Dharitri News
ବ୍ରହ୍ମପୁର

ଲ୍ୟାବ୍‌ ଆଟେଣ୍ଡାଣ୍ଟ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ଘଟଣା: କୁଳପତିଙ୍କୁ ଦାବିପତ୍ର ପ୍ରଦାନ

ଲ୍ୟାବ୍‌ ଆଟେଣ୍ଡାଣ୍ଟ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ଘଟଣା: କୁଳପତିଙ୍କୁ ଦାବିପତ୍ର ପ୍ରଦାନ ବ୍ରହ୍ମପୁର ଅଫିସ୍‌, ୭।୨ - ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଲ୍ୟାବ୍‌ ଆଟେଣ୍ଡାଣ୍ଟ ପ୍ରାକ୍ଟିକାଲ୍‌ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କଠାରୁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଭିଡିଓ ଭାଇରାଲ୍‌ ହେବାର ସପ୍ତାହେ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଲ୍ୟାବ ଆଟେଣ୍ଡାଣ୍ଟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏ ନେଇ ବୁଧବାର ଛାତ୍ର ସଂସଦ ଉପସଭାପତି ଦେବାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ବହୁ ଛାତ୍ର ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ। ମାତ୍ର ସେ ଅନୁପସ୍ଥିତ ଥିବାରୁ କୁଳସଚିବଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଲ୍ୟାବ ଆଟେଣ୍ଡାଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅଭିଯୋଗ କରିଛନ୍ତି, ଭିଡିଓରେ ଲ୍ୟାବ୍‌ ଆଟେଣ୍ଡାଣ୍ଟ ପ୍ରାକ୍ଟିକାଲ୍‌ ପରୀକ୍ଷା ବେଳେ ଛାତ୍ରୀଛାତ୍ରଙ୍କଠାରୁ ଲାଞ୍ଚ ନେଉଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ଯେଉଁମାନେ ଲାଞ୍ଚ ଦେଉନାହାନ୍ତି, ତାଙ୍କୁ ଧମକ ଦିଆଯାଉଛି। ଗତ ସପ୍ତାହରେ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ସମୟରେ ସେ ପଦାର୍ଥ ବିଜ୍ଞାନ ବିଭାଗର ପିଲାଙ୍କଠାରୁ ୨ଶହ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ। କେବଳ ଯୁକ୍ତ ଦୁଇ ନୁହେଁ, ସେ ଯୁକ୍ତ ୩ ପିଲାଙ୍କଠାରୁ ମଧ୍ୟ ଟଙ୍କା ନେଇଛନ୍ତି। ପଦାର୍ଥ ବିଜ୍ଞାନ ସମ୍ମାନ ପିଲାଙ୍କଠାରୁ ୫ଶହ ଟଙ୍କା ଏବଂ ପାସ୍‌ ପିଲାଙ୍କଠାରୁ ୩ଶହ ଟଙ୍କା ଆଦାୟ କରିଛନ୍ତି। ଏ ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ। ଲ୍ୟାବ୍‌ ଆଟେଣ୍ଡାଣ୍ଟଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସୁରକ୍ଷା ଦେଉଛନ୍ତି। ଏଣୁ ତୁରନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ, ଆଗାମୀ ଦିନରେ ମହାବିଦ୍ୟାଳୟ ଏବଂ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଅନଶନରେ ବସିବୁ। ଆବଶ୍ୟକ ପଡ଼ିଲେ ଖଲ୍ଲିକୋଟ କ୍ଲଷ୍ଟର୍‌ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବୁ ବୋଲି ଛାତ୍ରମାନେ ଦାବିପତ୍ରରେ ଧମକ ଦେଇଛନ୍ତି। ତେବେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟର କୁଳପତି ଅନୁପସ୍ଥିତ ଥିବା ଯୋଗୁ ତାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର କୁଳସଚିବ କିଶୋର ଚନ୍ଦ୍ର ଦାସଙ୍କୁ ପ୍ରଦାନ କରିଥିଲେ। ଛାତ୍ର ସଂସଦ ଉପସଭାପତି ଦେବାନନ୍ଦ ପଣ୍ଡା, ଭାସ୍କର କାର୍ଜୀ, ହୃଷୀକେଶ ନାୟକ, ନାରାୟଣ ମହାରଣା, ବିକ୍ରମ ପ୍ରଧାନଙ୍କ ସମେତ ବହୁ ଛାତ୍ର ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ପାଇବା ପରେ କୁଳସଚିବ ଦାସ କହିଥିଲେ, ଭିଡ଼ିଓରେ ଯଦି ଲାଞ୍ଚ ନେଉଥିବାର ପ୍ରମାଣ ରହିଛି, ତେବେ ଲ୍ୟାବ ଆଟେଣ୍ଡାଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। କାହିଁକି କୌଣସି ପଦକ୍ଷେପ ନିଆଯାଇନାହିଁ, ସେ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯିବ। ଘଟଣାର ତଦନ୍ତ ହେବ। ଏ ସମ୍ପର୍କରେ କୁଳପତି ଏବଂ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ବ୍ରହ୍ମପୁର

ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲା ପ୍ରଶ୍ନପତ୍ର

ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲା ପ୍ରଶ୍ନପତ୍ର

ବ୍ରହ୍ମପୁର ଅଫିସ,୨୨।୨: ଚଳିତବର୍ଷ ମାଟ୍ରିକ ପରୀକ୍ଷା ୨୩ ତାରିଖଠାରୁ ଆରମ୍ଭ ହେଉଛି। ଏଥିନେଇ ଗୁରୁବାର ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ଗଞ୍ଜାମ ଜିଲାରେ ମୋଟ ୨୨୬ ପରୀକ୍ଷା କେନ୍ଦ୍ର ରହିଛି। ୧୬ଟି ନୋଡାଲ ସେଣ୍ଟରରୁ ପ୍ରଶ୍ନ ପତ୍ର ପଠାଯାଇଛି।

ଅଗ୍ନିକାଣ୍ଡରେ ଜଳିଗଲେ ନାବାଳିକା

ଅଗ୍ନିକାଣ୍ଡରେ ଜଳିଗଲେ ନାବାଳିକା

ଶେରଗଡ,୨୧। ୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ପଥରପୁଞ୍ଜି ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ଘରେ ନିଅଁା ଲାଗିଯିବାରୁ ପୋଡି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରୀତିମୟୀ ନାୟକ। ଶର୍ଟ ସର୍କିଟରୁ ଚାଳରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ପୋଲିସ ସୂଚନା ହେଇଛି। ଅପରାହ୍ନ ପ୍ରାୟ ୨ଟାରେ ପ୍ରୀତିମୟୀ ଘରେ କବାଟ ଦେଇ ଶୋଇଥିଲେ। ପରିବାର ଲୋକେ କୌଣସି ଏକ କାମରେ ବାହାରକୁ ଯାଇଥିଲେ।

ଜାନିବିଲି-ଦକ୍ଷିଣପୁର ଭୂତଳ ପାଇପ୍‌ଲାଇନ୍‌ ପ୍ରକଳ୍ପ, ସମୀକ୍ଷା କଲେ ନଗର ଉନ୍ନୟନ କମିଶନର

ଜାନିବିଲି-ଦକ୍ଷିଣପୁର ଭୂତଳ ପାଇପ୍‌ଲାଇନ୍‌ ପ୍ରକଳ୍ପ, ସମୀକ୍ଷା କଲେ ନଗର ଉନ୍ନୟନ କମିଶନର

ବ୍ରହ୍ମପୁର ଅଫିସ, ୨୧।୨- ଜାନିବିଲି ଡ୍ୟାମରୁ ଦକ୍ଷିଣପୁର ଜଳଭଣ୍ଡାର ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଭୂତଳ ମୋଟା ପାଇପ ଲାଇନ ପ୍ରକଳ୍ପର ଅଗ୍ରଗତି ନେଇ ବୁଧବାର ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥାନନ ବ୍ରହ୍ମପୁରରେ ସମୀକ୍ଷା କରିଥିଲେ। ଦୀର୍ଘ ୩ଦଶନ୍ଧି ଧରି ରେଶମ ନଗରୀରେ ଭୀଷଣ ଜଳ ସଙ୍କଟର ସ୍ଥାୟୀ ସମାଧାନ ଲାଗି ନିର୍ମାଣ କରାଯାଉଛି ଏହି ବୃହତ୍‌ ପ୍ରକଳ୍ପ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ,  ବମ୍‌, ଖଣ୍ଡା ଜବତ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ, ବମ୍‌, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୨- ସ୍ଥାନୀୟ ବୈଦ୍ୟନାଥପୁର ଥାନା ଗାରାବନ୍ଧ ନିଗମନଗର ସପ୍ତମ ଗଳି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଏକ ବଡ ଧରଣର ଡକାୟତି ଯୋଜନା କରୁଥିବା ବୈଦନାଥପୁର ପୋଲସି ଖବର ପାଇ ସେଠାରେ ଚଢାଉ କରିଥିଲା।

ଭିଜିଲାନ୍ସ ଜାଲରେ ଓପିଟିସିଏଲ୍‌ କନିଷ୍ଠ କିରାଣି

ଭିଜିଲାନ୍ସ ଜାଲରେ ଓପିଟିସିଏଲ୍‌ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୨୧।୨- ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୁଧବାର ଓଡିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିଃ(ଓପିଟିସିଏଲ)ର ଜଣେ କନିଷ୍ଠ କିରାଣିଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିଛି। ସେ ହେଉଛନ୍ତି ଯୁଗଳ କିଶୋର ପରିଡା। ଢେଙ୍କାନାଳ ଜିଲା ଡମୁଳୁ ଗ୍ରାମର ଯୁଗଳ ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ଓପିଟିସିଏଲ ଅଫିସରେ କାର୍ଯ୍ୟ କରୁଥିଲେ। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଇପିଏଫ ବିଲ ପାସ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ଅଞ୍ଚଳର ଜୟରାମ ରାଉତ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟକରିବା ପରେ ଅବସର ନେଇଛନ୍ତି।

ଭଞ୍ଜନଗର ମେଡିକାଲକୁ କାୟାକଳ୍ପ ପୁରସ୍କାର

ଭଞ୍ଜନଗର ମେଡିକାଲକୁ କାୟାକଳ୍ପ ପୁରସ୍କାର

ଭଞ୍ଜନଗର,୨୧।୨(ଡି.ଏନ.ଏ.)- ଭଞ୍ଜନଗର ଉପଖଣ୍ଡ ହସପିଟାଲକୁ ବୁଧବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାୟାକଳ୍ପ ସ୍ବାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଯୋଗଦେଇ ଏହି ପୁରସ୍କାର ଭଞ୍ଜନଗର ମେଡ଼ିକାଲର ପୂର୍ବତନ ଏସ୍‌ଡ଼ିଏମ୍‌ଓ ଡ. ପ୍ରଫୁଲ କୁମାର ଗୌଡ଼ଙ୍କୁ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ୨ମାସ ପୂର୍ବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଭଞ୍ଜନଗର ମେଡ଼ିକାଲ ପରିଦର୍ଶନରେ ଆସି ସଫେଇ, ସ୍ବାସ୍ଥ୍ୟ ସେବା, ରୋଗୀଙ୍କ ସୁବିଧା ଅସୁବିଧା ସମୀକ୍ଷା କରିଥିଲେ । ପରେ ଉକ୍ତ ରିପୋର୍ଟକୁ ଆଧାର କରି ଏହି ପୁରସ୍କାର ମିଳିଛି ।

ବାଲାଜୀପଲ୍ଲିରେ ଅଗ୍ନିକାଣ୍ଡ, ୧୧ ବଖରା ଜଳିଗଲା

ବାଲାଜୀପଲ୍ଲିରେ ଅଗ୍ନିକାଣ୍ଡ, ୧୧ ବଖରା ଜଳିଗଲା

ବାଲିପଡା, ୨୧।୨- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳାପଟା ପଞ୍ଚାୟତର ବାଲାଜୀପଲ୍ଲି ଗ୍ରାମ ଅନୁସୂଚିତଜାତି ସାହିରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୮ଟାରେ ଅଗ୍ନିକାଣ୍ଡ ଘଟି ୧୧ ବଖରା ଜଳି ଯାଇଛି। ଶର୍ଟସର୍କିଟ ଯୋଗୁ ଗୋଟିଏ ଘରେ ନିଅଁା ଲାଗି ଅନ୍ୟ ଘରକୁ ବ୍ୟାପିଥିବା ସୂଚନା ମିଳିଛି। ନିଅଁାର ପ୍ରକୋପ ଏତେ ଅଧିକ ଥିଲାଯେ, ଚାହୁଁ ଚାହୁଁ ୧୧ ବଖରା ଜଳି ଯାଇଥିଲା। ବ୍ରହ୍ମପୁର ଓ ପୁରୁଷୋତ୍ତମପୁରରୁ ଦମକଳବାହିନୀ ପହଞ୍ଚତ୍ ନିଅଁ।କୁ ଆୟତ୍ତ କରିଥିଲେ। ସ୍ଥାନୀୟ ଯୁବକ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି।

ବାପାଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ପୁଅଙ୍କୁ ଆଜୀବନ ଜେଲ

ବାପାଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ପୁଅଙ୍କୁ ଆଜୀବନ ଜେଲ

ଫୁଲବାଣୀ ଅଫିସ, ୨୧ା୨- ବାପାଙ୍କୁ ହତ୍ୟା ମାମଲାର ବିଚାର କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସୁଶାନ୍ତ ପଟେଲ ଅଭିଯୁକ୍ତ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ବର୍ଷ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଫୁଲବାଣୀ ସଦର ଥାନା ସାଦନମେଣ୍ଡି ଗ୍ରାମର ରମେଶ ଦିଗାଲ।

ଘୁମୁସର ବନଖଣ୍ଡରେ ବାଘସଂଖ୍ୟା କମିଲା

ଘୁମୁସର ବନଖଣ୍ଡରେ ବାଘସଂଖ୍ୟା କମିଲା

ଭଞ୍ଜନଗର,୨୧।୨(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ୬ ଦିନ ହେଲା ଚାଲିଥିବା ବାଘ ଓ ଅନ୍ୟ ବନ୍ୟଜନ୍ତୁ ଗଣନା ବୁଧବାର ଶେଷ ହୋଇଛି। ଘୁମୁସର ବନଖଣ୍ଡରେ ଚଳିତ ଥର ଗଣନା ଅନୁଯାୟୀ ବାଘ ସଂଖ୍ୟା ବହୁତ କମିଥିବା ଜଣାପଡ଼ିଛି। ଗତ ଥରର ଗଣନା ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୬ଟି କଲରାପତରିଆ ବାଘ ଥିବାବେଳେ ଉତ୍ତର ଘୁମୁସର ବନଖଣ୍ଡରେ ୨୧ଟି କଲରାପତରିଆ ବାଘ ଥିବା ଜଣା ପଡିଥିଲା।

ଗାଡ଼ି ଧକ୍କାରେ ହରିଣ ମୃତ

ଗାଡ଼ି ଧକ୍କାରେ ହରିଣ ମୃତ

ଖଲ୍ଲିକୋଟ,୨୧।୨ (ଡି.ଏନ୍‌.ଏ.)- ଖଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଅଜଣା ଗାଡି ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ହୋଇଛି। ଖବର ପାଇ ରମ୍ଭା ଓ୍ବାଇଲ୍ଡ ଲାଇଫ ରେଞ୍ଜର ନଗେନ୍‌ କୁମାର ପଣ୍ଡା ମୃତ ହରିଣକୁ ଜବତ କରିଥିଲେ। ଖଲ୍ଲିକୋଟ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ ପରେ ବନବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଥିଲା। ହରିଣଟି ପ୍ରାୟ ୩ ବର୍ଷର ହେବ ବୋଲି ରେଞ୍ଜର କହିଛନ୍ତି।

ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦେଲେ ସାକ୍ଷ୍ୟ

ଛତ୍ରପୁର,୨୧।୨(ଡି.ଏନ.ଏ)- ଖଲ୍ଲିକୋଟ ଥାନା ଅଞ୍ଚଳର ବହୁଚର୍ଚ୍ଚିତ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଛତ୍ରପୁରସ୍ଥିତ ଏଡିଜେ କୋର୍ଟରେ ବୁଧବାର ଗଞ୍ଜାମ ପୋଲିସ ଜିଲାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏଡିଜେ ଶିଖା ରାଣୀ ରଥଙ୍କ ସମ୍ମୁଖରେ ସେ ସାକ୍ଷ୍ୟ ଦେଇଥିଲେ। ଗୁରୁବାର ଖଲ୍ଲିିକୋଟ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସାକ୍ଷ୍ୟ ଦେବେ ବୋଲି ଜଣାପଡିଛି। ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ୪୬ ଜଣ ସାକ୍ଷ୍ୟ ପ୍ରଦାନ କରିସାରିଛନ୍ତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ସ୍ପେଶାଲ ପିପି ସନ୍ତୋଷ ମୁଣ୍ଡ ମାମଲା ପରିଚାଳନା କରିଥିଲେ।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।