ଅନଗୁଳ-ଢେଙ୍କାନାଳ

ହଣ୍ଡପା ଚାମ୍ପିୟନ


ବଇଣ୍ଡା, ୮ା୨(ଡି.ଏନ.ଏ.)-ହଣ୍ଡପା କ୍ରିକେଟ କ୍ଲବ କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ବଡଡଙ୍ଗିଆଣି ଗ୍ରାମ ଖେଳପଡ଼ିଆଠାରେ ଚାଲିଥିବା ପ୍ରସନ୍ନ ଜ୍ଞାନେନ୍ଦ୍ର ମେମୋରିଆଲ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ବିଜୟୀ ଦଳ ଏନ୍‌ଟିପିସି କ୍ରିକେଟ କ୍ଲବକୁ ହରାଇ ଦେଇଛି। ପ୍ରଥମେ ଏନ୍‌ଟିପିସି ବ୍ୟାଟିଂ କରି ୧୧୯ ରନ୍‌ କରିଥିଲା। ଜବାବରେ ହଣ୍ଡପା ୧୨୧ ରନ୍‌ କରି ବିଜୟୀ ହୋଇଛି। ବିଜୟୀ ଦଳର ରଶ୍ମି ଜେନା ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ’ ଓ ଏନ୍‌ଟିପିସି ଦଳର ସିପୁ ବେହେରା ‘ମ୍ୟାନ୍‌ ଅଫ ଦି ସିରିଜ୍‌’ ବିବେଚିତ ହୋଇଛନ୍ତି। ମୁଖ୍ୟଅତିଥି ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଉଭୟ ଦଳକୁ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ଭାବେ କିଶୋରନଗର ବ୍ଲକ ଯୁବ ବିଜେଡି ସଭାପତି ପ୍ରତାପ କୁମାର ମାଝି, ବିଜୟ ଦେଓ, ସଞ୍ଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ଗର୍କି ଦେଓ, ବିକାଶ ରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ। କାଳିଆ ସାହୁ, ସମୀର ରଣା, ମିଲନ ପ୍ରଧାନ, ବୁଲୁ ପ୍ରଧାନ ସହଯୋଗ କରିଥିଲେ।

All Right Reserved By

Model This Week

ସନ୍ତୋଷ

ଅନଗୁଳ-ଢେଙ୍କାନାଳ

୫ଫୁଟ ଲମ୍ବର ନାଗ ଉଦ୍ଧାର

୫ଫୁଟ ଲମ୍ବର ନାଗ ଉଦ୍ଧାର

ପରଜଙ୍ଗ, ୨୬।୫(ଡି.ଏନ.ଏ.)- ପରଜଙ୍ଗ ଥାନା ସରାଙ୍ଗ ତନ୍ତୀସାହିର ଜଣେ ବ୍ୟକ୍ତିଙ୍କ ଘରୁ ଶୁକ୍ରବାର ଅପରାହ୍ନରେ ୫ ଫୁଟ ଲମ୍ବର ଏକ ନାଗସାପକୁ ଉଦ୍ଧାର କରାଯାଇଛି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଜାଗ ରହିବାକୁ ନିର୍ଦ୍ଦେଶ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସଜାଗ ରହିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୨୬।୫- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ପୂର୍ବାହ୍ନରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନାର ସମୀକ୍ଷା ମଧ୍ୟ କରାଯାଇଛି। ଅତିରିକ୍ତ ଜିଲାପାଳ ଅବନୀକାନ୍ତ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବନ୍ୟା, ବାତ୍ୟାର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଗୁଆ ପ୍ରସ୍ତୁତି, ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟବେଳେ ସମନ୍ବୟ ରକ୍ଷା, କ୍ଷତିଗ୍ରସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସରବରାହ ଉପରେ ଧ୍ୟାନ ଦେବାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧ ମରାମତି କରିବା, ବନ୍ୟା ଜଳ ନିଷ୍କାସନ ବ୍ୟବସ୍ଥା, ନାଳନର୍ଦ୍ଦମାଗୁଡ଼ିକୁ ସଫା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।

