ରାୟଗଡା

ମାନବିକତା ଦେଖାଇଲେ ଯବାନ: ଗର୍ଭବର୍ତୀଙ୍କୁ ପେଟ୍ରୋଲିଂ ବୋଟରେ ପାରି କରାଇଲେ ଡ୍ୟାମ

ମାନବିକତା ଦେଖାଇଲେ ଯବାନ: ଗର୍ଭବର୍ତୀଙ୍କୁ ପେଟ୍ରୋଲିଂ ବୋଟରେ ପାରି କରାଇଲେ ଡ୍ୟାମ
କୋରୁକୋଣ୍ଡା,୮।୨- ମାଲାକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରେ ଜଣେ ଗର୍ଭବତୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳ ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ବିଏସ୍‌ଏଫ୍‌ ଯବାନ। ଗୁରୁବାର ଗର୍ଭବତୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନଦୀପାର ହୋଇ ଡାକ୍ତରଖାନା ଯିବାକୁ କୌଣସି ବୋଟ ନ ଥିଲା। ଜନବାଇ ଓ ବଡପଡ଼ାରେ ମୁତୟନ ଥିବା ଯବାନମାନେ ବୋଟଯୋଗେ ପେଟ୍ରୋଲିଂ କରୁଥିବା ବେଳେ ମହିଳାଙ୍କ ଏଭଳି ଅବସ୍ଥା ଦେଖି ସେମାନେଙ୍କ ତାଙ୍କୁ ଉକ୍ତ ବୋଟରେ ଚିତ୍ରକୋଣ୍ଡା ଡ୍ୟାମ ପାର କରାଇଥିଲେ। ମହିଳାଜଣଙ୍କ ବର୍ତ୍ତମାନ ଚିତ୍ରକୋଣ୍ଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
All Right Reserved By

ରାୟଗଡା

ଅନକାଡେଲି ହାଟରୁ ମାଓବାଦୀ ମିଲିସିଆ ଗିରଫ

ଅନକାଡେଲି ହାଟରୁ ମାଓବାଦୀ ମିଲିସିଆ ଗିରଫ

କୋରାପୁଟ,୧୭। ୮(ସ୍ବ.ପ୍ର)- ବିଏସଏଫ ୧୩ ବାଟାଲିଆନ ଯବାନମାନେ ଗୁରୁବାର   ଜଣେ ମାଓବାଦୀ ମିଲିସିଆ ସଦସ୍ୟଙ୍କୁ ସ୍ଥାନୀୟ ଅନକାଡେଲି ସାପ୍ତାହିକ ହାଟରୁ ଧରି ମାଛକୁଣ୍ଡ ପୋଲିସକୁ ହସ୍ତାନ୍ତର କରିଛନ୍ତି। ତାଙ୍କ ନାମ ସାହୁ ମୁଦୁଲି (୨୫)। 

ସବୁଜ ପରିବେଶ ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ

ସବୁଜ ପରିବେଶ ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ

କୋରାପୁଟ/ଅନକାଡେଲି,୧୭।୮(ସ୍ବ.ପ୍ର)- କୋରାପୁଟ ଜିଲା ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଅନକାଡେଲି ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନକାଡେଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଦଳପତି ଯୋଗଦେଇ ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ ବୋଲି ପ୍ରକାଶ କରିଥିଲେ ।

ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ, ୧୧ ଖଣ୍ଡ ଗ୍ରାମ ପ୍ରଭାବିତ

ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ, ୧୧ ଖଣ୍ଡ ଗ୍ରାମ ପ୍ରଭାବିତ

ଦଶମନ୍ତପୁର,୧୭।୮(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ଗ୍ରାମପଞ୍ଚାୟତରେ କଲଭର୍ଟ ଧୋଇହେବା ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷାରେ ବିରିଗୁଡା ଗ୍ରାମ ନିକଟସ୍ଥ ଆଦିବାସୀ ସାହିରେ କଲଭର୍ଟ ଭାଙ୍ଗିଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବାସିନ୍ଦା  ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ।

ଭତ୍ତା ନ ପାଇ ନିରାଶରେ ଫେରିଲେ ହିତାଧିକାରୀ

ଭତ୍ତା ନ ପାଇ ନିରାଶରେ ଫେରିଲେ ହିତାଧିକାରୀ

ନନ୍ଦପୁର,୧୭।୮(ଡି.ଏନ୍‌.ଏ.):ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ହିତାଧିକାରୀମାନେ ଗୁରୁବାର ଭତ୍ତା ନ ପାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ନିରାଶରେ ଫେରିଛନ୍ତି। ସକାଳ ୧୦ଟାରୁ ୩ ଘଣ୍ଟା ଅପେକ୍ଷା କରିବା ପରେ ହିତାଧିକାରୀମାନେ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ।

୩ ପଞ୍ଚାୟତରେ ବ୍ୟାପିଲା ଝାଡ଼ା, ବାନ୍ତି

୩ ପଞ୍ଚାୟତରେ ବ୍ୟାପିଲା ଝାଡ଼ା, ବାନ୍ତି

ଦଶମନ୍ତପୁର,୧୭।୮(ଡି.ଏନ୍‌.ଏ.): ବର୍ଷାପାଣି ପାନୀୟ ଜଳରେ ମିଶିଥିବାରୁ ଲୋକେ ଏହାକୁ ସେବନ କରି ଝାଡ଼ା, ବାନ୍ତିରେ ପଡୁଥିବା ଦେଖିବାକୁ ମିଳୁଛି।  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ୩ ପଞ୍ଚାୟତରେ ଝାଡ଼ା, ବାନ୍ତି ବ୍ୟାପିବା ଦେଖିବାକୁ ମିଳିଛି। 

ବାଜପେୟୀଙ୍କୁ ଭାଜପାର ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କୁ ଭାଜପାର ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୧୭।୮(ସ୍ବ.ପ୍ର.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଜପତି ଜିଲା ଭାଜପା ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି । ପାରଳାଖେମୁଣ୍ଡି ସହରସ୍ଥ ରାଜପ୍ରାସାଦ ନିକଟରେ ଗୁରୁବାର ଆୟୋଜିତ ଶୋକସଭାରେ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା। 

ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଗୁମ୍ମା, ୧୭।୮(ଡି.ଏନ.ଏ): ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବାଠାରୁ ବାଇଝାଲ ପର୍ଯ୍ୟନ୍ତ ୪କି.ମି. ରାସ୍ତା ନିର୍ମାଣ ସକାଶେ ବିଧାୟକ କେ. ସୂରିୟା ରାଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆର. ଡି ବିଭାଗ ଏସଡିଓ  ଜେ.କେ. ବଡ଼ନାୟକ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ସଭ୍ୟା ପ୍ରେମିକା ରଇତ, ବୃଷଭ ସରପଞ୍ଚ ସିମିୟାନ ଭୂୟାଁ, ବାଇଝାଲ ଶ୍ରୀମତୀ ରଇତ, ସାମାଜିକ କର୍ମୀ ଏବିଜନ ମଣ୍ଡଳ, କଂଗ୍ରେସ ନେତା କୃଷ୍ଣ ପାତ୍ର, ପାଉଲ ପାଣି, ମଣ୍ଟୁ ପାଣି ପ୍ରମୁଖ ଉପସ୍ଥିତ ଥିଲେ। 

୩ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

୩ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି, ୧୭।୮(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟସେବା ଯୋଜନା କ୍ରମେ ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲାର ୩ଟି ସ୍ଥାନ ଯଥା ପାରଳାଖେମୁଣ୍ଡି, ବାଘଶଳା ଏବଂ ରାମଗିରିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ପାରଳାଖେମୁଣ୍ଡି ସହରର ଓଡିଆ ଭଣ୍ଡାରି ସାହିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ବିଧାୟକ କେ.ସୂରିୟା ରାଓ ଉଦଘାଟନ କରିଥିଲେ । 

ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ, କ୍ଲବଗୃହର ଶୁଭାରମ୍ଭ କଲେ ବିଧାୟକ

ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ, କ୍ଲବଗୃହର ଶୁଭାରମ୍ଭ କଲେ ବିଧାୟକ

ପଟ୍ଟାଙ୍ଗି,୧୭।୮(ଡି.ଏନ୍‌.ଏ.): ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟାତି ପାଙ୍ଗି ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ଡାକ୍ତର ଭାଗବତ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହ ମା’ ଗାଙ୍ଗେଶ୍ୱରୀ ମନ୍ଦିର ନିକଟସ୍ଥ ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ଗୃହର ଶୁଭାରମ୍ଭ କରିଛନ୍ତି। 

ପ୍ରବଳ ବର୍ଷାରେ ଏକର ଏକର ଧାନକ୍ଷେତ ବାଲିଚର

ପ୍ରବଳ ବର୍ଷାରେ ଏକର ଏକର ଧାନକ୍ଷେତ ବାଲିଚର

ନନ୍ଦପୁର,୧୭।୮(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ୍‌ ଅଞ୍ଚଳରେ ପ୍ରବଳ ବର୍ଷାରେ ଅନେକ ଘର ଭାଙ୍ଗିପଡ଼ିଛି। ଏହାସହ ଏକର ଏକର ଧାନକ୍ଷେତରେ ବାଲିଚର ମାଡ଼ିଯାଇଥିବା ଜଣାପଡିଛି।

ଆପ୍ରୋଚ ରାସ୍ତା ଧୋଇଯାଇ ଗୁପ୍ତେଶ୍ୱର ପୀଠ ବିଚ୍ଛିନ୍ନ

ଆପ୍ରୋଚ ରାସ୍ତା ଧୋଇଯାଇ ଗୁପ୍ତେଶ୍ୱର ପୀଠ ବିଚ୍ଛିନ୍ନ

ବୈପାରୀଗୁଡ଼ା,୧୭।୮ (ଡି.ଏନ୍‌.ଏ): ଲଘୁଚାପ ଜନିତ ବର୍ଷା କାରଣରୁ ବୈପାରୀଗୁଡା ବ୍ଲକ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ରାସ୍ତାରେ ଶୁରୁନାଳ ବ୍ରିଜ୍‌ ଆପ୍ରୋଚିଂ ରାସ୍ତା ସଂପୂର୍ଣ୍ଣ ଧୋଇଯାଇଛି । ଆସନ୍ତା ସୋମବାର ଜଳାଭିଷେକ କରିବାକୁ ଆସୁଥିବା କାଉଡିଆଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ।

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ଜୟପୁର,୧୭।୮(ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ବଡ଼ଜିଉନା ଓ  ପୌରାଞ୍ଚଳର କୁମ୍ଭାର ସାହିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଛି । କୋରାପୁଟ ଏମ୍‌ପି ଝିନ୍ନ ହିକ୍‌କା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହାର ଶୁଭାରମ୍ଭ କରିଛନ୍ତି ।