ଜୀବନଚର୍ଯ୍ୟା |

ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତ: ମୃତ୍ୟୁ ଆଶଙ୍କା ୪ଗୁଣ

ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତ: ମୃତ୍ୟୁ ଆଶଙ୍କା ୪ଗୁଣ
ନୂଆଦିଲ୍ଲୀ:ହୃଦ୍‌ରୋଗୀଙ୍କ ପାଇଁ ସବୁ ସମୟରେ ମୃତ୍ୟୁର ବିପଦ ରହିଥାଏ। ଏଣୁ ଅଚାନକ ମୃତ୍ୟୁରୁ ବର୍ତ୍ତିବା ପାଇଁ କେତେକ ସତର୍କତା ଗ୍ରହଣ କରାଯାଇଥାଏ। ହେଲେ ଶାରୀରିକ ସମ୍ପର୍କ ବେଳେ ଯଦି ହୃଦ୍‌ଘାତ ହୁଏ, ତା’ହେଲେ ପୁରୁଷଙ୍କ ପାଇଁ ମୃତ୍ୟୁ ଆଶଙ୍କା ୪ ଗୁଣ ବଢ଼ିଯାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ଏଭଳି କ୍ଷେତ୍ରରେ ଏକ ପ୍ରମୁଖ କାରଣ ହେଉଛି ମହିଳାମାନେ ସେହି ସମୟରେ ଏତେ ମାତ୍ରାରେ ଅଡୁଆ ପରିସ୍ଥିତିରେ ପଡ଼ିଥାଆନ୍ତି ଯେ, କାହାକୁ ସାହାଯ୍ୟ ପାଇଁ ଡାକିପାରନ୍ତି ନାହିଁ ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏଭଳି ୧୨ ପ୍ରତିଶତ ଲୋକଙ୍କର ସମ୍ଭୋଗ ସମୟରେ ଅଚାନକ ହୃଦ୍‌ଘାତ ହୋଇଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ପ୍ୟାରିସ୍‌ର ସର୍ଡନ ଡେଥ୍‌ ଏକ୍ସପୋଟାଇଜ୍‌ ସେଣ୍ଟରର ମୁଖ୍ୟ ଗବେଷକ ଡ. ଅରଦଲନ ଶରିଫଜାଡେଗନ କୁହନ୍ତି, ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତ ହେଲେ ସେମାନେ ବିଚଳିତ ହୋଇପଡ଼ନ୍ତି, ସେମାନେ ଜାଣିପାରନ୍ତି ନାହିଁ ସେମାନେ କ’ଣ କରିବା ଉଚିତ। ଏହି କ୍ଷେତ୍ରରେ ସାମାଜିକ ଲଜ୍ଜାବୋଧ ରହୁଛି। ସେମାନେ ବିବସ୍ତ୍ର ଥିବାରୁ କାହାରି ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତି। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ। ଏଣୁ ସବୁଠୁ ଭଲ ବାର୍ତ୍ତା ହେଲା ଯେକୌଣସି ପରିସ୍ଥିତିରେ ବି ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ହେବ। କିନ୍ତୁ ଦେଖିବାକୁ ମିଳୁଛି ଯେ, ମହିଳାମାନେ ଏଭଳି ପରିସ୍ଥିତିରେ କାହାର ସାହାଯ୍ୟ ନେବା ପାଇଁ କିଛିସମୟ ବିତାଇ ଦିଅନ୍ତି। ଯେଉଁ ସମୟରେ କି ୧ ମିନିଟ୍‌ ବିଳମ୍ବ ତାଙ୍କ ସ୍ବାମୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦିଏ। ବାର୍ସିଲୋନାରେ ଆୟୋଜିତ ୟୁରୋପିୟନ ସୋସାଇଟି ଅଫ୍‌ କାର୍ଡିଓଲୋଜି କନ୍‌ଫରେନ୍ସରେ ଶରିଫଜାଡେଗନ ଅନୁସନ୍ଧାନମୂଳକ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ତଥ୍ୟ ୩,୦୨୮ ଲୋକଙ୍କ ଉପରେ ଆଧାରିତ ଥିଲା, ଯେଉଁମାନେ କି ହୃଦଘାତ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୪୬ଜଣଙ୍କ ଶାରୀରିକ କ୍ରିୟାଶୀଳତାବେଳେ ହୃଦୟର ଗତି ବନ୍ଦ ହୋଇଥିଲା। ଏହିମାନଙ୍କ ମଧ୍ୟରୁ ୧୭ଜଣ(ସମସ୍ତେ ପୁରୁଷ ଏବଂ ହାରାହାରି ବୟସ ୫୩) ଶାରୀରିକ ସମ୍ପର୍କ ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ଯେତେବେଳେ ଅଚାନକ ହୃଦୟରୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ ସେତେବେଳେ ହୃଦୟର ଗତି ବନ୍ଦ ହୋଇଯାଏ। ଏଭଳି ସମୟରେ ଡେଫିବ୍ରିଲାଟର ଦ୍ୱାରା ପୁନଃ ସଞ୍ଚାଳନ ଜରୁରୀ। ନଚେତ ରୋଗୀ କିଛି କ୍ଷଣ ଭିତରେ ପ୍ରାଣ ହରାଇଥାଏ। କିନ୍ତୁ ଶାରୀରିକ ସମ୍ପର୍କ ତ୍ୟାଗ କରିବା ବି ଉଚିତ ନୁହେଁ ବୋଲି ଶରିଫଜାଡେଗନ କହିଛନ୍ତି। କାରଣ ଏହା ସ୍ବାସ୍ଥ୍ୟ ପ୍ରତି ଭଲ। ହେଲେ ସତର୍କତା, ସଚେତନ ରହିବା ସାଙ୍ଗକୁ ହୃଦ୍‌ଘାତ ଭଳି ବିପତ୍ତି ସମୟରେ ଲଜ୍ଜା ତ୍ୟାଗ କରିବା ଆବଶ୍ୟକ।
All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ  ଖାଆନ୍ତୁ ମାଛ; ମିଳିବ ଏସବୁ ଫାଇଦା

ଶୀତଦିନେ ଖାଆନ୍ତୁ ମାଛ; ମିଳିବ ଏସବୁ ଫାଇଦା

ମାଛ ଖାଇବା ଶରୀର ପାଇଁ ବେଶ୍‌ ଭଲ। ଶୀତଦିନେ ସପ୍ତାହରେ ତିନିଥର ମାଛ ଖାଇଲେ ଅନେକ ଫାଇଦା ମିଳିଥାଏ। 

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକେରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି  ଜୁସ୍‌...

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ଜୁସ୍‌...

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। 

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।