Dharitri News
ଅନଗୁଳ-ଢେଙ୍କାନାଳ

ଅବକାରୀ ଚଢ଼ାଉ, ୬ ଗିରଫ

ବଇଣ୍ଡା, ୮ା୨(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ ଥାନା ଅଞ୍ଚଳରେ ଗୁରୁବାର ଚଢ଼ାଉ କରାଯାଇ ୫୧ ଲିଟର ଦେଶୀ ମଦ ଜବତ ସହ ୧ ହଜାର ମହୁଲ ପୋଚ ନଷ୍ଟ କରାଯାଇଛି। ଏଥିରେ ସମ୍ପୃକ୍ତ ପାଇକସାହି ଗ୍ରାମର କୈଳାସ ମାଝି, ଶ୍ରୀପତି ମାଝି, ଘୋଡାବନ୍ଧୁଣି ଗ୍ରାମର ଦୁଃଶନ୍ତି ସେଠୀ, ଉଗ୍ରସେନ ସେଠୀ, ସନ୍ତୋଷ ସେଠୀ ଓ ତଲେଇପଥର ଗ୍ରାମର ଶାନ୍ତି ପ୍ରଧାନଙ୍କୁ ଗିରଫ କରାଯାଇଛି। ତଲେଇପଥର ଗ୍ରାମ ନାଳ ପାଖରୁ ଏକ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ଜିଲା ଅଧୀକ୍ଷକ ହରିଶ୍ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ଅବକାରୀ ବିଭାଗ ନିରୀକ୍ଷକ ସୁମିତ୍ରା ଓରାମ, ସ୍ନେହଲତା ନାୟକ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି, ସହକାରୀ ନିରୀକ୍ଷକ ରମାକାନ୍ତ ଚାନ୍ଦ, ଅରୁଣ କୁମାର ଚାଉଳିଆ, ଭୀମସେନ ମହାପାତ୍ର ପ୍ରମୁଖ ଚଢ଼ାଉ କରିଥିଲେ।

ଅନଗୁଳ-ଢେଙ୍କାନାଳ

କିରୋସିନ ଢାଳି ନିଆଁ ଲଗାଇଦେଲେ ବୋହୂ: ୪ ଗୁରୁତର

କିରୋସିନ ଢାଳି ନିଆଁ ଲଗାଇଦେଲେ ବୋହୂ: ୪ ଗୁରୁତର

ଢେଙ୍କାନାଳ ଅଫିସ, ୧୮।୨-କ୍ରୋଧ ବ୍ରହ୍ମଚଣ୍ଡାଳ। ଜଣେ ହିତାହିତ ଜ୍ଞାନ ହରାଇଦେଲେ ଘରୋଇ କଳି ମଧ୍ୟ ଉଗ୍ର ରୂପ ଧାରଣ କରିଥାଏ। ପାଟିତୁଣ୍ଡ ବେଳେ କାହାର କ’ଣ ଦୋଷ ଥିଲା ଖୋଜିବା ପୂର୍ବରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଯାଇଛନ୍ତି। ଢେଙ୍କାନାଳ ସହର ଲକ୍ଷ୍ମୀବଜାର ଜଗନ୍ନାଥରୋଡ ଅଞ୍ଚଳରେ ରବିବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ, ସ୍ବାମୀ, ଶିଶୁ କନ୍ୟା ସହ ସମ୍ପୃକ୍ତା ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ‘ପରଘରେ କାମ କରି ବହୁ କଷ୍ଟରେ ଛୁଆଙ୍କୁ ବଡ଼ କରିଛି। ବୋହୂ କିଛି ଘର କାମଦାମ କରୁନି। ସକାଳ ୮ଟାରେ ଉଠୁଛି। ଏତିକି କହିଦେବାରୁ କିରୋସିନ ଢାଳି ନିଆଁ ଲଗାଇଦେଲା’। ବୋହୂର ନିର୍ଯାତନାର ଶିକାର ହୋଇ ଡାକ୍ତରଖାନାରେ ଛଟପଟ ହେଉଥିବା ଶାଶୁ ସରସ୍ବତୀ ବାରିକ ଗଣମାଧ୍ୟମ ଆଗରେ ଏହା ବର୍ଣ୍ଣନା କରିଛନ୍ତି। ଶାଶୁ-ବୋହୂଙ୍କ କଳିରୁ ବାଦ୍‌ ପଡ଼ିନି ୧୦ମାସର ଶିଶୁକନ୍ୟା।

ବନ୍ଦ କମ୍ପାନୀରେ ସ୍କ୍ରାପ୍‌ ମାଫିଆଙ୍କ ଆଖି

ବନ୍ଦ କମ୍ପାନୀରେ ସ୍କ୍ରାପ୍‌ ମାଫିଆଙ୍କ ଆଖି

ଢେଙ୍କାନାଳ ଅଫିସ, ୧୮।୨-ଢେଙ୍କାନାଳ ସହର ଉପକଣ୍ଠରେ ବନ୍ଦ ପଡ଼ିଥିବା କମ୍ପାନୀ ଉପରେ ପଡ଼ିଛି ଚୋରା ସ୍କ୍ରାପ୍‌ ମାଫିଆଙ୍କ ନଜର। ରୁଗ୍‌ଣ ହୋଇପଡ଼ିଥିବା କାରଖାନାର ମୂଲ୍ୟବାନ ଲୁହା ସାମଗ୍ରୀ ରାତାରାତି ରଫାଦଫା ହୋଇଯାଉଛି। ପୋଲିସ ଆଖି ସାମ୍ନାରୁ ଲକ୍ଷାଧିକ ଟଙ୍କାର ସ୍କ୍ରାପ୍‌ ଚୋରି ହେଉଥିବାବେଳେ ଏହାର ସାମାନ୍ୟତମ ସୁରାକ ପାଇପାରୁନାହାନ୍ତି ଥାନା କର୍ମଚାରୀ, ଯାହା ଖାକିର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଶନିବାର ଥାନା କର୍ମଚାରୀଙ୍କ ବିନା ସହଯୋଗରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ାଉ କରି ସ୍କ୍ରାପ୍‌ ଚୋରାଚାଲାଣରେ ସମ୍ପୃକ୍ତ ୬ ଜଣଙ୍କୁ ଧରିବା ପରେ ପଦାରେ ପଡ଼ିଛି ପୋଲିସର ଅପାରଗତା।

ଭାଲୁଦରି ସାହିରେ ଜଳସଙ୍କଟ

ଭାଲୁଦରି ସାହିରେ ଜଳସଙ୍କଟ

ବଅଁରପାଳ,୧୮।୨(ଡି.ଏନ.ଏ.)- ବଅଁରପାଳ ବ୍ଲକ ବଳରାମପ୍ରସାଦ ଭାଲୁଦରି ସାହିରେ ଗ୍ରୀଷ୍ମ ଆରମ୍ଭରୁ ଜଳ ସଙ୍କଟ ଦେଖାଦେଇଛି।

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬୦ ବଖରା

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬୦ ବଖରା

ବନ୍ତଳା,୧୮।୨(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରତପଟା ଗଉଡ଼ସାହିରେ ରବିବାର ଅପରାହ୍ନ ୪ଟାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ୩୯ ପରିବାରଙ୍କ ୬୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଅନୁଗୋଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ଲକ ଓ ତହସିଲ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ ସହ ବିପନ୍ନ ପରିବାରଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି।

ଖମାର ଟିମ୍‌ ଚାମ୍ପିୟନ

ଖମାର ଟିମ୍‌ ଚାମ୍ପିୟନ

ଛେଣ୍ଡିପଦା,୧୮।୨(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗ୍ରାମ ଖେଳ ପଡ଼ିଆଠାରେ ଚାଲିଥିବା ଟାଙ୍ଗିରୀ କପ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।

୨ ଦୁର୍ଘଟଣାରେ ୬ ଗୁରୁତର

୨ ଦୁର୍ଘଟଣାରେ ୬ ଗୁରୁତର

ପାଲଲହଡ଼ା, ୧୮ା୨(ଡି.ଏନ.ଏ.)- ପାଲଲହଡ଼ାରେ ରବିବାର ୨ଟି ପୃଥକ ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ପାଲଲହଡ଼ା ଥାନା ଫପଣ୍ଡ ଗ୍ରାମରେ ଏକ ବାହାଘରକୁ ଯୋଗ ଦେବାକୁ ଯାଇଥିବା କାର(ନଂ. ଓଡ଼ି ୨୮ ୬୫୭୫) ଭାରସାମ୍ୟ ହରାଇ ସ୍ଥାନୀୟ ହାଇସ୍କୁଲ କଲଭର୍ଟ ତଳକୁ ଓଲଟି ପଡିଥିଲା। ଫଳରେ ଏଥିରେ ବସିଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି।

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ବଇଣ୍ଡା,୧୮।୨(ଡି.ଏନ.ଏ.)- ଠାକୁରଗଡ଼ ଥାନା ବିଡିସିଙ୍ଗ ଗ୍ରାମର ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଶ୍ରୀପତି ରାଉଳଙ୍କୁ କଳାପାଟନାଳୀ ଗ୍ରାମର ପ୍ରମୋଦ ନାୟକ ଟାଙ୍ଗିଆରେ ଆକ୍ରମଣ କରିଥିବା ରବିବାର ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି।

ସାରେଗାମାର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ସାରେଗାମାର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ବଅଁରପାଳ,୧୮।୨(ଡି.ଏନ୍‌.ଏ.): ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସାଂସ୍କୃତିକ ସଂଗଠନ ସାରେଗାମାର ନୂତନ କାର୍ଯ୍ୟାଳୟ ରବିବାର ନାଲ୍‌କୋଠାରେ ଉଦ୍‌ଘାଟିତ ହୋଇଯାଇଛି।

ଡିଜେଲ ଟ୍ୟାଙ୍କର ଚକରେ ଲାଗିଲା ନିଆଁ

ଡିଜେଲ ଟ୍ୟାଙ୍କର ଚକରେ ଲାଗିଲା ନିଆଁ

ବନ୍ତଳା,୧୮।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହଳ ଗ୍ରାମ ନିକଟରେ ରବିବାର ସକାଳେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଆର୍‌ ୫ ଏସି ୮୮୨୩) ଚକରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ପାଟି କରିବାରୁ ଡ୍ରାଇଭର ଗାଡ଼ିକୁ ଅଟକାଇ ଥିଲେ। ସେମାନେ ପାଖରେ ଥିବା ପାଉଡର ଉକ୍ତ ଚକରେ ପକାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ବାଲିପଟ୍ଟାରେ ହାତୀ ଉପଦ୍ରବ

ବାଲିପଟ୍ଟାରେ ହାତୀ ଉପଦ୍ରବ

ଛେଣ୍ଡିପଦା,୧୭।୨(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ତଥା ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ବାଲିପଟ୍ଟା ପଞ୍ଚାୟତରେ ୫ ଦିନ ଧରି ହାତୀ ଉପଦ୍ରବ ଦେଖାଦେଇଛି। ପଞ୍ଚାୟତର ବାଲିପଟ୍ଟା, ଚନ୍ଦ୍ରପୁର, ହଟିଆନାଳୀ, କିସିଣ୍ଡା ଆଦି ଗ୍ରାମରେ ଅଧିକାଂଶ ଚାଷୀଙ୍କର କଦଳୀ ବଗିଚା ଏବଂ ପନିପରିବା ଫସଲ ଖାଇ ଦଳିଚକଟି ନଷ୍ଟ କରିଥିବା ଜଣାପଡ଼ିଛି।

ଠେଲକନାଳୀ ଚାମ୍ପିୟନ

ବଇଣ୍ଡା,୧୭।୨(ଡି.ଏନ.ଏ.)- କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମ ଖେଳ ପଡ଼ିଆଠାରେ ଚାଲିଥିବା ଗ୍ରାମାଞ୍ଚଳ କପ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ବାଦ୍ରିନାଳୀ କ୍ରିକେଟ କ୍ଲବକୁ ହରାଇ ଠେଲକନାଳୀ କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି।

ଟ୍ରକ୍‌ ଚକାତଳେ ପଡ଼ିଗଲେ ମା’ ପୁଅ

ଛେଣ୍ଡିପଦା,୧୭।୨(ଡି.ଏନ.ଏ.)- ଏକ ଅଭାବନୀୟ ଘଟଣାକ୍ରମେ ଟ୍ରକ ଚକାତଳେ ପଡ଼ି ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ମା’ଓ ପୁଅ। ଏହି ଘଟଣା ଶନିବାର ଛେଣ୍ଡିପଦା ମୁଖ୍ୟ ବଜାରସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ସାମ୍‌ନାରେ ଘଟିଛି।