Dharitri News
ଅନଗୁଳ-ଢେଙ୍କାନାଳ

ନିଖୋଜଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ତୁମୁସିଙ୍ଖାଥାନା ରାୟନୃସିଂହପୁର ପଞ୍ଚାୟତ ସୁକପଡ଼ାଗ୍ରାମରୁ ଗତ ୩୦ ତାରିଖରୁ ନିଖୋଜ ଥିବା ଗୌତମ ସାହୁଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ଭଇରପୁର ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ଛାନଭିନ୍‌ ଜାରି ରହିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ଅନଗୁଳ-ଢେଙ୍କାନାଳ

ମିଳିଲା କ୍ଷତିପୂରଣ, ଆନ୍ଦୋଳନ ପ୍ରତ୍ୟାହୃତ

ତାଳଚେର,୨୫ା୨ (ନି.ପ୍ର.)- ତାଳଚେର କୋଲ୍‌ ଫିଲଡସ୍‌ ୧ ଓ ୨ ନମ୍ବର ରେଲ୍‌ୱେ ସାଇଡିଙ୍ଗରେ ଟ୍ରାକ୍‌ ସଫା କରୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇପଡ଼ିବା ଓ ପରେ ସେଣ୍ଟ୍ରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ତାଳଚେର ବ୍ଲକ ଡେରା ଗ୍ରାମର ଠିକା ଶ୍ରମିକ ଲୋଚନ ପ୍ରଧାନଙ୍କ ପରିବାରକୁ କ୍ଷତିପୂରଣ ମିଳିଛି। ମୃତଦେହ ରଖି ପରିବାର ଓ ଠିକା ଶ୍ରମିକମାନେ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବା ବେଳେ ରବିବାର ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ୧୦ ଲକ୍ଷ ୭୭ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପରେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମତା କ୍ରାନ୍ତି ଦଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ

ସମତା କ୍ରାନ୍ତି ଦଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ

ବନ୍ତଳା,୨୫।୨(ଡି.ଏନ୍‌.ଏ.): ସମତା କ୍ରାନ୍ତି ଦଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ ରବିବାର ଅନୁଗୋଳ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଶ୍ରମିକ ନେତା ଅରେନ ପାଣି, ରାଜ୍ୟ ସଭାପତି ସାରଦା ପ୍ରସନ୍ନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ବନ୍ତଳା,୨୫।୨(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅନ୍ତର୍ଗତ ସିମିଳିପଡାସ୍ଥିତ ଏକ ମାର୍କେଟ କମ୍ପ୍ଲେକ୍ସ ମାଲିକଙ୍କ ବୋହୂଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ବିସ୍ଥାପିତଙ୍କ ଦୁଃଖ: ଉଡ଼ିଗଲା ୬ ପରିବାରର ଟିଣ ଛପର

ବିସ୍ଥାପିତଙ୍କ ଦୁଃଖ: ଉଡ଼ିଗଲା ୬ ପରିବାରର ଟିଣ ଛପର

ବନ୍ତଳା,୨୫।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପିତ ହୋଇ ବନ୍ତଳା ଥାନା ବଡ଼କନ୍ତକୁଳ ନୂଆଖେତା ସରୁଆଳିଠାରେ ରାଇଗୁଡ଼ାବାସୀଙ୍କୁ ଥଇଥାନ କରାଯାଇଛି। କିନ୍ତୁ ଭାଗ୍ୟ ସେମାନଙ୍କ ଉପରେ ଦାଉ ସାଧିଛି।

ହାତୀ ଆତଙ୍କ: ୨ ପରିବାର ବାସହରା

ବଅଁରପାଳ,୨୫।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଗଚର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ପଶି ଆତଙ୍କ ସୃଷ୍ଟି କରିଛି।

୨୧ ବର୍ଷରେ ଧରିତ୍ରୀ ଜୁଏଲର୍ସ

୨୧ ବର୍ଷରେ ଧରିତ୍ରୀ ଜୁଏଲର୍ସ

ତାଳଚେର,୨୪ା୨ (ନି.ପ୍ର.)- ତାଳଚେରସ୍ଥିତ ଧରିତ୍ରୀ ଜୁଏଲର୍ସ ରବିବାର ୨୧ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ୧୯୯୬ରେ ତାଳଚେର ହାଟତୋଟାଠାରେ ଏହି ଜୁଏଲାରୀର ଶୋ’ରୁମ ଖୋଲିଥିଲା।

ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ: ବାହାଘର କରାଇଦେଲେ ଗ୍ରାମବାସୀ

ବନ୍ତଳା,୨୪।୨(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ସାହାରାଗୁଡ଼ା ଗ୍ରାମରେ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଯୁବକ ତାଙ୍କର ପ୍ରେମିକାଙ୍କୁ ଭେଟିବାକୁ ଆସିଥିବାବେଳେ ଗ୍ରାମବାସୀ ଉଭୟଙ୍କ ବାହାଘର କରାଇ ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ରାଜଧାନୀ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକୋ

ରାଜଧାନୀ ଏକ୍ସପ୍ରେସ୍‌ ରହଣି ଦାବିରେ ରେଳରୋକୋ

ଢେଙ୍କାନାଳ ଅଫିସ, ୨୪।୨-ଢେଙ୍କାନାଳ ଷ୍ଟେଶନରେ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ରହଣି ଦାବିରେ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଜିଲା ଓକିଲ ସଂଘର ଆହ୍ବାନରେ ଶନିବାର ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧ଟା ଯାଏ ରେଳରୋକୋ କରାଯାଇ ପ୍ରତିବାଦ କରାଯାଇଛି। ଫଳରେ ଘଣ୍ଟାଏ ରାଜଧାନୀ ଏକ୍ସପ୍ରେସ୍‌ ଏବଂ ୫ଘଣ୍ଟା ଧରି ମାଲଗାଡ଼ି ଅଟକି ରହିଥିଲା।

ସୁରକ୍ଷା ପ୍ରଦାନ ପୋଲିସର ପ୍ରଥମ କର୍ତ୍ତବ୍ୟ

ସୁରକ୍ଷା ପ୍ରଦାନ ପୋଲିସର ପ୍ରଥମ କର୍ତ୍ତବ୍ୟ

ବଇଣ୍ଡା,୨୪।୨(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ନିଶା ଦ୍ରବ୍ୟ ସେବନ ଯୋଗୁ ଅନେକ ସ୍ଥାନରେ ଗଣ୍ଡଗୋଳ ତଥା ବିଶୃଙ୍ଖଳା ସୃଷ୍ଟି ହେଉଛି।

ଭକ୍ତି ପ୍ରସାଦ ଡିଆରୟୁସିସି ସଦସ୍ୟ

ଭକ୍ତି ପ୍ରସାଦ ଡିଆରୟୁସିସି ସଦସ୍ୟ

ତାଳଚେର,୨୪ା୨(ନି.ପ୍ର.)- ଅନୁଗୋଳର ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ଇଷ୍ଟକୋଷ୍ଟ ରେଲୱେର ଡିଭିଜିନାଲ ରେଲୱେ ୟୁଜର୍ସ କନସଲେଟିଭ କମିଟି (ଡିଆରୟୁସିସି) ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେ ୨ ବର୍ଷ ପାଇଁ ଏଥିରେ ସଦସ୍ୟ ରହିବେ।

୭ ବଖରା ଜଳିଗଲା

୭ ବଖରା ଜଳିଗଲା

ବଇଣ୍ଡା,୨୪।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ଲବିଙ୍ଗ ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଚକ୍ର ସିଂହଙ୍କ ୩ ବଖରା, ହରି ସିଂହଙ୍କ ୨ ବଖରା ଓ ଦେବାନନ୍ଦ ସିଂହଙ୍କ ୨ ବଖରା ପୋଡି ପାଉଁଶ ହୋଇଯାଇଛି। ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି।

କ୍ଷତିପୂରଣ ଦାବିରେ ସମସ୍ତ କୋଇଲା ଖଣି ବନ୍ଦ

କ୍ଷତିପୂରଣ ଦାବିରେ ସମସ୍ତ କୋଇଲା ଖଣି ବନ୍ଦ

ତାଳଚେର,୨୪ା୨(ନି.ପ୍ର.)- ତାଳଚେର କୋଲ ଫିଲ୍ଡସ୍‌ ଟିସିଟିପିଏଲ/ କେସିପିଏଲ୍‌/ ଏଲ୍‌ ଆଣ୍ଡ ଏସ୍‌ ଜେଭିର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି। କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଆନ୍ଦୋଳନକାରୀମାନେ ଏଠାରେ ଥିବା ୧, ୨, ୩ ଓ ୪ ନମ୍ବର ରେଲୱେ ସାଇଡିଙ୍ଗ ସହ ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ, ଭୁବନେଶ୍ୱରୀ, ହିଙ୍ଗୁଳା, ବଳରାମ, ଭରତପୁର ଆଦି ସମସ୍ତ କୋଇଲା ଖଣିରେ କାର୍ଯ୍ୟ ବନ୍ଦ ରଖିଛନ୍ତି। ଅନ୍ୟପକ୍ଷରେ ଲୋଚନଙ୍କୁ ସମ୍ପୃକ୍ତ କମ୍ପାନୀ ମ୍ୟାନେଜର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ପୁଅ ପଙ୍କଜ କଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୫୬/୧୮ ଦଫା ୩୨୩, ୩୦୪(ଖ) , ୫୦୬ରେ ଏକ ମକଦ୍ଦମା ରୁଜୁ କରିଛି।