Dharitri News
ରାୟଗଡା

ଚଳନ୍ତା କାରରେ ନିଆଁ

ଚଳନ୍ତା କାରରେ ନିଆଁ ବିଷମକଟକ, ୮।୨(ଡି.ଏନ୍‌.ଏ.)- ରାୟଗଡା ଜିଲା ବିଷମକଟକ ଥାନା ଗୋତିଗୁଡା ଅଞ୍ଚଳରେ ଗୁରୁବାର ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଗାଡିଟି ସମ୍ପୁର୍ଣ୍ଣ ପୋଡିଯାଇଛି। କାର୍‌ଟି ବିଷମକଟକରୁ ରାୟଗଡା ଅଭିମୁଖେ ଯାଉଥବା ବେଳେ ଗୋତିଗୁଡା ଗ୍ରାମ ନିକଟରେ ହଠାତ୍‌ ସେଥିରେ ନିଆଁ ଲାଗିଯାଇ ଥିଲା। କାର୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ରାୟଗଡା

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୁଣପୁର,୨୩।୨(ଡି.ଏନ.ଏ)- ଆନ୍ଧ୍ର ପ୍ରଦେଶ ନୌପଡା ଠାର ୨ କିମି ଦୂର ରେଳ ଧାରଣାରୁ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। କଟାମୁଣ୍ଡ ଏବଂ ଶରୀରକୁ ଯୋଡି ହ୍ବାଟସଅପରେ ଛଡାଯିବା ପରେ ଏହାର ପରିଚୟ ମିଳିଥିଲା। ନାବାଳକ ଜଣଙ୍କ ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ଗ୍ରାମର ବଳରାମ ରାଜା ।ସେ ୧୦ମ ଶ୍ରେଣୀ ଛାତ୍ର ।

୩୩୦ ପରୀକ୍ଷାର୍ଥୀ ଅନୁପସ୍ଥିତ: କପି କରି ୩ ଧରାପଡ଼ିଲେ

କୋରାପୁଟ,୨୩।୨(ସ୍ବ.ପ୍ର.) ରାଜ୍ୟରେ ଶୁକ୍ରବାର ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ କୋରାପୁଟ ଜିଲାର ୩୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। କପି କରି ୩ ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କ୍ବାଡ ଦ୍ୱାରା ଧରାପଡିଥିବା ଜଣାଯାଇଛି ।

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଜୟପୁର,୨୩।୨(ଡି.ଏନ୍‌.ଏ.) ଜୟପୁର ସହରରେ ରାଜା ରାଜୁଡା ସମୟରୁ ଏକ ନିଆରା ବିଶ୍ୱାସ ଓ ପରମ୍ପରାର ଝାମିଯାତ୍ରା ପାଳନ ହୋଇଆସୁଛି । ବସନ୍ତ ଋତୁ ଶେଷ ହେବା ପରେ ବସନ୍ତ, ହାଡଫୁଟି, ମିଳିମିଳା, କାଛୁ ଓ କୁଣ୍ଡିଆରୁ ଲୋକଙ୍କୁ ସୁରକ୍ଷା ନେଇ ଏହି ଯାତ୍ରା ବୋଲି ସାଧାରଣରେ ବିଶ୍ୱାସ ରହିଛି । ଶିବରାତ୍ରି ପରେ ଫାଲଗୁନ ମାସର ଗୁରୁବାର ଶୁକ୍ଳପକ୍ଷ ନବମୀ ତିଥି ଅନୁଯାୟୀ ଶୁକ୍ରବାର ଝାମିଦେବୀଙ୍କୁ ସ୍ଥାନୀୟ ବାଙ୍କମଠରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଅପରାହ୍ନରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା ।

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ଜୟପୁର,୨୨।୨(ଡି.ଏନ୍‌.ଏ.) ରାଜରାଜୁଡା ସମୟର ଆମ୍ବାଗୁଡା ପଞ୍ଚାୟତର ମଜରୁମୁଣ୍ଡାକୁ ସଂଯୋଗ କରୁଥିବା ଅଢେଇ କିଲୋମିଟର ରାସ୍ତା ନିଜ ଅସ୍ତିତ୍ୱ ହରାଇଲାଣି। ମରାମତି ଅଭାବରୁ ରାସ୍ତାର ଦୁରାବସ୍ଥା ଯୋଗୁ ୨ଟି ଗ୍ରାମର ପ୍ରାୟ ୨୫୦୦ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଶାସକ ଓ ବିରୋଧୀ ଦଳର ରାଜନୈତିକ ଆକ୍ରୋଶ ଯୋଗୁ ଏଠାରେ ରାସ୍ତା ନିର୍ମାଣରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଜୟପୁର,୨୩।୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଜିଲା କୋରାପୁଟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଜୟପୁରରେ ମାତୃ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା ହେଲା। ୧୦ କୋଟି ଟଙ୍କା ବ୍ୟୟରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା ହେବାର ୨ ବର୍ଷ ବିତିଥିଲେ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ ।

ମଦ ନେଲା ବାପାର ଜୀବନ:ସନ୍ଦେହ ଘେରରେ ପୁଅ

ମାଲକାନଗିରି,୨୨।୨(ଡି.ଏନ୍‌.ଏ) ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲାକୋଟା ଗ୍ରାମର ଭୀମା କୁଞ୍ଜାମୀ (୬୦)ଙ୍କୁ ଗତ ରାତିରେ ହତ୍ୟା କରାଯାଇଛି।

ଜିଲାପାଳଙ୍କୁ ସ୍ମାରକପତ୍ର ଦେଲା ଭାଜପା

ବୈପାରୀଗୁଡ଼ା,୨୨।୨(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲା ଭାଜପା ଉପସଭାପତି ତଥା ସ୍ଥାନୀୟ ନେତା ଚନ୍ଦ୍ରଶେଖର ରଥଙ୍କ ନେତୃତ୍ବରେ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

କୋରାପୁଟ,୨୨।୨(ସ୍ବ.ପ୍ର.): ନନ୍ଦିଗାଁ ପଞ୍ଚାୟତରେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋରାପୁଟ ସଦର ପୋଲିସ କୋର୍ଟ ଚାଲାଣ କରିଛି।

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପିଇଓ, ଜିଆରଏସ୍‌ଙ୍କ କଲମଛାଡ଼ ଆନ୍ଦୋଳନ

ପଟ୍ଟାଙ୍ଗି,୨୨।୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକ ୧୪ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଗୁରୁବାରଠାରୁ କଲମ ଛାଡ ଆନ୍ଦୋଳନ କରିଛନ୍ତି।

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର, ଗୁରୁତର ନାବାଳିକା ହସ୍ପିଟାଲରେ ଭର୍ତ୍ତି

ବିଷମକଟକ,୨୨ା୨(ଡି.ଏନ୍‌.ଏ.): ପଡ଼ୋଶୀ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ବନ୍ଧଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁବାର ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନ୍ଧଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଉକ୍ତ ନାବଳିକା ଜଣକ ବୁଧବାର ଦିନ ପ୍ରାୟ ୨ଟା ବେଳେ ଘରଠାରୁ ୧୦୦ ମିଟର ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଥିବା ନଳକୂଅକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ରହୁଥିବା ୩୫ ବର୍ଷୀୟ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନେଇ ବଳାତ୍କାର କରିଥିଲା।

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା ଡ୍ୟାମ୍‌ ପ୍ରସଙ୍ଗ: ଜଳ ସମ୍ପଦ ବିଭାଗକୁ ଟାର୍ଗେଟ କଲା କଂଗ୍ରେସ

ବାଲିମେଳା,୨୨ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମ୍‌ର ଜଳ ଆନ୍ଧ୍ରକୁ ଏପି ଟନେଲ ବାଟେ ବୋହିଯାଉଥିବା ଘଟଣାରେ ଜଳ ସମ୍ପଦ ବିଭାଗକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଗୁରୁବାର ସ୍ଥାନୀୟ କଂଗ୍ରେସ ନେତା ଶରତ ବୁରୁଦା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଏପି ଟନେଲ ଦେଇ ଜଳ ଆନ୍ଧ୍ରକୁ ଯାଉଥିବା ଜଳ ସମ୍ପଦ ବିଭାଗ ସ୍ବୀକାର କରିଛନ୍ତି ସତ; କିନ୍ତୁ କେତେ ପରିମାଣର ଜଳ ଆନ୍ଧ୍ରକୁ ଗଲା, ତାହାର ହିସାବ ଦେଇନାହାନ୍ତି। ସେମାନେ କହିଛନ୍ତି ଏହା ଦ୍ୱାରା ଜଳସେଚନରେ କିଛି ଅସୁବିଧା ହେବ ନାହିଁ। ବାଲିମେଳା ଡ୍ୟାମରୁ ପାଣି ଆନ୍ଧ୍ରକୁ ଚାଲିଗଲେ ମାଲକାନଗିରି ଜିଲାର ଚାଷୀଙ୍କ ଯେଉଁ କ୍ଷତି ହେବ, ତାହାର ଭରଣା ଜଳ ସମ୍ପଦ ବିଭାଗ କରିବେ ବୋଲି ଲିଖିତ ହେବେ ଦିଅନ୍ତୁ ବୋଲି ବୁରୁଦା ଦାବି କରିଛନ୍ତି।

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।