Dharitri News
ଅନଗୁଳ-ଢେଙ୍କାନାଳ

ଟ୍ରେନ୍‌ ଲାଇନରେ ମହିଳାଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଲାଇନରେ ମହିଳାଙ୍କ ଆତ୍ମହତ୍ୟା ଅନୁଗୋଳ ଅଫିସ,୮।୨: ଅନୁଗୋଳ ଥାନା କୁଶାସିଙ୍ଗା ଗ୍ରାମାର ମୁନି ବେହେରା(୫୫)ନାମ୍ନୀ ଜଣେ ମହିଳା ବୁଧବାର ରାତିରେ ମଝିକା ମନ୍ଦିର ନିକଟସ୍ଥ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛିି। ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ମୁନି ନିଜର ସମସ୍ତ ସୁନା ଗହଣା ଗ୍ରାମର ଏକ ମହିଳା ସଂଘରେ ବନ୍ଧା ପକାଇ ଟଙ୍କା ଆଣି ତାଙ୍କ ବଡ଼ ଭଉଣୀର ପୁଅ(ପୁତୁରା)ଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁତୁରା ନେଇଥିବା ଟଙ୍କା ଶୁଝି ନ ଥିଲେ। ମହିଳା ସଂଘ ବାରମ୍ବାର ଟଙ୍କା ମାଗିବାରୁ ସେ ଦେଇ ପାରି ନ ଥିଲେ। ଏ ନେଇ ପୁତୁରାଙ୍କୁ କହିଥିଲେ ମଧ୍ୟ ନିରାଶ ହୋଇଥିଲେ। ତେବେ ଘଟଣାକୁ ନେଇ ସେ ବିବ୍ରତ ହୋଇ ବୁଧବାର ଘରୁ ଚାଲି ଯାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ଅନଗୁଳ-ଢେଙ୍କାନାଳ

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ, ୨୧।୨(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଜୁନିୟର କଲେଜର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ବିପିନ ବିହାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ଖେଳକୁଦର କୃତୀ ପ୍ରତିଯୋଗୀଙ୍କୁ ଏଥିରେ ପୁରସ୍କାର ପ୍ରଦାନ କରାଯାଇଥିଲା।

ନବଗ୍ରହ ମନ୍ଦିରରେ ବିରଳ ପକ୍ଷୀ

ନବଗ୍ରହ ମନ୍ଦିରରେ ବିରଳ ପକ୍ଷୀ

ଢେଙ୍କାନାଳ ଅଫିସ, ୨୦ା୨- ଢେଙ୍କାନାଳ ସଦର ବ୍ଲକ ତାଳବରକୋଟ ପଞ୍ଚାୟତର ସିଆରିଆ ଶିବ ମନ୍ଦିରରେ ମଙ୍ଗଳବାର ସକାଳେ ଏକ ବିରଳ ପକ୍ଷୀ ବସିଥିବା ଦେଖିବାକୁ ମିଳିଥିଲା। ପକ୍ଷୀଟିକୁ ପ୍ରଥମେ ମନ୍ଦିର ପୂଜକ ବୀରେନ୍ଦ୍ର ଦାସ ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନବଗ୍ରହ ଠାକୁରଙ୍କ ନିକଟରେ ପକ୍ଷୀଟି ସନ୍ଧ୍ୟାଯାଏ ବସି ରହିଥିଲା। କେତେଜଣ ଏହାକୁ ଗରୁଡ଼ ପକ୍ଷୀ ବୋଲି କହୁଛନ୍ତି।

କରତପଟାରେ ଏମ୍‌ପିଙ୍କ ପ୍ରତିନିଧି, ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟ

କରତପଟାରେ ଏମ୍‌ପିଙ୍କ ପ୍ରତିନିଧି, ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟ

ବନ୍ତଳା,୨୦।୨(ଡି.ଏନ.ଏ.)- ଅନୁଗୋଳ ଜିଲା ନନ୍ଦପୁର ପଞ୍ଚାୟତ କରତପଟା ଗଁାର ଅଗ୍ନିବିପନ୍ନ ପରିବାରଙ୍କୁ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ପ୍ରତିନିଧି ଓ ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟମାନେ ମଙ୍ଗଳବାର ଭେଟି ଆଲୋଚନା କରିଛନ୍ତି। ସେମାନଙ୍କ ସମସ୍ୟା ବିଷୟରେ ବୁଝିବା ସହ ତୁରନ୍ତ ଏନ୍‌ଜେନ୍‌କୁ ଯୋଗାଯୋଗ କରି ବିଦ୍ୟୁତ ସଂଯୋଗ ଦେବାକୁ ସଦସ୍ୟମାନେ କଥା ହୋଇଥିଲେ।

ଟ୍ରକ୍‌ ଧକ୍କାରେ ଠିକା ଶ୍ରମିକଙ୍କ ମୃତ୍ୟୁ

ତାଳଚେର,୨୦ା୨(ନି.ପ୍ର.)- ଏମ୍‌ସିଏଲ୍‌ର ଲିଙ୍ଗରାଜ କୋଇଲା ଖଣି ପ୍ରକଳ୍ପ ଅଧିକାରୀଙ୍କ ଅଫିସ ନିକଟ ସିକ୍ୟୁରିଟି ଗେଟ ପାଖରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁବ୍ରତ କୁମାର ସାହୁ (୨୫) ଓ ଘର ତାଳଚେର ଟାଉନରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଠିକାଶ୍ରମିକମାନେ ଖଣି ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଲିଙ୍ଗରାଜ ଖଣିରୁ କୋଇଲା ଉତ୍ତୋଳନ, ପରିବହନ ବନ୍ଦ ରହିଛି।

ୟୁକୋ ବ୍ୟାଙ୍କ ଶାଖାରୁ ଲୁଟ୍‌ ଉଦ୍ୟମ; ଦୁଇ ବାଳ ଅପରାଧୀ କୋର୍ଟଚାଲାଣ

ଓଡାପଡା,୨୦।୨(ଡି.ଏନ.ଏ)- ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ ଫାଣ୍ଡି ନିକଟରେ ଥିବା ୟୁକୋ ବ୍ୟାଙ୍କ ଶାଖାରୁ ଲୁଟ୍‌ ଉଦ୍ୟମ ହୋଇଛି। ଏ ନେଇ ଅଭିଯୋଗ ପରେ ପୋଲିସ ଦୁଇଜଣ ନାବାଳକ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି।

ନିଯୁକ୍ତି ଦାବିରେ ଆନ୍ଦୋଳନ

ତାଳଚେର,୨୦।୨(ନି.ପ୍ର)- ନିଯୁକ୍ତି ଦାବିରେ ତାଳଚେର ବ୍ଲକ ମଲ୍ଲିବନ୍ଧ ଗ୍ରାମବାସୀ ମଙ୍ଗଳବାର ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି।

ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ

ଢେଙ୍କାନାଳ ଅଫିସ, ୨୦।୨- ସଦର ବ୍ଲକ କଙ୍କଡ଼ାହାଡ଼ ପଞ୍ଚାୟତ ସାରିଅଁ ଗ୍ରାମରେ ସତ୍ୟନାରାୟଣ ଯୁବକ ସଂଘ ଏବଂ ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଉପାଧ୍ୟକ୍ଷ ନରୋତ୍ତମ ସାହୁ, ସରପଞ୍ଚ ବିଜୟ ବେହେରା, ନେହେରୁ ଯୁବ କେନ୍ଦ୍ରର ସଂଯୋଜିକା ରୀତା ଶାନ୍ତି ଡୁଙ୍ଗ୍‌ଡୁଙ୍ଗ୍‌, ସାମାଜିକକର୍ମୀ ରବି ନାରାୟଣ ଭୋଇ, ଡ.ଅମେରଶ ପତି, ବନ କର୍ମଚାରୀ ଯୁଗଳ କିଶୋର ମହାନ୍ତି, କୃଷି ବିଭାଗର ଗରିମା ବିନାସନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ

ବିଦ୍ୟୁତ୍‌ ସଂଯୋଗ ହୋଇନି; କାର୍ଯ୍ୟରେ ଲାଗିପାରୁନି ସ୍ବାସ୍ଥ୍ୟକେନ୍ଦ୍ର କ୍ବାର୍ଟର୍ସ

ବିଦ୍ୟୁତ୍‌ ସଂଯୋଗ ହୋଇନି; କାର୍ଯ୍ୟରେ ଲାଗିପାରୁନି ସ୍ବାସ୍ଥ୍ୟକେନ୍ଦ୍ର କ୍ବାର୍ଟର୍ସ

ଅନୁଗୋଳ ଅଫିସ,୧୯।୨- ଅନୁଗୋଳ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀଙ୍କ ପାଇଁ ନିର୍ମାଣ ହୋଇଛି କ୍ବାର୍ଟର୍ସ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚରେ ଉକ୍ତ କ୍ୱାର୍ଟର୍ସଗୁଡ଼ିକ ନିର୍ମାଣ କରାଯାଇଥିଲେ ହେଁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। କାରଣ କୌଣସି କ୍ୱାର୍ଟର୍ସରେ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ଯେଉଁ ସ୍ଥାନରେ ଉକ୍ତ ଘରଗୁଡ଼ିକ ନିର୍ମାଣ କରାଯାଇଛି ତାହା ପ୍ରାଣୀଚିକିତ୍ସା ବିଭାଗର ହୋଇଥିବାରୁ ଓ ବିଭାଗ ଉପରେ ଲକ୍ଷାଧିକ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବକେୟା ରହିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

ଅଗ୍ନିକାଣ୍ଡ ଭୟ; ଖୋଲା ପଡିଆରେ ଗ୍ରାମବାସୀ

ଅଗ୍ନିକାଣ୍ଡ ଭୟ; ଖୋଲା ପଡିଆରେ ଗ୍ରାମବାସୀ

କାମାକ୍ଷାନଗର, ୧୯ା୨(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପଞ୍ଚାୟତ ଅଧୀନ କନ୍ଦରସିଂହା ଗ୍ରାମରେ ଅଗ୍ନିକାଣ୍ଡ ପରେ ବଦଳିଯାଇଛି ପରିସ୍ଥିତି। ଗ୍ରାମବାସୀ ଏହାକୁ ଠାକୁରାଣୀଙ୍କ କୋପ କହୁଥିବାବେଳେ ଭୟଭୀତ ହୋଇ ଘରଦ୍ୱାର ଛାଡ଼ି ଖୋଲାପଡ଼ିଆରେ ତମ୍ବୁତଳେ ଆଶ୍ରୟ ନେଇଛନ୍ତି।

ଢେଙ୍କାନାଳ; ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଚୂଡାନ୍ତ

ଢେଙ୍କାନାଳ ଅଫିସ, ୧୯ା୨- ଚଳିତମାସ ୨୩ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍‌ ପରୀକ୍ଷା। ଏହାକୁ ଶୃଙ୍ଖଳିତ କରିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ। ପରୀକ୍ଷାକୁ ମାତ୍ର ୩ଦିନ ବାକିଥିବାବେଳେ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ଦିନରାତି ଫୁଟୁଛି ଡିନାମାଇଟ୍‌

ଦିନରାତି ଫୁଟୁଛି ଡିନାମାଇଟ୍‌

ଓଡ଼ାପଡ଼ା, ୧୯।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମର ଦଳିତ ବସ୍ତି ନିକଟରେ ବେଆଇନ ବ୍ଲାଷ୍ଟିଂ କରି ପଥର ଚାଲାଣ କରାଯାଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେତେଜଣ ଅସାମାଜିକ ବ୍ୟକ୍ତି ଦୀର୍ଘଦିନରୁ ଏପରି କାର୍ଯ୍ୟ ଚଳାଇଛନ୍ତି। ଫଳରେ ଘର ଫାଟି ଅଁା କଲାଣି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପଥର ବ୍ଲାଷ୍ଟିଂ ରୋକିବା ଦିଗରେ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉନାହିଁ।

ଅସଦାଚରଣର ପ୍ରତିଶୋଧ ନେଲା ଭାଇ ; ଷ୍ଟେଶନକୁ ଡାକି ଟାଙ୍ଗିଆରେ ହାଣି ହତ୍ୟା

ବଇଣ୍ଡା, ୧୯ା୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ବାମୁର ରେଳଷ୍ଟେଶନ ନିକଟରେ ଥିବା ବିଲମାଳରୁ ଗତ ବୁଧବାର ସକାଳେ ମାଣିକପୁର ଗ୍ରାମର ରୋହିତ ପ୍ରଧାନଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ସହ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି।