ରାଜ୍ୟ |

କୁନ୍ଦୁଲି ପୀଡ଼ିତାଙ୍କ ପରିଚୟ ପ୍ରଘଟର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ମାମଲା

କୁନ୍ଦୁଲି ପୀଡ଼ିତାଙ୍କ ପରିଚୟ ପ୍ରଘଟର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ମାମଲା

କଟକ ଅଫିସ, ୭।୨-କୁନ୍ଦୁଲି ପୀଡ଼ିତାଙ୍କ ପରିଚୟ ପ୍ରଘଟ ପ୍ରସଙ୍ଗରେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଉକ୍ତ ଥାନା ପରିବର୍ତ୍ତେ କ୍ରାଇମବ୍ରାଞ୍ଚ କିମ୍ବା ନିରପେକ୍ଷ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର ନିମନ୍ତେ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ରାଜ୍ୟ ପ୍ରୋଗ୍ରେସିଭ ଓମେନ ଫ୍ରଣ୍ଟର ଅଧ୍ୟକ୍ଷା ମମତା ସାମନ୍ତରାୟ ଏକ ମାମଲା ରୁଜୁ କରିଛନ୍ତି। ଏଥିସହିତ ଖାରବେଳନଗର ଥାନା ଆଇଆଇସି ମନ୍ଦ ଉଦ୍ଦେଶ୍ୟ ରଖି ଆବେଦନକାରିଣୀଙ୍କ ଅଭିଯୋଗ ମୁତାବକ ଦଫା ଲାଗୁ କରିନାହାନ୍ତି। ଉକ୍ତ ମାମଲାରେ ନୂଆ ଦଫା ଲାଗୁ କରିବା ପାଇଁ ମଧ୍ୟ ଆବେଦନକାରିଣୀ ସାମନ୍ତରାୟ ଅଦାଲତଙ୍କୁ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀ ଗୃହ ସଚିବ, ଡିଜିପି, ପୋଲିସ କମିଶନର, ଡିସିପି ଭୁବନେଶ୍ୱର, ଖାରବେଳନଗର ଥାନା ଆଇଆଇସି, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।
ଆବେଦନକାରିଣୀ ସାମନ୍ତରାୟ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି ଯେ, ଗତ ଡିସେମ୍ବର ୨୯ରେ କେତେଜଣ ସୂଚନା ଅଧିକାର କର୍ମୀ ଭୁବନେଶ୍ୱରରେ ଏକ ଜନଶୁଣାଣି ଶିବିରର ଆୟୋଜନ କରିଥିଲେ। ଏହି ଶିବିରରେ ବିଭିନ୍ନ ଅଞ୍ଚଳର ବଳାତ୍କାର ପୀଡ଼ିତାମାନଙ୍କୁ ଅଣାଯାଇଥିଲା। ଆଇନକାନୁନକୁ ଧ୍ୟାନ ନ ଦେଇ ଶିବିରକୁ ଆସିଥିବା ପୀଡ଼ିତାମାନଙ୍କ ଫଟୋ ଉଠାଯିବା ସହ ସେମାନଙ୍କ ପରିଚୟ ସୋସିଆଲ ମିଡିଆରେ ପ୍ରଘଟ କରାଯାଇଥିଲା। ଭାରତୀୟ ଦଣ୍ଡ ସଂହିତାର ୨୨୮-ଏ ଧାରାରେ ବଳାତ୍କାର ପୀଡ଼ିତାଙ୍କ ପରିଚୟ ଗୋପନ ରହିବା ନିତାନ୍ତ ଆବଶ୍ୟକ। କିନ୍ତୁ କେତେଜଣ ସୂଚନା ଅଧିକାର କର୍ମୀ ଏହି ଆଇନକୁ ଉଲ୍ଲଂଘନ କରି କୁନ୍ଦୁଲି ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିଲେ। ଏହି କାରଣ ପାଇଁ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ବୋଲି ସଂଗଠନର ଅଧ୍ୟକ୍ଷା ସାମନ୍ତରାୟ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସାମନ୍ତରାୟ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ତେଣୁ ସାମନ୍ତରାୟ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଏକ ମାମଲା (ନଂ. ୪୪୧/୨୦୧୮) ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ଏସ୍‌ଡିଜେଏମ୍‌ ଆବେଦନକାରିଣୀଙ୍କ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିବାକୁ ଖାରବେଳନଗର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଖାରବେଳନଗର ଥାନାରେ ଆଇପିସି ଦଫା ୨୨୮(ଏ), ୩୦୬, ୫୦୬, ୫୦୯ ଓ ୧୨୦(ବି) ସହ ଧାରା ୩, ୪, ୬ର ମହିଳା ବିରୋଧୀ ଆଇନ ୧୯୮୬ ଅନୁଯାୟୀ ଏକ ମାମଲା (ନଂ. ୪୪/୨୦୧୮) ରୁଜୁ ହୋଇଥିଲା। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଉକ୍ତ ଥାନା ପୋଲିସ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେବ ନାହିଁ। ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେବା ସକାଶେ ହାଇକୋର୍ଟଙ୍କୁ ଆବେଦନକାରିଣୀ ଦାବି କରିଛନ୍ତି। ଅପରପକ୍ଷରେ କୁନ୍ଦୁଲି ପୀଡ଼ିତା ଜଣେ ଦଳିତ ଶ୍ରେଣୀର। ଏଣୁ ଅନୁସୂଚିତ ଜାତି ଓ ଜନଜାତି ନିରୋଧ ଆଇନ ଧାରା ୩କୁ ମଧ୍ୟ ଉକ୍ତ ମାମଲାରେ ଯୋଡ଼ିିବାକୁ ସେ ଆବେଦନ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ପୋଲ ତଳକୁ ଖସିଲା ଟ୍ରକ୍‌, ଜଣେ ମୃତ

ପୋଲ ତଳକୁ ଖସିଲା ଟ୍ରକ୍‌, ଜଣେ ମୃତ

ଆନନ୍ଦପୁର, ୨୩।୫(ସ୍ବ.ପ୍ର.): ଘସିପୁରା ଥାନା ବେଲବାହାଳି ସେତୁ ତଳକୁ ବୁଧବାର ଏକ ଦଶଚକିଆ ଟ୍ରକ୍‌ ଖସି ପଡିବାରୁ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ହେଲପର୍‌ଙ୍କ ମୃତ୍ୟୁ ଘଟିଛି। (ଓଆର୦୪ଜି-୯୬୩୬) ନମ୍ବର ଏକ ଦଶଚକିଆ ଭାରିଯାନ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବେଲବାହାଳିଠାରେ ଥିବା ବ୍ରିଟିଶ୍‌ ଅମଳର ପୋଲ ଉପରୁ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡିଥିଲା।

ଜୁନ୍‌ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ବୁଧବାରଠାରୁ ଅନ୍‌ଲାଇନ୍‌ ଫର୍ମ ପୂରଣ

ଜୁନ୍‌ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ: ବୁଧବାରଠାରୁ ଅନ୍‌ଲାଇନ୍‌ ଫର୍ମ ପୂରଣ

କଟକ ଅଫିସ, ୨୩ା୫: ଚଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁନ୍‌ ୨୨ ତାରିଖରୁ ୨୬ ତାରିଖ ଯାଏ ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୮ଟାରୁ ୧୧.୩୦ ମିନିଟ ଯାଏ ପରୀକ୍ଷା ହେବ। କେବଳ ଗଣିତରେ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ। ଏଥର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ଦୁଇଟି ପରୀକ୍ଷା ଅଲଗା ଅଲଗା ଦିନରେ କରାଯିବାକୁ ସ୍ଥିର ହୋଇଛି।

ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ:  ୧୦୮ ପଞ୍ଚାୟତ ପାଇଁ ୨୯.୫୦ କୋଟି ମଞ୍ଜୁରୀ

ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ: ୧୦୮ ପଞ୍ଚାୟତ ପାଇଁ ୨୯.୫୦ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ବୁଧବାରଠାରୁ ବ୍ଲକସ୍ତରରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୪ ବ୍ଲକର ୧୦୮ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ୩୨ ପଞ୍ଚାୟତ ପାଇଁ ୮.୧୨ କୋଟି, କୋରାପୁଟ ଲମତାପୁଟ ବ୍ଲକର ୧୫ ପଞ୍ଚାୟତ ପାଇଁ ୪.୩୮ କୋଟି, ଭଦ୍ରକ ଚାନ୍ଦବାଲି ବ୍ଲକର ୩୬ ପଞ୍ଚାୟତ ପାଇଁ ୯ କୋଟି ଏବଂ ଯାଜପୁର ଜିଲା ସଦର ବ୍ଲକର ୨୫ ପଞ୍ଚାୟତ ପାଇଁ ୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି।

ବାସୁଙ୍ଗାପାଟ ଅନୁଧ୍ୟାନ ପାଇଁ ଗଲେ ଦଇତା

ବାସୁଙ୍ଗାପାଟ ଅନୁଧ୍ୟାନ ପାଇଁ ଗଲେ ଦଇତା

ପୁରୀ ଅଫିସ,୨୩ା୫: ଅଣସର ସମୟରେ ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ଆବଶ୍ୟକ ପଡ଼େ ବାସୁଙ୍ଗାପାଟ। ଆଗକୁ ଅଣସର ଆସୁଥିବାରୁ ଏ ଦିଗରେ ତତ୍ପରତା ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ବୁଧବାର ଦଇତାପତିଙ୍କ ଏକ ଟିମ୍‌ ବାସୁଙ୍ଗାପାଟ ଅନୁଧ୍ୟାନ ଲାଗି କଟକ ତିଗିରିଆର ନୂଆପାଟଣା ଗସ୍ତ କରିଛି।

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା, ୨୩।୫ (ଡି.ଏନ.ଏ)-କୌଣସି କାରଣ ନେଇ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁର୍ଲା ଭିମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜାମପଦର ଗ୍ରାମର ସନାତନ ପ୍ରଧାନଙ୍କ ଝିଅ ସୁପ୍ରିୟା ପ୍ରଧାନ (୧୯)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବସ୍‌-ବାଇକ୍‌ ମୁହିଁମୁହିଁ ଧକ୍କା, ୨ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ବସ୍‌-ବାଇକ୍‌ ମୁହିଁମୁହିଁ ଧକ୍କା, ୨ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୁନ୍ଦରଗଡ଼, ୨୩।୫(ଡି.ଏନ.ଏ.)-ସମ୍ବଲପୁର-ରାଉରକେଲା ବିଜୁ ଏକ୍ତସପ୍ରେସ ଓ୍ବେର ସୁନ୍ଦରଗଡ଼ ଉପକଣ୍ଠ ଜଗତଗଡ଼ଠାରେ ବୁଧବାର ଅପରାହ୍ନ ସାଢେ ୩ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌ ଏବଂ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଛେଚିଲା ୨ଘଣ୍ଟା

ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଛେଚିଲା ୨ଘଣ୍ଟା

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ପ୍ରବଳ ବିଜୁଳି ଓ ଘଡ଼ଘଡ଼ିରେ ବୁଧବାର ଥରିଉଠିଲା ରାଜଧାନୀ। ସକାଳ ୫ଟାରୁ ଘୋଟି ଆସିଲା କଳାହାଣ୍ଡିଆ ମେଘ। ପୂର୍ବାହ୍ନ ୮ଟାରୁ ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ରାଜଧାନୀ। ୨ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ମୂଷଳ ଧାରାରେ ବର୍ଷିଲା। ଆଚାର୍ଯ୍ୟବିହାର, କଟକରୋଡ, ନୟାପଲ୍ଲୀ ବେହେରା ସାହି, ପୁରୁଣା ଭୁବନେଶ୍ୱର ଏବଂ ରାଜଧାନୀର ତଳି ଅଞ୍ଚଳ ନିମିଷକ ମଧ୍ୟରେ ଜଳାର୍ଣ୍ଣବ ହୋଇଗଲା।

ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା

ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା

ହାଟଡିହୀ,୨୩।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଝଣଝଣା ଗ୍ରାମରେ ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ଗ୍ରାମର ମୁରଲୀ ବେହେରା ଏବଂ ସାଗର ବେହେରାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ ସାଗରଙ୍କ ସ୍ତ୍ରୀ ପୂର୍ଣ୍ଣିମାଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଗୁହାଳରେ ବନ୍ଧା ହୋଇଥିବା ୨ଟି ଗାଈଙ୍କ ମୃତ୍ୟୁ ହୋଇଛି।

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ

ଭଟଲି,୨୩।୫(ଡି.ଏନ.ଏ)- ବରଗଡ଼ ଜିଲା ଭଟଲି ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ବୁଧବାରଠାରୁ ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ଏହି ଧର୍ମଘଟରେ ମୂଲବାର ବିପିଏମ୍‌ ରାଜାମାଣିକେଶ୍ୱର ସେଠ୍‌, ନୂଆଁଗଡ଼ ବିପିଏମ୍‌ ବିଜୟ ଭୁଏ, କନକବିରା ବିପିଏମ୍‌ ସୋନିଆଁ ପ୍ରଧାନ, ବି.ବଡ଼ମାଲ ବିପିଏମ୍‌ କୁମୁଦ ଚରଣ ସାହୁ, ଚଢ଼େଇଗାଁ ବିପିଏମ୍‌ ବଳରାମ ଦାଶ, ଗୋପାଲପୁର ବିପିଏମ୍‌ ପଞ୍ଚାନନ ସାହୁ, ରାଉତପଡ଼ା ବିପିଏମ୍‌ ଅଶୋକ କୁମାର ବାରିକ, ଭଟଲିର ପେକର ରୁଦ୍ରଦେବ ସାହୁ, କନକବିରା ଏମ୍‌ସି ଶିଶୁପାଲ ପଟେଲ ସାମିଲ ଥିଲେ।

ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଭରତାପୁର ପଞ୍ଚାୟତର ଜନପ୍ରତିନିଧି

ପ୍ରତିଶ୍ରୁତି ପରେ ଅନଶନରୁ ଓହରିଲେ ଭରତାପୁର ପଞ୍ଚାୟତର ଜନପ୍ରତିନିଧି

ରେଢ଼ାଖୋଲ,୨୩।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଭରତାପୁର ପଞ୍ଚାୟତର ୮ଦଫା ଦାବି ପୂରଣ ନେଇ ବୁଧବାର ସକାଳ ୮ଟାରେ ସରପଞ୍ଚ ଦୁଃଖବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ଜନସାଧାରଣ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନରେ ବସିଥିଲେ। ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସକାଳ ୮ଟାରୁ ଦିନ ପ୍ରାୟ ସାଢେ ୧୨ଟା ପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିଥିଲା। ପଞ୍ଚାୟତରେ ବସବାସ କରୁଥିବା ଭୂମିହୀନମାନଙ୍କୁ ଜମି ପଟ୍ଟା ପ୍ରଦାନ, ଠେଲକ ଦାଦରଠାରେ ସୁରୁବାଲି ଯୋର ଉପରେ ବ୍ୟାରେଜ ନିର୍ମାଣ କରି କେନାଲ ଯୋଗେ ଚୁଡାପୁଡୁଗ, ଭରତାପୁର, ତେନ୍ତେଳାଖୋଲ, ଭଥରା, ଝମକରାଇ ପ୍ରଭୃତି ଗ୍ରାମର ଚାଷ ଜମିକୁ ଜଳସେଚନ, ଭଥରା ଅରଖ କୁଦ ରାସ୍ତାର ସୁରୁବାଲି ଯୋର ଉପରେ ପୋଲ ନିର୍ମାଣ, ଝମକରେ ଦେଉଳଝରି ଦେବପୀଠକୁ ରାସ୍ତାନିର୍ମାଣ ସହ ପର୍ଯ୍ୟଟନସ୍ଥଳର ମାନ୍ୟତା, ରାମପୁର -ଗୋବିନ୍ଦପୁର ପୂର୍ତ୍ତବିଭାଗ ରାସ୍ତାରୁ ଭଥରା ବିଶ୍ୱନାଥପୁର ଦେଇ ସୋନପୁର ସୀମା ପର୍ଯ୍ୟନ୍ତ ସମ୍ପ୍ରସାରଣ ଓ ଭରତାପୁର ଚୁଡାପୁଡୁଗ ରଙ୍ଗମାଟିଆ, ଭାଲୁଚୁଆ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରଭୃତି ୮ଦଫା ଦାବି ନେଇ ଏହି ଅନଶନ କରାଯାଇଥିଲା।

ଗ୍ରାମୀଣ ଡାକ ସେବକ ସଂଘର ଧର୍ମଘଟ, ଉପଭୋକ୍ତା ହନ୍ତସନ୍ତ

ଗ୍ରାମୀଣ ଡାକ ସେବକ ସଂଘର ଧର୍ମଘଟ, ଉପଭୋକ୍ତା ହନ୍ତସନ୍ତ

ବଡ଼ସାହି,୨୩ା୫(ସ୍ବ.ପ୍ର.): ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ଜିଲା ବଡ଼ସାହି ଡିଭିଜନର ସମସ୍ତ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌)କର୍ମଚାରୀ ୨୨ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଛନ୍ତି।

ପଠାଣି ସାମନ୍ତ ପରୀକ୍ଷାରେ ବେଲପାଳ ଶିଶୁମନ୍ଦିରର କୃତିତ୍ୱ

ପଠାଣି ସାମନ୍ତ ପରୀକ୍ଷାରେ ବେଲପାଳ ଶିଶୁମନ୍ଦିରର କୃତିତ୍ୱ

ବଡ଼ସାହି,୨୩ା୫(ନି.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତିର ୬ଷ୍ଠ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ଲକର ବେଲପାଳସ୍ଥିତ ସରସ୍ବତୀ ଶିଶୁମନ୍ଦିରର ୩ ପରୀକ୍ଷାର୍ଥୀ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।