ଅନଗୁଳ-ଢେଙ୍କାନାଳ

ଆଗ୍ରହ ଦ୍ୱାରା ଲକ୍ଷ୍ୟ ହାସଲ ସମ୍ଭବ

ଆଗ୍ରହ ଦ୍ୱାରା ଲକ୍ଷ୍ୟ ହାସଲ ସମ୍ଭବ


କଣିହାଁ, ୮ା୨(ଡି.ଏନ.ଏ.)-କୌଣସି କ୍ଷେତ୍ରରେ ଭାଷା ଏକ ସମସ୍ୟା ନୁହେଁ। ଆଗ୍ରହ ଥିଲେ ସମସ୍ତ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ। କଣିହାଁ ବ୍ଲକ ମହକୁମା ପବିତ୍ରମୋହନ ହାଇସ୍କୁଲରେ ଗୁରୁବାର ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଏହି ମତ ପ୍ରକାଶ ପାଇଛି। ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଅଂଶୁମାନ ଶତପଥୀ, ଜିଲା ଓଷ୍ଟା ସଭାପତି ରାଜକିଶୋର ସାହୁ, କଣିହାଁ ଏବିଡିଓ କବିଶ୍ରୀ ରାହାସଚନ୍ଦ୍ର ନାଏକ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଦାଶରଥି ଜେନା ସମ୍ପଦକୀୟ ପାଠ କରିଥିଲେ। ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ମଞ୍ଚ ସଂଯୋଜନା କରିଥିଲେ। ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ସହଯୋଗ କରିଥିଲେ। ବିଦ୍ୟାଳୟର କୃତୀ ଛାତ୍ରୀଛାତ୍ରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

All Right Reserved By

ଅନଗୁଳ-ଢେଙ୍କାନାଳ

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ତାଳଚେର,୧୮।୬(ନି.ପ୍ର.): ନିଯୁକ୍ତି ଦାବିରେ ଏମ୍‌ସିଏଲ୍‌ ଦ୍ୱାରା କ୍ଷତିଗ୍ରସ୍ତ ଅନୁଗୋଳ ଜିଲା ତାଳଚେର ବ୍ଲକ ବନବାସପୁର ଗ୍ରାମର ଅଧିବାସୀ ସୋମବାର ହିଙ୍ଗୁଳା କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି। ଦୀର୍ଘ ଦିନରୁ ଦାବି କରିଆସୁଥିଲେ ମଧ୍ୟ ତାହା ପୂରଣ ନ ହେବାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

 ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଗାଁ ଦାଣ୍ଡରେ ୮ ଘଣ୍ଟା ପଡ଼ିରହିଲେ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଗାଁ ଦାଣ୍ଡରେ ୮ ଘଣ୍ଟା ପଡ଼ିରହିଲେ

ଅନୁଗୋଳ ଅଫିସ,୧୮।୬ ଅନୁଗୋଳ ଜିଲା ନିଶା ଥାନା ଅଧୀନରେ ଥିବା ପରଙ୍ଗ ଅଞ୍ଚଳରେ ରବିବାର ଖୁଦୁରୀ ନାଏକ(୪୩)ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟ ୩ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଖୁଦୁରୀଙ୍କ ଭଉଣୀ ସୂଚନା ଦେଇଛନ୍ତି।

ବିଜେଡିରେ ମିଶିଲେ  ୪୨ ଭାଜପା କର୍ମୀ

ବିଜେଡିରେ ମିଶିଲେ ୪୨ ଭାଜପା କର୍ମୀ

ପରଜଙ୍ଗ, ୧୮।୬ (ଡି.ଏନ୍‌.ଏ.) ପରଜଙ୍ଗ ବ୍ଲକ ଡିହଡୋଳସ୍ଥିତ ବାଣିଜ୍ୟମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ବାସଭବନରେ ରବିବାର ଅପରାହ୍ନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବସୁଲେଇ ପଞ୍ଚାୟତର ୪୦ ଏବଂ ପରଜଙ୍ଗ ପଞ୍ଚାୟତର ୨ଜଣ ଭାଜପା କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି।

ବର୍ଷାକୁ ପାଉନି ଭରସା

ବର୍ଷାକୁ ପାଉନି ଭରସା

ଓଡ଼ାପଡ଼ା, ୧୮।୬ ଏବର୍ଷ ସଅଳ ଆସିଛି ମୌସୁମୀ। ସ୍ବାଭାବିକ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସୂଚନା ଗତବର୍ଷ ସାଙ୍ଘାତିକ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଚାଷୀ ମୁହଁରେ ଭରିଦେଇଥିଲା ହସ। କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଭଲ ଫସଲ ଅମଳର ଆଶା ସଞ୍ଚାର କରିଥିଲା।

ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ରଜ ଉତ୍ସବ

ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ରଜ ଉତ୍ସବ

ଢେଙ୍କାନାଳ ଅଫିସ, ୧୮।୬ ଢେଙ୍କାନାଳ ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରସ୍ଥିତ ଗୋପୀନାଥ ଗାର୍ଡେନ ପରିସରରେ ରବିବାର ରଜ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶରତ ଚନ୍ଦ୍ର ପାଢ଼ୀଙ୍କ ସୌଜନ୍ୟରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଓ ସେମାନଙ୍କ ପରିବାର aସଦସ୍ୟ ଯୋଗଦେଇଥିଲେ।

ରିୟଲ ଲାଇଫ୍‌ରେ ସନ୍ତୁଳନ ଆସିଲେ ରିଲ୍‌କୁ ଫେରିବି

ରିୟଲ ଲାଇଫ୍‌ରେ ସନ୍ତୁଳନ ଆସିଲେ ରିଲ୍‌କୁ ଫେରିବି

ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ରାଲି ନନ୍ଦ। ଓଡ଼ିଶୀ ନୃତ୍ୟରେ ମାହିର ଏହି ଅଭିନେତ୍ରୀ ‘କଳିଙ୍ଗପୁତ୍ର’ ସିନେମା ଜରିଆରେ ପାଦ ଥାପିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ। କଳିଙ୍ଗପୁତ୍ର, ଆକାଶେ କି ରଙ୍ଗ ଲାଗିଲା, ତୁ ଥିଲେ ମୋ ଡର କାହାକୁ, ମା’ ଖୋଜେ ମମତା, ଟଙ୍କା ତୋତେ ସଲାମ, ସୁପରଷ୍ଟାର, ନଈ ସେପାରି କନକ ଗୋରୀ, ଓମ୍‌ ନମଃ ଶିବାୟ ପ୍ରମୁଖ ୧୦ ସିନେମାରେ ଅଭିନୟ କରି ସେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନରେ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ।

ରୟାଲ କପ  ଉଦ୍‌ଘାଟିତ:  ଇଲେଭେନ ବଇଣ୍ଡା ଓ ଲାୟନ୍ସ ବଇଣ୍ଡା ବିଜୟୀ

ରୟାଲ କପ ଉଦ୍‌ଘାଟିତ: ଇଲେଭେନ ବଇଣ୍ଡା ଓ ଲାୟନ୍ସ ବଇଣ୍ଡା ବିଜୟୀ

ବଇଣ୍ଡା,୧୭।୬(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଖେଳ ପଡ଼ିଆଠାରେ ରବିବାର ରୟାଲ କପ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଛି। ଏହି ଟୁର୍ନାମେଣ୍ଟକୁ କିଶୋରନଗର ବ୍ଲକର କଂଗ୍ରେସ ସଭାପତି ପ୍ରଦୀପ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ବଢୁଛି ଚୋରା ମଦ କାରବାର

ବଇଣ୍ଡା,୧୭।୬(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପାଇକସାହି, ସାପଘରା, ଟାପଢୋଲ, ସାନହୁଲା, ପେଡ଼ିପଥର ଅଞ୍ଚଳରେ କିଛି ଦିନ ହେବ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଜଙ୍ଗଲ ସୃଷ୍ଟି ପରିବେଶ ସନ୍ତୁଳିତ ରଖିବ

ଜଙ୍ଗଲ ସୃଷ୍ଟି ପରିବେଶ ସନ୍ତୁଳିତ ରଖିବ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଶିଳ୍ପ କଳକାରଖାନା ପାଇଁ ଅନେକ ଜଙ୍ଗଲ ବଳି ପଡ଼ିଥିବାବେଳେ ବଳକା ଗଛବୃକ୍ଷ ସୁରକ୍ଷିତ ନାହିଁ। କାଠ ମାଫିଆ ଓ ପ୍ରାଣୀ ଶିକାରୀମାନେ ସ୍ବାର୍ଥ ପାଇଁ ଜଙ୍ଗଲଗୁଡ଼ିକ ଅବାଧରେ କାଟି ସଫା କରି ଦେଉଛନ୍ତି। ଫଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ବର୍ଷା କମୁଛି।

ସରିଲା ରଜମଉଜ

ଭୁବନ, ୧୭।୬(ଡି.ଏନ୍‌.ଏ.)-ଭୁବନ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ଚାଲିଥିବା ରଜ ମହୋତ୍ସବ ଆସର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, କଳା ସଂସ୍କୃତି ବଞ୍ଚତ୍ବାକୁ ହେଲେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

‘ସ୍ମୃତିରେ ମୋ ସ୍କୁଲ ବେଳର କଥା’ ଆଲୋଚନାଚକ୍ର

ଢେଙ୍କାନାଳ ଅଫିସ, ୧୭।୬-କାମାକ୍ଷାନଗର ଗୁନେଇବିଲି ହାଇସ୍କୁଲରେ ଶୁକ୍ରବାର ‘ସ୍ମୃତିରେ ମୋ ସ୍କୁଲ ବେଳର କଥା’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୯୦ ମାଟ୍ରିକ୍‌ ବ୍ୟାଚର ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ବଅଁରପାଳ,୧୭।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳଠାରେ ରବିବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁମନ୍ତ ସମାଲଙ୍କ ସଭାପତିତ୍ୱରେ ଅନୁଷ୍ଠତ ଏହି ସମିଳନୀରେ ବହୁ କର୍ମୀ ଯୋଗ ଦେଇଥିଲେ। ଏଥିରେ ବ୍ଲକ କଂଗ୍ରେସ ସଭାପତି ଦିଲୀପ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Model This Week

ପ୍ରଭାତ