Dharitri News
ଉପକୂଳ ଓଡିଶା

ଯୋଗାଣ ବିଭାଗର ଚଢ଼ାଉ: ୬୪ ଗ୍ୟାସ ସିଲିଣ୍ଡର, ଗାଡ଼ି ଜବତ

ଯୋଗାଣ ବିଭାଗର ଚଢ଼ାଉ: ୬୪ ଗ୍ୟାସ ସିଲିଣ୍ଡର, ଗାଡ଼ି ଜବତ ଧର୍ମଶାଳା,୭।୨(ଡି.ଏନ୍‌.ଏ.) ଯାଜପୁର ଜିଲା ଯୋଗାଣ ବିଭାଗ ସ୍କ୍ବାଡ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରରେ ଚଢ଼ାଉ କରାଯାଇ କାଗଜ ପତ୍ର ନ ଥିବା ୬୪ଟି ଭାରତ ଗ୍ୟାସ ସିଲିଣ୍ଡର ସହ ଏହାର ପରିବହନ ପାଇଁ ବ୍ୟବହୃତ ଟାଟା ଏସି ଗାଡ଼ିକୁ ଜବତ କରାଯାଇଛି। ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କାରବାର ହେଉଥିବା ଖବର ପାଇଁ ଯାଜପୁର ଜିଲା ସହକାରୀ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଯାଜପୁର ମ୍ୟୁନିସପାଲଟି ଯୋଗାଣ ନିରୀକ୍ଷକ ଟୁନା ରାଣୀ ସାହୁ, ରସୁଲପୁର ବ୍ଲକ ଯୋଗାଣ ନିରୀକ୍ଷକ ରାଜଲକ୍ଷ୍ମୀ ପାତ୍ର, ବରୀ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଓଆର୦୪-ଏମ-୧୨୮୦ ନମ୍ବର ବିଶିଷ୍ଟ ଟାଟା ଏସି ଗାଡ଼ି ସହ ସେଥିରେ ଥିବା ୬୪ ବେଆଇନ ଗ୍ୟାସ ସିଲିଣ୍ଡର ଜବତ କରିଥିଲେ। ଜବତ ଗାଡିକୁ ଧର୍ମଶାଳା ଥାନାରେ ଅଟକ ରଖାଯାଇଥିବାବେଳେ ବେଆଇନ ଭାବେ ଗ୍ୟାସଚାଲାଣ କରୁଥିବା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ମହାପାତ୍ର ସୂଚନା ଦେଇଛନ୍ତି।

ଉପକୂଳ ଓଡିଶା

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଜଗତ୍‌ସିଂହପୁର ଅଫିସ,୨୩।୨ ଜଗତ୍‌ସିଂହପୁର ପୌର କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଏଠାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରୁଥିବାବେଳେ ବାହାରେ ଗରମ ମାହୋଲ ସୃଷ୍ଟି ହୋଇଥିଲା। କାରଣ ଏହି ପୌର ପରିଷଦ କଂଗ୍ରେସ ଦଖଲରେ ଥିଲେ ମଧ୍ୟ ବିଜେଡି ଜିଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସ ତାଙ୍କ ଦଳର ୫ ଜଣ ନେତାଙ୍କୁ ବୈଠକରେ ସାମିଲ କରିଥିଲେ। ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ କରି ଦାସ ଦଳୀୟ ନେତାଙ୍କୁ ବୈଠକରେ ସାମିଲ ପାଇଁ ଉଦ୍ୟମ କରିଥିବା ଅଭିଯୋଗ କରି କଂଗ୍ରେସ କାଉନସିଲର ଓ ଅନ୍ୟମାନେ ପରିଷଦ ବାହାରେ ସ୍ବର ଉତ୍ତୋଳନ କରିଥିଲେ। କହିଥିଲେ ସମୀକ୍ଷାକୁ ସ୍ବାଗତ କରାଯିବ, କିନ୍ତୁ ବିଜେଡିର ଅନ୍ୟ ୫ ଜଣଙ୍କୁ ବୈଠକରେ ବସିବାକୁ ସୁଯୋଗ ଦିଆଯିବ ନାହିଁ। ପୋଲିସ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିକୁ ଦେଖି କଡା ଆଭିମୁଖ୍ୟ ପୋଷଣ କରିଥିଲା। ଅନ୍ୟପକ୍ଷରେ ପରିଷଦକୁ ବିଭିନ୍ନ କାମରେ ଆସିଥିବା ଲୋକଙ୍କୁ ଜଗତ୍‌ସିଂହପୁର ଥାନା ଏଏସ୍‌ଆଇ ରବୀନ୍ଦ୍ର ସେନାପତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

