ଉପକୂଳ ଓଡିଶା

ଜମିଜମା ବିବାଦକୁ ନେଇ ଆକ୍ରମଣ

ଜମିଜମା ବିବାଦକୁ ନେଇ ଆକ୍ରମଣ

ନିଶ୍ଚିତକୋଇଲି,୮।୨(ଡି.ଏନ.ଏ.)-ଗୁରୁବାର କଟକ ଜିଲା ନିଶ୍ଚିତକୋଇଲି ଥାନା ଅଧୀନ ବଡକ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ୨୪ନଂ ଜିଲା ପରିଷଦ ଜୋନର ଭାଜପା ସଭାପତି ତ୍ରିବିକ୍ରମ ସ୍ବାଇଁ (୫୫) , ତାଙ୍କ ସ୍ତ୍ରୀ ରଞ୍ଜିତା(୪୨) ଓ ପୁଅ ଚନ୍ଦ୍ରଶେଖର (୧୮)ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଜମିଜମା ବିବାଦକୁ ନେଇ ୪ ଜଣ ସଂପର୍କୀୟ ଭାଇ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିବା ଜଣାଯାଇଛି । ତ୍ରିବିକ୍ରମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

All Right Reserved By

ଉପକୂଳ ଓଡିଶା

୧୫ରୁ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଗରଦପୁରରେ ପ୍ରଶିକ୍ଷଣ ଶିବିର

୧୫ରୁ ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ଗରଦପୁରରେ ପ୍ରଶିକ୍ଷଣ ଶିବିର

ପାଟକୁରା,୧୬।୮(ଡି.ଏନ୍‌.ଏ.): ଗରଦପୁର ବ୍ଲକ ସଭାଗୃହରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀ ଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକର ୧୭୪ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀମାନେ ଯୋଗ ଦେଇଥିଲେ।

୧୦ ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା

ଭାପୁର, ୧୫।୮ (ଡି.ଏନ୍‌.ଏ.)-ଭାପୁର ବ୍ଳକ ଭାପୁର ସେବା ସମବାୟ ସମିତି ପକ୍ଷରୁ ସମିତିର ଶ୍ରେଷ୍ଠ ୧୦ ଜଣ ଚାଷୀଙ୍କୁ ସ୍ବାଧୀନତା ଦିବସ ପାଳନ ଅବସରରେ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସମବାୟ ସମିତି ପରିସରରେ ପତାକା ଉତ୍ତେଳନ ପରେ ଅତିଥିମାନେ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

ସ୍ବାଧୀନତା ଦିବସ ଉପଲକ୍ଷେ ବୃକ୍ଷରୋପଣ

ମାର୍ଶାଘାଇ, ୧୫।୮ (ଡି.ଏନ୍‌.ଏ.)- ସ୍ବାଧୀନତା ଦିବସ ଅବସରରେ ବୁଧବାର ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାବାହିନୀ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। 

ରାସ୍ତା ତାଡିଦେଲେ ଦୁର୍ବୃତ୍ତ

ମାର୍ଶାଘାଇ, ୧୫।୮ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ କରାଣ୍ଡିଆ ମାଇନର କେନାଲ ମୁଖ୍ୟ ରାସ୍ତାକୁ ଦୁର୍ବୃତ୍ତମାନେ ପୁଣି ତାଡି ଦେଇଛନ୍ତି। 

ସ୍ବୟଂଶାସିତ କଲେଜ ପରିସରରେ ଅଣଛାତ୍ରଙ୍କ ଭୋଜି

ସ୍ବୟଂଶାସିତ କଲେଜ ପରିସରରେ ଅଣଛାତ୍ରଙ୍କ ଭୋଜି

ନୟାଗଡ଼ ଅଫିସ୍‌, ୧୫।୮-ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଭୋଜି କରିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋରି ଧରିଛି। ଉକ୍ତରେ ଶିକ୍ଷାନୁଷ୍ଠାନ ସମ୍ପର୍କୀୟ କଳେଜର ଅଧ୍ୟାପକ ଥିବାରୁ କଲେଜ ପରିସରରେ ଅଣଛାତ୍ରମାନେ କଲେଜ ପରିସରରେ ଭୋଜି କରିଥିବା ଜଣାପଡିଛି।

