ଉପକୂଳ ଓଡିଶା

ବନ୍ଦୋବସ୍ତରେ ତ୍ରୁଟି ଘଟଣାର କଲେ ତଦନ୍ତ

ବନ୍ଦୋବସ୍ତରେ ତ୍ରୁଟି ଘଟଣାର କଲେ ତଦନ୍ତ
ବିଞ୍ଝାରପୁର, ୭।୨(ଡି.ଏନ୍‌.ଏ.) ବିଞ୍ଝାରପୁର ତହସିଲ ଅଧିନ ଓଳେଇ- ଚନ୍ଦନପୁର ଗ୍ରାପର କଣଛନ୍ଦା ଗ୍ରାମରେ ୧୯୯୫ରେ ହୋଇଥିବା ବନ୍ଦୋବସ୍ତରେ ହୋଇଥିବା ତ୍ରୁଟି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଜାତୀୟ ମାନବ ଅଧିକାର ଆୟୁକ୍ତ(ଏନ୍‌ଏଚ୍‌ଆର୍‌ସି)ର ଏକ ପ୍ରତିନିଧି ଦଳ। ଉକ୍ତ ଟିମ୍‌ ବୁଧବାର ପୂର୍ବାହ୍ନରେ ତଦନ୍ତ କରି ଫେରି ଯାଇଥିବା ଜଣାପଡିଛି। ଖବରମୁତାବକ ଓଳେଇ-ଚନ୍ଦନପୁର ଗ୍ରାପ କଣଛନ୍ଦା ରାଜସ୍ବ ଗ୍ରାମର ହରିଶ ଚନ୍ଦ୍ର ବେହେରାଙ୍କ ଅଭିଯୋଗକ୍ରମେ ଜାତୀୟ ମାନବ ଅଧିକାର ଆୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଏକ ୩ଜଣିଆ ପ୍ରତିନିଧି ଦଳ ବୁଧବାର ପୁର୍ବାହ୍ନ ସମୟରେ କଣଛନ୍ଦା ଗ୍ରାମରେ ଆସି ପହଞ୍ଚତ୍ଥିଲେ। ଏହି ତଦନ୍ତକାରୀ ପ୍ରତିନିଧୀ ମଣ୍ଡଳୀରେ ଜାତୀୟ ମାନବ ଅଧିକାର ଆୟୁକ୍ତଙ୍କ ପକ୍ଷରୁ ଆ.ଆର.କୁରିଲ୍ଲାଜ, ରାଜେନ୍ଦ୍ର ସିଂ, ସୀମାଞ୍ଚଳ ଦାଶ ପ୍ରମୁଖ ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅସୀତ କୁମାର ମହାନ୍ତି, ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ଚକ୍ରଧର ପାଢୀ, ବିଞ୍ଝାରପୁର ଥାନା ଅଧିକାରୀ ସୁଚିତ୍ରା ଦାସ ପ୍ରମୁଖ ବିବାଦୀୟ ଅଞ୍ଚଳରେ ସରଜମିନ ତଦନ୍ତ କରିବା ସହିତ ସମସ୍ତଙ୍କ ମଙ୍ଗଳ ପାଇଁ ସମସ୍ତେ ବାଦୀ ଓ ପ୍ରତିବାଦୀ ଆପୋଶ ସମାଧାନର ପନ୍ଥା ଆପଣାଇବା ପାଇଁ ଉପଦେଶ ଦେଇଥିଲେ। ହେଲେ ସର୍ବଶେଷ ଖବର ଅନୁଯାୟୀ ସମାଧାନର କୌଣସି ସୁତ୍ର ବାହାରି ପାରି ନ ଥିବାବେଳେ ଏନ୍‌ଏଚ୍‌ଆର୍‌ସି ଟିମ୍‌ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାରଙ୍କୁ ବିବାଦୀୟ ଅଞ୍ଚଳର ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନକ୍ସା ପ୍ରସ୍ତୁତି ପରେ ପୁଣି ଥରେ ସମାଧାନ ପନ୍ଥା ବାହାର କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ତହସିଲଦାର ପାଢୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଏହି ରାଜସ୍ବ ଗ୍ରାମରେ ଜଣଙ୍କ ସମ୍ପତ୍ତି ୧୯୩୬ ମସିହା ବନ୍ଦୋବସ୍ତି ରେର୍କଡରେ ନାମ ଦର୍ଜ ଥିଲାବେଳେ ୧୯୯୫ମସିହା ବନ୍ଦୋବସ୍ତି ସମୟରେ ଚଞ୍ଚକତା ଭାବେ ଅନ୍ୟ ଜଣଙ୍କ ନାମରେ ରେକର୍ଡଭୂକ୍ତ ହୋଇଯାଇଥିବାରୁ ବିବାଦ ଦେଖାଯାଇଥିଲା। ଏପରିକି ଏହି କାରଣରୁ ବିବାଦ ସମାଧାନ ହୋଇପାରି ନ ଥିବାରୁ କେତକ ପରିବାରଙ୍କ ବିବାଦୀୟ ଅଂଚଳରେ ବାସଗୃହ ଥିବାରୁ ଏହା ଏବେ ଭାଙ୍ଗିରୁଜି ଯିବାକୁ ବସିଲାଣି ।
All Right Reserved By

ଉପକୂଳ ଓଡିଶା

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

ସାପ ଗ୍ୟାଙ୍ଗ ମୁଖ୍ୟ ବାବୁ ବିଶ୍ୱାଳଙ୍କୁ ଏନକାଉଣ୍ଟର

କେନ୍ଦ୍ରାପଡା ଅଫିସ/ରାଜନଗର, ୨୨।୧: ଅପରାଧ ଦୁନିଆରେ ନୂଆକରି ପାଦ ଥାପିଥିବା ସାପ ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ବିଶ୍ୱାଳ ଓରଫ ବାବୁ (୩୨)ଙ୍କୁ ଜିଲା କେନ୍ଦ୍ରାପଡା ପୋଲିସ ମଙ୍ଗଳବାର ଭୋର ସମୟରେ ଏନକାଊଣ୍ଟର କରିଛିା

କୁହୁଡ଼ି ନେଲା ୭ ଜୀବନ

କୁହୁଡ଼ି ନେଲା ୭ ଜୀବନ

ପାରାଦୀପ/ଡେରାବିଶ (ସ୍ବ.ପ୍ର.)/ ରାଜନଗର/ ରଘୁନାଥପୁର,୨୨।୧( ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପାଇଁ ଅଶୁଭ ପାଲଟିଛି ୨୦୧୯। ନୂଆବର୍ଷ ଆରମ୍ଭରୁ ହିଁ ଜିଲାରେ ଏକାଧିକ ଦୁର୍ଘଟଣା ଘଟି ୧୫ ଲୋକଙ୍କ ଜୀବନ ଯାଇଥିବା ବେଳେ ସୋମବାର ସକାଳୁ କୁହୁଡ଼ି ୭ଜଣଙ୍କ ଜୀବନ ନେଇଛି ଓ ୬ଜଣ ଗୁରୁତର ହୋଇଛନ୍ତି। 

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ପାଟକୁରା, ୨୨।୧ (ଡି.ଏନ୍‌.ଏ.): କନ୍ଧମାଳ ଓ ଢେଙ୍କାନାଳରେ ନାବାଳିକା ମା’ ହେବା ପରେ ରାଜ୍ୟରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କେନ୍ଦ୍ରାପଡ଼ା ଜିଲାରେ ସମାନ ଏକ ଘଟଣା ନଜରକୁ ଆସିଛି। 

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଭିଭିପ୍ୟାଟ୍‌ ଭୋଟିଂ ସଚେତନତା

ଟାଙ୍ଗୀ(ଖୋର୍ଦ୍ଧା),୨୨ା୧(ଡି.ଏନ.ଏ.)-ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତରେ ଚଳିତ ସପ୍ତାହରୁ ଭିଭିପ୍ୟାଟ୍‌ ଭୋଟିଂ ସମ୍ପର୍କରେ ଭୋଟରମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । 

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ :ପ୍ରଧାନ ଶିକ୍ଷକ ଥାନାରେ ଅଟକ

ନୟାଗଡ଼ ଅଫିସ,୨୨ା୧-ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ  ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।

 ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ  କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ  ଗ୍ରାମବାସୀ

ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କାଟି ନେଉଛନ୍ତି ଗଛ:ଜିଲାପାଳଙ୍କଠାରେ ଅଭିଯୋଗ କଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୨ା୧-ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ କେତେକ ଲୋକ ଗଛ କାଟି ନେଉଥିବା ଜିଲାପାଳଙ୍କଠାରେ ଡମସାହି ଗ୍ରାମ ତଲାରିବନ୍ଧ ପଡ଼ାର ଲୋକମାନେ ଅଭିଯୋଗ କରିଛନ୍ତି। 

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ପିଠା ଟଙ୍କା ଚୋରି

ପିଠା ଟଙ୍କା ଚୋରି

ରାଜନଗର, ୨୧।୧(ଡି.ଏନ.ଏ):  ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ କାର୍ଯ୍ୟାଳୟରୁ ରବିବାର ରାତିରେ ଦୁର୍ବୃତ୍ତ ଗ୍ରିଲ୍‌ ଭାଙ୍ଗି ନଗଦ ପିଠା କାର୍ଯ୍ୟକ୍ରମ ପାଇଁ ଆସିଥିବା ୫୪ ହଜାର ଟଙ୍କା ଓ କଲର ଟିଭି ଚୋରି କରିନେଇଛନ୍ତି। 

ଗୁଳିକାଣ୍ଡରେ ଜଣେ ମୃତ

ଗୁଳିକାଣ୍ଡରେ ଜଣେ ମୃତ

ରାଜନଗର, ୨୧।୧(ଡି.ଏନ.ଏ): ରାଜନଗର ଥାନା ଅନ୍ତର୍ଗତ କଣ୍ଡିରା ଗ୍ରାମରେ ଚିଙ୍ଗୁଡି ଘେରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ହୋଇଛି।

 ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ବୋଲେରୋକୁ ଧକ୍କା ଦେଲା ଟ୍ରକ: ୩ ମୃତ, ଜଣେ ଗୁରୁତର

ଡେରାବିଶ, ୨୧।୧(ସ୍ବ.ପ୍ର): ଡେରାବିଶ ବ୍ଲକ ଅଧିନ କଟକ-ଚାନ୍ଦବାଲି ରାସ୍ତାର କାକତିଆଠାରେ ସୋମବାର ସକାଳେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। 

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର ତହସିଲରେ ଜାଲିଆତି: ବିନା ଦଲିଲରେ ମିଳୁଛି ଜମିପଟ୍ଟା, ଦୋଷ ଛଡ଼ାଇଲେ ତହସିଲଦାର

ରଣପୁର,୨୧ା୧ (ସ୍ବ.ପ୍ର.)- ସରକାର ଜମି କିମ୍ବା ଘରବାରି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ନୂଆ ନୀତି ଲାଗୁ କରୁଛନ୍ତି। ହେଲେ ବିଭାଗର କେତେକ କର୍ମଚାରୀ ଓ ଅଧିକାରୀଙ୍କ ଅପାରଗତା ଯୋଗୁ ଏହାର ଫାଇଦା ଅସାଧୁ ଲୋକମାନେ ଉଠାଉଛନ୍ତି।