

ଉପକୂଳ ଓଡିଶା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା
କେନ୍ଦ୍ରାପଡ଼ା ଅଫିସ୍, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ
ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ
ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି।

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ
ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍, ମଲ୍ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ
ନୂଆଗାଁ, ୧୫।୨ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତବାସୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଗୁରୁବାର ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ନୂଆଗାଁ ଗସ୍ତରେ ଆସିଥିଲେ।

ଭାଡ଼ିକିଳା ବିଜୁ ସେତୁ ଲୋକାର୍ପିତ:୧୦ ଗ୍ରାମର ୧୫ ହଜାର ଲୋକ ହେବେ ଉପକୃତ
ଓଡ଼ଗାଁ,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଶରଧାପୁର-ଭାଡ଼ିିକିଳା-ଓସ୍ତିଆ ରାସ୍ତାର ଭାଡ଼ିିକିଳାଠାରେ ୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁର ଗୁରୁବାର ଉଦ୍ଘାଟିତ ଓ ଲୋକାର୍ପିତ ହୋଇଛି|

୬୦ ପ୍ୟାକେଟ୍ ଦେଶୀମଦ ଜବତ, ଜଣେ ଜେଲ୍
ରଣପୁର,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ମହୁଲିଆ ଗ୍ରାମରୁ ଗୁରୁବାର ରଣପୁର ପୋଲିସ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୬୦ ପ୍ୟାକେଟ୍ ଦେଶୀ ମଦ ପାଉଚ୍ ଜବତ କରିଛି

ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ
ଖଣ୍ଡପଡ଼ା,୧୫ା୨(ଅଜୟ କୁମାର ମହାରଣା)-କଣ୍ଟିିଲୋ ଓ ଏହାର ଆଖପାଖ ଅଞ୍ଚଳରୁ ଦୀର୍ଘ ବର୍ଷ ହେବ ଖଜୁରି, ତାଳ ଆଦି ଗଛ ଓ ବାଇଚଢ଼େଇଙ୍କ ବଂଶ କ୍ରମଶଃ ହ୍ରାସ ପାଉଥିବାରୁ ଏଥିନେଇ ଜଣେ ପରିବେଶପ୍ରେମୀ ବିଶେଷ ଭାବେ ଚିନ୍ତା ପ୍ରକଟ କରିଛନ୍ତି।

ହରାଇଲେ ୨ ହାତ: ଭିକ୍ଷାମାଗି ପରିବାର ପୋଷୁଛନ୍ତି ରବି
ଭାପୁର,୧୫ା୨(ଡି.ଏନ୍.ଏ.)-ଟିକିଏ ଅସାବଧାନତା ହେବା ଯୋଗୁ ଜଣେ ବ୍ୟକ୍ତି ଦିବ୍ୟାଙ୍ଗ ପାଲଟିଗଲେ। ତାଙ୍କର ଜୀବନ ଓ ଜୀବିକାର ଗତିପଥ ବଦଳି ଗଲା। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରବି ନାଏକ।

ଅସଜଡ଼ା ଜଗତ୍ସିଂହପୁର, ମାଷ୍ଟର ପ୍ଲାନରେ ବିଳମ୍ବ
ଜଗତ୍ସିଂହପୁର ଅଫିସ,୧୫ା୨: ୧୯୮୫ ପରଠାରୁ ଜଗତ୍ସିଂହପୁର ସହର ସମେତ ଜିଲା ପାଇଁ ମାଷ୍ଟର ପ୍ଲାନ ହୋଇନାହିଁ। ଫଳରେ ଏହି ମଧ୍ୟମ ଧରଣର ସହରଟି ଅସଜଡ଼ା ହୋଇ ରହିଛି।

ଶ୍ରୀରାମ ଆଶ୍ରମରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା
ଭାପୁର,୧୪ା୨(ଡି.ଏନ୍.ଏ.)-ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କିସ୍ମତ କେନ୍ଦୁପଲ୍ଲୀ ଗ୍ରାମସ୍ଥ ଶ୍ରୀରାମ ଆଶ୍ରମରେ ହନୁମାନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏ ଉପଲକ୍ଷେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ଧାର୍ମିକ କାର୍ଯ୍ୟକ୍ରମ ଓ ଭାଗବତ ସଭା ଆୟୋଜିତ ହୋଇଛି।

୧୬ରୁ ନୀଳମାଧବ ଜୀଉଙ୍କ ମାଘମେଳା: ବିଳମ୍ବରେ ବସିଲା ପ୍ରସ୍ତୁତି ବୈଠକ
ଖଣ୍ଡପଡ଼ା,୧୪ା୨(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପବିତ୍ର ଭୈମୀ ଏକାଦଶୀ ବା ମାଘମେଳା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବ ା ଶହ ଶହ ବର୍ଷଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ବୁଲିବା ସହିତ ଶ୍ରୀ ଜୀଉଙ୍କ ଦର୍ଶନ ନିମନ୍ତେ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି ।