ଉପକୂଳ ଓଡିଶା

ଡାକଘରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ପୋଷ୍ଟମାଷ୍ଟର ଫେରାର

ଡେରାବିଶ,୮।୨(ସ୍ବ.ପ୍ର.)-ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଅଧୀନ ସବଳଙ୍ଗ-କଣିପଡା ଗ୍ରାମର ଡାକଘରେ ଜମା ଥିବା ଲକ୍ଷାଧିକ ଟଙ୍କା ହଡପ କରି ପୋଷ୍ଟମାଷ୍ଟର ଅଚ୍ୟୁତାନନ୍ଦ କର ଫେରାର ହୋଇ ଯାଇଛନ୍ତି । ଏହା ଜଣାପଡିବା ପରେ ଗୁରୁବାର ଶତାଧିକ ଜମାକାରୀ ଉକ୍ତ ଡାକଘରକୁ ଯାଇ ତାଙ୍କୁ ନ ପାଇ କେନ୍ଦ୍ରାପଡା ସାଉଥ ସବ୍‌ ଡିଭିଜନର ବିଭାଗୀୟ ଇନ୍ସପେକ୍ଟରଙ୍କୁ ଜଣାଇଛନ୍ତି । ବିଭାଗୀୟ ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶକ୍ରମେ ଓଭରସିୟର ରବିନ୍ଦ୍ର ନାଥ ସାହୁ ଉକ୍ତ ଡାକଘରକୁ ଆସି ଜମାକାରୀଙ୍କ ଖାତା ଯାଞ୍ଚ ଆରମ୍ଭ କରିଛନ୍ତି ।

All Right Reserved By
I&PR

Model This Week

ସନ୍ତୋଷ

ଉପକୂଳ ଓଡିଶା

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବିଞ୍ଝାରପୁର,୨୪ା୫(ଡି.ଏନ.ଏ)- ଏକ ଚିଟଫଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଣେ ଯୁବତୀଙ୍କୁ ଗୁରୁବାର ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବତୀ ଜଣକ ହେଲେ ମାଁସଡ଼ା ଗ୍ରାମର ସୁନୀତା ସାମଲ। ତାଙ୍କ ନାମରେ ଅଭିଯୋଗ ହେବା ପରେ ସେ ୨ବର୍ଷ ଧରି ଫେରାର ଥିଲେ। ସୁନୀତା ବିଞ୍ଝାରପୁରସ୍ଥିତ ତାଙ୍କ ବାସଭବନରେ ଆତ୍ମଗୋପନ କରିଥିବା ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ଗୁରୁବାର ସକାଳେ ସେଠାରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

ସରପଞ୍ଚଙ୍କ ନାଁରେ ଅର୍ଥ ହଡ଼ପ ଅଭିଯୋଗ

ଡୁବୁରୀ,୨୪ା୫(ଡିଏନଏ)- କଳିଙ୍ଗନଗରସ୍ଥିତ ବିଆରପିଏଲ କାରଖାନାରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ କଲ୍ୟାଣ ପାଇଁ ଆସୁଥିବା ଅର୍ଥକୁ ସୁକିନ୍ଦା ବ୍ଲକର ସାରଙ୍ଗପୁର ସରପଞ୍ଚ ହଡ଼ପ କରିଥିବା ନେଇ ଜିଲାପାଳଙ୍କ ନିକଟରେ ଗାଁ କଲ୍ୟାଣ ସମିତି ଗତ ସୋମବାର ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ବାବଦରେ ପ୍ରତ୍ୟେକ ବର୍ଷ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ସରପଞ୍ଚ ଶରତ କୁମାର ସାହୁ ଆତ୍ମସାତ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ସାରଙ୍ଗପୁର ଗଁା ଲେକେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଜିଲାପାଳଙ୍କ ସମେତ ଏସ୍‌ପି, କଳିଙ୍ଗନଗର ଥାନାଧିକାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ରାସାୟନିକ ଦୁର୍ଘଟଣା ମୁକାବିଲା ଲାଗି ଜିଲା ଆପତ୍‌କାଳୀନ ବୈଠକ

ଜଗତ୍‌ସିଂହପୁର ଅଫିସ,୨୪।୫-ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲା ପ୍ରଶାସନ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ବୃହତ୍‌ ଶିଳ୍ପ କାରଖାନାଗୁଡିକରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ଲାଗି ଜିଲା ଆପତ୍‌କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଡାକ୍ତର ଏଲୋରା ଦାସଙ୍କୁ ୫ଟି ପ୍ରଶ୍ନ: କର୍ତ୍ତବ୍ୟନିଷ୍ଠ ହେଲେ ଭଲ ମଣିଷ ହୋଇପାରିବେ

ଡାକ୍ତର ଏଲୋରା ଦାସଙ୍କୁ ୫ଟି ପ୍ରଶ୍ନ: କର୍ତ୍ତବ୍ୟନିଷ୍ଠ ହେଲେ ଭଲ ମଣିଷ ହୋଇପାରିବେ

ହୋମିଓପାଥିକ ଡାକ୍ତର ଏଲୋରା ଦାସ। ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ୨୦୧୫ ଜୁଲାଇ ୨୦ ତାରିଖରୁ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଘର ଖୋର୍ଦ୍ଧା ଜିଲା ଗୁରୁଜଙ୍ଗ ଗ୍ରାମରେ। ପୂର୍ବରୁ ସେ ଝାରସୁଗୁଡା ଜିଲା ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୯ବର୍ଷ କାଳ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ଦିନକର କାହାଣୀ: ସମସ୍ତଙ୍କ ଜୀବନରେ କାର୍ଯ୍ୟକାରୀ ହୁଏ ଜ୍ୟୋତିଷବିଦ୍ୟା

ଦିନକର କାହାଣୀ: ସମସ୍ତଙ୍କ ଜୀବନରେ କାର୍ଯ୍ୟକାରୀ ହୁଏ ଜ୍ୟୋତିଷବିଦ୍ୟା

ସେ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ କୁହନ୍ତି। ତାଙ୍କ ଜ୍ୟୋତିଷ ଗଣନା ଠିକ୍‌ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ଅଞ୍ଚଳର ଜଣେ ଲୋକପ୍ରିୟ ଜ୍ୟୋତିଷ ଭାବେ ସେ ପରିଚିତ। ସେ ହେଲେ ବୁଲା ଦାଶ( ୭୮)। ବୁଲା ଭାଇନା ଭାବେ ସେ ଜଣାଶୁଣା।

୧୨ ଗ୍ରାମବାସୀଙ୍କ ଭରସା ଡିବିରି ଆଲୁଅ

୧୨ ଗ୍ରାମବାସୀଙ୍କ ଭରସା ଡିବିରି ଆଲୁଅ

ରଣପୁର,୨୪।୫ (ସ୍ବ.ପ୍ର.)- ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି ବୋଲି ଦେଶର ପ୍ରଧାନମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ହେଲେ ନୟାଗଡ ଜିଲା ରଣପୁର ବ୍ଲକରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଦେଶ ସ୍ବାଧୀନତାର ୭୦ବର୍ଷ ପରେ ବି ଏହି ବ୍ଲକ୍‌ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତରେ ବିଦ୍ୟୁତ୍‌ ଆଲୋକ ଅପହଞ୍ଚ ହୋଇରହିଛି। ଲୋକେ କେବଳ ବିଦ୍ୟୁତ୍‌ ଖୁଣ୍ଟକୁ ଚାହିଁ ବିଜୁଳିର ସ୍ବପ୍ନ ଦେଖୁଛନ୍ତି।

ମୋ’ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ରାଜକନିକା, ୨୪।୫ (ଡି.ଏନ୍‌.ଏ.)-ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜନଗର ବ୍ଲକ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ମୋ’ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାଜନଗର ପଞ୍ଚାୟତର ସାଧାରଣ ବୈଠକ

ରାଜନଗର ପଞ୍ଚାୟତର ସାଧାରଣ ବୈଠକ

ରାଜନଗର, ୨୪।୫ (ଡି.ଏନ୍‌.ଏ.)-ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତର ୧୪ତମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ତନ୍ତିଆପାଳ ମେରାଇନ୍‌ ଥାନାରୁ ବିଜୟନଗର ପଞ୍ଚାୟତକୁ ବାଦ ଦେବାକୁ ଦାବି

ମହାକାଳପଡା,୨୪।୫(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନରୁ ବିଜୟନଗର ପଞ୍ଚାୟତକୁ ବାଦ୍‌ ଦେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ସମୂହ ଦୀପଦାନରେ ୫ ହଜାରରୁ  ଊର୍ଦ୍ଧ୍ୱ ଲୋକ ସାମିଲ

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ସମୂହ ଦୀପଦାନରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ

କେନ୍ଦ୍ରାପଡା ଅଫିସ, ୨୪।୫- ବିଜେଡିର ମହାନଦୀ ସୁରକ୍ଷା ଅଭିଯାନକୁ ଜିଲା ବିଜେଡି ଗୁରୁବାର ଜୋରଦାର ଢଙ୍ଗରେ ସ୍ବାଗତ କରିଛି ।

ଜାତୀୟ ରାଜପଥରେ ଯାନବାହାନ ଯାଞ୍ଚ

ଚଣ୍ଡିଖୋଲ,୨୪।୫(ଡି.ଏନ.ଏ.)-ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବଡଚଣା ପୋଲିସ ପକ୍ଷରୁ ବୁଧବାର ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଚଣ୍ଡିଖୋଲ ଛକ ନିକଟରେ ଜାତୀୟ ରାଜପଥରେ ଯାଉଥିବା ବିଭିନ୍ନ ଗାଡି ଯାଞ୍ଚ କରାଯାଇଥିଲା ।

ଡକାୟତି ଉଦ୍ୟମ ବେଳେ ପୋଲିସ ଚଢାଉ : ୨ ଗିରଫ, ୪ ଫେରାର

ଚଣ୍ଡିଖୋଲ,୨୪।୫(ଡି.ଏନ.ଏ.)-ବୁଧବାର ରାତିରେ ୫ ନଂ (କ)ଜାତୀୟ ରାଜପଥରେ ଡକାୟତି ଉଦ୍ୟମ କରିବା ବେଳେ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି ଓ ଅନ୍ୟ ୪ ଜଣ ଫେରାର ହୋଇ ଯାଇଛନ୍ତି ।