ବ୍ରହ୍ମପୁର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ହିଞ୍ଜିଳିକାଟୁ,୭।୨(ଡ଼ି.ଏନ୍‌.ଏ.)- ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ମହୁରୀକଣା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ କବିସୂର୍ଯ୍ୟନଗର ଥାନା ଷଣ୍ଢମରା ଗ୍ରାମର ଜଗନ୍ନାଥ ନାୟକ(୨୪)। ସେ ମଙ୍ଗଳବାର ଭିଣୋଇ ଘର ହିଞ୍ଜିଳି ଥାନା ମହୁରୀକଣା ଗ୍ରାମକୁ ଆସିଥିଲେ। ବୁଧବାର ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇ ସେଠାରେ ସଂଜ୍ଞାହୀନ ହୋଇ ପଡିଥିଲେ। ଅପରାହ୍ନ ୧ଟାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିଛି, ଗୁରୁବାର ବ୍ୟବଚ୍ଛେଦ ପାଇଁ ପଠାଯିବ। ଏନେଇ ନଂ.୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ବ୍ରହ୍ମପୁର

ଭାଜପାର ମହିଳା ସୁରକ୍ଷା ଯାତ୍ରା

ଭାଜପାର ମହିଳା ସୁରକ୍ଷା ଯାତ୍ରା

କନିଷି,୨୨।୫(ଡି.ଏନ.ଏ.)-ଗୋପାଳପୁର ନିର୍ବାଚନ ମଣ୍ଡଳୀର ଭାଜପା ମହିଳା ମୋର୍ଚ୍ଚା ତରଫରୁ ରଙ୍ଗେଇଲୁଣ୍ଡା ବ୍ଲକର କରାପଲ୍ଳୀ ଛକ ଓ କନିଷି ହାଟସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ମଙ୍ଗଳବାର ମହିଳା ସୁରକ୍ଷା ଯାତ୍ରା ପରେ ବିରାଟ ସମାବେଶ ହୋଇଥିଲା । ସମାବେଶରେ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ, ଭାଜପା ମହିଳା ସମ୍ପାଦିକା ଅନୀତା ପ୍ରିୟଦର୍ଶିନୀ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତା ପାତ୍ର, ଭାଜପା ମହିଳା ନେତ୍ରୀ ନମିତା ପଣ୍ଡା ପ୍ରମୁଖ ଯୋଗଦେଇ ବିଜେଡି ସରକାରକୁ ସମାଲୋଚନା କରିଥିଲେ।

ତେଜିଲା ବାଇପାସ ରାସ୍ତା ନିର୍ମାଣ ଦାବି

ଜି.ଉଦୟଗିରି,୨୨।୫(ଡି.ଏନ.ଏ.)-ଜି.ଉଦୟଗିରି ସହରରେ ଦିିନକୁ ଦିନ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ରବିବାର ଟ୍ରକ ଚକାତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୧ ମାସ ପୂର୍ବେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରତ୍ୟେକ ଦିନ ସହରରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ତେଣୁ ସହରକୁ ବଡ଼ ଯାନ ନ ଆସିବା ନିମନ୍ତେ ବାଇପାସ୍‌ ରାସ୍ତା ନିର୍ମାଣ ଦାବି ଜୋର ଧରିଛି । ବାଇପାସ ରାସ୍ତା ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ନିଆ ନ ଗଲେ ସହରରେ ଜନ ଆନ୍ଦୋଳନ କରାଯିବ ବୋଲି ସମାଜସେବୀ ହେମନ୍ତ କୁମାର ନାୟକ କହିଛନ୍ତି ।

ନୂତନ ବିଡିଓଙ୍କୁ ସମ୍ବର୍ଦ୍ଧନା

ନୂତନ ବିଡିଓଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ,୨୨।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଜ୍ୟୋତିଶଙ୍କର ରାଏଙ୍କୁ ମଙ୍ଗଳବାର ଜନ ପ୍ରତିନିଧିମାନେ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ଆଗାମୀ ଦିନରେ ବ୍ଲକ ସମସ୍ତ ପଞ୍ଚାୟତ ଗ୍ରାମଗୁଡ଼ିକରେ କିଭଳି ଉନ୍ନୟନ କାମ ଚାଲିଛି ସେ ଉପରେ ଆଲୋଚନା ହୋଇଥିଲା ।

ଶିକ୍ଷକ ପ୍ରଶିକ୍ଷଣ, କର୍ମଶାଳା ଉଦ୍‌ଯାପିତ

ଶିକ୍ଷକ ପ୍ରଶିକ୍ଷଣ, କର୍ମଶାଳା ଉଦ୍‌ଯାପିତ

ପୁରୁଷୋତ୍ତମପୁର,୨୨ ।୫(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ତାରାତାରିଣୀ କଲେଜ କଲେଜରେ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଓଏସ୍‌) ପକ୍ଷରୁ ଚାଲିଥିବା ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଅଧ୍ୟାପିକା ଡ. ଗାୟତ୍ରୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ବିଘ୍ନରାଜ ପଟ୍ଟନାୟକ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ. ସୀମାଞ୍ଚଳ ପଟ୍ଟନାୟକ ଯୋଗଦେଇ କୋମଳମତି ଶିଶୁମାନଙ୍କୁ କିଭଳି ଶିକ୍ଷାଦାନ ଦିଆଯିବ ତାହା ବୁଝାଇଥିଲେ।

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ:  ଆସିକା ମଣ୍ଡଳର ୨୬୦ ଶାଖା ଡାକଘରେ ତାଲା ଝୁଲିଲା

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ: ଆସିକା ମଣ୍ଡଳର ୨୬୦ ଶାଖା ଡାକଘରେ ତାଲା ଝୁଲିଲା

ଆସିକା,୨୨।୫(ଡି.ଏନ୍‌.ଏ): ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଆହ୍ବାନରେ ଆସିକା ମଣ୍ଡଳ ଅଧୀନ ଗ୍ରାମୀଣ ଡାକ ସେବକମାନେ ମଙ୍ଗଳବାର ଧର୍ମଘଟରେ ସାମିଲ ହୋଇଛନ୍ତି। ଆସିକାସ୍ଥିତ ଡାକମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଆସିକା ଡାକ ମଣ୍ଡଳର ୪୦ କିମି ପରିସୀମା ମଧ୍ୟରେ ଥିବା ୨୬୦ ଶାଖା ଡାକଘରର ପ୍ରାୟ ୬୦୦ କର୍ମଚାରୀ ଧର୍ମଘଟ କରି ଥିବାରୁ ଉକ୍ତ ଡାକଘରଗୁଡ଼ିକରେ ତାଲା ଝୁଲିଛି ।

ରାଜସ୍ବ ଆଇନ ସମ୍ପର୍କିତ ସଚେତନତା

ରାଜସ୍ବ ଆଇନ ସମ୍ପର୍କିତ ସଚେତନତା

ଶେରଗଡ଼,୨୨।୫(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ କୃଷ୍ଣଛାଇ ପଞ୍ଚାୟତରେ ରାଜସ୍ବ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗ୍ରାମୀଣ ଡାକ କର୍ମଚାରୀଙ୍କ ଆନ୍ଦୋଳନ

ଶେରଗଡ଼,୨୨।୫(ଡି.ଏନ୍‌.ଏ.)- ଶେରଗଡ଼ ଉପଡାକଘର ସମ୍ମୁଖରେ ଗ୍ରାମୀଣ ଡାକ କର୍ମଚାରୀମାନେ ମଙ୍ଗଳବାର ଆନ୍ଦୋଳନ କରିଛନ୍ତି।

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ରାଇକିଆ,୨୨।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଉପକଣ୍ଠ ରାମମୁଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଗୁଡ଼ା ଅଞ୍ଚଳର କେଶବ ଜେନା।

ପେଟ୍ରୋଲ ଚୋର ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ

ବ୍ରହ୍ମପୁର ଅଫିସ,୨୨।୫: ବ୍ରହ୍ମପୁର ସହରରେ ରାତିଅଧିଆ ମୋଟରସାଇକେଲରୁ ପେଟ୍ରୋଲ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କୁ ବୈଦ୍ୟନାଥପୁର ପୋଲିସ ସୋମବାର ଗିରଫ କରିଛିି।

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବର୍ଷକରେ ୫ଶହ ଶିଶୁ ଅପପୁଷ୍ଟିର ଶିକାର

ବ୍ରହ୍ମପୁର ଅଫିସ୍‌,୨୨।୫: ନଗଡ଼ାକୁ କେହି ଭୁଲିପାରିନାହାନ୍ତି। ଭୁଲିପାରିନାହାନ୍ତି ଅପପୁଷ୍ଟିରେ ଆକ୍ରାନ୍ତ ଶିଶୁଙ୍କ ହୃଦୟବିଦାରକ ଫଟୋଚିତ୍ରକୁ। ପେଟଫୁଲା ଏବଂ ଗୋଡ଼ ସରୁ ହୋଇଯାଇଥିବା ଶିଶୁଙ୍କ କ୍ରନ୍ଦନରତ ଫଟୋ ସାରା ଦେଶକୁ ନଗଡ଼ା ଆଡ଼କୁ ଚାହିଁବାକୁ ବାଧ୍ୟ କରିଥିଲା। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଉପଯୁକ୍ତ ଖାଦ୍ୟ ନ ପାଇ ଶିଶୁଙ୍କ ମୃତ୍ୟୁ ସଭ୍ୟ ସମାଜ ପାଇଁ ଲଜ୍ଜାର ବିଷୟ ବୋଲି ସେହି ସମୟରେ ଆଲୋଚନା ହୋଇଥିଲା।

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।