ଓଡ଼ିଆରେ କପି କରି ଦୁଇ ଧରାପଡ଼ିଲେ

କେନ୍ଦ୍ରାପଡା ଅଫିସ, ୨୩।୨ ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ସରିଛି । ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୧୧ଟାରେ ସରିଥିଲା । ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଆଳି ଅଞ୍ଚଳରେ ଏହି ବିଷୟର ପ୍ରଶ୍ନପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚା ହୋଇଥିଲା ।

ଧୂଳି, ଧୂଅଁ।ରେ ଅସ୍ତବ୍ୟସ୍ତ ଲୋକେ

ଧୂଳି, ଧୂଅଁ।ରେ ଅସ୍ତବ୍ୟସ୍ତ ଲୋକେ

ପାରାଦୀପ,୨୩।୨(ସ୍ବ.ପ୍ର.) ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ ସମ୍ପ୍ରତି ପ୍ରଦୂଷଣ ମାତ୍ରା ଚରମ ସୀମାରେ ପହଞ୍ଚତ୍ଛି। ପଣ୍ୟ କାରବାର ଜନିତ ଧୂଳି ଓ ଶିଳ୍ପ ଧୂଅଁ। ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଧୂଳିର ପ୍ରମୁଖ ଉତ୍ସ ହେଉଛି କୋଇଲା ଓ ଲୁହାପଥର ଗୁଣ୍ଡ। ଓଡ଼ିଶାରେ ଯେଉଁ ୪ଟି ଅଧିକ ପ୍ରଦୂଷିତ ସ୍ଥାନ ସରକାରୀ ଭାବେ ଚିହ୍ନିତ କରାଯାଇଛି, ସେଗୁଡିକ ହେଉଛି ଝାରସୁଗଡା, ଇବ୍‌ ଭ୍ୟାଲି, ଅନୁଗୁଳ-ତାଳଚେର ଓ ପାରାଦୀପ। ଏହି ୪ ସ୍ଥାନରେ କେବଳ ପଣ୍ୟ କାରବାର ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଝାରସୁଗୁଡା, ଅନୁଗୁଳ-ତାଳଚେର ଓ ଇବଭ୍ୟାଲିରେ ଥିବା ଖଣିରୁ ବାର୍ଷିକ ୧୧୦ ମିଲିୟନ୍‌ ମେଟ୍ରିକ୍‌ ଟନ କୋଇଲା ଉତ୍ତୋଳନ କରାଯାଉଛି।

ଜଳାଭାବ ଯୋଗୁ ଉଜୁଡ଼ିଲା ବାଦାମ ଚାଷ

ଜଳାଭାବ ଯୋଗୁ ଉଜୁଡ଼ିଲା ବାଦାମ ଚାଷ

ବିରଜାକ୍ଷେତ୍ର,୨୩।୨(ଡି.ଏନ୍‌.ଏ) ଯାଜପୁର ବ୍ଲକ ଅଞ୍ଚଳରେ ଜଳାଭାବ ଯୋଗୁ ବାଦାମ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଉକ୍ତ ବ୍ଲକ ଅଞ୍ଚଳର ବାଦାମ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଯାଜପୁର ବ୍ଲକର ସାହାସପୁର, ଏରବାଙ୍କ, ସୁଜନପୁର, ରୁଦ୍ରପୁର, ଝାଲପଡ଼ା, ଛତିଶ ଦେବିଲ, ଶ୍ୟାମଦାସପୁର, ସିମିଳିଆ, ବେରୁଦା, ଭୂଇଁପୁର, ବଡ଼ସୁଆର, ସାନସୁଆର ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ବାଦାମ ଚାଷକୁ ନିଜର ପ୍ରମୁଖ ଚାଷଭାବେ ଗ୍ରହଣ କରିଥାନ୍ତି ।

ଏସ୍‌ସି ଏସ୍‌ଟି ମାଇନରିଟି ଜଏଣ୍ଟ ଆକ୍ସନ କମିଟିର ତଦନ୍ତ

ଯାଜପୁର ଅଫିସ,୨୩।୨ କଳିଙ୍ଗନଗରସ୍ଥିତ ଗୋବରଘାଟି ଆଶ୍ରମ ସ୍କୁଲରେ ଟାଟାଷ୍ଟିଲରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍‌ଏଫ୍‌) ସୁରକ୍ଷାକର୍ମୀଙ୍କ ଆକ୍ରମଣ ଘଟଣାରେ ଏସ୍‌ସିଏସ୍‌ଟି ଆଣ୍ଡ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ତରଫରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ତଥ୍ୟାନୁସନ୍ଧାନ କମିଟି ସଦସ୍ୟମାନେ ଏସମ୍ପର୍କରେ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟରେ ଗତ ୧୮ ତାରିଖ ମଧ୍ୟରାତ୍ରିରେ ସୁରକ୍ଷାକର୍ମୀମାନେ ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗ ଆଶ୍ରମ ସ୍କୁଲ ପରିସରକୁ ଜୋର ଜବରଦସ୍ତ ପଶି ଆଦିବାସୀ ଓ ଦଳିତବର୍ଗର ଛାତ୍ର ଓ ଉପସ୍ଥିତ ଶିକ୍ଷକଙ୍କୁ ଆଖିବୁଜା ଲାଠି ପ୍ରହାର କରିଥିଲେ। ଫଳରେ ଜଣେ ଭିନ୍ନକ୍ଷମ ଛାତ୍ରଙ୍କ ସମେତ ୩୩ ଜଣ ଛାତ୍ର ଓ ୨ଜଣ ଶିକ୍ଷକ ଆହତ ହୋଇଥିଲେ ବୋଲି ଦର୍ଶାଯାଇଛି।

ଶ୍ରମିକଙ୍କ ସ୍ବାର୍ଥକୁ ଭୁଲିଯାଉଛନ୍ତି ଅଧିକାରୀ

ଯାଜପୁର ଅଫିସ,୨୩।୨ ଜିଲା ଶ୍ରମ ବିଭାଗରେ ଏକ ପ୍ରକାର ବେପାର ଚାଲିଛି । ଯେଉଁ କାର୍ଯ୍ୟରେ ଅର୍ଥ ନେଣଦେଣ ରହୁଛି ସେଥିପ୍ରତି ଶ୍ରମ ବିଭାଗ ଅଧିକାରୀମାନେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗରିବ ଲୋକଙ୍କ ବିଭିନ୍ନ ମାମଲାଗୁଡିକ ପଡ଼ି ରହୁଛି । ସର୍ବନିମ୍ନ ମଜୁରୀ ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୋୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନ ଥିବାରୁ ଶ୍ରମ ବିଭାଗକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି। ଅନ୍ୟପକ୍ଷେ ଶ୍ରମ ବିଭାଗର କେତେକ ଅଧିକାରୀ ଓ କର୍ମଚାରୀ ଶିଳ୍ପ କାରଖାନା ମାଲିକ ଓ ଅଧିକାରୀଙ୍କ ହାତବାରିଶି ସାଜି ଗରିବ ନୀରିହ ଶ୍ରମିକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହେଉଛି। ଜିଲାର କେତେକ ଶ୍ରମିକ ସଂଗଠନ ଏନେଇ ସ୍ବର ଉତ୍ତୋଳନ କରୁଥିଲେ ବି କିଛି ସୁଫଳ ମିଳି ପାରୁ ନାହିଁ ।

ହିତାଧିକାରୀଙ୍କ କିସ୍ତି କାଟିନେଲେ ବ୍ୟାଙ୍କ କର୍ତ୍ତୃପକ୍ଷ

ଯାଜପୁରରୋଡ,୨୩।୨(ନି.ପ୍ର.) ସରକାର ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଗରିବ ଅସହାୟଙ୍କୁ ପକ୍କାଘର ଯୋଗାଇବାକୁ ଯୋଜନା କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଯୋଜନାରେ ମଞ୍ଜୁର ହୋଇଥିବା ଅର୍ଥ କେବଳ ଗୃହ ନିର୍ମାଣ ପାଇଁ ବ୍ୟବହୃତ ହେବ। ଉକ୍ତ ରାଶିକୁ ଗୃହ ନିର୍ମାଣ ପାଇଁ ବ୍ୟବହାର ନ କଲେ ହିତାଧିକାରୀଙ୍କ ଠାରୁ ଜରିମାନା ଅର୍ଥ ସହିତ ମକଦ୍ଦମା କରିବା ବ୍ୟବସ୍ଥା ଅଛି। କିନ୍ତୁ ଗ୍ରାମ୍ୟବ୍ୟାଙ୍କ କର୍ତ୍ତୃପକ୍ଷ ଜଣେ ହିତାଧିକାରୀଙ୍କ ବିଜୁ ପକ୍କା ଘର ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କା ନ ଦେଇ ତାଙ୍କ ପୁରୁଣା ଋଣ ବାବଦକୁ କାଟି ନେଇଛନ୍ତି। ବିଡିଓ ଉକ୍ତ ହିତାଧିକାରୀଙ୍କ ଟଙ୍କା ଫେରାଇ ଦେବାପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଫଳରେ ଉକ୍ତ ହିତାଧିକାରୀ ଜଣଙ୍କ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତର ରଣପୁର ଗ୍ରାମର ଭାବ ଖଟୁଆଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି।

ଯୋଗାଣ ହେଉଛି ଦୂଷିତ ଜଳ

ଯୋଗାଣ ହେଉଛି ଦୂଷିତ ଜଳ

ସୁକିନ୍ଦା,୨୩।୨(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଙ୍ଗଳ ଗ୍ରାମ ପଞ୍ଚାୟତ କଇଥା ଗ୍ରାମରେ ଜଳ କ୍ଳିଷ୍ଟତା ଥମିବାର ନାଁ ଧରୁନି। ଉକ୍ତ ଗ୍ରାମକୁ ଜିନ୍ଦଲ କମ୍ପାନୀ ବହୁଦିନ ଧରି ପାଇପ ଯୋଗେ ଜଳ ଯୋଗାଣ ବନ୍ଦ କରିଦେଇଥିଲା। ଧରିତ୍ରୀରେ ଏ ନେଇ ଖବର ପ୍ରକାଶ ପାଇବା ପରେ ଜିନ୍ଦଲ ପାଇପ ଯୋଗେ ପୁନଃ ଜଳ ଯୋଗାଣ କରିଥିଲା। ମାତ୍ର ଉକ୍ତ ପାଇପରୁ ଦୂଷିତ ଜଳ ନିର୍ଗତ ହେବା ଦ୍ୱାରା ଏହା ଏବେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ନିମନ୍ତେ କ୍ଷତିକାରକ ହେଉଥିବା ଜଣାପଡିଛି।

ଗହିରମଥାରୁ ୧ଟ୍ରଲର ଜବତ: ୮ମତ୍ସ୍ୟଜୀବୀ ଗିରଫ

ଗହିରମଥାରୁ ୧ଟ୍ରଲର ଜବତ: ୮ମତ୍ସ୍ୟଜୀବୀ ଗିରଫ

ରାଜନଗର,୨୩ା୨(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଗୁରୁବାର ବିଳମ୍ବିତ ରାତିରେ ବେଆଇନ ଭାବେ ମାଛ ଧରୁଥିବାବେଳେ ରାଜନଗର ବନବିଭାଗ ଗୋଟିଏ ଟ୍ରଲର ଜବତ କରିଛି। ସେଥିରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଯାଜପୁର:କପି କରି ଧରାପଡିଲେ ୩

ଯାଜପୁର:କପି କରି ଧରାପଡିଲେ ୩

ଯାଜପୁର ଅଫିସ,୨୩।୨(ଡି.ଏନ.ଏ.)-ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଯାଜପୁର ଜିଲାର ମୋଟ ୧୪୭ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନ ପରୀକ୍ଷାର୍ଥୀ ପ୍ରଥମ ଭାଷା ଓଡିଆ ପରୀକ୍ଷା ଦେଇଛନ୍ତି। ତେବେ କପି କରି ୩ଜଣ ଧରାପଡିଥିବା ଜଣାଯାଇଛି।

ଧର୍ମଶାଳା ବ୍ଲକ ମାଟ୍ରିକ ପରୀକ୍ଷାରେ ୪୯ ଜଣ ଅନୁପସ୍ଥିତ

ଧର୍ମଶାଳା ବ୍ଲକ ମାଟ୍ରିକ ପରୀକ୍ଷାରେ ୪୯ ଜଣ ଅନୁପସ୍ଥିତ

ଧର୍ମଶାଳା,୨୩।୨(ଡି.ଏନ.ଏ.)-ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଧର୍ମଶାଳା ବ୍ଲକର୧୮ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଭାଷା ଓଡିଆ ପରୀକ୍ଷାରେ ମୋଟ ୪୯ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଅତିରିକ୍ତ ତହସିଲଦାର ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରି କପି ତଦାରଖ କରିଥିଲେ। ପରୀକ୍ଷା କେନ୍ଦ୍ର ଗୁଡିକରେ ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା ଜଣାଯାଇଛି।

ଆଳିରେ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚର୍ଚ୍ଚା

ଆଳିରେ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚର୍ଚ୍ଚା

ଆଳି,୨୩।୨(ଡି.ଏନ୍‌.ଏ.): ଶୁକ୍ରବାର ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଆଳି ନୂଆବଜାରରେ ପ୍ରଶ୍ନପତ୍ର ମିଳୁଥିବା ନେଇ ଖବର ମିଳିଥିଲା। ଖବର ପାଇ କେନ୍ଦ୍ରାପଡା ଡିଇଓ ଉଦୟନାଥ ମାଝି ଆଳି ହାଇସ୍କୁଲ ନୋଡାଲ ସେଣ୍ଟର ଓ ଅନ୍ୟାନ୍ୟ ସେଣ୍ଟର ପରିଦର୍ଶନ କରି ପ୍ରଶ୍ନପତ୍ର ଯାଞ୍ଚ କରିଥିଲେ। ସେଠାରେ ସେପରି କିଛି ହୋଇ ନ ଥିବା ଜଣାପଡିଥିଲା।