‘ଦେଇଗଲା ଦାଗ ଅଦିନ ମେଘ’ମଞ୍ଚସ୍ଥ

ଅନୁଗୋଳ ଅଫିସ,୨୬।୫- ସୁସୁଡ଼ା ଗ୍ରାମର ମାଳତୀ ବିହାରରେ ‘ଦେଇଗଲା ଦାଗ ଅଦିନମେଘ’ ଗୁରୁବାର ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକକୁ ସୁଧାକର ମହାପାତ୍ର ରଚନା କରିଥିବାବେଳେ ପ୍ରସନ୍ନ ନାଥ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ କଳାକାରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା।

ଉପଖଣ୍ଡ ଅବକାରୀ କାର୍ଯ୍ୟାଳୟ: ୧୦ରୁ ୬ ପଦବୀ ଖାଲି

ପାଲଲହଡ଼ା, ୨୬ା୫ (ଡି.ଏନ.ଏ.) - ଚୋରା ମଦ, ବେଆଇନ ମହୁଲ ପୋଚ କାରବାର ରୋକିବା ଦିଗରେ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ଅବକାରୀ କାର୍ଯ୍ୟାଳୟ ଠିକ୍‌ ଭାବେ ଦାୟିତ୍ୱ ତୁଲାଇ ପାରୁ ନ ଥିବା ଅଭିଯୋଗ ହେଉଛି। କାର୍ଯ୍ୟାଳୟରେ ମୋଟ୍‌ ପଦବୀରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡିଛି। ଏହାସହ ନିଜସ୍ବ ଗାଡି ନ ଥିବାରୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ସମୟରେ ଚଢ଼ାଉ ମଧ୍ୟ କରାଯାଇପାରୁ ନାହିଁ। ଏହାର ଫାଇଦା ନେଉଛନ୍ତି ଚୋରା ମଦ ବେପାରୀ। ଏଥିଯୋଗୁ ଦିନକୁ ଦିନ ଅଞ୍ଚଳରେ ମଦ, ମହୁଲ ପୋଚର ବେଆଇନ କାରବାର ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟାଳୟରେ ଜଣେ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ଓ ଜଣେ ମହିଳା କନଷ୍ଟେବଳଙ୍କ ସହ ୬ ଜଣ କନଷ୍ଟେବଳ ରହିବା କଥା। ହେଲେ ଏହି ୧୦ଟି ପଦବୀରୁ ମାତ୍ର ୪ଟିରେ କର୍ମଚାରୀ ଥିବାବେଳେ ଆଉ ୬ଟି ଖାଲି ପଡିଛି। ଏଠାରେ ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ ଓ ମାତ୍ର ୨ ଜଣ କନଷ୍ଟେବଳ ରହିଛନ୍ତି। ମହିଳା କନଷ୍ଟେବଳ ପଦବୀଟି ଖାଲି ପଡିଥିବାରୁ ଅନେକ ସମୟରେ ବିଭାଗୀୟ କର୍ମଚାରୀମାନେ ଚଢ଼ାଉ କରିପାରୁ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟର ନିଜସ୍ବ ଗାଡି ମଧ୍ୟ ନାହିଁ। ଏଥିଯୋଗୁ ସୂଚନା ପାଇ ମଧ୍ୟ ଅନେକ ସମୟରେ ଗାଡି ଅଭାବରୁ ଅଧିକାରୀମାନେ ଚଢ଼ାଉ କରିପାରୁ ନାହାନ୍ତି। ଫଳରେ ଏହି ଚୋରା ବେପାରୀମାନେ ନିର୍ଭୟରେ ମଦ କାରବାର କରୁଛନ୍ତି।

କାର୍ଯ୍ୟକ୍ଷମ ହେଉନି ଜଳଯୋଗାଣ ପ୍ରକଳ୍ପ

ଛେଣ୍ଡିପଦା,୨୬ା୫ (ଡି.ଏନ.ଏ.) ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମରେ ଜଳ ସଙ୍କଟ ପରିସ୍ଥିତି ସତ୍ତ୍ୱେ ସେଠାରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ଦୀର୍ଘବର୍ଷ ହେଲା ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଏହା ଅଚଳ ହୋଇ ପଡି ରହିଛି। ଖରା ଦିନ ଯୋଗୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ହିନ୍ଦୋଳ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ମରୁଡ଼ି

ହିନ୍ଦୋଳ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ମରୁଡ଼ି

ହିନ୍ଦୋଳ, ୨୬।୫ (ଡି.ଏନ.ଏ.)- ଦେଢ଼ ଲକ୍ଷ ଲୋକଙ୍କ ଆଶା ଭରସାର ପ୍ରାଣକେନ୍ଦ୍ର ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ରୋଗୀସେବା। ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ଧ୍ୟାନ ଦେଉନି ସ୍ବାସ୍ଥ୍ୟ ବିଭାଗ। ଏହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ହାଜତରୁ ଚମ୍ପଟ ମାରିବା ଘଟଣା : ଝସକେତନ ସ୍ତ୍ରୀ, ପୁଅଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ,୨୬ା୫- ଅନୁଗୋଳ କୋର୍ଟ ପରିସର ହାଜତରୁ ଚମ୍ପଟ ମାରିଥିବା ୪ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସଫଳ ହୋଇପାରି ନାହିଁ। ଇତିମଧ୍ୟରେ ଘଟଣାକୁ ୮ ଦିନ ବିତିଯାଇଛି। ହେଲେ ଝସକେତନ ଏବେ କେଉଁଠି ତାହାର ପତ୍ତା ଲଗାଇପାରି ନାହିଁ ପୋଲିସ।

ମୋବାଇଲ ଫେରାଇଲା ଆର୍‌ପିଏଫ୍‌

ମୋବାଇଲ ଫେରାଇଲା ଆର୍‌ପିଏଫ୍‌

ତାଳଚେର,୨୬ା୫ (ନି.ପ୍ର.)- ଦୁର୍ଗ-ପୁରୀ ଏକ୍ସପ୍ରେସରୁ ମିଳିଥିବା ଏକ ମୋବାଇଲକୁ ଆର୍‌ଫିଏଫ୍‌ କର୍ମଚାରୀମାନେ ଫୋନ ମାଲିକ ତାଳଚେର ହାଟତୋଟାର ନାରାୟଣ ମୁଖାର୍ଜୀଙ୍କୁ ପ୍ରଦାନ କରିଛନ୍ତି। ଗତ ୨୩ ତାରିଖରେ ସବ୍‌ଇନ୍ସପେକ୍ଟର ଅମର ନାୟକ ଓ ବିଜୟ କୁମାର ଡ୍ୟୁଟିରେ ଥିବା ବେଳେ ୧୮୪୨୫ନଂ. ଦୁର୍ଗ-ପୁରୀ ଏକ୍ସପ୍ରେସରୁ ଏକ ମୋବାଇଲ ପାଇଥିଲେ।

ଏତଲା ଦେବାକୁ ଯାଇ ହନ୍ତସନ୍ତ

ଏତଲା ଦେବାକୁ ଯାଇ ହନ୍ତସନ୍ତ

ବଅଁରପାଳ,୨୬ା୫ (ଡି.ଏନ୍‌.ଏ.)- ଅନୁଗୋଳ ସହର ସମେତ ଆଖପାଖ ଅଞ୍ଚଳରେ ଚୋରି, ଲୁଟ୍‌ ଆଦି ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଏହାକୁ ରୋକିବା ଦିଗରେ ପୋଲିସ ସଫଳ ହୋଇପାରୁ ନ ଥିବା ବେଳେ ଲୁଟ୍‌ର ଶିକାର ହେଉଥିବା ବ୍ୟକ୍ତିମାନଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ସହଯୋଗ ମିଳୁ ନାହିଁ। ଏପରି କି ଥାନା ଚିହ୍ନଟ ନେଇ ଅଭିଯୋଗକାରୀଙ୍କୁ ନିରୁତ୍ସାହିତ କରାଯାଉଛି। ଅନୁଗୋଳ ଥାନା କୁରୁଡ଼ୁଲ କୁକୁଡ଼ାଙ୍ଗ ରାସ୍ତାରେ ଗୁରୁବାର ରାତିରେ ଲୁଟ୍‌ର ଶିକାର ହୋଇଥିବା ଜଣେ ବ୍ୟକ୍ତି ଏପରି ପୋଲିସ ଦ୍ୱାରା ହଇରାଣ ହରକତ ହୋଇଥିବା ଅଭିଯୋଗ ହୋଇଛି।

ଜାତୀୟ ରାଜପଥରେ ଭାଙ୍ଗି ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ

ଜାତୀୟ ରାଜପଥରେ ଭାଙ୍ଗି ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ

ପରଜଙ୍ଗ, ୨୬।୫ (ଡି.ଏନ.ଏ.)- ପରଜଙ୍ଗ ଥାନା ଅଧୀନ ବାରିହାପୁର ଢାବା ନିକଟ ୫୩ନଂ. ଜାତୀୟ ରାଜପଥ ଉପରେ ଶୁକ୍ରବାର ଭୋରରୁ ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଥିଲା। ଉକ୍ତ ରାସ୍ତାଦେଇ ଯାଉଥିବା କେତେଜଣ ବାଇକ୍‌ ଚାଳକ ଏଥିରୁ ବର୍ତ୍ତିଯାଇଛନ୍ତି। କୌଣସି ଗାଡ଼ି ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ପଳାଇବା ପରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଦୀର୍ଘ ସମୟ ଯାଏ ଉକ୍ତ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ଉପରେ ପଡ଼ିଥିଲା।

୪ର୍ଥ ଦିନରେ ଧର୍ମଘଟ ; ଡାକସେବା ବ୍ୟାହତ

୪ର୍ଥ ଦିନରେ ଧର୍ମଘଟ ; ଡାକସେବା ବ୍ୟାହତ

କଣିହାଁ, ୨୫ା୫(ଡି.ଏନ.ଏ.)- କଣିହାଁ ବ୍ଲକ ଅଞ୍ଚଳରେ ଡାକସେବା କର୍ମଚାରୀଙ୍କ ଧର୍ମଘଟ ଶୁକ୍ରବାର ୪ର୍ଥ ଦିନରେ ପହଞ୍ଚିଛି। ଫଳରେ ମଙ୍ଗଳବାରଠାରୁ ଡାକସେବା ବ୍ୟାହତ ହୋଇଛି। ଡାକ କାର୍ଯ୍ୟାଳୟକୁ ଆସୁଥିବା ଉପଭୋକ୍ତା ଏଥିଯୋଗୁ ହନ୍ତସନ୍ତ ହେଉଛନ୍ତି।

କୁଲାଡ଼ ପ୍ରିମିୟର୍‌ ଲିଗ;  ନାଇଟ ରାଇଡର ବିଜୟୀ

କୁଲାଡ଼ ପ୍ରିମିୟର୍‌ ଲିଗ; ନାଇଟ ରାଇଡର ବିଜୟୀ

ବଅଁରପାଳ, ୨୫ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ଠାରେ ଚାଲିଥିବା କୁଲାଡ଼ ପ୍ରିମିୟର୍‌ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ମ୍ୟାଚ ନାଇଟ ରାଇଡର ଓ ଓ୍ବାରିୟର୍ସ ମଧ୍ୟରେ ଖେଳାଯାଇଥିଲା। ନାଇଟ ରାଇଡ଼ର ପ୍ରଥମେ ବ୍ୟାଟିଂ କରି ୧୦୯ ରନ କରିଥିଲା। ଜବାବରେ ଓ୍ବାରିୟର୍ସ ୧୦୦ ରନ କରି ପରାଜିତ ହୋଇଥିଲା।