ରାଜ୍ୟ |

ପ୍ରଚାର ପାଇଁ ସଜବାଜ

ପ୍ରଚାର ପାଇଁ ସଜବାଜ
ଭୁବନେଶ୍ୱର,୮।୨(ବ୍ୟୁରୋ)- ଫେବୃୟାରୀ ୨୪ରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ଶେଷ ହୋଇଛି। ଯାଞ୍ଚ ମଧ୍ୟ ବୁଧବାର ସରିଛି। ଏବେ ସବୁଦଳ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ରାଜ୍ୟ ରାଜନୀତି କୁନ୍ଦୁଲି ଓ ମହାନଦୀ ପ୍ରସଙ୍ଗକୁ ନେଇ ଜୋର ଧରିଛି। ମାତ୍ର ବିଜେପୁରରେ ସ୍ଥାନୀୟ ସମସ୍ୟାକୁ ନେଇ ଦଳଗୁଡିକ ପ୍ରଚାରକୁ ଓହ୍ଲାଇବେ ବୋଲି କୁହାଯାଉଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ନେଇ ବିଜେଡି କେନ୍ଦ୍ରକୁ ସମାଲୋଚନା କରିଆସିଛି। ତେଣୁ ଦଳ ଏମ୍‌ଏସ୍‌ପି ପ୍ରସଙ୍ଗକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିପାରେ। ରାଜ୍ୟ ସରକାର ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଦାବି କରିଥିବା ବେଳେ ସ୍ଥାନୀୟ ଚାଷୀ ଉପାୟ ଶୂନ୍ୟ ହୋଇ ୮୦୦ଟଙ୍କାରେ ବିକୁଥିବା ଜଣାପଡିଛି। ଏହା ମଧ୍ୟ ରାଜନୈତିକ ଦଳ ଗୁଡିକର ନିର୍ବାଚନୀ ପ୍ରସଙ୍ଗ ହେବ ବୋଲି ରାଜନୈତିକ ମହଲ ବିଶ୍ୱାସ କରୁଛି। ପ୍ରକାଶ ଯେ, ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ନିଶ୍ଚିତ ଜାଣିବା ପରେ ଗତବର୍ଷ ଅକ୍ଟୋବର ପରଠାରୁ ପ୍ରାୟ ସବୁ ଦଳ ନିଜ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏବେ ଚୂଡାନ୍ତ ରୂପ ଦେବା ପାଇଁ ପ୍ରୟାସ କରାଯାଉଛି। ମଙ୍ଗଳବାର ନବୀନ ନିବାସରେ ହୋଇଥିବା ଏକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସକାଶେ ବିଜେପୁର ପ୍ରଚାରରେ ଯିବେ ବୋଲି ଘୋଷଣା କରିଛନ୍ତି । ଏହା ବିଜେଡି କର୍ମୀଙ୍କୁ ଉଲ୍ଲସିତ କରିଛି। ମୁଖ୍ୟମନ୍ତ୍ରୀ ଗାଇସିଲଟ୍‌ ଏବଂ ବରପାଲିରେ ୧୯ ତାରିଖରେ ଏବଂ ବିଜେପୁରରେ ୨୧ରେ ପ୍ରଚାର କରିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ଛାମୁଆ ସଙ୍ଗଠକମାନେ ସେଠାରେ ଡେରା ପକାଇଛନ୍ତି। ତୃଣମୂଳସ୍ତରୀୟ କର୍ମୀ ସମ୍ମିଳନୀ ସରିଗଲେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିବେ। ସେହିପରି ୨ ଡଜନରୁ ଅଧିକ ଷ୍ଟାର କ୍ୟାମ୍ପନରଙ୍କୁ ନେଇ ବିଜେଡି ତାଲିକା ପ୍ରସ୍ତୁତ କରୁଛି। ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବ । ବିଜେଡି ପରି ଭାଜପା ମଧ୍ୟ ପ୍ରଚାର ପାଇଁ ପାଗ ଭିଡିଲାଣି। ମହାନଦୀ ପ୍ରସଙ୍ଗରେ ରାଜନୈତିକ ସମାଲୋଚନା ଦୃଷ୍ଟିରୁ ଭାଜପା ଅଡୁଆରେ ଥିଲେ ମଧ୍ୟ ପଡୋଶୀ ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ପ୍ରଚାରକୁ ଆଣିବ। ହେଲେ ରମଣଙ୍କୁ ସ୍ଥାନୀୟ ମହଲରେ ନାପସନ୍ଦ କରାଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଏତଦ୍‌ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାଧାମୋହନ ସିଂ, ରାମକ୍ରିପାଲ ଯାଦବ ଏବଂ ସନ୍ତୋଷ ଗଙ୍ଗୱାର ପ୍ରମୁଖ ବିଜେପୁରକୁ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି କୁହାଯାଉଛି। ଭାଜପା ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାରକୁ ଆଣୁଥିବାରୁ ବିଜେଡି ଏହାର ସମାଲୋଚନା କରିଛି। ଦଳର ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ, ନବୀନବାବୁଙ୍କ ପ୍ରତି ଜନସମର୍ଥନ ରହିଛି। ଯେଉଁମାନେ ଡରିଯାଇଛନ୍ତି , ସେମାନେ ତାଙ୍କୁ ମୁକାବିଲା କରିବା ପାଇଁ ଏକାଧିକ ନେତା ଆଣୁଛନ୍ତି। ଲୋକେ କିନ୍ତୁ ଠିକ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଅମର କହିଛନ୍ତି। କଂଗ୍ରେସ ମଧ୍ୟ ରମଣ ସିଂଙ୍କୁ ପ୍ରଚାରକୁ ଅଣାଯିବା ଯୋଜନାର ସମାଲୋଚନା କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ରମଣଙ୍କ ଭ୍ରମଣ କଷ୍ଟଦାୟକ ହେବ। ଉପରମୁଣ୍ଡରେ ନିର୍ମାଣ ବନ୍ଦ ନ କରି ପ୍ରଚାରକୁ ଆସିବା ହାସ୍ୟାସ୍ପଦ। ଓଡ଼ିଶାର ଜଳକୁ ଅଟକାଇ ଓଡ଼ିଆଙ୍କୁ ଭୋଟ ମାଗିବା ଅଭିନୟ ଚଳିବ ନାହିଁ ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର,୧୭।୮(ବ୍ୟୁରୋ): କେରଳର ବନ୍ୟାରେ ଓଡ଼ିଶାର ୧୩୦ଜଣ ଫସି ରହିଛନ୍ତି। ସେମାନେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ମର୍ମରେ ରାଜ୍ୟ ସରକାରଙ୍କର ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ବି କେରଳ ରାଜ୍ୟ ଅତରିକ୍ତ ମୁଖ୍ୟ ଶାସନ ସଚିବ ପି.ଏଚ୍‌.କୁରିଆନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୭।୮: ଚାଷ ତଥା ଚାଷୀଙ୍କୁ ସମ୍ମାନ, ପେନ୍‌ସନ, ଚାଷୀଦ୍ୱାରା ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ପ୍ୟାକେଟ ଏବଂ ନାଲି ପୁଡ଼ିଆରେ ବନ୍ଧା ହୋଇଥିବା ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। 

ଓଡ଼ିଆ  ବିଶ୍ବବିଦ୍ୟାଳୟ  ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ଓଡ଼ିଆ ବିଶ୍ବବିଦ୍ୟାଳୟ ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ସାକ୍ଷୀଗୋପାଳ, ୧୭।୮( ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ସରକାର ବିଧିବଦ୍ଧ ଘୋଷଣା କରିବା ପରେ ଶୁକ୍ରବାର ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ସତ୍ୟବାଦୀ ବକୁଳବନ ସଲଗ୍ନ ଜମି ଅନୁଧ୍ୟାନ କରିଛନ୍ତି। 

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଥିଲି ବ୍ଲକ ଅଞ୍ଚଳରେ ଶୋକସଭା

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଥିଲି ବ୍ଲକ ଅଞ୍ଚଳରେ ଶୋକସଭା

ମାଥିଲି,୧୭।୮(ଡି.ଏନ.ଏ.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୁକ୍ରବାର ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ସର୍ବସାଧାରଣ ଭାବେ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି: ପ୍ରତିବାଦରେ ଡଅଁରା ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୧୭।୮(ନି.ପ୍ର.): ବଳରାମ କୋଇଲା ଖଣି ଜିରୋ ପଏଣ୍ଟରେ ୧୪୪ ଧାରା ଜାରି ପ୍ରତିବାଦରେ ଡଅଁରା  ଗ୍ରାମର ଗ୍ରାମବାସୀ ଓ ଟ୍ରକ ମାଲିକମାନେ ମିଳିତ ଭାବେ ୧୪୪  ଧାରା ଜାରି କରାଯାଇଥିବା ସ୍ଥାନରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତ। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। 

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ପ୍ରେମିକ ଘର ଆଗରେ ଦେହରେ ନିଆଁ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ, ୧୭।୮-ରାଉରକେଲା ମହାନଗର ଅନ୍ତର୍ଗତ ବନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଘର ଆଗରେ ଜଣେ ଯୁବତୀ (୨୫) ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଉଭୟ ଯୁବତୀ ଓ ତାଙ୍କ ପ୍ରେମିକଙ୍କ ଘର ନ୍ଧମୁଣ୍ଡା ସେକ୍ଟର ‘ବି’ଅଞ୍ଚଳରେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିଲା। ମାତ୍ର ପ୍ରେମିକ ବିବାହ ପାଇଁ ମନା କରିବାରୁ ପ୍ରେମିକା ମାନସିକ ଭାରସାମ୍ୟ ହରାଇ ବସିଥିଲେ। 

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ଯୁବ ମହୋତ୍ସବରେ ଭାଗନେବେ ବ୍ରହ୍ମପୁରର ସୁରଜ ସାହୁ

ବ୍ରହ୍ମପୁର ଅଫିସ,୧୭।୮: ଅଗଷ୍ଟ ୨୫ରେ ବମ୍ବେଠାରେ ୧୫ତମ ସଂଯୁକ୍ତା ପାଣିଗ୍ରାହୀ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ଏହି ଯୁବ ମହୋତ୍ସବରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କଳାକାରମାନେ ଭାଗନେବେ। 

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ବନ୍ୟା ଉଜାଡ଼ିଦେଲା ଫସଲ, ଧୋଇଗଲା ପାଙ୍ଗାମ ବ୍ରିଜ ରାସ୍ତା: କ୍ଷତି ପରଖୁଛନ୍ତି ପ୍ରଶାସନିକ ଅଧିକାରୀ

ମାଥିଲି, ୧୭।୮(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଦାଉ ସାଜିବାରୁ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ ଘର ଭୁଶୁଡି ପଡିବା ସହ ପାଣି ପଶି ସମୁଦାୟ ଅଞ୍ଚଳର ଫସଲ ନଷ୍ଟ ହୋଇଛି। ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାରର ଠପ ହୋଇଯାଇଛି। ଏପରିକି ୨ ଦିନ ଧରି ବ୍ଲକ ଅଞ୍ଚଳବାସୀ ଉଜାଗରରେ ରହିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳ ପରଖିବାକୁ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ନିଲମ୍ବିତ

ତରଭା, ୧୭।୮(ଡି.ଏନ.ଏ.)
ତରଭା ବ୍ଲକ ଅତାସିଂହାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲ ଓ୍ବାଡେନ ଜଗତ ଶିରୋମଣି ମେହେରଙ୍କୁଙ୍କୁ ଡିପିସି ନିଲମ୍ବନ କରିଛନ୍ତି। କିଛି ଦିନ ତଳେ ମେହେରଙ୍କୁ ଦେଖା କରିବା ପାଇଁ ଜଣେ ଯୁବକ ହଷ୍ଟେଲକୁ ଆସି ରାତ୍ରୀଯାପନ କରିଥିଲେ। ଏକଥା ଜଣାପଡ଼ିବା ପରେ ଗ୍ରାମବାସୀ ହୋହାଲ୍ଲା କରିଥିଲେ। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।