ରାୟଗଡା

ବିସ୍ଥାପିତ ପରିବାର ପାଖରେ ବିକାଶ ଅପହଞ୍ଚ

ବିସ୍ଥାପିତ ପରିବାର ପାଖରେ ବିକାଶ ଅପହଞ୍ଚ


କୋଲାବନଗର, ୮ା୨(ଡି.ଏନ୍‌.ଏ.)

୩୩ ବର୍ଷ ତଳେ ଯେତେବେଳେ କୋଲାବ ନଦୀବନ୍ଧ ଯୋଜନା ହେଲା, ଏଥିରେ ଭିତରଛେଣ୍ଡା ଗ୍ରାମର ୩୧ ପରିବାର ବିସ୍ଥାପିତ ହେଲେ। ସେମାନଙ୍କ ମଧ୍ୟରୁ ୧୬ଟି ପରିବାରକୁ ଥଇଥାନ କଲା ପ୍ରଶାସନ। ଅନ୍ୟ ୧୫ଟି ପରିବାର ଭିଟାମାଟି ଛାଡ଼ି ଯିବାକୁ ରାଜି ହେଲେ ନାହିଁ। ପିଲାଛୁଆ ଧରି ସେମାନେ ନଦୀବନ୍ଧ ତଟ ଦେଶରେ ପଡ଼ି ରହିଲେ । ଏହି ତିନି ଦଶନ୍ଧି ଭିତରେ ସେମାନଙ୍କ ପରିବାର ଜଞ୍ଜାଳ ବଢିଛି ସତ; କିନ୍ତୁ ବିକାଶର ସ୍ରୋତରୁ ସେମାନେ ଦୂରେଇ ଯାଇଛନ୍ତି। ଜୀବନ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସବୁଥିରେ ସମସ୍ୟା ସେମାନଙ୍କୁ ବାନ୍ଧି ରଖିଛି। ଜଳବନ୍ଦୀ ଜୀବନ କାଟୁଛନ୍ତି ଏହି ବିସ୍ଥାପିତ ପରିବାର।
ଜିଲା ସଦରରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ କୋଲାବ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଭିତରଛେଣ୍ଡା ଗ୍ରାମ। ୧୯୮୬ରେ ଏହି ଗ୍ରାମ ମୂଳ ଭୁଖଣ୍ଡ ଜଳଭଣ୍ଡାରରେ ଲୀନ ହୋଇଯାଇଥିଲା। କୋଟପାଡ଼ ବ୍ଲକର ୫ ନମ୍ବର କ୍ୟାମ୍ପରେ ବିସ୍ଥାପିତଙ୍କୁ ଥଇଥାନ କରିଥିଲେ ତତ୍କାଳୀନ ସରକାର। କରାଗଲା। କିନ୍ତୁ ଗ୍ରାମର ଥିବା ୩୧ମଧ୍ୟରୁ ୧୬ଟି ପରିବାର ଥଇଥାନ ହେଲେ। ଅନ୍ୟମାନେ ନିଜର ଭିଟାମାଟି ଛାଡ଼ି ଯିବାକୁ ରାଜି ନ ହୋଇ ଜଳଭଣ୍ଡାର ତଟ ଦେଶରେ ଝୁମ୍ପୁଡ଼ି ଘର କରି ୩୩ ବର୍ଷ ହେଲା ବସବାସ କରିଆସୁଛନ୍ତି। ସେଇ ପରିବାର ଆଜି ଏହା ୫୦ଟି ପରିବାରକୁ ବୃଦ୍ଧି ପାଇଛି। ଗ୍ରାମଟି ଏକ ଟାପୁ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ଗମନାଗମନ ସୁବିଧା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ପେଟ ପୋଷିବା ପାଇଁ ଏକମାତ୍ର ଉପାୟ ଜାଳେଣୀ କାଠ ଜଙ୍ଗଲରୁ ଆଣି ନିକଟ ଅଞ୍ଚଳରେ ବିକ୍ରି କରି ଯାହା ମିଳିଲା, ସେଥିରେ ପରିବାର ଚଳୁଛି। ଗ୍ରାମରେ ଥିବା ବିଦ୍ୟାଳୟରେ ୪୨ଜଣ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ଶିକ୍ଷକ ନ ଆସିବା ଫଳରେ ପିଲାମାନେ ଗାଈ ଓ ଛେଳି ଜଗୁଛନ୍ତି। ପାନୀୟ ଜଳ ସାତ ସପନ ପାଲଟିଥିବାବଳେ ଗୋଟିଏ ନଳକୂପ ସେ ପୁଣି ୧୦ ବର୍ଷ ହେଲା ଅଚଳ ହୋଇପଡ଼ିଛି। ଫଳରେ ଲୋକମାନେ କୋଲାବ ଜଳଭଣ୍ଡାରର ଦୂଷିତ ଜଳକୁ ପାନୀୟ ଭାବରେ ଆଦରି ନେଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ନଜରକୁ ଆସୁଛି। ସେହିପରି ଗ୍ରାମରେ ଦୁଇ ଜଣ ଦିବ୍ୟାଙ୍ଗ ଯୁବକ ଅର୍ଜୁନ ଖେମୁଣ୍ଡୁ(୩୦) ଓ ହରି ଶୁକ୍ରା(୫୦) ଆର୍ଥିକ ଅନଟନରେ ଚିକିତ୍ସିତ ହୋଇନପାରି ଦିନ କାଟୁଛନ୍ତି । ହେଲେ କୌଣସି ସରକାରୀ ସହାୟତା ସେମାନଙ୍କୁ ଏଯାଏ ମିଳିପାରିନାହିଁ । ଲମତାପୁଟ ଓ କୋଲାବ ବଜାର ଆସିବା ପାଇଁ ଏକ ମାତ୍ର ସାହା ପାଲଟିଛି ଦେଶୀ ହୁଲି ଡଙ୍ଗା। ସେଥିରେ ୮କି.ମି. ଆସି ଜାଳେଣି କାଠ ବିକ୍ରି କରି ତେଲ ଲୁଣ କିଣିିଥାନ୍ତି। ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଖଣ୍ଡେ ଡଙ୍ଗା ପାଇଁ ନିବେଦନ କରି ଆସୁଥିଲେ ମଧ୍ୟ ଏହାକୁ ପ୍ରଶାସନ ଅଣାଦେଖା କରୁଥିବା ଅଭିଯୋଗ ହୋଇଛି। ଫଳରେ ନିଜେ ତିଆରି କରିଥିବା ଦେଶୀ ହୁଲି ଡଙ୍ଗାରେ କାଠ ବିକ୍ରି କରିବା ପାଇଁ ଯିବାଠୁୁ ବନ୍ଧୁ ଘର ପର୍ଯ୍ୟନ୍ତ ସବୁଠି ଲୋଡ଼ା ପଡ଼ୁଛି । ଜୀବନ ବାଜି ଲଗାଇ ଲୋକେ ପ୍ରତ୍ୟେକ ଦିନ ଯାତାୟତ କରୁଛନ୍ତି। ତେଣୁ ମୋଟର ବୋଟ୍‌ କିମ୍ବା ବଡ଼ ଡଙ୍ଗାର ଯଥାଶୀଘ୍ର ବନ୍ଦୋବସ୍ତ କରିବାକୁ ଗ୍ରାମବାସୀ ବଳରାମ ଶୁକ୍ରୀ, ସନୁ ଖେମୁଣ୍ଡୁ, ଚାଣ୍ଡାଳ ଶୁକ୍ରୀ, ପଦକାମ୍‌ ସୁକ୍ରୀ, ମାଧବ ଜାନି, ଧୋବା ଖେମୁଣ୍ଡୁ, ମନ ଶୁକ୍ରୀ, ଠକୁ ଶୁକ୍ରୀ, ନରସିଂହ ଖେମୁଣ୍ଡୁ, ଅର୍ଜୁନ ଖେମୁଣ୍ଡୁ, ତ୍ରିଲୋଚନ ଶୁକ୍ରୀ ଦାବି କରିଛନ୍ତି। ସମସ୍ୟା ସମାଧାନ ନହେଲେ ତେବେ ଆସନ୍ତା ନିର୍ବାଚନକୁ ବର୍ଜନ କରିବେ ବୋଲି ସେମାନେ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାୟଗଡା

ଅଖିଳ ଭାରତ କିଶାନ ମଜଦୁର ସଭା ପକ୍ଷରୁ ବିକ୍ଷୋଭ

ଅଖିଳ ଭାରତ କିଶାନ ମଜଦୁର ସଭା ପକ୍ଷରୁ ବିକ୍ଷୋଭ

ଗୁମ୍ମା, ୨୨ା୫(ଡି.ଏନ.ଏ)- ଅଖିଳ ଭାରତ କିଶାନ ମଜଦୁର ସଭାର ଗୁମ୍ମା ବ୍ଲକ ଶାଖା ପକ୍ଷରୁ ୯ଦଫା ଦାବି ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଡିଓଙ୍କ ଅନୁପସ୍ଥିତିରେ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ଏକ ଦାବିପତ୍ର ଦିଆଯାଇଛି। ପୂର୍ବାହ୍ନରେ ରାଜ୍ୟ ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ କର୍ମୀମାନେ ସ୍ଥାନୀୟ ନର୍ସରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ସଭା ଆୟୋଜନ ହୋଇଥିଲା।

ମା ’ ତାରା ମାଉଁଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ : ଚାଲାଣଗୁଡା ଦଳ ବିଜୟୀ

ମା ’ ତାରା ମାଉଁଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ : ଚାଲାଣଗୁଡା ଦଳ ବିଜୟୀ

ମାଥିଲି, ୨୨।୫ (ଡି.ଏନ୍‌.ଏ) ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ ମାଡକାଗୁଡାରେ ମଙ୍ଗଳବାର ମା ’ ତାରା ମାଉଁଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ମାଥିଲି ଜୋନ- ୨ର ଜିଲା ପରିଷଦ ସଭ୍ୟା ଶାନ୍ତିଲତା ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଚାଲାଣଗୁଡା ଏବଂ ପାଣ୍ଡ୍ରିପାଣି ଦଳ ମଧ୍ୟରେ ଉଦ୍‌ଘାଟନି ମ୍ୟାଚ ଖେଳାଯାଇଥିଲା। ଏଥିରେ ଚାଲାଣଗୁଡା ଦଳ ବିଜୟୀ ହୋଇଥିଲା।

ଡାବୁଗାଁରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ

ଡାବୁଗାଁରେ ଗ୍ରାମୀଣ ଡାକ କର୍ମଚାରୀଙ୍କ ଧର୍ମଘଟ

ଡାବୁଗାଁ , ୨୨।୫ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଥିବା ଉପ ଡାକଘର ସମ୍ମୁଖରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଡାକରାରେ ଡାବୁଗାଁ ଉପଡାକଘର ଅଧୀନରେ କାର୍ଯ୍ୟରତ ସମସ୍ତ ଡାକ ସେବକମାନେ ମଙ୍ଗଳବାର ଧର୍ମଘଟ କରିଛନ୍ତି। ଏଥିରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ୭ମ ବେତନ କମିଶନ କମଲେଶ ଚନ୍ଦ୍ରା ରିପୋର୍ଟକୁ ଶୀଘ୍ରଲାଗୁ କାରାଯାଉ ବୋଲି ଦାବି କରି ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି।

ଗୁମ୍ମା ବ୍ଲକରେ ଦମକଳ କେନ୍ଦ୍ର ଉଦ୍‌ଘାଟିତ

ଗୁମ୍ମା ବ୍ଲକରେ ଦମକଳ କେନ୍ଦ୍ର ଉଦ୍‌ଘାଟିତ

ଗୁମ୍ମା, ୨୨ା୫(ଡି.ଏନ.ଏ)- ଗଜପତି ଜିଲା ଗୁମ୍ମା ବ୍ଲକରେ ମଙ୍ଗଳବାର ଅଗ୍ନିଶମ ବିଭାଗର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏହାଫଳରେ ବ୍ଲକବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ନୂତନ ଅଗ୍ନିଶମ କାର୍ଯ୍ୟାଳୟକୁ ଏସ୍‌.ଓ ରଜନୀକାନ୍ତ ଗୌଡ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏସ୍‌.ଓ ଗଣପତି ଶବର, ଏଲ୍‌.ଏଫ୍‌.ଏମ୍‌ ରାମଚନ୍ଦ୍ର ସେଠୀ ଓ ସୁରେନ୍ଦ୍ର କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

୬ ଡକାୟତ ଗିରଫ: ୩ ଖଣ୍ଡା ସହ ୧୦ହଜାରଟଙ୍କା, ସୁନାଗହଣା ଜବତ

୬ ଡକାୟତ ଗିରଫ: ୩ ଖଣ୍ଡା ସହ ୧୦ହଜାରଟଙ୍କା, ସୁନାଗହଣା ଜବତ

ନବରଙ୍ଗପୁର,୨୨ା୫ (ବି.ପ୍ର.)- ନବରଙ୍ଗପୁର ପୋଲିସ ଏକ ଡକାୟତ ଗ୍ୟାଙ୍ଗ୍‌ର ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ମଧ୍ୟରୁ ୪ଜଣ ଡକାୟତି କରୁଥିବା ବେଳେ ଅନ୍ୟ ୨ ଜଣ ସେମାନଙ୍କୁ ସହଯୋଗ କରିଥାନ୍ତି। ସମାନେ ପ୍ରାୟ ୧୦ଟି ଡକାୟତି ଘଟଣାରେ ସମ୍ପୃକ୍ତ ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା ନବରଙ୍ଗପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ୩ଟି ଖଣ୍ଡା, ନଗଦ ୧୦ ହଜାର, ଗୋଟିଏ ଏଟିଏମ କାର୍ଡ, ପର୍ସ, ହାରାହାରୀ ସୁନାଗହଣା ଜବତ କରାଯାଇଛି।

ଜାତୀୟ  ଗ୍ରାମୀଣ ଡାକ ସେବା ସଂଘ ପକ୍ଷରୁ ଧର୍ମଘଟ

ଜାତୀୟ ଗ୍ରାମୀଣ ଡାକ ସେବା ସଂଘ ପକ୍ଷରୁ ଧର୍ମଘଟ

ନବରଙ୍ଗପୁର,୨୨ା୫(ବି.ପ୍ର.)- ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ କେରାପୁଟ ଡିଭିଜନ ନବରଙ୍ଗପୁର ଶାଖା ମଙ୍ଗଳବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦେଇଛନ୍ତି। ଏନେଇ ବିଭିନ୍ନ କାର୍ଯ୍ୟ ବନ୍ଦ ରଖିଛି। ଏହା ଦ୍ୱାରା ଡାକ ବିଭାଗରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଜିଡିଏସ୍‌ମାନଙ୍କ ୭ମ ବେତନ କମିଶନ କମାଲଶ ଚନ୍ଦ୍ରାଙ୍କ ରିପୋର୍ଟକୁ ଶିଘ୍ର ଲାଗୁ କରାଯିବାକୁ ସଂଘ ଦାବ କରିଛି।

 ବେଆଇନ ଘଟରୁ ବାଲି ଉଠାଇବା ବେଳେ ଚଢାଉ:   ୮ ଟ୍ରାକ୍ଟର ଜବତ, ଜରିମମାନା ଆଦାୟ

ବେଆଇନ ଘଟରୁ ବାଲି ଉଠାଇବା ବେଳେ ଚଢାଉ: ୮ ଟ୍ରାକ୍ଟର ଜବତ, ଜରିମମାନା ଆଦାୟ

ନବରଙ୍ଗପୁର, ୨୨ା୫(ବି.ପ୍ର.)- ନବରଙ୍ଗପୁର ତହସିଲ ଅଧିନ ସାନମସିଗାଁ ନିକଟରେ ଏକ ବିପଦସଙ୍କୁଳ ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଚଢାଉ କରାଯାଇ ଟ୍ରାକ୍ଟର ମାଲିକମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ନେଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବାର୍‌ହା ଶିକାର ଅଭିଯୋଗ: ୨ ଗିରଫ

ବାର୍‌ହା ଶିକାର ଅଭିଯୋଗ: ୨ ଗିରଫ

ନବରଙ୍ଗପୁର,୨୨।୫(ଡି.ଏନ୍‌.ଏ.)- ବାର୍ଲି ସଂରକ୍ଷିତ ଜଙ୍ଗଲର ଖଂଜିଆଖାରୀ ନିକଟରେ ବାରାହା ଶିକାର କରି ମାଂସ ଭାଗ କରା ଯାଇଥିବା ଖବର ପାଇ ମୈଦଲପୁର ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ ଓ ଗାର୍ଡ ରମାକାନ୍ତ ସାହୁ ଘଟଣାସ୍ଥଳରେ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିଛନ୍ତି।

ମହୁଲ ଫୁଲ:ସଂଗ୍ରହ କରୁଛନ୍ତି  ଆଦିବାସୀ, ଲାଭ ପାଉଛନ୍ତି ବ୍ୟବସାୟୀ

ମହୁଲ ଫୁଲ:ସଂଗ୍ରହ କରୁଛନ୍ତି ଆଦିବାସୀ, ଲାଭ ପାଉଛନ୍ତି ବ୍ୟବସାୟୀ

ମାଲକାନଗିରି, ୨୨।୫(ଡି.ଏନ.ଏ.) ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ଲଘୁ ବନଜାତ ଦ୍ରବ୍ୟ । ଏହି ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ଫଳ (ଟୋଲା) ଆଦିବାସୀଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଏହାକୁ ବିକ୍ରି କରି ସେମାନେ ଅର୍ଥ ରୋଜଗାର କରନ୍ତି। ତେଲ ବାହାର କରି ଏହାର ପିଡ଼ିଆକୁ ଗୋଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ତେଲ ପ୍ରସ୍ତୁତିକାରୀମାନେ ଏହି ପିଡ଼ିଆକୁ ବିକ୍ରି କରି ଭଲ ପାଉଥିବା ବେଳେ ଜଙ୍ଗଲରେ ସକାଳୁ ପିଲା ଛୁଆଙ୍କୁ ଧରି ଏହି ମହୁଲ ଫଳ ସଂଗ୍ରହ କରୁଥିବା ଆଦିବାସୀ ମାନେ ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ମେ-ଜୁନ୍‌ ୨ମାସ ସେମାନେ ଟୋଲା ସଂଗ୍ରହ କରି ଏହାକୁ ଶୁଖାଇବା ପରେ ଉପର ଖୋଳପାକୁ ଛଡ଼ାଇ ବିକ୍ରି କରିଥାନ୍ତି। ତେବେ ଟୋଲା ସଂଗ୍ରହ କରୁଥିବା ଆଦିବାସୀମାନେ ସେମାନଙ୍କ ପରିଶ୍ରମର ପ୍ରକୃତ ମୂଲ୍ୟ ପାଆନ୍ତି ନାହିଁ। ସେମାନଙ୍କଠାରୁ ନେଇ ବ୍ୟବସାୟୀମାନେ ବେଶ୍‌ ଲାଭ ଉଠାନ୍ତି।

ମୃତ ଠିକାଦାର ପରିବାରଙ୍କୁ ସହାୟତା ରାଶି ପ୍ରଦାନ

ମୃତ ଠିକାଦାର ପରିବାରଙ୍କୁ ସହାୟତା ରାଶି ପ୍ରଦାନ

ଜୟପୁର,୨୨।୫(ଡି.ଏନ.ଏ ) ୟୁନାଇଟେଡ ଠିକାଦାର ସଂଘ ପକ୍ଷରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ଅଞ୍ଚଳ ବାସିନ୍ଦା ତଥା ଯୁବ ଠିକାଦାର ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ଅକାଳ ମୃତ୍ୟୁ ପରେ ତାଙ୍କର ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ଭାବେ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ସୁଲଭ ଦରରେ ଖୋଲିଲା ଆମ୍ବ ବଜାର

ସୁଲଭ ଦରରେ ଖୋଲିଲା ଆମ୍ବ ବଜାର

କୋରାପୁଟ,୨୨।୫(ସ୍ବ.ପ୍ର) କୋରାପୁଟ ଜିଲାରେ ଉପତ୍ଦିତ ଆମ୍ବର ବଜାରିକରଣ ଓ ଚାଷୀମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବା ନେଇ ସୋମବାର ଜିଲାର ୪ଟି ସ୍ଥାନରେ ଆମ୍ବ ବଜାର ଶୁଭାରମ୍ଭ ହୋଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଓରମାସ ଜରିଆରେ ଏହି ବଜାରର ଶୁଭାରମ୍ଭ ହୋଇଛି । ଅପରାହ୍ନରେ ସ୍ଥାନୀୟ ଅଫିସରସ କ୍ଲବ ସମ୍ମୁଖରେ ଖୋଲାଯାଇଥିବା ଏକ ସୁଲଭ ଆମ୍ବ ବଜାର ଉଦ୍‌ଘାଟନୀ କାଯର୍‌ୟକ୍ରମରେ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ ।

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଜୟପୁର,୨୨।୫(ଡି.ଏନ.ଏ ):କୋରାପୁଟ ଜିଲା ଜୟପୁରସ୍ଥିତ ସିୱା ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୧୦ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା।