ବ୍ରହ୍ମପୁର

ଅଭିନବ ଢଙ୍ଗରେ ଟ୍ରାଫିକ୍‌ ସଚେତନତା ନିୟମଖିଲାପକାରୀଙ୍କୁ ଗୋଲାପ

ଅଭିନବ ଢଙ୍ଗରେ ଟ୍ରାଫିକ୍‌ ସଚେତନତା ନିୟମଖିଲାପକାରୀଙ୍କୁ ଗୋଲାପ

ବ୍ରହ୍ମପୁର ଅଫିସ,୭।୨ - ଟ୍ରାଫିକ ନିୟମ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ କରାଯିବା ବଦଳରେ ଗୋଲାପ ଫୁଲ ଓ ଟ୍ରାଫିକ୍‌ ନିୟମ ଲେଖା ଥିବା କାର୍ଡ ପ୍ରଦାନ କରାଯାଇଛି। ଅଭିନବ ଢଙ୍ଗରେ ଟ୍ରାଫିକ ସଚେତନତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ବୁଧବାର ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସହରର ବିଭିନ୍ନ ଟ୍ରାଫିକ ଛକରେ ନିୟୋଜିତ ଟ୍ରାଫିକ୍‌ ପୋଲିସ ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଆରୋହୀ ଏବଂ ସିଟ୍‌ ବେଲ୍ଟ ବାନ୍ଧି ନ ଥିବା କାର୍‌ ଚାଳକମାନଙ୍କୁ ଅଟକାଇଥିଲା। ସେମାନଙ୍କଠାରୁ ଜରିମାନା ଅର୍ଥ ଆଦାୟ କରାଯିବା ବଦଳରେ ଗୋଟିଏ ଲେଖଁାଏ ଗୋଲାପ ଫୁଲ ଓ ଟ୍ରାଫିକ୍‌ ନିୟମ ଲେଖାଥିବା କାର୍ଡ ପ୍ରଦାନ କରିଥିଲା। ଏପରି କରାଯିବା ଦ୍ୱାରା ଟ୍ରାଫିକ୍‌ ନିୟମ ମାନିବା ପାଇଁ ଗାଡି ଚାଳକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯାଇପାରିବ ବୋଲି ଟ୍ରାଫିକ କମାଣ୍ଡାଣ୍ଟ ପୋଲିସ ନୀରୋଦ ପଲେଇ କହିଛନ୍ତି। ବିଶେଷକରି ଖଲ୍ଲିକୋଟ କଲେଜ ଛକ, କୋର୍ଟପେଟା ଛକ ସମେତ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ଛକମାନଙ୍କରେ ପୋଲିସ ଟ୍ରାଫିକ୍‌ ନିୟମ ଖିଲାପକାରୀମାନଙ୍କୁ ଗୋଲାପ ଫୁଲ ଓ କାର୍ଡ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଶାନ୍ତନୁ ଦାସ, ଟାଉନ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ, ଗୋଷାଣୀ ନୂଆଗଁା ଥାନାଧିକାରୀ କୁଳମଣି ସେଠୀ, ବଡବଜାର ଥାନାଧିକାରୀ ସୁରେଶ ତ୍ରିପାଠୀ, ଟାଉନ ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ, ଟ୍ରାଫିକ ଥାନାଧିକାରୀ ସୁମନ୍ତ କିଶାନ ପ୍ରମୁଖ ଉପସ୍ଥିତ ରହି ଗାଡି ଚାଳକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା।

All Right Reserved By

ବ୍ରହ୍ମପୁର

ଜି.ଉଦୟଗିରି ଦୁର୍ଗାପୂଜା କମିଟି ବୈଠକ

ଜି.ଉଦୟଗିରି ଦୁର୍ଗାପୂଜା କମିଟି ବୈଠକ

ଜି.ଉଦୟଗିରି,୧୬।୮(ଡି.ଏନ୍‌.ଏ.): ଜି. ଉଦୟଗିରି ବ୍ୟବସାୟୀ ସଙ୍ଘ ସଭାଗୃହଠାରେ ବୁଧବାର ଜି. ଉଦୟଗିରି ଦୁର୍ଗାପୂଜା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦୁର୍ଗାପୂଜା ସମ୍ପର୍କରେ ଆଲୋଚନା ହୋଇଥିଲା। 

 ଦେଶୀମଦ ଜବତ: ମହିଳାଙ୍କ ସମେତ ୪ ଗିରଫ

ଦେଶୀମଦ ଜବତ: ମହିଳାଙ୍କ ସମେତ ୪ ଗିରଫ

ଦାରିଙ୍ଗବାଡ଼ି,୧୬।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ଅନେକ ମହୁଲ, ଗୁଡ଼ ପୋଚକୁ ପୋଲିସ ଘଟଣାସ୍ଥଳରେ ନଷ୍ଟ କରିବା ସହ ୫୭ ଲିଟର ଦେଶୀମଦ ଓ ରନ୍ଧା ସାମଗ୍ରୀ ଜବତ କରିଛି।

ସିଡିପିଓଙ୍କ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ସିଡିପିଓଙ୍କ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୧୬।୮: ବ୍ରହ୍ମପୁର ଶିଶୁ ସମନ୍ବିତ ସୁରକ୍ଷା ଅଧିକାରୀ (ସିଡିପିଓ) ବିଭାଗ ୧ ଓ ୨ର ଦୁଇଟି ନୂତନ କାର୍ଯ୍ୟାଳୟ ସ୍ଥାନୀୟ ଆଙ୍କୁଲି ଲକ୍ଷ୍ମୀନଗରସ୍ଥିତ ନଗର ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି।

ବାହ୍ୟ ମଳମୁକ୍ତ ପଞ୍ଚାୟତ ସମିତି ଭାବେ ରାଇକିଆ ପୁରସ୍କୃତ

ବାହ୍ୟ ମଳମୁକ୍ତ ପଞ୍ଚାୟତ ସମିତି ଭାବେ ରାଇକିଆ ପୁରସ୍କୃତ

ରାଇକିଆ,୧୬।୮(ଡି.ଏନ୍‌.ଏ.): ବାହ୍ୟ ମଳମୁକ୍ତ ପଞ୍ଚାୟତ ସମିତି ଭାବେ ବୁଧବାର ରାଇକିଆ ପୁରସ୍କୃତ ହୋଇଛି। ସ୍ବାଧୀନତା ଦିବସ ଅବସରରେ ଫୁଲବାଣୀ ଗାନ୍ଧୀ ସ୍ମୃତିଠାରେ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ରାଇକିଆ ପଞ୍ଚାୟତ ସମିତିକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଭାବେ ଘୋଷଣା କରାଯାଇଛି।

ସହର ସାରା ବୁଲି ପରିତ୍ୟକ୍ତ ଭାବେ ପଡ଼ିଥିବା ପତାକାକୁ ସଂଗ୍ରହ କଲା ସବୁଜ ବାହିନୀ

ସହର ସାରା ବୁଲି ପରିତ୍ୟକ୍ତ ଭାବେ ପଡ଼ିଥିବା ପତାକାକୁ ସଂଗ୍ରହ କଲା ସବୁଜ ବାହିନୀ

ବ୍ରହ୍ମପୁର ଅଫିସ,୧୬।୮: ସ୍ବାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ପାଳନ ବେଳେ ବହୁ ସଂଖ୍ୟକ ଜାତୀୟ ପତାକା ବ୍ୟବହାର କରାଯାଇଥାଏ। ଲୋକମାନେ ଯାନବାହାନ, ଘର ଏବଂ ବ୍ୟବସାୟୀକ ପ୍ରତିଷ୍ଠାନରେ ଜାତୀୟ ପତାକା ଲଗାଇଥାନ୍ତି।

ଗଞ୍ଜାମ ନିମନ୍ତେ ପିସିସିର କର୍ମକର୍ତ୍ତା ଘୋଷଣା: କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ନୃସିଂହ ରଥ

ଗଞ୍ଜାମ ନିମନ୍ତେ ପିସିସିର କର୍ମକର୍ତ୍ତା ଘୋଷଣା: କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ନୃସିଂହ ରଥ

ବ୍ରହ୍ମପୁର ଅଫିସ,୧୬।୮: ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ପଦବୀଗୁଡିକ ପାଇଁ କର୍ମକର୍ତ୍ତାଙ୍କ ନାମକୁ ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ପଦବୀରେ ଗଞ୍ଜାମ ଜିଲାର ନେତାମାନେ ରହିଛନ୍ତି। 

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁରେ ସ୍ବାଧୀନତା ଦିବସ

ହିଞ୍ଜିଳିକାଟୁ,୧୫।୮(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇଥିଲା। ପୌର କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ, ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲ ଅଫିସରେ ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ କଲେଜରେ ଅଧ୍ୟକ୍ଷ ଏମ୍‌. କ୍ରିଷ୍ଣାରାଓ, ଥାନାରେ ଆଇଆଇସି ପ୍ରଶାନ୍ତ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ।

ଗଞ୍ଜାମ ମେଡିକାଲରେ ସ୍ବାସ୍ଥ୍ୟ, ଆରୋଗ୍ୟ ସେଣ୍ଟର

ଗଞ୍ଜାମ ମେଡିକାଲରେ ସ୍ବାସ୍ଥ୍ୟ, ଆରୋଗ୍ୟ ସେଣ୍ଟର

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.)- ଗଞ୍ଜାମ ବଡବଜାରସ୍ଥିତ ମେଡିକାଲଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସେଣ୍ଟର ବୁଧବାର ଛତ୍ରପୁର ବିଧାୟକ ଡା. ପ୍ରିୟାଶୁଂ ପ୍ରଧାନ ଉଦ୍‌ଘାଟିତ କରିଛନ୍ତି। ଏହି ଅବସରରେ ଏକ ସଭା ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ  ପ୍ରଧାନଙ୍କ ସମେତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏନ୍‌ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ନୀଳାଞ୍ଚଳ ବାରିକ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ସରୋଜିନୀ ଦେବୀ ପ୍ରମୁଖ ମଞ୍ଚାସିନ ଥିଲେ। ମେଡିକାଲର ଆୟୁଷ ଡାକ୍ତର ବନୋଜ କାନ୍ତ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଖଣ୍ଡଦେଉଳୀ ମେଡିକାଲ ଅଫିସର ସୁଧାକର ଦାସ, ଗଞ୍ଜାମ ମେଡିକାଲ ଅଫିସର ସି.ଏଚ୍‌. ଶଙ୍କର, ଫାର୍ମାସିଷ୍ଟ ଶ୍ରୀମୟ ରଥ ଓ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁରର ବିଭିନ୍ନ ଅଞ୍ଚଳରେ ସ୍ବାଧୀନତା ଦିବସ ପାଳିତ ହୋଇଯାିଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ପତାକା ଉତ୍ତୋଳନ କରିଥିବାବେଳେ ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଜଗନ ମୋହନ ପଟ୍ଟନାୟକ, ଏନ୍‌ଏସି ଅଧ୍ୟକ୍ଷା ଓ୍ବାଇ. ରାଣୀକୁମାରୀ ପତାକା ଉତ୍ତୋଳନ କରିଥିଲେ।

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ

ବାଲିଗୁଡା,୧୫।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାଠାରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଭଲ ପାଗ ଥିବା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରା ଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ବର୍ଷାରେ ଘର ଭୁଷୁଡିଲା

ବର୍ଷାରେ ଘର ଭୁଷୁଡିଲା

ଫୁଲବାଣୀ ଅଫିସ,୧୫।୮- ପ୍ରବଳ ବର୍ଷାରେ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ତାମ୍ବିସୁଗା ଗ୍ରାମର ନରେଶ କହଁରଙ୍କ ଘର ଭୁଷୁଡି ଯାଇଛି। ଏବେ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ପଲିଥିନ ଟିଏ ମଧ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ନରେଶୁଙ୍କୁ ଆବାସ ଯୋଜନାରେ ଘରଟିଏ ମିଳି ନ ଥିବା ଜଣାପଡିଛି। ନରେଶ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଧରି ଦୟନୀୟ ଅବସ୍ଥାରେ ରହୁଛନ୍ତି।

କନ୍ଧମାଳ ଜିଲାରେ ସ୍ବାଧୀନତା ଦିବସ ପାଳିତ

କନ୍ଧମାଳ ଜିଲାରେ ସ୍ବାଧୀନତା ଦିବସ ପାଳିତ

ଫୁଲବାଣୀ ଅଫିସ,୧୫।୮- କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସ୍ବାଧୀନତା ସଂଗ୍ରାମରେ କନ୍ଧମାଳ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ସାମଲ ବକ୍ତବ୍ୟରେ କହିଥିଲେ।

Model This Week

ଯସ୍ମିନ୍