Dharitri News
ଉପକୂଳ ଓଡିଶା

ଜିଗରଣ ଗ୍ରାମବାସୀଙ୍କ ତହସିଲ ଅଫିସ ଘେରାଉ

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.)-ଗତ ୬ ତାରିଖ ଦିନ ପଟ୍ଟାମୁଣ୍ଡାଇ ଥାନା ଅଧୀନ ଜିଗରଣ ସିଦ୍ଧ ମହାପୁରୁଷ ଛକଠାରେ ଏକ ଡମ୍ପର ଧକ୍କାରେ ମନସ୍ବନୀ ରାଉତ (୧୨) ନାମକ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଅଦ୍ୟାବଧି ଦୁର୍ଘଟଣା ଘଟାଇଥିବା ଡମ୍ପର ଚାଳକଙ୍କୁ ଗିରଫ କରାଯାଇ ନ ଥିବା ବେଳେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇନାହିଁ । ଏହାର ପ୍ରତିବାଦରେ ଜିଗରଣ ଗ୍ରାମବାସୀ ଗୁରୁବାର ପୂର୍ବାହ୍ନ ୧୦ଟାରୁ ପଟ୍ଟାମୁଣ୍ଡାଇ ତହସିଲ ଆଗରେ ଧାରଣା ଦେଇଛନ୍ତି । ମୃତା ଛାତ୍ରୀଙ୍କ ଘର ଜିଗରଣ ଗ୍ରାମରେ । ଏହି ଗ୍ରାମର ଶତାଧିକ ମହିଳା ଧାରଣାରେ ବସି ରହିଛନ୍ତି ।

ଉପକୂଳ ଓଡିଶା

କଳା ବ୍ୟାଜ୍‌ ପିନ୍ଧି ଅଙ୍ଗନଓ୍ବାଡି କର୍ମୀଙ୍କ ପ୍ରତିବାଦ

କଳା ବ୍ୟାଜ୍‌ ପିନ୍ଧି ଅଙ୍ଗନଓ୍ବାଡି କର୍ମୀଙ୍କ ପ୍ରତିବାଦ

ରାଜନଗର,୨୨।୨(ଡି.ଏନ.ଏ.)-ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କସ ଆସୋସିଏଶନ ରାଜନଗର ଶାଖା ପକ୍ଷରୁ ୫ ଦଫା ଦାବି ନେଇ ଗୁରୁବାର ଅଙ୍ଗନଓ୍ବାଡି କର୍ମୀମାନେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି । ଜିଲା ଅଙ୍ଗନଓ୍ବାଡି ଆସୋସିଏଶନ ସଂପାଦିକା ପୁଷ୍ପଲତା ରଥଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ।

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ: ଆଖୁଆ-କେନ୍ଦ୍ରାପଡା ରାସ୍ତା ଅବରୋଧ

ମାର୍ଶାଘାଇ,୨୨।୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଆଖୁଆ ଦଖିଣିଠାରେ ପ୍ରବାହିତ ଚିତ୍ରୋତ୍ପଳା ନଦୀରୁ ବେଆଇନ ବାଲିଚାଲାଣକୁ ବିରୋଧ କରି ଗୁରୁବାର ରାସ୍ତାରୋକୋ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଆଖୁଆ-କେନ୍ଦ୍ରାପଡା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯାଜପୁରରୋଡ,୨୨।୨(ନି.ପ୍ର.)-ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ନିଯୁକ୍ତି ଦାବି ନେଇ ଯାଜପୁରରୋଡର ୩ ଓକିଲ ସଂଘ ପକ୍ଷରୁ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି । ଯାଜପୁରରୋଡ ଓକିଲ ସଂଘ, ବ୍ୟାସନଗର ଓକିଲ ସଂଘ ଓ କଳିଙ୍ଗନଗର ଓକିଲ ସଂଘ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ପାରାଦୀପକୁ ଉଠିଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ

ପାରାଦୀପକୁ ଉଠିଲା ସିଆଇଏସ୍‌ଏଫ୍‌ କ୍ୟାମ୍ପ

ଯାଜପୁର ଅଫିସ/ଡୁବୁରୀ/ସୁକିନ୍ଦା (ଡି.ଏନ.ଏ.),୨୧।୨ କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ଷ୍ଟିଲ୍‌କୁ ଲାଗି ରହିଥିବା ଗୋବରଘାଟି ଆଶ୍ରମ ସ୍କୁଲର ୩୩ ଜଣ ଆଦିବାସୀ ନାବାଳକ ଛାତ୍ର ଓ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣାର ବୁଧବାର ଭିନ୍ନ ମୋଡ଼ ନେଇଛି। ଘଟଣାକୁ ୭୨ଘଣ୍ଟା ଅତିକ୍ରାନ୍ତ କରି ସାରିଥିଲେ ହେଁ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସାହାସ ଜୁଟାଇ ପାରି ନ ଥିବାବେଳେ ପରିସ୍ଥିତିର ଗମ୍ଭିରତାକୁ ଦୃଷ୍ଟିରେ ରଖି ଜିଲାପାଳ ଟାଟା କାରଖାନା ପରିସରରେ ଥିବା ସିଆଇଏସ୍‌ଏଫ୍‌ କ୍ୟାମ୍ପକୁ ପାରାଦୀପକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟାଟା କାରଖାନା ପାଚେରୀକୁ ଲାଗି ରହିଥିବା ଗୋବରଘାଟି ଆଶ୍ରମ ବିଦ୍ୟାଳୟ ପାଇଁ ଅନ୍ୟତ୍ର ଜାଗା ଚିହ୍ନଟ କରାଯାଇ ସ୍ଥାନାନ୍ତର କରିବାକୁ ଜିଲାପାଳ ଟାଟା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏଭଳି ପଦକ୍ଷେପ ପରେ ପରିସ୍ଥିତି ଏକ ପ୍ରକାର ଶାନ୍ତ ହୋଇଥିବା ଜାଣିବାକୁ ମିଳିଛି।

ଅଯୋଗ୍ୟଙ୍କ ପାଇଁ ବାଦ୍‌ ପଡ଼ିଲେ ଭିନ୍ନକ୍ଷମ

ଯାଜପୁର ଅଫିସ,୨୧।୨ ଭିନ୍ନକ୍ଷମଙ୍କ ପାଇଁ ପ୍ରଣୀତ ବିଭିନ୍ନ ସରକାରୀ ଯୋଜନାଗୁଡିକର ସଫଳତା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଓ ପ୍ରତିବନ୍ଧତା ଲୋଡ଼ା ବୋଲି ବିଭିନ୍ନ ସଭାସମିତିରେ ଅଧିକାରୀମାନେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା, ଗୃହ ନିର୍ମାଣ, ଚାକିରିରେ ସଂରକ୍ଷଣ, ଯାତାୟାତ କ୍ଷେତ୍ରରେ ରିହାତି, ଛାତ୍ରବୃତ୍ତି ଓ ଛାତ୍ରଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବାରେ ସରକାରୀ ବ୍ୟବସ୍ଥା ରହିଛି ବୋଲି ସୂଚନା ଦିଆଯାଉଛି । ହେଲେ ବିଡମ୍ବନା ଯେ, ରାଜନୈତିକ ଚାପରେ କୋଟିପତି ଅଯୋଗ୍ୟ ହିତାଧିକାରୀଙ୍କ ସ୍ବାର୍ଥ୍ୟ ସକାଶେ ଶତପ୍ରତିଶତ ଭିନ୍ନକ୍ଷମମାନେ ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଭିନ୍ନକ୍ଷମ ଜିଲାପାଳ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ସାରିଥିଲେ ସୁଦ୍ଧା ଘର ଖଣ୍ଡେ ପାଇପାରୁ ନାହାନ୍ତି।

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବଢୁଛି ରୋଗ

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବଢୁଛି ରୋଗ

ଯାଜପୁରରୋଡ,୨୧।୨(ନି.ପ୍ର.)- ବ୍ୟାସନଗର ପୌରପରିଷଦ ସମେତ କୋରେଇ, ରସୁଲପୁର ଓ ରାମଚନ୍ଦ୍ରପୁର ପ୍ରଭୃତି ଅଞ୍ଚଳର ରୋଗୀମାନେ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଏଠାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉ ନ ଥିବା ଡାକ୍ତରଖାନାକୁ ଦେଖିଲେ ପରିଲକ୍ଷିତ ହୁଏ।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ରାଜନଗର, ୨୧।୨: କେନ୍ଦ୍ରପଡ଼ା ଜିଲା ରାଜନଗର ବ୍ଲକ ହାଇସ୍କୁଲ ପଡ଼ିଆରେ ଓରମାସ ପକ୍ଷରୁ ବୁଧବାର ବ୍ଲକ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ଅଗ୍ନିକାଣ୍ଡ: ୨ ଦୋକାନ, ଏକ ବଖରା ଜଳିଗଲା

ମହାକାଳପଡ଼ା ୨୧।୨(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବିଜୟନଗର ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଓ ଏକ ବଖରା ବାସଗୃହ ଜଳିଯାଇଛି।

ଜିଲା ପଞ୍ଚାୟତ କାର୍ଯ୍ୟାଳୟର କିରାଣି ବହିଷ୍କୃତ

ଯାଜପୁର ଅଫିସ,୨୦।୧ ଜିଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣି ବିଚିତ୍ରାନନ୍ଦ ମହାନ୍ତିଙ୍କୁ ଜିଲାପାଳ ରଞ୍ଜନ କୁମାର ଦାସ ମଙ୍ଗଳବାର ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।

ମା,ବାପା ଛେଉଣ୍ଡ ୨ ଅସହାୟ ଶିଶୁ ଉଦ୍ଧାର

ଦଶରଥପୁର, ୨୦।୨(ଡି.ଏନ୍‌.ଏ.) ମା,ବାପ ଛେଉଣ୍ଡ ୨ ଅସହାୟ ଶିଶୁଙ୍କୁ ମଙ୍ଗଳବାର ପାଲଟପୁର ପଞ୍ଚାୟତ ପାଲଟପୁର ୧୨ ନଂ ୱାର୍ଡରୁ ଜିଲା ଶିଶୁ ସୁରକ୍ଷା ବିଭାଗ ଉଦ୍ଧାର କରିଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୦।୨ ଯାଜପୁର ଜିଲାରେ ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି ସୀମା ଟପିବାକୁ ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମଧ୍ୟ ଏଠାରେ ଫିକା ପଡିଛି । ଫଳରେ ଆବାସ ଦୁର୍ନୀତି ଏଠାରେ ବରଗଛର ଓହଳ ପରି ଲମ୍ବି ଚାଲିଛି । ବିଶେଷକରି ଜିଲାର ବିଞ୍ଝାରପୁର ବ୍ଲକରେ ଶାସକ ଦଳ ଚାପରେ ଅଯୋଗ୍ୟ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଗାଇ ଦିଆଯାଇଛି। ସେମାନେ ଘର ନ କରି ସରକାରୀ ଅର୍ଥକୁ ଉଠାଇ ନେଇଛନ୍ତି । ଫଳରେ ଶହ ଶହ ଗରିବ ବ୍ୟକ୍ତି ସରକାରୀ ଆବାସ ନ ପାଇ ପଲିଥିନ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ଅନିୟମିତତାରେ ଖୋଦ୍‌ ବିଡିଓ, ଯନ୍ତ୍ରୀ ଓ ଭିଏଲ୍‌ଡବ୍ଲ୍ୟୁ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବାବେଳେ ସେମାନଙ୍କୁ ପୁଣି ଏହି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ତଦନ୍ତ ରିପୋର୍ଟର ସ୍ବଚ୍ଛତା ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।