ମେଟ୍ରୋ |

ଯୁବକଙ୍କୁ ଗୁଳି: ଆହତଙ୍କ ନାମରେ ରହିଛି ଆପରାଧିକ ମାମଲା

ଯୁବକଙ୍କୁ ଗୁଳି: ଆହତଙ୍କ ନାମରେ ରହିଛି ଆପରାଧିକ ମାମଲା

କଟକ ଅଫିସ/ ଫୁଲନଖରା, ୭।୨(ଡି.ଏନ୍‌.ଏ.)- କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ପୂର୍ବାହ୍ନରେ ଫୁଟିଛି ଗୁଳି। ତେଲେଙ୍ଗାପେଣ୍ଠ ଫ୍ଲାଏ ଓଭରବ୍ରିଜ ଉପରେ କାର୍ତ୍ତିକ ଖଟେଇ (୨୫) ନାମକ ଯୁବକଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳିକରି ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାର୍ତ୍ତିକଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ। ତାଙ୍କ ସହିତ ଅନ୍ୟ ଜଣେ ଯୁବକ ଦଶରା କାହ୍ନା ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କାର୍ତ୍ତିକଙ୍କୁ ପିଛାକରି ଆସି ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ। କାର୍ତ୍ତିକଙ୍କ ନାମରେ ଖୋର୍ଦ୍ଧାରେ ଡକାୟତି ଓ ରାହାଜାନି ଭଳି ଆପରାଧିକ ମାମଲା ରହିଛି। ଏଥିସହ ସେ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ବ୍ରାଉନସୁଗାର କାରବାର କିମ୍ବା କାର୍ତ୍ତିକଙ୍କ ବିପକ୍ଷ ଗ୍ୟାଙ୍ଗ ପୂର୍ବ ବିବାଦ ଯୋଗୁ ତାଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି ବୋଲି ସଦର ଥାନା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଏସିପି ଦେବଦତ୍ତ କର କହିଛନ୍ତି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚଣ୍ଡିଖୋଲ ଓ ଖୋର୍ଦ୍ଧାରେ ଦୁଇଟି ଟିମ୍‌ ଚଢାଉ ଜାରି ରଖିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ସାମନ୍ତରାପୁରର କାର୍ତ୍ତିକ ଖଟେଇ ଓ କାହ୍ନା ଏକ ନାଲି ରଙ୍ଗର ପଲସର ବାଇକ୍‌ (ନଂ. ଓଡି୩୩ଏନ୍‌-୮୯୧୫) ଯୋଗେ ବୁଧବାର ପୂର୍ବାହ୍ନରେ କଟକ ଆସୁଥିଲେ। କାହ୍ନା ବାଇକ୍‌ ଚଳାଉଥିଲେ। ପାହାଳ ନିକଟରେ ଅଟକି ଉଭୟେ ରସଗୋଲା ଖାଇଥିଲେ। ଏହି ସମୟରେ ୩ଜଣ ଯୁବକ ଏକ କଳାରଙ୍ଗର ପଲସର ବାଇକ୍‌ରେ ସେମାନଙ୍କ ଆଗରେ ପଇଁତରା ମାରିଥିଲେ। କାର୍ତ୍ତିକ ଓ କାହ୍ନା କଟକ ଅଭିମୁଖେ ଆସୁଥିବାବେଳେ ଉକ୍ତ ୩ ଯୁବକ ପିଛା କରି ଆସି ତେଲେଙ୍ଗାପେଣ୍ଠ ଫ୍ଲାଏ ଓଭରବ୍ରିଜ ଉପରେ କାର୍ତ୍ତିକଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ମାଡ଼ରେ କାର୍ତ୍ତିକ ବାଇକ୍‌ରୁ ଖସି ପଡ଼ିଥିଲେ। କାର୍ତ୍ତିକଙ୍କ ଡାହାଣ ଗୋଡ଼ ଜଙ୍ଘରେ ଗୁଳି ବାଜିଥିଲା। ସେମାନେ କାର୍ତ୍ତିକଙ୍କଠାରୁ ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଖବରପାଇ ସଦର ଥାନା ପୋଲିସ ପହଞ୍ଚତ୍ ଆହତ କାର୍ତ୍ତିକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। କାହ୍ନାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ସେ ପ୍ରଥମଥର ପାଇଁ କାର୍ତ୍ତିକଙ୍କ ସହିତ ଆସିଥିବା କହିଥିଲେ। ହେଲେ କାର୍ତ୍ତିକଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ସେ କଟକ ଆଡକୁ କାହିଁକି ଆସିଥିଲେ ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଗୁଳି ମାଡ଼ ଘଟଣାରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଡିସିପି ଅଖିଳେଶ୍ୱର ସିଂ କୁହନ୍ତି, ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହିତ କାର୍ତ୍ତିକଙ୍କ ମୋବାଇଲ ଫୋନ ଟ୍ରାକ୍‌ କରୁଛି। ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

All Right Reserved By

ମେଟ୍ରୋ |

ନିରଞ୍ଜନଙ୍କ ନୂଆ ଟିମ୍‌

ନିରଞ୍ଜନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୧୫।୮(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର କଂଗ୍ରେସର ନୂତନ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ୧୪ ଉପସଭାପତି ରହିଥିବାବେଳେ ୨୪ ସାଧାରଣ ସମ୍ପାଦକ ଏବଂ ୯୯ ସମ୍ପାଦକ ରହିଛନ୍ତି।

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-୭୨ତମ ସ୍ବତନ୍ତ୍ରତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି। ମାତ୍ର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଭୁଲ୍‌ ଟୁଇଟ୍‌ କରି ହଟ ହଟା ହୋଇଛନ୍ତି। 

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

କାକଟପୁର, ୧୫।୮(ଡି.ଏନ୍‌.ଏ.)-କାକଟପୁର ମିିନିଷ୍ଟାଡିୟମ୍‌ରେ କାକଟପୁର ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ସିଡିପିଓଙ୍କ  କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

ସିଡିପିଓଙ୍କ କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

କାକଟପୁର, ୧୫।୮(ଡି.ଏନ୍‌.ଏ.): ବୁଧବାର  ସାରାଦେଶ ସ୍ବାଧୀନତା ଦିବସ  ପାଳନ କରୁଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି। ତେବେ କାକଟପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇନାହିଁ। 

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

କଟକ ଅଫିସ, ୧୫।୮: ସେକ୍ଟର-୯ସ୍ଥିତ ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ୭୨ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ମର୍କତ ନଗର କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦିକା ତଥା ସ୍ଥାନୀୟ କର୍ପୋରେଟର ଗିରିବାଳା ବେହେରା ପତାକା ଉତ୍ତୋଳନ କରିଥିଲେ। 

ଜିଲା ଓକିଲ ସଂଘ ଆନ୍ଦୋଳନ ତୃତୀୟ ଦିନରେ

ଜିଲା ଓକିଲ ସଂଘ ଆନ୍ଦୋଳନ ତୃତୀୟ ଦିନରେ

ଖୋର୍ଦ୍ଧା ଅଫିସ, ୧୫।୮:ଖୋର୍ଦ୍ଧା ଜିଲା ଗଠନର ୨୫ ବର୍ଷ ପୂର୍ତ୍ତିରେ ରୌପ୍ୟ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ହେଲେ ଜିଲା ସଦର ମହକୁମାକୁ ତାର ହକ ମିଳି ନାହିଁ। 

ଭୌଗଳିିକରେ ସ୍ତରରେ ସୀମିତ ନ ରହୁ ସ୍ବାଧିନତା

ଭୌଗଳିିକରେ ସ୍ତରରେ ସୀମିତ ନ ରହୁ ସ୍ବାଧିନତା

ଖୋର୍ଦ୍ଧା ଅଫିସ, ୧୫ା୮:ସ୍ବାଧିନତା ଦିବସ ପାଳନ ରାଜନୈତିକ ଓ ଭୌଗଳିିକରେ ସ୍ତରରେ ସିମିତି ନ ରହୁ। ବରଂ ବ୍ୟକ୍ତି ସ୍ବାଧିନତା ସହିତ କ୍ଷୁଧା, ଅଜ୍ଞାନ, ଗୁରୁଦିକ୍ଷା ତଥା ଅସମାନତା ଦୂର କରିବାରେ ସହାୟକ ହେଉ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ୮ଟାରେ କଂଗ୍ରେସ ଭବନ ପରିସରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ  ପିସିସି ସଭାପତି କାହ୍ନୁଚରଣ ଲେଙ୍କା  ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ଅଶୋକ ପଣ୍ଡା

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ଅଶୋକ ପଣ୍ଡା

ପୁରୀ ଅଫିସ, ୧୫।୮:  ସ୍ବାଧୀତା ସଂଗ୍ରାମରେ ପୁରୀ ଜିଲାର ଅବଦାନ ଗୁରୁତ୍ୱପୂର୍ଣ୍ଣ। ମହାପୁରୁଷ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ, ବକ୍ସି ଜଗବନ୍ଧୁଙ୍କ ଭଳି ବ୍ୟକ୍ତିତ୍ୱମାନେ ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇ ଦେଶ ମାତୃକାର ସେବା କରିଛନ୍ତି। 

ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। 

ଏକକ ନିର୍ବାଚନକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସାଧାରଣ ନିର୍ବାଚନ ସହ ପ୍ରାୟ ୧୧ ରାଜ୍ୟରେ ଏକାସଙ୍ଗେ ବିଧାନସଭା ନିର୍ବାଚନ କରିବାକୁ ଭାଜପା ପକ୍ଷରୁ ଯୋଜନା ହେଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କ ପକ୍ଷରୁ କୁହାଯାଇଛି ଯେ, ସାରା ଦେଶରେ ଏକାଠି ନିର୍ବାଚନ ହେଲେ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ।  

Model This Week

ଯସ୍ମିନ୍