ଫୁରସତ |

ରୋବଟ ବୁଝିବ ଭଏସ୍‌ କମାଣ୍ଡ୍‌

ରୋବଟ ବୁଝିବ ଭଏସ୍‌ କମାଣ୍ଡ୍‌
ବୋଷ୍ଟନ:ବୈଜ୍ଞାନିକ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହା ରୋବଟଙ୍କୁ ଭଏସ୍‌ କମାଣ୍ଡ ବୁଝିବାରେ ସହାୟକ ହେବ। ସିରି ଓ ଆଲେକ୍ସ ଭଳି ରୋବଟଙ୍କ ପାଇଁ ଏହା ନିର୍ମାଣ କରାଯାଇଥିବା ଗବେଷକ କହିଛନ୍ତି। ମଣିଷଙ୍କ ଭାଷା ଆଧାରରେ ଏସବୁ ରୋବଟ ଏଣିକି କାର୍ଯ୍ୟ କରିବାକୁ ସକ୍ଷମ ହେବେ। କୌଣସି ବସ୍ତୁ ଉଠାଇବାକୁ କହିଲେ ଏହା ଭାଷା ବୁଝି ନିର୍ଦ୍ଦେଶ ପାଳନ କରିବ ମାସାଚ୍ୟୁସେଟସ୍‌ ଶିକ୍ଷାନୁଷ୍ଠାନର ଗବେଷକ ସୂଚିତ କରିଛନ୍ତି। ଏଥିରେ କମ୍ପ୍‌ଟେକ୍ସ୍‌ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି। ମଣିଷର ମସ୍ତିଷ୍କ ବିଭିନ୍ନ ନିର୍ଦ୍ଦେଶ ଅନୁସାରେ ଉପଯୋଗୀ କାର୍ଯ୍ୟ କରିଥାଏ। ସେହିପରି ବିକଶିତ ଜ୍ଞାନକୌଶଳ ସହାୟତାରେ ନିର୍ମିତ ହୋଇଥିବା ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି ସିଷ୍ଟମ୍‌ ମଧ୍ୟ ପ୍ରତିଟି ନିର୍ଦ୍ଦେଶକୁ ବୁଝି କାର୍ଯ୍ୟ କରିବାକୁ ସକ୍ଷମ ହେବ। କମାଣ୍ଡ୍‌ ଅନୁସାରେ ଏଥିରେ ୩-ଡି ମ୍ୟାପ୍‌ ଉତ୍ପନ୍ନ ହେବ ଓ ଏହାକୁ ଭିତ୍ତିକରି ରୋବଟ ନିର୍ଦ୍ଦେଶିତ କାର୍ଯ କରିବ ବୋଲି ପ୍ରଫେସର ରୋହନ ପଲ୍‌ କହିଛନ୍ତି। ରୋହନ ଜଣେ ଭାରତୀୟ ବଂଶୋଭବ। ସେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି କ୍ଷେତ୍ରରେ ଅନେକ ବର୍ଷ ଧରି ଗବେଷଣା ଜାରି ରଖିଛନ୍ତି। ପ୍ରଥମେ ବିକଶିତ ଜ୍ଞାନକୌଶଳର ଉପଯୋଗ କରାଯାଇ ରୋବଟକୁ କିଛି ସହଜ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ପରବର୍ତ୍ତୀ ସମୟରେ କେତେକ କଷ୍ଟକର କାମ ମଧ୍ୟ ଦିଆଯିବ। ଏହାକୁ ସେଲଫ୍‌ ଡ୍ରାଇଭିଂ କାର୍‌ ଓ ଘରୋଇ କାମରେ ସହାୟତା ପାଇଁ ନିୟୋଜିତ କରାଯାଇ ପାରିବ ବୋଲି ଆମେରିକା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଲ୍ୟୁକ୍‌ ଜେଟଲ୍‌ମୋୟର କହିଛନ୍ତି।
All Right Reserved By

ଫୁରସତ |

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?

୪ ବୃହତ୍‌ ଗ୍ରହ ଆବିଷ୍କାର

୪ ବୃହତ୍‌ ଗ୍ରହ ଆବିଷ୍କାର

ଲଣ୍ଡନ: ବୈଜ୍ଞାନିକମାନେ ଏକ ନୂଆ ନକ୍ଷତ୍ରମଣ୍ଡଳରେ ୪ଟି ବୃହତ୍‌ ଗ୍ରହ ଆବିଷ୍କାର କରିଛନ୍ତି। ଏଗୁଡିକର ଆକୃତି ବୃହସ୍ପତି ଓ ଶନିଗ୍ରହ ସହିତ ସମାନ। ଉକ୍ତ ନକ୍ଷତ୍ର ‘ସିଆଇ ଟାଉ’ ୫୦୦ ଆଲୋକବର୍ଷ ଦୂରତାରେ ଅବସ୍ଥିତ। ଏହା ଗାଲାକ୍ସିର ‘ନର୍ସରି’ ରିଜିୟନ୍‌ ମଧ୍ୟରେ ରହିଥିବା କେମ୍ବ୍ରିଜ ୟୁନିଭର୍ସିଟିର ଗବେଷକମାନେ ପ୍ରକାଶ କରିଛନ୍ତି। 

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

ଭାରତରେ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ବୃଦ୍ଧି

 ଲଣ୍ଡନ: ଭାରତରେ (ସିଜେରିଆନ୍‌ ସେକ୍ସନ୍‌) ପ୍ରସୂତିକାଳୀନ ଅସ୍ତ୍ରୋପଚାର ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ଦୁଇଗୁଣ ହୋଇଛି। ୨୦୦୫-୦୬ରେ ଏହି ପଦ୍ଧତିରେ ଜନ୍ମିତ ଶିଶୁଙ୍କ ସଂଖ୍ୟା ୯% ଥିବାବେଳେ ୨୦୧୫-୧୬ରେ ଏହା ୧୮.୫%କୁ ବୃଦ୍ଧି ପାଇଛି। ଲାନ୍‌ସେଟ୍‌ ଜର୍ନାଲ୍‌ରେ ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ବିଶ୍ୱରେ ୨୦୦୦ରୁ ୨୦୧୫ ମଧ୍ୟରେ ସି-ସେକ୍ସନ୍‌ ଦ୍ୱାରା ଜନ୍ମିତ ଶିଶୁଙ୍କ ସଂଖ୍ୟା ୨ଗୁଣ ହୋଇଥିବା ଏଥିରେ କୁହାଯାଇଛି।

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ଭଦୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ଏହାଦ୍ୱାରା କୁକୁର ପାଳକ ତଥା ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇପାରିଛି।