Dharitri News
ରାୟଗଡା

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର ରାୟଗଡା ଅଫିସ୍‌, ୮ା୨ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଜିଲାରେ ୧୯୪୭ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଏହା ମାଧ୍ୟମରେ ୫ବର୍ଷ ବୟସର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କିଛିମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଡିସେମ୍ବର ୨୦୧୭ ସୁଦ୍ଧା ଜିଲାର ୧୧ଟି ବ୍ଲକ୍‌ରେ ମୋଟ ୧୭୧୧ଜଣ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଥିବା ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଜଣାପଡିଛି। ଆଇସିଡିଏସ୍‌ ବିଭାଗ ଦ୍ୱାରା ପରିଚାଳିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ପୁଷ୍ଟିସାରଯୁକ୍ତ କି ନୁହେଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଷ୍ଟିହୀନତାର ଶିକାର ହେଉଥିବା ସମସ୍ତ ଶିଶୁଙ୍କ ବୟସ କମ୍‌ ହୋଇଥିବାରୁ ଏହାର ନିରାକରଣ ପାଇଁ ଜିଲା ପ୍ରଶାସନ ଓ ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ କରାଯାଉଥିବା ସରକାରଙ୍କ ସମସ୍ତ ଯୋଜନା ଓ ଉଦ୍ୟମ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଜିଲା ପ୍ରଶାସନ ଓ ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଆଦିବାସୀ ବହୁଳ ଏହି ଜିଲାର ଅପପୁଷ୍ଟି ସମ୍ପର୍କରେ କୌଣସି ଜନସଚେତନତା କାର୍ଯ୍ୟକ୍ରମ କରାଯାଉ ନ ଥିବା ଅଭିଯୋଗ ହେଉଛି । ବ୍ଲକ୍‌ରେ ମୋଟ ୧ଲକ୍ଷ ୧୪୦ଜଣ ଶିଶୁ ୫ବର୍ଷ ମଧ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଭାଗ ଦ୍ୱାରା ୯୭ହଜାର ୫୦୧ଜଣ ଶିଶୁଙ୍କୁ ଓଜନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭୪ହଜାର ୪୮୮ଜଣ ଶିଶୁ ସୁସ୍ଥ ସବଳ ଥିବାବେଳେ ମଧ୍ୟମ ଅବସ୍ଥାରେ ୧୯ହଜାର ୩୬୨ଶିଶୁ ରହିଛନ୍ତି ା ସମୁଦାୟ ଶିଶୁଙ୍କ ମଧ୍ୟରୁ ୧୭୧୧ଜଣ ଶିଶୁ ଅଢ଼େଇକିଲୋରୁ କମ୍‌ ଥିବା ଯୋଗୁ ବିପଦପୂର୍ଣ୍ଣ ଅବସ୍ଥାରେ ଅଛନ୍ତି । ସମାନଙ୍କ ମଧ୍ୟରୁ ୮୨ଜଣ ଶିଶୁଙ୍କର ବାହୁମାପ ୧୧.୦୫ସେଣ୍ଟିମିଟରରୁ କମ୍‌ ଥିବାଯୋଗୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡିଛି । ଏହା ୧.୭୫ପ୍ରତିଶତ। ଯେଉଁ ଶିଶୁମାନେ ଅଢ଼େଇକିଲୋ ଓଜନରୁ କମ୍‌ ଏବଂ ହାତର ମାପ ୧୧.୦୫ସେଣ୍ଟିମିଟରରୁ କମ୍‌ ରହୁଛି, ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏନ୍‌ଆର୍‌ସି ଏବଂ ଗୁଣପୁର ଠାରେ ଥିବା ଏନ୍‌ଆରସିରେ ରଖି ଚିକିତ୍ସା କରାଯାଉଛି। ଜିଲାର ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ରାୟଗଡା ବ୍ଲକ୍‌ରେ ସର୍ବାଧିକ ୨୬୬ଜଣ, ରାମନାଗୁଡା ବ୍ଲକ୍‌ରେ ସର୍ବନିମ୍ନ ୬୯ । ସେହିପରି କୋଲନରା ବ୍ଲକ୍‌ରେ ୧୭୭, ଗୁଡାରୀରେ ୯୧, ଚନ୍ଦ୍ରପୁରରେ ୧୦୩, ଗୁଣପୁରରେ ୨୪୧, ପଦ୍ମପୁରରେ ୭୬, ବିଷମକଟକରେ ୧୬୬, ମୁନିଗୁଡାରେ ୧୫୪, କଲ୍ୟାଣସିଂହପୁରେ ୧୭୦, କାଶୀପୁରରେ ୧୯୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଜିଲାରେ ଥିବା ୧୯୪୭ ଅଙ୍ଗନୱାଡ଼ି ଓ ମିନିଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୮୭୦ କେନ୍ଦ୍ରର ନିଜସ୍ବ ଗୃହ ନାହିଁ ା ସେଥିମଧ୍ୟରୁ ବିଭିନ୍ନ ସ୍କୁଲ ଗୃହରେ ୯୭ଟି, ବିିଭିନ୍ନ ଲୋକଙ୍କ ଘର ଭଡାରେ ନେଇ ୩୫୫ଟି, କମ୍ୟୁନିଟି ଗୃହରେ ୧୪୯, ଅଙ୍ଗନୱାଡ଼ି ଦିଦି ଓ ଅନ୍ୟ ଘର ଲୋକଙ୍କ ବାରଣ୍ଡାରେ ୨୬୯ଟି ଅଙ୍ଗନୱାଡ଼ି ଚାଲିଛି । ଜିଲାର ମୋଟ ୧୧ଜଣ ସିଡିପିଓଙ୍କ ସ୍ଥାନରେ ୯ଜଣ କାର୍ଯ୍ୟରତ ଅଛନ୍ତି । ସେଥିମଧ୍ୟରୁ ଚନ୍ଦ୍ରପୁର ବ୍ଲକ୍‌ରେ ଗତ ଜାନୁୟାରୀରୁ ଏବଂ କାଶୀପୁର ବ୍ଲକ୍‌ରେ ଦୀର୍ଘ ୨ବର୍ଷ ହେଲା ସିଡିପିଓଙ୍କ ପଦବୀ ଖାଲିପଡିଛି। ଶିଶୁ, ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ ଗତ ୮ସେପ୍ଟେମ୍ବରରେ ‘ଆମ ସଙ୍କଳ୍ପ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା କରାଯିବା ପରଠାରୁ ଜିଲାର ଶିଶୁ ମାତୃ ମୃତ୍ୟୁହାର କିଛିମାତ୍ରାରେ କମିଛି । କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିନାହିଁ। ଆଦିବାସୀ ବହୁଳ ଏହି ଜିଲାରେ ସଚେତନତାର ଘୋର ଅଭାବ ରହିଛି । ଲୋକେ ଭୋକ ବିକଳରେ ଆମ୍ବଟାକୁଆ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଅଖାଦ୍ୟ ଖାଉଥିବା ନଜିର ରହିଛି। ଆଇସିଡିଏସ୍‌ ବିଭାଗ ଦାୟିତ୍ୱରେ ଥିବା ବହୁ ଅଧିକାରୀ ଓ କର୍ମଚାରୀ ଗ୍ରାମାଞ୍ଚଳକୁ ନିୟମିତ ଯାଉନଥିବା ଓ ଠିକ୍‌ ଭାବେ ସରକାରଙ୍କ ଯୋଜନାକୁ କାର୍ଯ୍ୟକ୍ଷମ କରୁନଥିବା ଯୋଗୁ ଏପରି ସମସ୍ୟା ଉପୁଜୁଥିବା ସାଧାରଣରେ ଅଭିଯୋଗ ହୋଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ୨୦୧୭ ଏପ୍ରିଲ୍‌ ମାସ ୧ରୁ ସମସ୍ତ ପ୍ରସୂତି ଓ ଗର୍ଭବତୀମାନଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ନୂତନ ଯୋଜନା କାର୍ଯ୍ୟକ୍ଷମ କରାଯାଇଛି । ଏଥିସହିତ ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାୟଗଡା ଜିଲାରେ ଏହି ଯୋଜନା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏ ସମ୍ପର୍କରେ ଜିଲା ସମାଜ କଲ୍ୟାଣ ଅଧିକାରୀ ମନୋରମା ରେଡ୍ଡୀ ଓ ଅତିରିକ୍ତ ଜିଲା ସମାଜ କଲ୍ୟାଣ ଅଧିକାରୀ ସନ୍ତୋଲାଲ୍‌ ଦୀପଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗର୍ଭବତୀ ଅବସ୍ଥାରେ ଆବଶ୍ୟକ ଯତ୍ନ ଓ ଖାଦ୍ୟର ଅଭାବ, ଗଁା ଗହଳିରେ ଶିଶୁଙ୍କୁ ମା’ କ୍ଷୀର ଦେବାରେ ଅବହେଳା, ମ୍ୟାଲେରିଆ ଯୋଗୁ ଶିଶୁ ଦୁର୍ବଳ ହେଉଛି। ତତ୍‌ ସଙ୍ଗେସଙ୍ଗେ ବାଲ୍ୟବିବାହ, ଉପଯୁକ୍ତ ବୟସ ପୂର୍ବରୁ ବିବାହକରି ସନ୍ତାନ ଜନ୍ମ ଏ ସବୁ ଶିଶୁମାନଙ୍କ ପୁଷ୍ଟିହୀନତାର ମୁଖ୍ୟ କାରଣ। ଏହାକୁ ନିୟନ୍ତ୍ରଣ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ଜିଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି।

ରାୟଗଡା

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।