ଓଲଟି ପଡ଼ିଲା ଟ୍ରକ, ଡ୍ରାଇଭର ଗୁରୁତର

ଓଲଟି ପଡ଼ିଲା ଟ୍ରକ, ଡ୍ରାଇଭର ଗୁରୁତର

କେନ୍ଦ୍ରାପଡ଼ା ଅଫିସ୍‌, ୧୫।୮- କେନ୍ଦ୍ରାପଡା ମାର୍ଶାଘାଇ ୫ ନଂ.(କ) ଜାତୀୟ ରାଜପଥ କ୍ରସିଂ ଛକ ନିକଟରେ ବୁଧବାର ଏକ ଟ୍ରକ ଦୁର୍ଘଟଣାଗସ୍ତ ହୋଇଛି। 

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ଆଳି, ୧୫।୮ (ଡି.ଏନ୍‌.ଏ.)-ଆଳିର ବିଭିନ୍ନ ସ୍ଥାନରେ ୭୨ତମ ସ୍ବାଧୀନତା ଦିବସ ବୁଧବାର ପାଳିତ ହୋଇଛି। ଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଝରଣା ଦାଶ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବିଡିଓ ଜୟନ୍ତ ପୃଷ୍ଟି ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। 

ଯାଜପୁର ଏକତା ମଞ୍ଚର ସତ୍ୟାଗ୍ରହ ଉଦ୍‌ଯାପିତ

ଯାଜପୁର ଏକତା ମଞ୍ଚର ସତ୍ୟାଗ୍ରହ ଉଦ୍‌ଯାପିତ

ଯାଜପୁର ରୋଡ୍‌, ୧୫।୮ (ନି.ପ୍ର.)-ଯାଜପୁର ଏକତା ମଞ୍ଚ ପକ୍ଷରୁ କ୍ରାନ୍ତ୍ରି ଦିବସଠାରୁ ୭ଦିନ ବ୍ୟାପି ଗୋପବନ୍ଧୁ ଛକଠାରେ ଚାଲିଥିବା ଜଳ ସତ୍ୟାଗ୍ରହ ବୁଧବାର ଉଦ୍‌ଯାପିତ ହୋଇଯାଇଛି। 

 ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

ପାଟକୁରା, ୧୫।୮ (ଡି.ଏନ୍‌.ଏ.)- ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମସ୍ଥିତ ରାଜ୍ୟ ବିଗ୍ରେଡ ସ୍କୁଲରେ ବୁଧବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବେଡାରୀ ସରପଞ୍ଚ ଗୋକୁଳାନନ୍ଦ ବେହେରା ପତାକା ଉତ୍ତୋଳନ କରିଥିଲେ।

ଜାଗୁଳାଇ ପୀଠରେ ଜାଗ୍ରତ ଗୌରୀ ପଞ୍ଚମୀ

ଜାଗୁଳାଇ ପୀଠରେ ଜାଗ୍ରତ ଗୌରୀ ପଞ୍ଚମୀ

ପାଟକୁରା, ୧୫।୮ (ଡି.ଏନ୍‌.ଏ.)-ଗରଦପୁରସ୍ଥିତ ମା’ମୁଢ଼ୀ ଜାଗୁଳାଇ ପୀଠରେ ପବିତ୍ର ଜାଗ୍ରତ ଗୌରୀ ପଞ୍ଚମୀ ଉପଲକ୍ଷେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଚିତାଲାଗି ଅମାବାସ୍ୟା ତିଥିରୁ ଉତ୍ସବ ଆରମ୍ଭ ହୋଇଥାଏ। 

ବ୍ରାହ୍ମଣୀରେ ବନ୍ୟା, ୫ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

ବ୍ରାହ୍ମଣୀରେ ବନ୍ୟା, ୫ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

ଆଳି, ୧୫।୮ (ଡି.ଏନ୍‌.ଏ.)-ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ ଉପକୂଳରେ ଲଘୁଚାପ ଫଳରେ ଗତ ତିନିଦିନ ଧରି ବର୍ଷା ଲାଗି ରହିଛି। ଫଳରେ ବ୍ରାହ୍ମଣୀ ନଦୀ ବନ୍ୟା ଜଳ ମଙ୍ଗଳବାର ରାତିରୁ ଆଳି ବ୍ଲକର ୫ ଟି ଗ୍ରାମରେ ପ୍ରବେଶ କରିଛି। 

ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଯୋଜନା ଶୁଭାରମ୍ଭ

ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଯୋଜନା ଶୁଭାରମ୍ଭ

ନୟାଗଡ଼ ଅଫିସ୍‌, ୧୫।୮-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଡାଏଲିସିସ୍‌, ଯକ୍ଷ୍ମା, ମାନସିକ ରୋଗ ଓ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିଥିଲେ। 

Model This Week

ଯସ୍ମିନ୍