ଉପକୂଳ ଓଡିଶା

ମହିଳାଙ୍କ ଗଳିତ ଶବ ଉଦ୍ଧାର

ମହିଳାଙ୍କ ଗଳିତ ଶବ ଉଦ୍ଧାର

ଧର୍ମଶାଳା , ୮।୨(ଡି.ଏନ୍‌.ଏ): ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ଉଡ଼ଙ୍ଗା ଗ୍ରାମ ନିକଟରୁ ଗୁରୁବାର ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମହିଳାଙ୍କ ବୟସ ପ୍ରାୟ ୫୫ ହେବ ବୋଲି ଅନୁମାନ କରାଯାଉଛି। ସେ ଗୋଲାପି ରଙ୍ଗର ଏକ ଶାଢି ପିନ୍ଧିଛନ୍ତି। ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ଆଦିବାସୀ ମହିଳା ହୋଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ମଦ୍ୟପାନ କରି ଶୌଚ ହେବାକୁ ଯାଇ ନୟନଯୋରିରେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ଉପକୂଳ ଓଡିଶା

ବିଶ୍ୱ ଯୋଗ ଦିବସ ପାଇଁ ପ୍ରସ୍ତୁତି ବୈଠକ

ବିଶ୍ୱ ଯୋଗ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଯାଜପୁର ଅଫିସ,୨୬ା୫- ଅନ୍ତର୍ଜାତୀୟ ଯୋଗଦିିବସ ପାଳନ ପାଇଁ ବ୍ୟାସନଗର ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଶୁକ୍ରବାର ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବଣମଲ୍ଲୀ ସାହିତ୍ୟ, ସେବା ସଂଗଠନର ପ୍ରସ୍ତୁତି ବୈଠକ

ଯାଜପୁର ଅଫିସ,୨୬ା୫- ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଈପୁର ବଣମଲ୍ଲୀ ସାହିତ୍ୟ ଓ ସେବା ସଂଗଠନର ୪ର୍ଥ ବାର୍ଷିକୋଉସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଛି।

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଯାଜପୁର ଅଫିସ,୨୬ା୫- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଣ୍ଟିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖରିଲୋ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୋଲା ମେଲାରେ ଏହି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି।

ସାପ କାମୁଡାରେ ୧୦ ବର୍ଷର ବାଳକ ମୃତ

ସାପ କାମୁଡାରେ ୧୦ ବର୍ଷର ବାଳକ ମୃତ

ଆନନ୍ଦପୁର,୨୬।୫(ସ୍ବ.ପ୍ର)-କେନ୍ଦୁଝର ଜିଲା ଘସିପୁରା ଥାନା ବଳରାମପୁର ପଞ୍ଚାୟତ ଚମୁଇଁ କଲୋନୀ ସାହିର ଜଣେ ୧୦ ବର୍ଷର ବାଳକଙ୍କର ସାପକାମୁଡାରେ ମୃତ୍ୟୁ ଘଟିଛି। ସେ ହେଲେ ଚଗୁଲୁ ଖଟୁଆ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଘର ଅଗଣାରେ ଖେଳୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା।

ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣକୁ ବିରୋଧ

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିତନା ପଞ୍ଚାୟତ ବାଲିଚନ୍ଦ୍ରପୁର ଗ୍ରାମରେ ନିର୍ମାଣ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଅଭିଯୋଗ ମୁତାବକ ସ୍ଥାନୀୟ ଅଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ସନ୍ଦୀଗ୍ଧ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ

ସନ୍ଦୀଗ୍ଧ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବରୀ ବ୍ଲକ ଅନ୍ତର୍ଗତ ରାଇପୁର, ଭଅଁରା, ମହମ୍ମଦଜମାଲପୁର, ଛତିଶ ଦେବିଲ, ବରିଲୋ, ଶାସନ ଅଞ୍ଚଳରେ କିଛିଦିନ ହେବ ୪ରୁ ୫ଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଛନ୍ତି। ଏହି ଯୁବକମାନେ ପାଗଳ ଭାବେ ଅଭିନୟ କରିବା ସହ ନିକଟସ୍ଥ ଶ୍ମସାନରେ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳିଛି ।

ମୃତ ନବଜାତକ ଶିଶୁ ଉଦ୍ଧାର

ମୃତ ନବଜାତକ ଶିଶୁ ଉଦ୍ଧାର

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଶନିବାର ସକାଳରେ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଯୌତୁକ ପାଇଁ ହତ୍ୟା ଅଭିଯୋଗକୁ ବିତିଲାଣି ୬ଦିନ, କାର୍ଯ୍ୟାନୁଷ୍ଠାନ ଶୂନ

ଯୌତୁକ ପାଇଁ ହତ୍ୟା ଅଭିଯୋଗକୁ ବିତିଲାଣି ୬ଦିନ, କାର୍ଯ୍ୟାନୁଷ୍ଠାନ ଶୂନ

ବାଲିକୁଦା,୨୬।୫(ସ୍ବ.ପ୍ର.)- ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଗ୍ରାମର ଗୋକୁଳାନନ୍ଦ ପରିଡ଼ାଙ୍କ ଝିଅ ମମତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏହାପରେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଗତ ୨୦ ତାରିଖ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ଗୋକୁଳାନନ୍ଦ। ପୋଲିସ ଅଭିଯୋଗ ପାଇଲା ପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା (୧୫୮/୧୮) ରୁଜୁ କରିଥିଲା। ମାତ୍ର ଅଭିଯୋଗକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପୋଷ୍ଟମର୍ଟମ ଆଳ ଦେଖାଇ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଜଣାପଡ଼ିଛି।

ପାଇପ ବିଛା କାର୍ଯ୍ୟରେ ମନ୍ଥରତାକୁ ନେଇ ଉଦ୍‌ବେଗ: ସମୟ ସୀମା ମଧ୍ୟରେ କାମ ସାରିବାକୁ ତାଗିଦ୍‌

ପାଇପ ବିଛା କାର୍ଯ୍ୟରେ ମନ୍ଥରତାକୁ ନେଇ ଉଦ୍‌ବେଗ: ସମୟ ସୀମା ମଧ୍ୟରେ କାମ ସାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୬।୫- ଯାଜପୁର ଜିଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଯୋଗୁ ପାନୀୟ ଜଳ ସମସ୍ୟା ଉକତ୍ଟ ହୋଇଛି। ବିଶେଷ କରି କଳିଙ୍ଗନଗର ଶିଳ୍ପାୟନ ଯୋଗୁ ଲୋକସଂଖ୍ୟାରେ ଆଶାତୀତ ବୃଦ୍ଧି ପାଉଥିବା ବ୍ୟାସନଗର ସହରବାସୀ ସ୍ବଚ୍ଛ ପାନୀୟ ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି। ବର୍ଷକୁ ବର୍ଷ ଜଳଯୋଗାଣ ପ୍ରକଳ୍ପ ପାଇଁ ଲକ୍ଷ୍ୟଧାର୍ଯ୍ୟ ହେଉଛି। ହେଲେ ତାହା କେବେ ସରୁନାହିଁ। ଏହିକ୍ରମରେ ଷ୍ଟେଟ ପ୍ଲାନ ଅଧୀନରେ ସହରର ଉମାପଦାଠାରୁ ଲକ୍ଷ୍ମୀନଗର ଅଞ୍ଚଳରେ ଫିଡର ଲାଇନ ବିଛାଯିବା ସହିତ ପ୍ରଡକ୍ସନ ୱେଲ ସ୍ଥାପନ ପ୍ରକଳ୍ପ ଗତ ଜାନୁୟାରୀ ୨୦ରୁ ଆରମ୍ଭ ହୋଇଛି। କିନ୍ତୁ ପାଇପ ବିଛା କାର୍ଯ୍ୟର ଅଗ୍ରଗତିରେ ମନ୍ଥରତା ଯୋଗୁ ବିଭାଗୀୟସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଛି।

ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକୋ

ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକୋ

ବାଲୁଗାଁ,୨୬।୫(ଡିଏନଏ)- ୫ନଂ ଜାତୀୟ ରାଜପଥର ବାଲୁଗାଁ ଥାନା ଅଧୀନ ସୋଲରୀ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଅବସରପ୍ରାପ୍ତ ଡିଏଫଓଙ୍କ ସନ୍ଦେହଜନକ ମୃତ୍ୟୁ: ଚିଲିକାରୁ ମୃତଦେହ ଉଦ୍ଧାର

ଅବସରପ୍ରାପ୍ତ ଡିଏଫଓଙ୍କ ସନ୍ଦେହଜନକ ମୃତ୍ୟୁ: ଚିଲିକାରୁ ମୃତଦେହ ଉଦ୍ଧାର

ବାଲୁଗାଁ,୨୬।୫(ଡିଏନଏ)- ବାଲୁଗାଁସ୍ଥିତ ଚିଲିକା କୂଳରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁର ବାମାପ୍ରସନ୍ନ ରଥ(୮୦) ବୋଲି ଜଣାପଡ଼ିଛି।

ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ଅଚାନକ ଚଢ଼ାଉ: ମୁଖ୍ୟ ଫାଟକରେ ପକାଇଲେ ତାଲା

ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ଅଚାନକ ଚଢ଼ାଉ: ମୁଖ୍ୟ ଫାଟକରେ ପକାଇଲେ ତାଲା

ଯାଜପୁର ରୋଡ,୨୬।୫(ନି.ପ୍ର.)- ଯାଜପୁରରୋଡ ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ଶନିବାର ଅଚାନକ ଚଢ଼ାଉ କରିଥିଲେ ପୌରାଧ୍ୟକ୍ଷା। ଗ୍ରୀଷ୍ମ ପ୍ରବାହ ଯୋଗୁ ସରକାରୀ ଘୋଷଣାନାମା ଅନୁଯାୟୀ ସାରା ରାଜ୍ୟରେ ସକାଳୁଆ ଅଫିସ ଚାଲୁଛି। ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟ ମଧ୍ୟ ସକାଳୁ ଖୋଲା ଯାଉଥିଲେ ହେଁ କାର୍ଯ୍ୟରତ ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଫଳରେ ଶନିବାର ସକାଳୁ ପୌରାଧ୍ୟକ୍ଷା ସବିତା ରାଉତ ଅଚାନକ ପୌର କାର୍ଯ୍ୟାଳୟ ଉପରେ ଚଢାଉ କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।