
ଓ୍ବାଶିଂଟନ୍:ପୁଲିଜର ପୁରସ୍କାର ବିଜେତା ଖ୍ୟାତନାମା ଆମେରିକୀୟ କବି ଜନ୍ ଆଶ୍ବେରୀଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ଦେଶର ନ୍ୟୁୟର୍କ ଅନ୍ତର୍ଗତ ହଡ୍ସନ୍ଠାରେ ଥିବା ନିଜ ବାସଭବନରେ ଆଶ୍ବେରୀ ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଆଧୁନିକ ପରବର୍ତ୍ତୀ ସମୟରେ ଅନେକ ବିଷୟବସ୍ତୁକୁ ନେଇ ସବୁବେଳେ ସେ ପରୀକ୍ଷା ନିରୀକ୍ଷା ଚଳାଉଥିଲେ। ତାଙ୍କର କବିତାଗୁଡ଼ିକ ବିଶେଷ ଭାବେ ଲୋକଙ୍କ ନିକଟରେ ପହଞ୍ଚି ପାରୁ ନ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଜନ୍ ୟେଟ୍ସଙ୍କ ଆଦର୍ଶରେ ଅନୁପ୍ରାଣୀତ ଆଶ୍ବେରୀ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୭୫ ମସିହାର ତାଙ୍କ କବିତା ସଙ୍କଳନ ‘ସେଲ୍ଫ-ପୋଟ୍ରେଟ୍ ଇନ୍ ଏ କାନ୍ଭେକ୍ସ ମିରର୍’ ଇତିହାସ ସୃଷ୍ଟି କରିଥିଲା। ଗୋଟିଏ ବର୍ଷରେ ଏହା ତିନୋଟି ସମ୍ମାନଜନକ ପୁରସ୍କାର ଲାଭ କରିଥିଲା। ଉକ୍ତ କବିତା ସଙ୍କଳନ ଲାଗି ଆଶ୍ବେରୀ ପୁଲି୍ଜର, ନ୍ୟାଶନାଲ୍ ବୁକ୍ ଆଓ୍ବାର୍ଡ ଏବଂ ନ୍ୟାଶନାଲ୍ ବୁକ୍ କ୍ରିଟିକ୍ସ ସାର୍କିଲ ପୁରସ୍କାର ହାସଲ କରିଥିଲେ। ୨୦୧୨ରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କଠାରୁ ସେ ନ୍ୟାଶ୍ନାଲ ହ୍ୟୁମାଟାରିଆନ୍ ଆଓ୍ବାର୍ଡ ହାସଲ କରିଥିଲେ। ଆଶ୍ବେରୀଙ୍କ ପରଲୋକରେ ଆମେରିକା ତଥା ଅନ୍ୟାନ୍ୟ ପ୍ରାନ୍ତରୁ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରିଛନ୍ତି।