ମେଟ୍ରୋ |

ଆନନ୍ଦ ବଜାରରେ ଭକ୍ତଙ୍କୁ ମାଡ଼

ଆନନ୍ଦ ବଜାରରେ ଭକ୍ତଙ୍କୁ ମାଡ଼

ପୁରୀ ଅଫିସ, ୮।୨: ମହାପ୍ରସାଦ ବିକ୍ରିକୁ ନେଇ ଗୁରୁବାର ଆନନ୍ଦ ବଜାରରେ କୃଷ୍ଣ ମହାଖୁଡ଼ ନାମକ ଜଣେ ଭକ୍ତଙ୍କୁ ମାଡ଼ ମରାଯାଇଥିବା ଗୁରୁବାର ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କୃଷ୍ଣ ସପରିବାର ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ଆନନ୍ଦ ବଜାରକୁ ମହାପ୍ରସାଦ କିଣିବାକୁ ଯାଇଥିଲେ। ମହାପ୍ରସାଦ ମୂଲ୍ୟକୁ ନେଇ ଜଣେ ସୁଆର ସେବକଙ୍କ ସହ ତାଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ସୁଆର ଜଣଙ୍କ ରାଗିଯାଇ କୃଷ୍ଣଙ୍କୁ ଏକ ଚାପୁଡ଼ା ମାରିଥିଲେ। ସେ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଶ୍ରୀମନ୍ଦି ଆମ୍ବୁଲାନ୍ସ ଯୋଗେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

All Right Reserved By
Karnatak Exit Poll

Model This Week

ସଂଗୀତ

ମେଟ୍ରୋ |

ତିଆରି ଚାଲିଛି ନୂଆ ଦଶାବତାର ଖଟ

ପୁରୀ ଅଫିସ,୨୦ା୫: ଦୋଳବେଦୀ କୋଣ ପରିସରରେ ତିଆରି ଚାଲିଛି ଦଶାବତାର ଖଟ। ମହାରଣା ସେବକ ବସନ୍ତ ମହାରଣାଙ୍କ ତତ୍ତ୍ବାବଧାନରେ କୁମର ମହାରଣା ଏବଂ ଅନନ୍ତ ମହାରଣା ଏହି ଖଟ ତିଆରି କରୁଛନ୍ତି। ୫ ଦିନ ହେବ ତିଆରି ଚାଲିଥିବା ଖଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବସନ୍ତଙ୍କ ସୂଚନା ମୁତାବକ, ଅଣସର ଘରେ ଏହି ଦଶାବତାର ଖଟ ପଡିଥାଏ। ପ୍ରାୟ ୨୦ ବର୍ଷ ହେବ ତିଆରି ହୋଇଥିବା ପୁରୁଣା ଦଶାବତାର ଖଟ ନଷ୍ଟ ହୋଇଗଲାଣି। ତେଣୁ ନୂଆ ଖଟ ତିଆରି କରାଯାଉଛି। ଫାଶି, ସାହାଜ ଏବଂ ଧଉରା କାଠରେ ନିର୍ମାଣ କରାଯାଉଥିବା ଏହି ଖଟର ଲମ୍ବ ୧୨ ଫୁଟ ଏବଂ ଓସାର ୩ଫୁଟ ରହିଛି।

ଦର୍ପଦଳନ ରଥର ତୁମ୍ବରେ ଫାଟ

ପୁରୀ ଅଫିସ,୨୦ା୫: ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ରଥର ପ୍ରମୁଖ ଅଂଶ କୁହାଯାଉଥିବା ଚକ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥ ପାଇଁ ଆବଶ୍ୟକ ମୋଟ ୪୨ ଚକ ମଧ୍ୟରୁ ରବିବାର ସୁଦ୍ଧା ୩୯ ଚକ କାମ ଶେଷ ହୋଇଛି। ତିନିରଥର ଗୋଟିଏ ଲେଖାଏ ଚକ ବାକି ରହିଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହେବ ଇ-ଅଫିସ ବ୍ୟବସ୍ଥା

ପୁରୀ ଅଫିସ,୨୦ା୫: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ ଇ-ଅଫିସ ବ୍ୟବସ୍ଥା। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ୮୦ ପ୍ରତିଶତ ଫାଇଲ କାର୍ଯ୍ୟ କମିଯିବ। ସବୁକିଛି କମ୍ପ୍ୟୁଟର ଓ ଅନ୍‌ଲାଇନ ମାଧ୍ୟମରେ କରାଯିବ।

ନାବାଳିକାଙ୍କୁ ବଳାତ୍କାର : ବାଳ ସୁଧାର ଗୃହ ଗଲେ ଅଭିଯୁକ୍ତ ନାବାଳକ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅଧୀନ ପଦ୍ମକେଶରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାକତ୍ାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଛି। ସୂଚନା ମୁତାବକ, ଉଭୟ ନାବାଳକ ଓ ନାବାଳିକା ପଦ୍ମକେଶରପୁର ଅଞ୍ଚଳର। ଗତ ଶନିବାର ଦିନ ନାବାଳକ ଜଣକ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ନାବାଳିକାଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ। ଏହି ସମୟରେ ଉକ୍ତ ନାବାଳକ ଜଣକ ନାବାଳିକାଙ୍କୁ ବଳାକତ୍ାର କରିଥିଲେ।

କାନ୍‌ସରେ ଯୁବ ଓଡ଼ିଆ ନିର୍ମାତାଙ୍କ କମାଲ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ଫିଲ୍ମ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ଓଡ଼ିଶାର ପ୍ରତିଭାମାନେ ଗତ କିଛିବର୍ଷ ହେଲା ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରୁଛନ୍ତି। ଏହିକ୍ରମରେ ଏବେ ଆଉଜଣେ ଓଡ଼ିଆ ନିର୍ମାତା ତଥା ପ୍ରଯୋଜକଙ୍କ ନାମ ତାଲିକାରେ ଯୋଡିହୋଇଛି। ଓଡ଼ିଶା ଜନ୍ମିତ ଯୁବ ଚଳଚ୍ଚିତ୍ର ନିର୍ମାତା ଜିତେଶ କୁମାର ପରିଡା ଲଗାତାର ୩ୟ ଥର ପାଇଁ କାନ୍‌ସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଆଇସିସିଆର୍‌ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିରୁ ଓହରିଲା କେନ୍ଦ୍ର

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ କାଉନ୍‌ସିଲ ଫର୍‌ କଲ୍‌ଚରାଲ ରିଲେସନ୍ସ(ଆଇସିସିଆର)ର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରାଯିବ ନାହିଁ। ଭୁବନେଶ୍ୱରଠାରେ ଥିବା ଆଇସିସିଆର୍‌ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ପୂର୍ବଭଳି କାର୍ଯ୍ୟ କରିବ। ପାଟନା ଏବଂ ଭୁବନେଶ୍ୱର ଆଇସିସିଆର କାର୍ଯ୍ୟାଳୟକୁ କଲିକତା ସ୍ଥାନାନ୍ତର କରିବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯିବା ପରେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଛନ୍ତି। ଆଇସିସିଆରର ଅଧ୍ୟକ୍ଷ ତଥା ଏମ୍‌ପି ବିନୟ ସହସ୍ରବୁଦ୍ଧେ ଭୁବନେଶ୍ୱରସ୍ଥିତ ଆଇସିସିଆର୍‌ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ କୌଣସି ନିଷ୍ପତ୍ତି ହୋଇ ନ ଥିବା କହିଛନ୍ତି।

ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ଜଣେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମଞ୍ଚେଶ୍ୱର ପୋଲିସ ଅଭିଯୁକ୍ତ ମୁଣ୍ଡା ବସ୍ତି ଅଞ୍ଚଳର ଦାଶରଥି ଟୁଡୁ(୨୫)ଙ୍କୁ ଗିରଫ କରିଛି। ଗାଡ଼କଣ ଅଞ୍ଚଳରେ ରହୁଥିବା ଠିକାଦାର ଗୋବିନ୍ଦ ପାତ୍ର ଶନିବାର ସନ୍ଧ୍ୟା ବେଳେ ଶ୍ରମିକଙ୍କୁ ମଜୁରୀ ଦେବା ଲାଗି ଲାଇନ ବସ୍ତିକୁ ଯାଇଥିଲେ। ଏହି ସମୟରେ ମଜୁରୀକୁ ନେଇ ଦାଶରଥି ଓ ଗୋବିନ୍ଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ବଚସା ଆରମ୍ଭ ହୋଇଥିଲା।

ଲାପ୍‌ଟପ୍‌ ଚୋରି: ଜଣେ ଗିରଫ

ଭୁବନେଶ୍ୱର, ୨୦ା୫(ବ୍ୟୁାରୋ)- ଲାପ୍‌ଟପ୍‌ ଚୋରି କରିବା ଅଭିଯୋଗରେ ଶହୀଦନଗର ପୋଲିସ ରବିବାର ମୃତ୍ୟୁଞ୍ଜୟ ରଥ(୩୧) ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ୍ୟୁଞ୍ଜୟଙ୍କ ଘର ରାଉରକେଲା। ସେ ଶହୀଦନଗର ଅଞ୍ଚଳରେ ରୁହନ୍ତି।

ଆଧ୍ୟାତ୍ମିକତା ହିଁ ସେବାରେ ସଫଳତା ଦିଏ

ଭୁବନେଶ୍ୱର, ୨୦।୫(ବ୍ୟୁରୋ)- ରୋଟାରୀ ଇଣ୍ଟରନ୍ୟାଶନାଲ୍‌ ୩୨୬୨ ତରଫରୁ ରବିବାର କିମ୍‌ସ ଅଡିଟୋରିୟମଠାରେ ‘ଆଧ୍ୟାତ୍ମିକତା ହିଁ ସେବାରେ ସଫଳତାର ଉତ୍ସ’ ଶୀର୍ଷକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ଜୀବନରେ ଆଧ୍ୟାତ୍ମିକତାକୁ ପାଥେୟ କରି କିପରି ମାନବ ସେବାରେ ଅଗ୍ରଗତି କରିଚାଲିଛନ୍ତି ତା’ର ଅନୁଭବ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଦିଲ୍ଲୀସ୍ଥିତ ଗୁରୁଗ୍ରାମର ବ୍ରହ୍ମାକୁମାରୀସ୍‌ ଓମ୍‌ ଶାନ୍ତି ରିଟ୍ରିଟ୍‌ ସେଣ୍ଟରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଆଶାଦିଦି ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସେବାର ପ୍ରକୃତ ଭାବାର୍ଥକୁ ବୁଝାଇଥିଲେ।

ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ଉଭାନ : ଥେସିସ ପେପର ଦାଖଲ କରିପାରୁନାହାନ୍ତି ଛାତ୍ରୀଛାତ୍ର

ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ଉଭାନ : ଥେସିସ ପେପର ଦାଖଲ କରିପାରୁନାହାନ୍ତି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ମିଳୁନି। ଫାଇଲରେ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଥିବାବେଳେ ତାହା ମିଳୁ ନ ଥିବାରୁ ଛାତ୍ରୀଛାତ୍ରମାନେ ଚିନ୍ତାରେ ପଡ଼ିଛନ୍ତି। ଏହାଦ୍ୱାରା ଅନେକ ଛାତ୍ରୀଛାତ୍ର ପିଏଚ୍‌ଡି ଥେସିସ୍‌ ଦାଖଲ କରିପାରୁନାହାନ୍ତି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଯିବାରୁ କେତେଜଣ ଛାତ୍ରୀଛାତ୍ର ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି।

ଜଟଣୀ ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ

ଜଟଣୀ ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ

ଜଟଣୀ,୨୦।୫(ଡି.ଏନ୍‌.ଏ.):ଜଟଣୀ ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ରବିବାର ପାଳିତ ହୋଇଯାଇଛି। ସଂସଦର ସଭାନେତ୍ରୀ ଗୀତାରାଣୀ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାହିତି୍ୟକ ଅଭୟ ବାରିକ, ପ୍ରଦୀପ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ।

ରାଜ୍ୟ ସରକାରଙ୍କ ବିରୋଧରେ ଆସିବ ମହାଭିଯୋଗ ଦସ୍ତାବିଜ୍‌: ଧର୍ମେନ୍ଦ୍ର

ରାଜ୍ୟ ସରକାରଙ୍କ ବିରୋଧରେ ଆସିବ ମହାଭିଯୋଗ ଦସ୍ତାବିଜ୍‌: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଭାଜପାର କାର୍ଯ୍ୟକାରିଣୀ ବୈଠକ ଶେଷରେ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ବିରୋଧରେ ମହାଭିଯୋଗ ଦସ୍ତାବିଜ୍‌ ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ୧୮ ବର୍ଷର ୩୬ଟି ମହାଦୁର୍ନୀତି ସମ୍ବଳିତ ଦସ୍ତାବିଜ ଅଣାଯିବ।