Dharitri News
ରାୟଗଡା

ଉତ୍କଳିକା ପ୍ରଦର୍ଶନୀ: ସ୍ବଦେଶୀ ସାମଗ୍ରୀକୁ ମିଳୁଛି ପ୍ରୋତ୍ସାହନ

ଉତ୍କଳିକା ପ୍ରଦର୍ଶନୀ: ସ୍ବଦେଶୀ ସାମଗ୍ରୀକୁ ମିଳୁଛି ପ୍ରୋତ୍ସାହନ କୋରାପୁଟ/ଦାମନଯୋଡ଼ି,୮ା୨(ସ୍ବ.ପ୍ର.) ଆଧୁନିକତାର ମାନିଆ ଭିତରେ ସ୍ବଦେଶୀ ସାମଗ୍ରୀ ଏକ ପ୍ରକାର ହଜିଯିବାକୁ ବସିଛି। କିନ୍ତୁ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ‘ଉତ୍କଳିକା’ ମାଧ୍ୟମରେ ସ୍ବଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଓଡିଶାର ୧୦ ହଜାର ପରିବାରକୁ ସ୍ବାବଲମ୍ବୀ କରାଇବାରେ ସହାୟକ ହୋଇପାରିଛନ୍ତି। ରାଜ୍ୟରେ ଉତ୍କଳିକାର ୮ଟି ଓ ବାହାରେ ୬ଟି ଶାଖା ରହିଛି ା ଏହା ଜରିଆରେ କାଠ ତିଆରି ସାମଗ୍ରୀ, ଢୋକ୍ରା ଆର୍ଟ, ଟସର ପେଣ୍ଟିଂ, ଶିଶଳ ସାମଗ୍ରୀ, ଲାଖ ଶିଳ୍ପ, ସମ୍ବଲପୁରୀ ଶାଢ଼ି, ସୂତା ଶାଢ଼ି, ଝୋଟ ସାମଗ୍ରୀ, ବ୍ରାସ ସମାଗ୍ରୀ ସୁଲଭ ଦରରେ ବିକ୍ରି ହେଉଛି। ଏହାସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉକତ୍ଳିକା ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରି ଏହି ସ୍ବଦେଶୀ ଜିନିଷଗୁଡିକୁ ଅତି କମ ଦରରେ ଗ୍ରାହକଙ୍କୁ ଯୋଗାଇପାରିଛି। ସେହିପରି ଏକ ପ୍ରଦର୍ଶନୀ ମଙ୍ଗଳବାର ଦାମନଯୋଡିସ୍ଥିତ ନାଲକୋ କମ୍ୟୁନିଟି ସେଣ୍ଟରରେ ଆୟୋଜିତ ହୋଇଛି ା ପ୍ରଦର୍ଶନୀକୁ ନାଲକୋର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସରାନନ ଚୌଧୁରୀ, ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ଷଡଙ୍ଗୀ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଉକତ୍ଳିକା ମାଧ୍ୟମରେ ସ୍ବଦେଶୀ ସାମଗ୍ରୀର ଉପଯୁକ୍ତ ବଜାର ସୃଷ୍ଟି ହେବା ସାଙ୍ଗକୁ ଗ୍ରାହକ ହାତପାଆନ୍ତାରେ ଏହାକୁ ପାଇପାରୁଛନ୍ତି ବୋଲି ସେମାନେ କହିଥିଲେ। ପ୍ରଦର୍ଶନୀରେ ୧୪ଟି ଷ୍ଟଲ କରାଯାଇ ସେଥିରେ କାଠ ତିଆରି ସାମଗ୍ରୀ, ଲାଖଶିଳ୍ପ, ବିଭିନ୍ନ ହସ୍ତ ତିଆରି ସାମଗ୍ରୀ, ଶିଶାଲ, ଝୋଟ, ସିଲଭର ଟସର, ବ୍ରାସ ସାମଗ୍ରୀ ସହିତ ସମ୍ବଲପୁରୀ ଶାଢ଼ି, ସୂତା ଲୁଗା, ଏର୍ବୋଡି ଶାଢ଼ି ସୁଲଭ ଦରରେ ବିକ୍ରି ହେଉଛି ବୋଲି ମ୍ୟାନେଜର ତଥା ଜୟପୁରସ୍ଥିତ ଉତ୍କଳିକାର ମ୍ୟାନେଜର ଆନନ୍ଦ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ପ୍ରଦର୍ଶନୀ ୧୫ ତାରିଖ ଯାଏ ଚାଲିବ। ପ୍ରଥମ ଦିନରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ମ୍ୟାନେଜର ସାହୁ କହିଛନ୍ତି।

ରାୟଗଡା

ଦମ୍ପତିଙ୍କୁ ଲୁଟ୍‌ ଓ ଆକ୍ରମଣ ଘଟଣାରେ ୩ ଡକାୟତ ଗିରଫ

ଦମ୍ପତିଙ୍କୁ ଲୁଟ୍‌ ଓ ଆକ୍ରମଣ ଘଟଣାରେ ୩ ଡକାୟତ ଗିରଫ

କୋଡ଼ିଙ୍ଗା,୧୭।୨(ଡି.ଏନ.ଏ.)-କୋଡ଼ିଙ୍ଗା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରି ୩ଜଣ ଡକାୟତଙ୍କୁ ଗିରଫ କରିଛି। ଏମାନେ ଜଣେ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରିବା ଘଟଣାରେ ସମ୍ପୃକ୍ତ ଥିଲେ।

ମନ୍ଦିର ଜମି ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

ମନ୍ଦିର ଜମି ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

ଜୟପୁର,୧୬।୨(ଡି.ଏନ୍‌.ଏ.) ଜୟପୁର ବ୍ଲକ ଜୟନ୍ତିଗିରି ପଞ୍ଚାୟତର କନ୍ଦିପୁଟ ଗ୍ରାମର ରାଜାରାଜୁଡା ସମୟର ମହାଦେବ ଜଗତେଶ୍ୱର ମହାପ୍ରଭୁଙ୍କ ଚାଷଜମିକୁ ଗୋଟିଏ ପରିବାର ଜବରଦଖଲ କର ରଖିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶୁକ୍ରବାର ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ଜୟପୁର ତହିସଲ କାଯର୍ର୍‌ୟାଳୟ ଘେରାଉ କରିଛନ୍ତି। ତହସିଲ ତୁରନ୍ତ ଜବରଦଖଲ ଉଚ୍ଛେଦ କରି ଜମିକୁ ମନ୍ଦିରକୁ ହସ୍ତାନ୍ତର କରିବା ପାଇଁ ଦାବି ହୋଇଛି।

କାଉନସିଲରଙ୍କ ସ୍ବାମୀ ବିଜେଡିରୁ ନିଲମ୍ବିତ

ଜୟପୁର, ୧୬।୨ (ଡି.ଏନ.ଏ.): ଜୟପୁର ପୌରସଂସ୍ଥା ୧୧ ନମ୍ବର ୱାର୍ଡ଼ କାଉନସିଲରଙ୍କ ସ୍ବାମୀଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ନିଳମ୍ବିତ କରାଯାଇଛି । କାଉନସିଲର ପି. ରଶ୍ମିତାଙ୍କ ସ୍ବାମୀ ପି. କିଶୋର କିଛି ଦିନ ହେଲା ଦଳ ବିରୋଧୀ କାଯର୍ର୍‌ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଆରମ୍ଭ ହେଲା ବାଘ ଗଣନା:ବନ କର୍ମଚାରୀଙ୍କୁ ମାଓବାଦୀ ଭୟ

ଜୟପୁର,୧୬। ୨(ନି.ପ୍ର./ଡି.ଏନ୍‌.ଏ.) କୋରାପୁଟ ଜିଲାରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି । ଜୟପୁର ଓ କୋରାପୁଟ ବନଖଣ୍ଡ ଅଧୀନରେ ଏହି ଗଣନା ଚାଲିଛି। ୬ ଦିନ ପର୍ଯ୍ୟନ୍ତ ବାଘ ଗଣନା ପରେ ୧୯ରୁ ୨୧ ପର୍ଯ୍ୟନ୍ତ ତୃଣଭୋଜି ପ୍ରାଣୀଙ୍କ ଗଣନା କରାଯିବ। ତେବେ ମାଓବାଦୀ ପ୍ରବଣ ଅଞ୍ଚଳରେ ଏହି ଗଣନା କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ଭୟ ଘାରିଛି।

ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ: ଓମ୍‌ସାଇ ସ୍ପା ଇଞ୍ଜିନିୟରିଂ ସଂସ୍ଥା ମୁଖ୍ୟ ଗିରଫ

ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ: ଓମ୍‌ସାଇ ସ୍ପା ଇଞ୍ଜିନିୟରିଂ ସଂସ୍ଥା ମୁଖ୍ୟ ଗିରଫ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଓମ୍‌ସାଇ ସ୍ପା ଇଞ୍ଜିନିୟରିଂ ଆଣ୍ଡ କନସଲଟାନ୍ସି ପ୍ରାଇଭେଟ ଲିମିଟେଡ ନାମକ ଘରୋଇ ସଂସ୍ଥା ଲକ୍ଷାଧିକ ଟଙ୍କା ଠକିନେଇଛି। ଠକେଇ ଅଭିଯୋଗରେ ଏହି ସଂସ୍ଥାର ମୁଖ୍ୟ ତଥା କଟକ ଜିଲା ନରସିଂହପୁର ଥାନା ଅଧୀନ ଅଲରା ଗ୍ରାମର ବାସିନ୍ଦା ବିକ୍ରମ କୁମାର ବାରିକ(୨୮)ଙ୍କୁ ଗିରଫ କରାଯାଇଛି। ଏଥିସହ ସଂସ୍ଥାର ସ୍ଥାନୀୟ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି।

ପଲସରରେ ଆସି ଲୁଟିନେଲେ ୧୨ ଲକ୍ଷ

ସେମିଳିଗୁଡ଼ା/କୋରାପୁଟ,୧୬।୨(ସ୍ବ.ପ୍ର.) କୋରାପୁଟ ଜିଲା ସୁନାବେଡ଼ା ଥାନା କାକିଗଁା ରାସ୍ତାରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କଠାରୁ ୧୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ହାଲ୍‌ର ଠିକାଦାର ଭାବେ କାମ କରୁଥିବା ସେମିଳିଗୁଡ଼ା ଅଧୀନ ଗାନ୍ଧୀ ନଗରର ବିପ୍ରଚରଣ ମହାରଣା।

ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ଶିକ୍ଷକଙ୍କ ବଦଳି ଦାବିରେ ସ୍କୁଲରେ ତାଲା

ଡାବୁଗାଁ, ୧୬।୨ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଠିକ୍‌ ସମୟରେ ଆସୁ ନାହାନ୍ତି ଶିକ୍ଷକ। ଫଳରେ ପିଲାଙ୍କ ପାଠପଢା ଠିକ୍‌ ହୋଇପାରୁ ନାହିଁ। ବାଧ୍ୟହୋଇ ଅନେକ ଛାତ୍ରୀଛାତ୍ର ସ୍କୁଲ ଛାଡିଲେଣି। ତେଣୁ ସ୍କୁଲର ସମସ୍ତ ଶିକ୍ଷକଙ୍କୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ଶୁକ୍ରବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଛନ୍ତି। ଖବରପାଇ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ସାହା ଓ ସିଆରସିସି ଧନସିଂ ତନ୍ତି ପହଞ୍ଚତ୍ ଗ୍ରାମାବାସୀଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଗ୍ରାମାବାସୀ ନିଜ ଜିଦ୍‌ରେ ଅଟଳ ରହି ତାଲା ଫିଟାଇ ନ ଥିଲେ। ପୁରୁଣା ଶିକ୍ଷକଙ୍କ ବଦଳି ସହ ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଗ୍ରାମାବାସୀ ଅଧିକାରୀମାନଙ୍କୁ ଜଣାଇଥିଲେ।

୧୦ଜଣଙ୍କୁ ଉଠାଇ ନେଲେ ଯବାନ

ମାଲକାନଗିରି,୧୬।୨(ସ୍ବ.ପ୍ର.)- ମାଓବାଦୀଙ୍କ ସହ ସମ୍ପୃକ୍ତି ଥିବା ସନ୍ଦେହ କରି ଶୁକ୍ରବାର ୧୦ଜଣ ଆଦିବାସୀଙ୍କୁ ଉଠାଇନେଇଥିଲେ ଯବାନ। ପୋଲିସର ତଦନ୍ତ ପରେ ସେମାନଙ୍କ କାହା ସହ ସମ୍ପୃକ୍ତି ନଥିବା ଜାଣପାରି ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ପୋଲିସ୍‌-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ପୋଲିସ୍‌-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି,୧୬।୨(ସ୍ବ.ପ୍ର.)-ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲା ଚିନ୍ତାଗୁମ୍ଫା ନିକଟସ୍ଥ ଡ଼ୋକନପାଲ ଜଙ୍ଗଲରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀ-ପୋଲିସ୍‌ ଗୁଳିବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି।

ଆବର୍ଜନାରେ ପରିପୂର୍ଣ୍ଣ ପଦ୍ମପୁର, ସଫେଇ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ

ଆବର୍ଜନାରେ ପରିପୂର୍ଣ୍ଣ ପଦ୍ମପୁର, ସଫେଇ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ

ପଦ୍ମପୁର,୧୬। ୨ (ଡି.ଏନ୍‌.ଏ.)-ପଦ୍ମପୁର ଅଞ୍ଚଳର ଗଳିକନ୍ଦିରେ ଦିନକୁ ଦିନ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହେଉଥିଲେ ମଧ୍ୟ ଏହା ପ୍ରତି କାହାର ଦୃଷ୍ଟି ନପଡ଼ିବା ଏବେ ପରିତାପର ବିଷୟ ପାଲଟିଛି।

କାଠ ଆଣ, ମଧ୍ୟାହ୍ନଭୋଜନ ଖାଅ

କାଠ ଆଣ, ମଧ୍ୟାହ୍ନଭୋଜନ ଖାଅ

ଦଶମନ୍ତପୁର, ୧୬ ।୨(ଡ଼ି.ଏନ.ଏ)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତରେ ରହିଛି ଚୂନଖାଲ ପ୍ରାଥମିକ ବିଦ୍ୟାଳୟ । ଏଠାରେ ଛାତ୍ରୀଛାତ୍ରମାନଙ୍କୁ କାଠ ଆଣିଲେ ମଧ୍ୟାହ୍ନଭୋଜନ ରୋଷେଇ କରି ଖାଇବାକୁ ଦିଆଯାଉଛି।

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ପାରଳାଖେମୁଣ୍ଡି, ୧୬।୨(ସ୍ବ.ପ୍ର.)-ଗଜପତି ଜିଲାରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ କରାଯାଉଛି। ଅଟୋ, ଟ୍ରେକର, କମାଣ୍ଡର ଜିପ୍‌ ଏବଂ ବସ୍‌ ଇତ୍ୟାଦି ଗାଡ଼ିଗୁଡ଼ିକର ଦୁଇପାର୍ଶ୍ୱରେ ଓହଳି ଏବଂ ଛାତ ଉପରେ ବସି ଯାତ୍ରୀମାନେ ଯାଉଥିବା ଦେଖିବାକୁ ମିଳୁଛି। ଏପରିକି ଆବଶ୍ୟକ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନିଆଯାଉଛି।