ଉପକୂଳ ଓଡିଶା

ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ହୃଷୀକେଶ

ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ହୃଷୀକେଶ
ଯାଜପୁର ଅଫିସ,୭।୨ ନିଯୁକ୍ତି ପଛରେ ନ ଧାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଯୁବ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ହୃଷିକେଶ ଓଝା। ଯାଜପୁର ଜିଲା ଚଣ୍ଡିଖୋଲ ସୁଙ୍ଗୁଡା ଗ୍ରାମର ହୃଷୀକେଶ ନିଜର ଦୁରଦୃଷ୍ଟି, ଅକ୍ଲାନ୍ତ ପରିଶ୍ରମ ଓ କର୍ମନିଷ୍ଠା ବଳରେ ଏହି ସଫଳତା ପାଇପାରିଛନ୍ତି। ଆର୍ଥତ୍କ ଅନଟନ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ସେ। ଶିଳ୍ପବହୁଳ ଯାଜପୁର ଜିଲାର ଚଣ୍ଡିଖୋଲ ବଜାରରେ ଏକ ଲୁହା, ଷ୍ଟିଲ ମରାମତି ଓ ଫେବ୍ରିକେଶନ ୟୁନିଟ ସ୍ଥାପନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ଅନ୍ୟ ୫ଜଣ ଯୁବକଙ୍କୁ ସେ ନିଯୁକ୍ତି ଦେଇ ପାରିଛନ୍ତି। ବଡ଼ଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ଗ୍ରାମର ସନାତନ ଓଝାଙ୍କ ପୁଅ ହେଉଛନ୍ତି ହୃଷୀକେଶ। ୧୯୮୦ ଅଗଷ୍ଟ ୩୦ ତାରିଖରେ ତାଙ୍କର ଜନ୍ମ। ପରିବାର କହିଲେ ପିତାମାତା, ସ୍ତ୍ରୀ, ଭଉଣୀ ଓ ପୁଅ । ବାପା କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ। ଅନ୍ୟ ଦୋକାନରେ ଶ୍ରମିକ କାମ କରି ମାସିକ ୮୦୦ ଟର୍ଙ୍କାରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡିଥିଲା। ଯାହା ମିଳୁଥିଲା କଷ୍ଟେମଷ୍ଟେ ପରିବାର କେବଳ ଚଳୁଥିଲା। ପରିବାରର ଏଭଳି ସ୍ଥିତିରେ ଜଣେ ଉଦ୍ୟୋଗୀ ହେବାର ସ୍ବପ୍ନ ଦେଖିଥିଲେ ହୃଷୀକେଶ। ନିଜ ଗାଁରେ ଲୋକମାନେ ବ୍ୟବସାୟ କରି କ୍ଷତି ସହୁଥିବାବେଳେ ସେ ଜଣେ ଗରିବ ହୋଇ ଅଣ୍ଟା ଭିଡିଥିଲେ ଲୁହାକାମ ଓ ମରାମତି ବ୍ୟବସାୟ କରିବା ପାଇଁ କୁଲି ମଜୁରୀ କରି ସଞ୍ଚୟ ରଖିଥିବା ଅଳ୍ପ କିଛି ଅର୍ଥରେ ନିଜେ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରି ଲୁହା ଗ୍ରୀଲ୍‌ଗେଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ନିଜର କାର୍ଯ୍ୟର ମାନ ଏବଂ ସ୍ବଚ୍ଛତା ପାଇଁ ସେ ଧୀରେ ଧୀରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଥିଲେ। ଆଖପାଖରେ ଥିବା ସୁଙ୍ଗୁଡା, କଣ୍ଟିଗଡିଆ, ଗୋପାଳପୁର, ରାହାଶାଳ, ସୁଭଦ୍ରାପୁର, ଖୋସାଲପୁର, ନିଶିମଳା, ନେଉଳପୁର, ସୁନ୍ଦରିଆ, କାଇମାଟିଆ ଆଦି ଗଁାଗୁଡ଼ିକରେ ସେ ବେଶ୍‌ ପରିଚିତ । ଇଣ୍ଡିଆନ ୍‌ଓଭରସିଜ୍‌ ବ୍ୟାଙ୍କ, ଚଣ୍ଡିଖୋଲ ଶାଖା ଏବଂ ଭାରତୀୟ ଯୁବ ଶକ୍ତିଟ୍ରଷ୍ଟ (ବିୱାଇଏସ୍‌ଟି) ତାଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଲା। ଫଳରେ ସେ ନିଜର ଲୁହା ଓ ଷ୍ଟିଲ୍‌ ମରାମତି ଏବଂ ଫେବ୍ରିକେଶନ ସଂସ୍ଥା ପାଇଁ ଆର୍ଥତ୍କ ସହାୟତା ପାଇବାର ସୁଯୋଗ ପାଇ ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ କିଣି ପାରିଥିଲେ। ଗତ ୩ବର୍ଷ ହେଲା ସେ ମାସିକ ପ୍ରାୟ ୨୦ହଜାର ଟଙ୍କା ରୋଜଗାର କରିବା ସହ ୫ଜଣ ଯୁବକଙ୍କୁ କର୍ମନିଯୁକ୍ତି ଦେଇ ପାରିଛନ୍ତି। ବଡ଼କଥା ହେଲା ନିଜର ଏକମାତ୍ର ଭଉଣୀଙ୍କୁ ସେ ବାହାଦେଇ ପାରିଛନ୍ତି। ଶିକ୍ଷକ ବ୍ରଜକିଶୋର ସାହୁ ତାଙ୍କୁ ବିଭିନ୍ନ ପରାମର୍ଶ ଦେଇ ତାଙ୍କ ବ୍ୟବସାୟ ବଢାଇବାରେ ସହଯୋଗୀ ହୋଇଛନ୍ତି। ବହୁ କଷ୍ଟ ସ୍ବୀକାର କରି ସ୍ବଅର୍ଜିତ ଅର୍ଥରେ ନିଜେ ଘରଦ୍ୱାର କରିବା ସହିତ ପିଲା ଦୁଇଜଣଙ୍କୁ ପାଠ ପଢାଇବାରେ ସମର୍ଥ ହୋଇଛନ୍ତି । ନିଜ ସହିତ ଆଉ କିଛି ଲୋକଙ୍କୁ କର୍ମ ନିଯୁକ୍ତି ଦେଇପାରିଥିବାରୁ ସେ ନିଜକୁ ବେଶ୍‌ ଗର୍ବିତ ମନେ କରୁଛନ୍ତି ବୋଲି ହୃଷୀକେଶ ପ୍ରକାଶ କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୧- ଟାଉନ ହାଇସ୍କୁଲ ପଡ଼ିଆଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାକୁ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରୋଧ କରାଯିବାରୁ ଏ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।  ଉଭୟ ପକ୍ଷରୁ ପ୍ରାୟ ୧୦ ହଜାର ଲୋକ ହାଇସ୍କୁଲ ପଡ଼ିଆରେ ଏକାଠି ହୋଇଥିବା ବେଳେ ଖବରପାଇ ଜିଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ତେବେ ଅପରାହ୍ନ ସାଢ଼େ ୪ଟା ବେଳେ ହାଇସ୍କୁଲ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିଦିଆଯାଇଛି।

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ମାର୍ଶାଘାଇ, ୨୩।୧ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ନେତାଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ପଞ୍ଚାୟତସ୍ତରୀୟ ଶିଶୁ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।

କଚେରୀ ପୋଖରୀ ପୁନରୁଦ୍ଧାର  ପାଇଁ ଜନସ୍ବାର୍ଥ ମାମଲା

କଚେରୀ ପୋଖରୀ ପୁନରୁଦ୍ଧାର ପାଇଁ ଜନସ୍ବାର୍ଥ ମାମଲା

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ଜମିଦାର ଅମଳରୁ ଖୋଳା ଯାଇଥିବା କଚେରୀ ପୋଖରୀ ଏବେ ମ୍ୟୁନିସିପାଲିଟିର ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ସହରର ବର୍ଜ୍ୟବସ୍ତୁ ଦୈନିକ ଏହି ପୋଖରୀରେ ପଡ଼ୁଛି। ଫଳରେ ଅଳିଆ ଆବର୍ଜନାଗୁଡିକ ପଚି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୧ଏକର ୨୫ଡିସିମିଲି ପରିମିତ ଜମିରେ ଜମିଦାର ଅମଳରୁ ଖୋଳା ଯାଇଥିବା ଏହି ପୋଖରୀର ଉଦ୍ଦେଶ୍ୟ ସାଧିତ ହେବାଠାରୁ  ଦୂରେଇ ଯାଇଛି।

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା:  ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ଓ ନିମପୁର-ଶାସନ ଆର୍‌ଆଇ ସର୍କଲ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ଓ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା ବନ୍ଦ ହୋଇନାହିଁ। ଏ ନେଇ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ପ୍ରଧାନ ଓ ସାଥୀମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଶ୍ରୟ ନେଇଥିଲେ। ବେଆଇନ ଭାବେ ବ୍ରାହ୍ମଣୀ ନଦୀ କୂଳ ଓ ତତ୍‌ସଂଲଗ୍ନ ସରକାରୀ ଜମିରୁ ବହୁ ମାଟି ବାଲି ଖୋଳା ଯିବା ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ନିକଟରେ ଥିବା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନ୍‌ଜିଟି ଏହି ମାମଲାକୁ ବିଚାର କରି  ଠିକ ରିପୋର୍ଟ ଦାଖଲ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି, ମାଠି ଉଠାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପାଟକୁରା, ୨୩।୧ (ଡି.ଏନ୍‌.ଏ.)-ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମରେ ପାରମ୍ପରିକ ପୂଷ୍ୟା ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରାମର ଜାଜ୍ଞେଶ୍ୱରୀ ପୀଠରେ ମା’ ପୂଷ୍ୟା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ବ୍ୟାପି ଏହି ପୂଜା ଉତ୍ସବ ଅନୁଷ୍ଟିତ ହେବାକୁ ଥିବା ବେଳେ ଆସନ୍ତା ରବିବାର ପୂର୍ଣ୍ଣାହୂତି କରାଯିବ।

ନେତାଜୀଙ୍କ ଜନ୍ମ ଦିବସ

ନେତାଜୀଙ୍କ ଜନ୍ମ ଦିବସ

ଜଗତସିଂହପୁର ଅଫିସ୍‌, ୨୩।୧:  ଓଡ଼ିଆ ପାଠକ ସାମ୍ମୁଖ୍ୟ ପକ୍ଷରୁ ଜଗତସିଂହପୁର ଜିଲାର ସଦର ମହକୁମାଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ବୁଧବାର ପାଳିତ ହୋଇଯାଇଛି। 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି। 

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଯାଜପୁର ଅଫିସ,୨୩।୧: ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ଚାଷୀ ବିରୋଧ କରିଛନ୍ତି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ବୁଧବାର    ଡ଼ୁବୁରିଛକ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ଆନ୍ଦୋଳନରେ ବସିଛନ୍ତି।

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗର,୨୩।୧(ଡି.ଏନ୍‌.ଏ.): ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିିବେଦୀ ଟ୍ରାଭେଲ୍ସ(୯୩୯) ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। 

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ:  ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ: ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

ରଣପୁର,୨୩ା୧ (ସ୍ବ.ପ୍ର.)- ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିବା ପରେ ଏବେ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ କର୍ମଚାରୀଙ୍କୁ ନେଇ ସଭାସମିତି କରାଯାଉଛି। 

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଗଣିଆ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି| 

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା

ନୂଆଗାଁ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ହରିପୁର ପଞ୍ଚାୟତ ହାତିଆଶିଳା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ।