ଉପକୂଳ ଓଡିଶା

ଚାଷୀ ବଦଳରେ ବ୍ୟବସାୟୀ ବିକୁଛନ୍ତି ଧାନ

ଚାଷୀ ବଦଳରେ ବ୍ୟବସାୟୀ ବିକୁଛନ୍ତି ଧାନ
ବିରଜାକ୍ଷେତ୍ର,୭।୨(ଡି.ଏନ୍‌.ଏ) ଚାଷୀଙ୍କୁ ଉଚିତ୍‌ ସହାୟକ ମୂଲ୍ୟ ପ୍ରଦାନ କରି ସେମାନଙ୍କଠାରୁ ଧାନ କ୍ରୟ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲାଯାଇଛି। ଧାନମଣ୍ଡିରେ ଯେପରି ଅଣଚାଷୀ ଧାନ ବିକ୍ରି ନ କରନ୍ତି ସେଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ ମଣ୍ଡିଗୁଡ଼ିକରେ ଧାନ ବିକ୍ରି କରି ଆସୁଥିବା ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିୟନ୍ତ୍ରିତ ବଜାର କମିଟି ଓ ପ୍ରାଥମିକ କୃଷି ସମବାୟ ସମିତିକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର କୌଣସି ଗୋଟିଏ ନିୟମ ଯାଜପୁର ବ୍ଲକ ମାର୍କଣ୍ଡପୁର ପ୍ରାଥମିକ କୃଷି ସମବାୟ ସମିତିରେ ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ବୁଧବାର ମାର୍କଣ୍ଡପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲିଥିଲା। ମାତ୍ର ସେଠାରେ ସମବାୟ ସମିତି ସମ୍ପାଦକ ଓ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ଦେଖିବାକୁ ମିଳି ନ ଥିଲା । ଏପରିକି ସମବାୟ ସମିତି ସଭାପତି ମଧ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଧାନମଣ୍ଡିରେ ଚାଷୀଙ୍କ ବଦଳରେ ଦଲାଲଙ୍କ ଦ୍ୱାରା ବେପାରୀମାନେ ଧାନ ଆଣି ମିଲରଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଦଲାଲଙ୍କ ଦ୍ୱାରା ବେପାରୀମାନେ ଗ୍ରାମାଞ୍ଚଳରୁ ବହୁତ କମ୍‌ ଦରରେ ଚାଷୀଙ୍କଠାରୁ ଧାନ କିଣିବା ପରେ ତାହାକୁ ମଣ୍ଡିରେ ଧାର୍ଯ୍ୟ ହୋଇଥିବା ସହାୟକ ମୂଲ୍ୟରେ ବିକ୍ରି କରି ମାଲାମାଲ ହେଉଛନ୍ତି। ମାର୍କଣ୍ଡପୁର ଧାନମଣ୍ଡିରେ ଟୋକନ ପାଇଥିବା ଚାଷୀଙ୍କୁ ଦେଖିବାକୁ ମିଳି ନ ଥିଲା। କାଁ ଭାଁ କେତେଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରୁଥିବା ପରିଲକ୍ଷିତ ହୋଇଥିଲା। ଧାନମଣ୍ଡିରେ ଧାନ ରଖିବା ପାଇଁ କୌଣସି ଛାଉଣୀର ବ୍ୟବସ୍ଥା କରାଯାଇ ନ ଥିଲା। ଖରାରେ ଧାନ ରଖାଯିବା ଓ କଣ୍ଟା ହେଉଥିବା ଦେଖିବାକୁ ମିଳିଥିଲା। ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନ ଥିଲା । ସମ୍ପୂର୍ଣ୍ଣ ଧାନମଣ୍ଡିଟି ବ୍ୟବସାୟୀଙ୍କ କବ୍‌ଜାରେ ରହିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସହକାରୀ ନିବନ୍ଧକ ସମବାୟ ସମୂହ (ଏଆରସିଏସ୍‌ଏସ୍‌) ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସୂଚନା ଅନୁଯାୟୀ, ସମ୍ପାଦକଙ୍କ ଧାନମଣ୍ଡିରେ ଉପସ୍ଥିତ ରହିବା ନିହାତି ଜରୁରୀ ା ଯଦି ସେମାନେ ଅନୁପସ୍ଥିତ ରହିବା ଅଭିଯୋଗରେ ସତ୍ୟତା ଥାଏ ତେବେ ଏହି ଘଟଣାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
All Right Reserved By

ଉପକୂଳ ଓଡିଶା

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି। 

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଜଗତସିଂହପୁର ଅଫିସ୍‌, ୧୦।୧୨: ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ କରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଛନ୍ତି। 

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ଯାଜପୁର ଅଫିସ, ୧୦।୧୨: ଯାଜପୁର ଜିଲା ଚଣ୍ଡିଖୋଲରୁ ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତା ନିର୍ମାଣ ଦାବିରେ ସୋମବାର ବ୍ରାହ୍ମଣୀ ବ୍ରିଜ ନିକଟରେ ବିଶାଳ ଗଣଧାରଣା ଦିଆଯାଇଛି।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। 

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ଭାପୁର,୧୦ା୧୨(ଡି.ଏନ୍‌.ଏ.)- ଫତେଗଡ ଥାନା ଚକ୍ରଧରପ୍ରସାଦ ପଞ୍ଚାୟତର ୪ଜଣ ନାବାଳକ ରବିବାର ବାଇକ୍‌ ଯୋଗେ ସାଇମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି।

ଦଲିଲ ଲେଖକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ

ଦଲିଲ ଲେଖକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଅପମୃତ୍ୟୁ ମାମଲା ରୁଜୁ

ଖଣ୍ଡପଡ଼ା,୧୦ା୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ସହରାଞ୍ଚଳର ୯ନଂ ଓ୍ବାର୍ଡ ମଣିକର୍ଣ୍ଣିକା ସାହିର ଜଣେ ବରିଷ୍ଠ ମୋହରୀର ତଥା ଦଲିଲ ଲେଖକ କୁସୁମି ନଦୀ ପଠାରେ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। 

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

୭ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୯ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ କାଳୁପଡ଼ାଘାଟ ଜେଟି ନିକଟ ବରୁଣପଡ଼ାର ଗୁନିବସା ନାଳରେ ୭ ମୃତ ବିଦେଶୀ ପକ୍ଷୀ ଜବତ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ପୂର୍ବାହ୍ନ ୧୧.୩୦ରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅଚାନକ ଚଢ଼ାଉ କରି ମୃତ ପକ୍ଷୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। 

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

ଅଣତାଲିମପ୍ରାପ୍ତ ଶିକ୍ଷକଙ୍କ କର୍ମଶାଳା: ପ୍ରଯୁକ୍ତିବିଦ୍ୟାର ଜ୍ଞାନକୌଶଳ ଉପରେ ଗୁରୁତ୍ୱ

କେନ୍ଦ୍ରାପଡ଼ା ଅଫିସ, ୯।୧୨- କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ସ୍ବୟଂଶାସିତ ସଂସ୍ଥା ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ରରେ ଅଣତାଲିମ୍‌ପ୍ରାପ୍ତ କାର୍ଯ୍ୟରତ ଶିକ୍ଷକ କର୍ମଶାଳା ରବିବାରଠାରୁ ଆରମ୍ଭ ହୋଇଛି। 

ନୀଳମାଧବ ମବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଅନିୟମିତତା ଅଭିଯୋଗର ସମୀକ୍ଷା କମିଟି ଗଠିତ

ଖଣ୍ଡପଡା,୯ା୧୨(ସ୍ବ.ପ୍ର.)-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିଚାଳନା କମିଟିର ଏକ ଜରୁରୀ ବୈଠକ ଶନିବାର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ା 

ସ୍କୁଲ ଆସିଲେନି  ଶିକ୍ଷକ,ପିଲାଙ୍କ ଦାୟିତ୍ୱ ନେଲେ ରୋଷେୟା

ସ୍କୁଲ ଆସିଲେନି ଶିକ୍ଷକ,ପିଲାଙ୍କ ଦାୟିତ୍ୱ ନେଲେ ରୋଷେୟା

ନୂଆଗଁା,୯।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗଁା ବ୍ଳକ୍‌ ଜାକେଡା ପଞ୍ଚାୟତସ୍ଥିତ ବାଡିବାରି ସେବାଶ୍ରମକୁ ଶନିବାର କୌଣସି ଶିକ୍ଷକ ଆସି ନ ଥିବାବେଳେ ରୋଷେୟା ପିଲାଙ୍କ ଦାୟିତ୍ୱ ନେଇଥିବା ଦେଖିବାକୁ ମିଳିଥିଲା ା ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  

କେରଳରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ

କେରଳରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତଦେହ

ବୋଲଗଡ,୯ା୧୨(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ବାଙ୍କୋଇ ପଞ୍ଚାୟତ କନ୍ତାଇଲୋ ଗ୍ରାମର ପଦ୍ମନାଭ ପାଲଟାସିଂହଙ୍କ ମୃତଦେହ ଶନିବାର କେରଳରୁ ଆମ୍ବୁଲାନ୍ସରେ ଆସି ଗ୍ରାମରେ ପହଞ୍ଚତ୍ଛି। ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।