ଅନଗୁଳ-ଢେଙ୍କାନାଳ

ମିଳୁନି ଜନ୍ମମୃତ୍ୟୁ ପ୍ରମାଣପତ୍ର: ଦସ୍ତଖତ କରିବାକୁ ଅଧିକାରୀ ନାହାନ୍ତି

ମାଧପୁର, ୮।୨- ଆଠମଲ୍ଲିକ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଠିକ୍‌ ସମୟରେ ଲୋକଙ୍କୁ ଜନ୍ମମୃତ୍ୟୁ ପ୍ରମାଣପତ୍ର ମିଳୁନି। ମାସ ମାସ ଧରି ଏହି ପ୍ରମାଣପତ୍ର ପାଇଁ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରକୁ ଧାଉଁଥିଲେ ମଧ୍ୟ ନିରାଶ ହୋଇ ଫେରିବାକୁ ପଡୁଛି। ଫଳରେ ସ୍ଥାନୀୟ ଜନ ସାଧାରଣ ଅସୁବିଧା ଭୋଗୁଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ବ୍ଲକର ଜନସାଧାରଣ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପରେ ନିର୍ଭର କରିଥାନ୍ତି। ହେଲେ ଦୀର୍ଘ ଦିନ ହେବ ଏଠାରେ ପ୍ରମାଣପତ୍ର ମିଳୁ ନ ଥିବା ନେଇ ଅଭିଯୋଗ ହେଉଛି। ଗତ ଡିସେମ୍ବର ୧୯ରେ କିଆକଟା ପଞ୍ଚାୟତ କାଦପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରୁ ପ୍ରମାଣପତ୍ର ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଆବଶ୍ୟକ କ୍ଷତିପୂରଣ ସରକାରଙ୍କଠାରୁ ମିଳିପାରୁ ନ ଥିବା ନେଇ ଅସନ୍ତୋଷ ଦେଖାଦେଇଛି। ସୂଚନା ମୁତାବକ, ଏହି ପ୍ରମାଣପତ୍ର ପ୍ରଦାନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଦବୀ ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ଖାଲି ପଡ଼ିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରଭାଇଜର ପ୍ରିୟନାଥ ତ୍ରିପାଠୀ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଜଣେ ଅଧିକାରୀ ଦୁଇ ଦୁଇଟି ପଦବୀ ସମ୍ଭାଳୁଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି। ଜାନୁୟାରୀ ୧୦ରୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତଥା ଆଠମଲ୍ଲିକ ଏସଡିଏମଓଙ୍କ ବଦଳି ହୋଇଥିବାରୁ ପ୍ରମାଣପତ୍ର ଦସ୍ତଖତ ହୋଇପାରୁ ନାହିଁ। ଫଳରେ ପ୍ରମାଣପତ୍ର ବାହାରି ପାରୁ ନାହିଁ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ରାକେଶ କୁମାର ସାହୁ କୁହନ୍ତି, ଏସଡିଏମଓଙ୍କ ବଦଳି ହେତୁ ଏପରି ହୋଇଛି। ଦିନେ ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟ ଠିକ୍‌ ଭାବରେ ତ୍ୱରାନ୍ବିତ କରାଯିବ ବୋଲି ସେ କହିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ତପୋଖରୀରେ ବୁଡି ବାଳିକା ମୃତ

ଢେଙ୍କାନାଳଜିଲା କାମାକ୍ଷାନଗର ଥାନା ବାଲିଗୋରଡ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା ସାମଲ(10) ବୁଧବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି।ସେଖେଳିବାକୁଯାଇ ଘରକୁ ଫେରିନଥିଲେ।ପରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗର ର୍କମଚାରିମାନେ ପୋଖରୀରେ ଖୋଜାଖୋଜିକରି ତାଙ୍କର ମୃତ ଶରିର ଉଦ୍ଧାର କରିଥିଲେ।ସେ କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥଶ୍ରେଣୀର ଛାତ୍ରୀଥିଲେ।

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଛେଣ୍ଡିପଦା/ବଇଣ୍ଡା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୨୧ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।

ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ

ଦୋକାନ ପୋଡ଼ିଦେଲେ ଦୁର୍ବୃତ୍ତ

କଣିହଁ।, ୧୫।୮(ଡି.ଏନ୍‌.ଏ.)-କଣିହଁ। ଥାନା ମସୁଣୀହତା ଗ୍ରାମର ନରେଶ ବେହେରାଙ୍କ ରାଶନ ଦୋକାନକୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି।

ଉପସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ଉପସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ବଅଁରପାଳ,୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦରେ ବୁଧବାର ଅପରାହ୍ନରେ ନୂତନ ଉପସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପିତହୋଇଛି। 

 ଜାତୀୟ ରାଜପଥ ମରଣଯନ୍ତା: ଧାନ ତଳି ରୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଜାତୀୟ ରାଜପଥ ମରଣଯନ୍ତା: ଧାନ ତଳି ରୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନ, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ମରାମତି କରିବା ଦିଗରେ ପ୍ରଶାସନ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନିକ ଅପାରଗତା ବିରୋଧରେ ବୁଧବାର ରାସ୍ତା ଉପରେ ଧାନତଳି ରୋଇ କଂଗ୍ରେସ କର୍ମୀମାନେ ଏହାର ଅଭିନବ ପ୍ରତିବାଦ କରିଛନ୍ତି।

 ପ୍ରଦର୍ଶନୀ କ୍ରିକେଟ୍‌ ଟୁର୍ନାମେଣ୍ଟ: ଅଫିସର୍ସ-୧୧ ବିଜୟୀ

ପ୍ରଦର୍ଶନୀ କ୍ରିକେଟ୍‌ ଟୁର୍ନାମେଣ୍ଟ: ଅଫିସର୍ସ-୧୧ ବିଜୟୀ

ଭୁବନ, ୧୫।୮(ଡି.ଏନ୍‌.ଏ.)-ସ୍ବାଧୀନତା ଦିବସ ଉପଲକ୍ଷେ ବୁଧବାର ଭୁବନ ମିନି ଷ୍ଟାଡିମୟରେ ଉପଖଣ୍ଡସ୍ତରୀୟ ଅଧିକାରୀ (ଅଫିସର୍ସ-୧୧) ଏବଂ ଭେଟେରାନ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି।

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ବନ୍ତଳା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଳକ ଡେରଜାଙ୍ଗ ଗ୍ରାମରେ ବୁଧବାର ଅପରାହ୍ନ ୩ଟାରେ ବଜ୍ରପାତ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଶାନ୍ତିଲତା ପ୍ରଧାନ (୪୮) ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ (୧୭)।

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

ବିକାଶର ମଙ୍ଗୁଆଳ ହୁଅନ୍ତୁ ଯୁବଗୋଷ୍ଠୀ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଯୁବଗୋଷ୍ଠୀ ସକ୍ରିୟ ହେଉଛନ୍ତି। ଏହି ଧାରାକୁ ବଳବତ୍ତର ରଖିବା ଜରୁରୀ। ଯୁବବର୍ଗ ରାଷ୍ଟ୍ରର ପ୍ରକୃତ ଶକ୍ତି। ସେମାନେ ବିକାଶର ମଙ୍ଗୁଆଳ ସାଜନ୍ତୁ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲାପାଳ ଇଂ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ।

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ଅଧୀନ ଭାଗିରଥୀପୁର ନୂଆସାହି ପ୍ରାଥମିକ ସ୍କୁଲରେ ସ୍ବାଧୀନତା ଦିବସରେ ଅଭାବନୀୟ ଘଟଣା ଘଟିଛି। ପୋତାଯାଇଥିବା ତ୍ରିରଙ୍ଗା ପତାକା ଉପୁଡ଼ି ପଡ଼ିଛି।

୫୦ ଶଯ୍ୟା ବିଶିଷ୍ଟ ମାତୃ, ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

୫୦ ଶଯ୍ୟା ବିଶିଷ୍ଟ ମାତୃ, ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ

ତାଳଚେର, ୧୫।୮(ନି.ପ୍ର.)-ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୁଧବାର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। 

ସ୍ବାସ୍ଥ୍ୟକେନ୍ଦ୍ରରେ ଚାରାରୋପଣ

ସ୍ବାସ୍ଥ୍ୟକେନ୍ଦ୍ରରେ ଚାରାରୋପଣ

ଭାପୁର, ୧୬।୮(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଅଧୀନ ଭାପୁର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବୁଧବାର ବିଜୁ ଯୁବ ବାହିନୀ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ରଙ୍ଗୋଲି ପ୍ରତିଯୋଗିତା

ରଙ୍ଗୋଲି ପ୍ରତିଯୋଗିତା

ବନ୍ତଳା, ୧୫।୮(ଡି.ଏନ୍‌.ଏ.)-ସ୍ବାଧୀନତା ଦିବସ ଅବସରରେ ବନ୍ତଳା କଲେଜ ନିକଟ ଅନୁଦୀପ ଫାଉଣ୍ଡେଶନ ଫର ସୋସିଆଲ ଓ୍ବେଲ ଫେୟାର ଅନୁଷ୍ଠାନ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

Model This Week

ଯସ୍ମିନ୍