ମେଟ୍ରୋ |

ଏସ୍‌ସିବି କାଜୁଆଲଟିରୁ ଗାଏବ ହୋଇଯାଉଛି ଶବ

ଏସ୍‌ସିବି କାଜୁଆଲଟିରୁ ଗାଏବ ହୋଇଯାଉଛି ଶବ
କଟକ ଅଫିସ, ୭।୨-ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଚାପିଦେବା ନିମନ୍ତେ ଏସ୍‌ସିବି ମେଡିକାଲରେ ହେଉଛି ଷଡ଼ଯନ୍ତ୍ର। ଏଥିପାଇଁ କାଜୁଆଲଟିରୁ ଶବ ଗାଏବ ହୋଇଯାଉଛି। ତା’ ପୂର୍ବରୁ ମୃତକ ପରିବାରବର୍ଗଙ୍କ ସହ ମୂଲଚାଲ କରି ପୋଲିସ ହେଉଛି ଲାଭବାନ। ଏନେଇ ଡାକ୍ତର ଓ ପୋଲିସଙ୍କ ମଧ୍ୟରେ ବିବାଦ ଉପୁଜିଛି। କେତେଜଣ ଡାକ୍ତର ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିବାଦଟି ଉପୁଜିଛି ଏକ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ। ସୋମବାର ରାତିରେ ବାଦାମବାଡି ଥାନା ଅଞ୍ଚଳର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକେ ଏସସିବି କାଜୁଆଲିଟିକୁ ନେଇଥିଲେ। କାଜୁଆଲଟିରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ନିୟମ ମୁତାବକ ଏହା ଏକ ଏମ୍‌ଏଲସି (ମେଡିକୋ ଲିଗାଲ କମ୍ପ୍ଲିକେସି) କେସ୍‌ ହୋଇଥିବାରୁ ଡାକ୍ତର ତୁରନ୍ତ ଘଟଣା ସମ୍ପର୍କରେ ମେଡିକାଲ ଫାଣ୍ଡିକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ କାଜୁଆଲଟିକୁ ଆସି ଶବକୁ ଜବତ କରି ପୋଷ୍ଟମର୍ଟମ କରାଇବା କଥା। ହେଲେ ତାହା ହୋଇ ନ ଥିଲା। ମେଡିକାଲ ଫାଣ୍ଡିରୁ କୌଣସି ପୋଲିସ କର୍ମଚାରୀ ନ ଆସିବାରୁ ପରିବାର ଲୋକେ ଶବକୁ ନେଇ ପଳାଇଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ ଅନେକ ସନ୍ଦେହଜନକ ମୃତ୍ୟୁ ଘଟଣାରେ କାଜୁଆଲଟିରୁ ରହସ୍ୟମୟ ଭାବେ ଶବ ଗାଏବ ହୋଇଯାଉଛି। ବିନା ବ୍ୟବଚ୍ଛେଦରେ ଶବଗୁଡିକ ପାର ହୋଇଯିବା ପଛରେ କାରଣ ହେଉଛି ପୋଲିସର ଲାଭଜନକ କାରବାର। କାରଣ ପରିବାର ଲୋକେ ପୋଲିସକୁ ଧରାଧରି କରି ଶବକୁ ଖସାଇ ନେଉଥିବା ଭଳି ଗୁରୁତର ଅଭିଯୋଗ ଡାକ୍ତରମାନେ କରିଛନ୍ତି। ଖାସ୍‌ କରି ସୋମବାର ରାତିର ଘଟଣା ସମ୍ପର୍କରେ ମେଡିକାଲ ଫାଣ୍ଡି ଡେଥ୍‌ ମେମୋ ରଖି ନ ଥିବା କାଜୁଆଲଟି ଦାୟିତ୍ୱରେ ଥିବା ସିଏମ୍‌ଓ(କାଜୁଆଲଟି ମେଡିକାଲ ଅଫିସର) ଡା. ଜେ.ପି. ବିଶ୍ୱାଳ କହିଛନ୍ତି। ଘଟଣା ସମ୍ପର୍କରେ ଡାକ୍ତର ବିଶ୍ୱାଳ ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁ, କାଜୁଆଲଟି ଭାରପ୍ରାପ୍ତ ଅଧିକାରୀ ଡା. ଅତନୁ ମହାନ୍ତି ଓ ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନ୍‌ଗୋଙ୍କୁ ମଙ୍ଗଳବାର ସକାଳୁ ଜଣାଇଥିଲେ। ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କୋରାପୁଟରେ ଥିବା କହିଥିଲେ। ମେଡିକାଲ ଅଧୀକ୍ଷକ ପ୍ରଫେସର କାନୁନ୍‌ଗୋଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ କାଜୁଆଲଟି ଭାରପ୍ରାପ୍ତ ଅଧିକାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ବୋଲି କହିଥିଲେ। ସୂଚନାଥାଉକି, କେବଳ ଏହି ଗୋଟିଏ ଘଟଣା ନୁହେଁ ବିଗତ ଦିନଗୁଡ଼ିକରେ ମଧ୍ୟ ପୋଲିସର ଭୂମିକାକୁ ନେଇ ଅନେକ ପ୍ରଶ୍ନ ସାଧାରଣରେ ଉଠିଛି। ଯଥା ଅପରିଚିତ ରୋଗୀମାନଙ୍କ ମୃତଦେହକୁ ଘରୋଇ ଲୋକମାନଙ୍କ ହେପାଜତରେ ଶ୍ମଶାନକୁ ଦାହ ପାଇଁ ନେବାକୁ ନେଇ କେତେଜଣ ସାମାଜିକ କର୍ମୀ ଆପତ୍ତି ଉଠାଇଥିଲେ। କାରଣ ଶବ ଶ୍ମଶାନ ପର୍ଯ୍ୟନ୍ତ ଯାଉଛି କି ନାହିଁ ତାହାର ଖୋଜଖବର ପୋଲିସ ପାଖରେ ରହୁ ନ ଥିବା ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ମେଡିକାଲ ଅଧୀକ୍ଷକ ଓ ଡିସିପିଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ସାହୁ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ, ମେଡିକାଲ ଭିତରେ କଙ୍କାଳ ଚାଲାଣ ର଼୍ୟାକେଟ ସକ୍ରିୟ ଅଛି। ବାହାର ରାଜ୍ୟ ସହିତ ରାଜ୍ୟର କେତେକ ଘରୋଇ ହସ୍ପିଟାଲକୁ କଙ୍କାଳ ଯୋଗାଣ କରି କେତେଜଣ ବ୍ୟକ୍ତି ବେଶ୍‌ ଲାଭବାନ୍‌ ହେଉଛନ୍ତି। ତେଣୁ ମୃତଦେହଗୁଡିକୁ ପୋଲିସ ଯେପରି ନିଜ ହେପାଜତରେ ରଖିବା କଥା ସେଥିରେ ଉଲ୍ଲଂଘନ କରୁଛି। କିଛିଦିନ ତଳେ ମେଡିକାଲର ଶବଗୃହରୁ ଏକ ଶବର ଆଖି ନଥିବା ନେଇ ବିବାଦ ଉପୁଜିଥିଲା। ମୂଷା ଶବର ଆଖି ତାଡି ନେଇଥିବା ସେ ସମୟରେ କୁହାଯାଇଥିଲା। ହେଲେ ବାସ୍ତବରେ ମେଡିକାଲ ଭିତରେ ପୋଲିସ ବିଭିନ୍ନ ବାଟରେ ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଆସୁଛି। ଡିସିପି ଅଖିଳେଶ୍ୱର ସିଂଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯଦି ଡାକ୍ତର ଡେଥ୍‌ ମେମୋ ଥାନାକୁ ପଠାଇଥିବେ ଓ ପୋଲିସ ତାକୁ ଗ୍ରହଣ କରି ନ ଥିବ ତାହାହେଲେ ନିଶ୍ଚିତ ଭାବେ କର୍ତ୍ତବ୍ୟରେ ଅବହେଳା। ଡାକ୍ତରଙ୍କ ପାଖରେ ଯଦି ଏ ସମ୍ପର୍କିତ କିଛି ପ୍ରମାଣ ଅଛି ମୋତେ ଦେଲେ ମୁଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
All Right Reserved By

ମେଟ୍ରୋ |

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫ଜଣ ଏସ୍‌ସିବି ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ବେଳେ ୭ଜଣ ଆଇସିୟୁରେ ଅଛନ୍ତି। 

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ହୋଇଥିବା ଦୁର୍ଘଟଣାକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧।୧୧ :  କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତଥା ପଞ୍ଚକର ୩ୟ ଦିବସ ବୁଧବାର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଶ୍ରୀବିକ୍ରମ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶରେ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଛି।

 ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ)- ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ୨୦୧୪ରେ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯେପରି ନିଜର ଫାଇଦା ପାଇଁ ସରକାର ସହିତ ସାମିଲ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେଉ। ଏନେଇ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପରାହ୍ନରେ ଏହି ପ୍ରସ୍ତାବ ଆସିଥିଲା।

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

କଟକ ଅଫିସ, ୨୧।୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମିନତି ବେହେରା,  ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ।

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

କଟକ ଅଫିସ,୨୧।୧୧- ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଢ଼େର୍‌ ବିଳମ୍ବ ହୋଇଥିବା ଦେଖିବାକୁ ମିଳୁଛି।

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

କଟକ ଅଫିସ,୨୧|୧୧- ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଟକ ସହୀଦ ଭବନରେ ଚାଲିଥିବା ୨୨ତମ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଫ୍ୟୁଜନ ସହ ବଂଶୀର ଧୂନ୍‌ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀର ଧ୍ୱନିରେ ଏକାଡେମୀର ସମ୍ପାଦିକା ମୀରା ଦାସ, ନୃତ୍ୟଶିଳ୍ପୀ ପୁଷ୍ପା ପଣ୍ଡା ଓ ସୁସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। 

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

କଟକ ଅଫିସ,୨୧|୧୧- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୨୬ ତାରିଖ ସକାଳ ୮ଟାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହେବ। ଦେୟ ପୈଠ କରିବାର ଶେଷ ସମୟ ଡିସେମ୍ବର ୧୩ ରାତି ୧୧ଟା ୪୫ ରହିଥିବାବେଳେ ୧୪ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ। 

ମୃତଦେହକୁ ବି ଛାଡ଼ିଲେନି: ସୁନାମୁଦି, ବ୍ରେସ୍‌ଲେଟ୍‌ ଲୁଟିନେଲେ

ମୃତଦେହକୁ ବି ଛାଡ଼ିଲେନି: ସୁନାମୁଦି, ବ୍ରେସ୍‌ଲେଟ୍‌ ଲୁଟିନେଲେ

ଭୁବନେଶ୍ୱର, ୨୧ା୧୧(ବ୍ୟୁରୋ)- ହଜିଯାଇଛି ମାନବିକତା। ମୃତଦେହ ପ୍ରତି ବି ସହାନୁଭୂତି ଦେଖାଉନାହାନ୍ତି ଲୋକେ। ମୃତଦେହକୁ ସମ୍ମାନ ଦେବା ବଦଳରେ ତାଙ୍କ ଶରୀରରେ ଥିବା ଅଳଙ୍କାର ଲୁଟି ନେଇଛନ୍ତି।

୧ ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ

୧ ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର, ୨୧ା୧୧(ବ୍ୟୁରୋ)- ସାମାନ୍ୟ ୧ ଟଙ୍କା ପାଇଁ ଜଣେ ଜଳଖିଆ ଦୋକାନୀ ଏବଂ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଦୋକାନୀ ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ଉକ୍ତ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି।

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧ା୧୧: ପଞ୍ଚୁକର ଦ୍ୱିତୀୟ ଦିବସରେ ମଙ୍ଗଳବାର ରତ୍ନସିଂହାସନରେ ତିନି ଠାକୁରଙ୍କ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପକାଯାଇଥିଲା।