ରାଜ୍ୟ |

ବିଜେପୁର ଉପନିର୍ବାଚନ: ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷିତ

ବିଜେପୁର ଉପନିର୍ବାଚନ: ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷିତ

ଭୁବନେଶ୍ୱର, ୮।୨(ବ୍ୟୁରୋ): ବିଜେପୁର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗୁରୁବାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ୩୩ ଏମ୍‌ପି ଓ ବିଧାୟକଙ୍କୁ ସାମିଲ କରାଯାଇଛି। ଆଗାମୀ ବିଜେପୁର ଉପନିର୍ବାଚନ ସମୟରେ ପ୍ରଚାର ପାଇଁ ୨୭ ବିଧାୟକ ଓ ୬ ଏମ୍‌ପିଙ୍କୁ ଷ୍ଟାର ପ୍ରଚାରକଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେଡି। ଏଥିରେ ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରଓ୍ବାଲ, ସୂର୍ଯ୍ୟନାରାୟଣ ପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ତଥାଗତ ସତପଥୀ, ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ, କଲିକେଶ ସିଂହଦେଓ, ପ୍ରତାପ କେଶରୀ ଦେବ ପ୍ରମୁଖ ରହିଛନ୍ତି। ସିନେ ତାରକା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ମୁନ୍ନା ଖାଁ, ଅରିନ୍ଦମ ରାୟ ଓ କୁନା ତ୍ରିପାଠୀଙ୍କୁ ସାମିଲ କରାଯାଇଛି। ସେହିପରି ବିଧାୟକଙ୍କ ମଧ୍ୟରେ ରୋହିତ ପୂଜାରୀ, ଡ.ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ସାହୁ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡେଇ, ଦେବାଶିଷ ନାୟକ, ସମୀର ଦାସ, ଉମାକାନ୍ତ ସାମନ୍ତରାୟ, ବ୍ରଜ ପ୍ରଧାନ, ସଞ୍ଜୀବ ସାହୁ, ପ୍ରମିଳା ମଲ୍ଲିକ ପ୍ରମୁଖଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବିଞ୍ଝାରପୁର,୨୪ା୫(ଡି.ଏନ.ଏ)- ଏକ ଚିଟଫଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଣେ ଯୁବତୀଙ୍କୁ ଗୁରୁବାର ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବତୀ ଜଣକ ହେଲେ ମାଁସଡ଼ା ଗ୍ରାମର ସୁନୀତା ସାମଲ। ତାଙ୍କ ନାମରେ ଅଭିଯୋଗ ହେବା ପରେ ସେ ୨ବର୍ଷ ଧରି ଫେରାର ଥିଲେ। ସୁନୀତା ବିଞ୍ଝାରପୁରସ୍ଥିତ ତାଙ୍କ ବାସଭବନରେ ଆତ୍ମଗୋପନ କରିଥିବା ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ଗୁରୁବାର ସକାଳେ ସେଠାରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

ପଞ୍ଚାୟତ ବିକାଶରେ ଓ୍ବାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଇଣ୍ଡା, ୨୪ା୫(ଡି.ଏନ.ଏ.)- ପଞ୍ଚାୟତର ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେଗୁଡିକୁ ଠିକ୍‌ ଭାବରେ ଗ୍ରାମାଞ୍ଚଳରେ ପହଞ୍ଚାଇବା ଦିଗରେ ଓ୍ବାର୍ଡମେମ୍ବରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବୁଧବାର କିଶୋରନଗର ବ୍ଲକ ବଣିନାଳୀ ବିଶ୍ୱଯୁବକେନ୍ଦ୍ର ପରିସରରେ ଆୟୋଜିତ ଓ୍ବାର୍ଡମେମ୍ବର ତାଲିମ ଶିବିର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଖଲ୍ଲିକୋଟ,୨୪ା୫(ଡି.ଏନ୍‌.ଏ.)- ଆବୁଧାବିରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପିଟଣାପଲ୍ଲୀ ଗ୍ରାମର ହରଷ ପ୍ରଧାନ (୨୩)। ବୁଧବାର ସେଠାରେ ରହୁଥିବା ସ୍ଥାନୀୟ ଲୋକେ ଏନେଇ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ।

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- କ୍ୟାପିଟାଲ ଥାନ୍ତା ଅନ୍ତର୍ଗତ ଅଶୋକ ନଗରରେ ଥିବା ଏକ ହୋଟେଲ ରୁମ୍‌ରୁ ଗୁରୁବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଯୁବକ ଜଣକ ପଶ୍ଚିମବଙ୍ଗ ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝି ହୋଇଥିବାବେଳେ ଯୁବତୀଙ୍କର ଦୁଇଟି ପରିଚୟପତ୍ର ମିଳିଛି। ଗୋଟିଏରେ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର ଟୁମ୍ପାରାଣୀ ପାଖିରା ଅଞ୍ଚଳ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ପଶ୍ଚିମବଙ୍ଗର ହାଓଡା ଲେଖା ରହିଛି। ସୂଚନା ଅନୁଯାୟୀ, ଉଭୟେ ଯୁବତୀ ଏବଂ ଯୁବକ ଗତ ମଙ୍ଗଳବାର ଉକ୍ତ ହୋଟେଲକୁ ଆସି ରୁମ୍‌ ବୁକ୍‌ କରି ରହିଥିଲେ।

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

କଟକ ଅଫିସ, ୨୪।୫- ନରାଜ ନୁହେଁ ତଳ ବାଲିଯାତ୍ରା ପଡିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ସିଧା ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ନରାଜ ହେଲିପ୍ୟାଡରେ ଓହ୍ଲାଇ ସଡ଼କପଥରେ ଉପର ବାଲିଯାତ୍ରା ପଡିଆସ୍ଥିତ ସଭାସ୍ଥଳକୁ ପ୍ରଧାନମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ହେଲେ ନରାଜରୁ ଉପର ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ୧୨କିମି ବାଟ ସୁରକ୍ଷା ଦେବାରେ ଅସୁବିଧା ଉପୁଜିବା ଆଶଙ୍କା କରିଛି ପ୍ରଧାନମନ୍ତ୍ରୀଙ୍କ ଏସପିଜି(ସ୍ପେଶାଲ ପ୍ରୋଟେକସନ ଗ୍ରୁପ)।

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ)- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଭାବେ ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି ହକି ତାରକା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତିର୍କୀ। ପାନ୍ଥନିବାସ ପରିସରରେ ଥିବା ଓଟିଡିସି କାର୍ଯ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ତିର୍କୀ ନିଗମର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଓଟିଡିସିର ବରିଷ୍ଠ ଅଧିକାରୀ, କର୍ମକର୍ତ୍ତା ଏବଂ ଉତ୍କଳ ପର୍ଯ୍ୟଟନ ଉନ୍ନୟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- ପୁରୀ ଜିଲା କୋଣାର୍କ ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କେତେଜଣ ମଦ୍ୟପ ଗଣବଳାତ୍କାର କରିଥିଲେ। କୋଣାର୍କ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ମାନବାଧିକାର କର୍ମୀ ଏନ. ଏ. ଶାହା ଅନ୍‌ସାରୀ ଏକ ପିଟିଶନ ଦାୟର କରିଛନ୍ତି। ଏ ନେଇ କମିଶନ ଏକ ମାମଲା(୪୮୩/୧୬) ରୁଜୁ କରିବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ, ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କେଉଁଥିପାଇଁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଲା, କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, କେଉଁଠ ମହିଳାଙ୍କ ଚିକିତ୍ସା କରାଯାଇଥିଲା ଏବଂ ପୋଲିସ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଜଣାଇବାକୁ କମିଶନ କହିଛନ୍ତି।

ନିମାପଡ଼ା ବିକାଶ ପରିଷଦର ରକ୍ତଦାନ ଶିବିର

ନିମାପଡ଼ା, ୨୪।୫(ଡି.ଏନ.ଏ.)- ନିମାପଡ଼ା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣମଣ୍ଡପଠାରେ ଗୁରୁବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କ୍ୟାପଟାଲ ହସ୍ପିଟାଲର ବ୍ଲଡ୍‌ବ୍ୟାଙ୍କର ଡାକ୍ତର ଏବଂ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ପରିଷଦର ସଭାପତି ତଥା ଅବରସପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଜକିଶୋର ଚୌଧୁରୀ ଓ ଉପସଭାପତି ବାମନ ଚରଣ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିଥିଲେ। କୃଷ୍ଣଚନ୍ଦ୍ର ନାୟକ, ସୁମନ୍ତ ମହାରଣା, ଦିଲୀପ କୁମାର ସାହୁ, ନିରଞ୍ଜନ ସାହୁ, ଆଦର୍ଶ ଦାଶ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଶୋଚନୀୟ ଖାଲରେ ଫସି ଭାଙ୍ଗିଲା କାର୍‌

ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବିରାଟ ଖାଲ ସୃଷ୍ଟି ହୋଇଥିବାବେଳେ ତାହାକୁ ମରାମତି କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଉକ୍ତ ଖାଲରେ ଫସିଯାଇଥିଲା।

ନିପାକୁ ନେଇ ଓଡ଼ିଶାରେ ସତର୍କତା

ନିପାକୁ ନେଇ ଓଡ଼ିଶାରେ ସତର୍କତା

-୫ ମେଡିକାଲ କଲେଜ, ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି -ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ଟିମ୍‌ କଟକ ଅଫିସ, ୨୪।୫- ନିପାକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ରାଜ୍ୟର ୫ ମେଡିକାଲ କଲେଜ ଓ ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବ୍ରଜକିଶୋର ବ୍ରହ୍ମା ଉକ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଚିଠି କରିଛନ୍ତି।

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ, ୨୪।୫- ବୌଦ୍ଧ ଜିଲା ପୁରୁଣା କଟକ ହାଇସ୍କୁଲର କନିଷ୍ଠ କିରାଣି ସୁମନ ବେହେରାଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ବେହେରାଙ୍କୁ ପୃଥକ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଥମ ଦଫାରେ ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି।

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ମହାସମାବେଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ ଅଫିସ, ୨୪।୫- କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପକ୍ଷରୁ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ହେବାକୁ ଥିବା ପଞ୍ଚମ ମହାସମାବେଶ ଉପରେ ହାଇକୋର୍ଟ ଗୁରୁବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏହି ସମାବେଶ ନ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।