Dharitri News
ରାଜ୍ୟ | ଉପକୂଳ ଓଡିଶା

ଗ୍ରାମୀଣ ଆବାସ ଯୋଜନାରେ ଆଉ ଏକ ଦୁର୍ନୀତି: କୋଟିପତିଙ୍କୁ ବିଜୁ ପକ୍କାଘର

ଗ୍ରାମୀଣ ଆବାସ ଯୋଜନାରେ ଆଉ ଏକ ଦୁର୍ନୀତି: କୋଟିପତିଙ୍କୁ ବିଜୁ ପକ୍କାଘର ଯାଜପୁର ଅଫିସ/ବିଞ୍ଝାରପୁର,୭।୨(ଡି.ଏନ.ଏ.): ଗ୍ରାମୀଣ ଆବାସ ଯୋଜନା ମହାଦୁର୍ନୀତିରେ ଚର୍ଚ୍ଚାରେ ରହି ଆସୁଥିବା ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଆଉ ଏକ ଦୁର୍ନୀତ ପଦାକୁ ଆସିଛି। ଏହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ଏବେ ବିଜୁ ପକ୍କା ଘର ଦୁର୍ନୀତିର ପେଡି ଖୋଲୁଛି। ବିଜୁ ପକ୍କାଘର(ସ୍ବତନ୍ତ୍ର) ଯୋଜନାର ଗାଇଡ ଲାଇନ ଉଲ୍ଲଂଘନ କରାଯାଇ କୋଟିପତି ହିତାଧିକାରୀଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଘର ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ଜିଲାକୁ କମ୍‌ ଅନୁଦାନ ମିଳିଥିଲା। ତେଣୁ ରାଜ୍ୟ ସରକାର ପୂର୍ବଭଳି ବିଜୁ ପକ୍କାଘର ଚାଲୁ ନ ରଖି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ୭୫ଟି ଲେଖାଏ ବିଜୁ ପକ୍କାଘର ଆବଣ୍ଟିତ ହୋଇଥିଲା। ବାତ୍ୟା, ବନ୍ୟା ଓ ଭୂମିକମ୍ପ କିମ୍ବା ହାତୀ ଉପଦ୍ରବ ଯୋଗୁ ଘର ଭାଙ୍ଗିଥିବା ବ୍ୟକ୍ତି, ସାମ୍ପ୍ରଦାୟିକ ଦଙ୍ଗାର ଶିକାର ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନାରେ ସାମିଲ କରିବାକୁ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାର ଏନେଇ ୨୦୧୭ ଜୁନ ୫ତାରିଖ ପତ୍ର ସଂଖ୍ୟା ୧୦୦୬୨ରେ ଏକ ନୂତନ ଗାଇଡ ଲାଇନ ଜାରି କରିଥିଲେ । ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏମ୍‌ପି, ଏମ୍‌ଏଲ୍‌ଏ, ଜିଲା ପରିଷଦ ଅଧ୍ୟକ୍ଷ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ନେଇ ଏକ କମିଟି ପ୍ରତ୍ୟେକ ଜିଲାରେ ଗଠନ କରାଯାଇଥିଲା। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସାମ୍ପ୍ରଦାୟିକ ଦଙ୍ଗା ଘଟି ନ ଥିଲେ ମଧ୍ୟ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ସ୍ବତନ୍ତ୍ର ବିଜୁ ପକ୍କାଘର ଯୋଜନାରେ କୋଟିପତି ହିତାଧିକାରୀଙ୍କୁ ଚୟନ କରିଥିବା ଜଣାପଡିଛି। ଏହି ହିତାଧିକାରୀଙ୍କୁ ଗରିବ ଦର୍ଶାଇ ବିଜୁ ପକ୍କାଘର ବଣ୍ଟନ କରାଯାଇଛି। ଯାଜପୁର-ସିଂହପୁର ରାସ୍ତାର ରୁଦ୍ରପୁରସ୍ଥିତ ବିଦ୍ୟୁତଗ୍ରୀଡ ନିକଟରେ ନିର୍ମାଣ ହୋଇଥିବା ବିଜୁ ପକ୍କାଘରକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଘରଟି ୨ମହଲା ବିଶିଷ୍ଟ କୋଠାଘର ହୋଇଥିବାବେଳେ ସେଠାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ ରହିଛି। ଏଥିସହିତ କେତେକ ସରକାରୀ ଓ ବେସରକାରୀ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ଭଡ଼ାରେ ରହିଛନ୍ତି। ଏପରିକି ଏହି କୋଠାରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ଚାଉଳ ମଧ୍ୟ ଗଚ୍ଛିତ ହୋଇ ରହିଥିଲା। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ଥିବା ଏହି ହିତାଧିକାରୀଙ୍କୁ ବିଜୁ ପକ୍କାଘର ଦିଆଯାଇଥିବା ଜଣାପଡିଛି। ୨୦୧୭-୧୮ରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ପାଇଁ ୭୫ଟି ବିଜୁ ପକ୍କାଘର ଆସିଥିବାବେଳେ ସେଥିମଧ୍ୟରୁ ୪୨ଟି ଘର ଅଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହୋଇଛି। ଅନ୍ୟ ୩୩ଟି ବାସଗୃହ ଜିଲାପାଳଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଥିବା ଜଣାପଡିଛି। ସେଥିମଧ୍ୟରୁ ବିଞ୍ଝାରପୁର ପଞ୍ଚାୟତରେ ସର୍ବାଧିକ ୨୬ଟି ବିଜୁ ପକ୍କାଘର ଦିଆଯାଇଛି। ଏହି ସମସ୍ତ ହିତାଧିକାରୀ ଅଯୋଗ୍ୟ ବୋଲି ଅଭିଯୋଗ ହେଉଛି। ବିଜୁ ପକ୍କାଘର ପାଇଥିବା ଅଧିକାଂଶ ବ୍ୟକ୍ତି ବ୍ୟବସାୟ କିମ୍ବା ଠିକାଦାରି କରୁଛନ୍ତି । ବିଞ୍ଝାରପୁର ପଞ୍ଚାୟତ ବ୍ୟତୀତ ବିତନାରେ, ଚନ୍ଦ୍ରମୁଁ, ଚିକଣା, ଜରୀ, ପ୍ରୀତିପୁର, କପିଳା ଓ ଉତଙ୍ଗରା ପଞ୍ଚାୟତରେ ଜଣେ ଲେଖାଏଁ ବ୍ୟକ୍ତି ସ୍ବତନ୍ତ୍ର ବିଜୁ ପକ୍କା ଘର ପାଇଥିବାବେଳେ କଲ୍ୟାଣପୁରରେ ପାଇଛନ୍ତି ୫ଜଣ। ଏମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ କୁଆଡେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଏହି ଯୋଜନାରେ ସାମିଲ ହୋଇଥିବା କୁହାଯାଉଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ଲକ୍ଷ ୩୦ହଜାର ଟଙ୍କା ସହ ମହାମତ୍ା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଉ ୨୦ହଜାର ଟଙ୍କା ଦିଆଯାଇଛି। ରାଜନେତାଙ୍କ ଇଙ୍ଗିତରେ ଏହି ଯୋଜନାର ଫାଇଦା ଗରିବ ଲୋକଙ୍କୁ ନ ମିଳି ଆର୍ଥିକ କ୍ଷେତ୍ରରେ ଉନ୍ନତ ଥିବା ହିତାଧିକାରୀଙ୍କୁ ବଣ୍ଟନ ହୋଇଛି। ୨୦୧୩-୧୪ରେ ୭୪ଜଣ ହିତାଧିକାରୀ ବିଜୁ ପକାଘର ଯୋଜନାରେ ଉପକୃତ ହୋଇଥିବାବେଳେ ୨୦୧୪-୧୫ରେ ୨୦୬, ୨୦୧୫-୧୬ରେ ୪୫୧, ୨୦୧୬-୧୭ରେ ୨୮୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଅଧିକାଂଶ ହିତାଧିକାରୀ ଘର ନ କରି ମିଥ୍ୟାବିଲ୍‌ କରି ଟଙ୍କା ଉଠାଇ ନେଇଛନ୍ତି। ଏ ସଂକ୍ରାନ୍ତରେ ବିଞ୍ଝାରପୁର ବିଡିଓ ଦାମୋଦର ଖୁଣ୍ଟିଆଙ୍କୁ ପଚାରିବାରେ ଅଭିଯୋଗର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ସପ୍ତାହକ ମଧ୍ୟରେ ହସ୍ତଗତ ହେବ। ରିପୋର୍ଟ ମିଳିବା ପରେ ଜିଲାପାଳଙ୍କୁ ପ୍ରଦାନ କରାଯାଇ ତାଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ରାଜ୍ୟ | ଉପକୂଳ ଓଡିଶା

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ତାତି ବଢ଼ିବା ସହିତ ରାଜ୍ୟର କେତେକ ଭାଗକୁ ଘନ କୁହୁଡ଼ି ଆଚ୍ଛାଦିତ କରିବ। ଆସନ୍ତା ୨୪ ତାରିଖ ଯାଏ ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ଘେରି ରହିବ। ପାହାନ୍ତାରୁ ସକାଳ ୯ ଯାଏ କୁହୁଡ଼ିର ପ୍ରକୋପ ରହିବ। ୨୦୦ ମିଟରରୁ ଅଧିକ ଦୂର ଦେଖିବା ସମ୍ଭବ ହେବ ନାହିଁ।

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଟୋଲ୍‌ ଟିକସ କିଏ ଦେବେ । ବସ୍‌ ମାଲିକ ନା ରାଜ୍ୟ ସରକାର ଏ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବସ୍‌ ମାଲିକମାନେ ଟିକସ ବୋଝ ବୋହିବାକୁ ରାଜି ନ ଥିବା ବେଳେ ରାଜ୍ୟ ସରକାର ଏହି ବୋଝ ଯାତ୍ରୀଙ୍କ ଉପରେ ଲଦିବାକୁ ଯୋଜନା କରିଛନ୍ତି।

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

କଟକ ଅଫିସ, ୧୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା କମ୍‌ ରହିଥିବା ନେଇ ଚାଲିଥିବା ଆନ୍ଦୋଳନ ତେଜିଉଠିଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଜୋର୍‌ଦାର କରିଛି ହାଇକୋର୍ଟ ବାର୍‌ ଆସୋସିଏଶନ।

ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୋର୍ଡକୁ ଆସିବ ତଥ୍ୟ

ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୋର୍ଡକୁ ଆସିବ ତଥ୍ୟ

କଟକ ଅଫିସ, ୧୯।୨: ଆସନ୍ତା ମାଟ୍ରିକ ପରୀକ୍ଷା ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରାପ୍ତି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି।

ମାର୍ଚ୍ଚ ୧୪ରୁ ବସ୍‌ ଧର୍ମଘଟ

ମାର୍ଚ୍ଚ ୧୪ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟ ବସ୍‌ ମାଲିକ ସଂଘ ପୁଣି ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ୯ ଦଫା ଦାବି ରାଜ୍ୟ ସରକାରଙ୍କ ପାଖରେ ଥୋଇଛି।

ସେକ୍ସ ର଼୍ୟାକେଟ୍‌ ଠାବ: ଦଲାଲ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୧୯।୨-ସ୍ଥାନୀୟ ଗୋଷାଣୀ ନୂଆଗଁ। ଥାନାସ୍ଥିତ ଅନ୍ଧପସରା ରୋଡ ଠାରେ ଏକ ଘରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିବା ଖବର ପାଇ ପୋଲିସ ସୋମବାର ସକାଳେ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯିବା ସହିତ ଜଣେ ଦଲାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ମାଲକାନଗିରି,୧୯।୨(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ର ସକାଶେ ଦୁର୍ଦ୍ଦିନ ମାଡି ଆସୁଛି।

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୯।୨ -ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ସୋମବାର ବ୍ରହ୍ମପୁରରେ ପହଞ୍ଚତ୍ଛି ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା। ଏହି ଅବସରରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମ୍ପ୍ରତି ପାଠ ପଢ଼ିବା ପରେ ଯୁବତୀ ଯୁବକମାନେ ଚାକିରି ସନ୍ଧାନରେ ବାହାରକୁ ଯାଉଛନ୍ତି। ଯେଉଁମାନେ ଚାକିରି ପାଉନାହାନ୍ତି, ନିରାଶ ଭିତରେ ରହୁଛନ୍ତି। ସେଭଳି ଯୁବତୀ ଯୁବକଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାର୍ଟଅପ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ନୂତନ କୌଶଳ ସହ ନିଜସ୍ବ ଉଦ୍ୟମରେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସରକାର ୧୫ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏଣୁ ଚାକିରି ଖୋଜିବା ବଦଳରେ ଏହି ଟଙ୍କାରେ ଜଣେ ଜଣେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରାଯାଇଥିଲା।