବକାର ପିଲାମାନେ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ସହଜାତ ଗୁଣ ଯୋଗୁ କେତେକ ପିଲା ଖୁବ୍‌ କମ୍‌ ବୟସରେ ଅସାଧ୍ୟ ସାଧନ କରିପାରନ୍ତି ଯାହା ଜଣେ ବୟସ୍କ ଲୋକ ପକ୍ଷରେ ସମ୍ଭବ ହୋଇ ନ ଥାଏ। ଏପରି ଜଣେ ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ମୁମ୍ବାଇର ୧୩ ବର୍ଷ ବୟସ୍କା ପିଙ୍ଗ୍‌ଲା ରାହୁଲ। ତାଙ୍କୁ ବୁଧବାର ‘ଡୁଡଲ୍‌ ଫର୍‌...

ସମ୍ପାଦକୀୟ/ ଖର୍ଚ୍ଚ କେତେ

ସମ୍ପାଦକୀୟ/ ଖର୍ଚ୍ଚ କେତେ

କିଛି ବର୍ଷ ହେବ ଦେଖିବାକୁ ମିଳୁଛି କୌଣସି ରାଜ୍ୟ, ସହର ବା ସ୍ଥାନର ନାମ ପରିବର୍ତ୍ତନ କରିବାରେ ଭାରତୀୟମାନେ ଆନନ୍ଦ ଅନୁଭବ କରୁଛନ୍ତି। ଦୀର୍ଘବର୍ଷ ଧରି ରହିଆସିଥିବା ନାମ ବଦଳରେ ଆଞ୍ଚଳିକ କିମ୍ବା ସ୍ଥାନୀୟ ସ୍ବାଦ ଥିବା ଏକ ନାମ ଦିଆଗଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ଯୁକ୍ତି କରାଯାଉଛି। ବାସ୍ତବ କ୍ଷେତ୍ରରେ ନାମ ପରିବର୍ତ୍ତନ ପରେ କେଉଁ ପ୍ରକାର ବିକାଶ ସମ୍ପୃକ୍ତ ଅଞ୍ଚଳରେ ଘଟୁଛି, ତାହା ଉପରେ କେହି ଗବେଷଣା କରୁଥିବା ଭଳି ମନେହେଉ ନାହିଁ। କେତେକ ରାଜନୈତିକ ଦଳ ଭୋଟ ଧ୍ରୁବୀକରଣ କରି ସେଥିରୁ ଫାଇଦା ନେବା ଉଦ୍ଦେଶ୍ୟରେ ଏଭଳି କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସଦ୍ୟ ଘଟଣାକୁ ଦେଖିଲେ, ...

କୃଷି ବୀମା: ବୀମା ନୁହେଁ ଠକେଇ

କୃଷି ବୀମା: ବୀମା ନୁହେଁ ଠକେଇ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପି. ସାଇନାଥ ଏମିତି ଜଣେ ମହାନ୍‌ କୃଷି ଓ ସାମାଜିକ ଗବେଷକ ଯିଏ ନିଜେ ସଂଗ୍ରହ କରିଥିବା ଦୃଢ଼ ପ୍ରମାଣ ମାଧ୍ୟମରେ ନିରାଟ ସତକଥାକୁ ଖୁବ୍‌ ରୋକଠୋକ୍‌ ଭାବେ କହନ୍ତି। ଏଇ ନିକଟରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହୋଇଥିବା ଓ ହେଉଥିବା ଠକେଇ ରାଫାଲ ଦୁର୍ନୀତିଠାରୁ କାହିଁରେ କେତେ ଅଧିକ। ସେ ଖାଲି ଅଭିଯୋଗ କରିନାହାନ୍ତି, ତା’ର ଠୋସ୍‌ ପ୍ରମାଣ ବି ଦେଇଛନ୍ତି। ମହାରାଷ୍ଟ୍ରର ଏକ ଜିଲାରେ ପ୍ରାୟ ତିନିଲକ୍ଷ କୃଷକ ସୋୟାବିନ ଫସଲ ପାଇଁ ବୀମା କରିଥିଲେ। ବୀମା ବାବଦକୁ ଚାଷୀମାନେ ୧୯.୨ କୋଟି ଟଙ୍କା ପ୍ରିମିୟମ୍‌ ଦେଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପୈଠ ପ୍ରିମିୟମ୍‌ ମିଶାଇ ...

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶିଶୁ ବିସ୍ଥାପନ ସମସ୍ୟା ଓ ସମାଧାନ

ଶେଖ୍‌ ଫରିଦ୍‌ଉଦ୍ଦିନ

ସମଗ୍ର ବିଶ୍ୱରେ ପାଖାପାଖି ପାଞ୍ଚ କୋଟି ଶିଶୁ ଯୁଦ୍ଧ, ହିଂସା ଓ ଅତ୍ୟାଚାର ଯୋଗୁ ନିଜ ଦେଶରୁ ବିତାଡ଼ିତ ଅଥବା ବିସ୍ଥାପିତ ହୋଇଥିବା ଜାତିସଂଘର ଶିଶୁ କାର୍ଯ୍ୟକ୍ରମ ରିପୋର୍ଟରେ କୁହାଯାଇଛି। ମିଳିତ ଜାତିସଂଘ ଆନ୍ତର୍ଜାତିକ ଶିଶୁ ଜରୁରୀ ପାଣ୍ଠି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ସମୁଦ୍ରରେ ବୁଡ଼ିଯାଇଥିବା ଶିଶୁ ଆୟାଲାନ୍‌ କୁର୍ଦ୍ଦିଙ୍କ କୁନି ଶରୀର ହେଉ ଅଥବା ଆକ୍ରମଣ ବିଧ୍ୱସ୍ତ ଗୃହ ଭିତରୁ ଉଦ୍ଧାର ପାଇଥିବା ଓମରାନ୍‌ ଡାକନିଶ୍‌ଙ୍କ ରକ୍ତାକ୍ତ ମୁହଁ, ଏସବୁ ଦେଖିଲେ ବିଶ୍ୱରେ ଶିଶୁ କେତେ ମାତ୍ରାରେ ନିର୍ଯାତିତ ତାହା ସ୍ପଷ୍ଟ ବାରିହୁଏ। ପ୍ରତ୍ୟେକ ବାଳିକା, ବାଳକଙ୍କ ଏପରି ଦୟନୀୟ ଛବିରୁ ବୁଝାପଡ଼େ ବିଶ୍ୱରେ ବହୁ ନିୟୁତ ଶିଶୁ ବିପଦରେ ଅଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସାମ୍ପ୍ରଦାୟିକ ଭେଦଭାବକୁ ନେଇ ସମ୍ପ୍ରତି ଚାରିଆଡ଼େ ବିଦ୍ୱେଷ ଭାବ ସୃଷ୍ଟି ହେଉଥିବାବେଳେ ଗୁଜରାଟ ଅହମଦାବାଦ ଜିଲା ଶାହପୁରର ଏକ ଘଟଣା ଏହାର ବ୍ୟତିକ୍ରମ ଭଳି ମନେହେଉଛି। ଏଠାରେ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁ ଓ ...