ବ୍ରହ୍ମପୁର

ପୋତାଗଡ଼ ପରିଦର୍ଶନ କଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ

ପୋତାଗଡ଼ ପରିଦର୍ଶନ କଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ
ଗଞ୍ଜାମ,୭।୨(ଡି.ଏନ.ଏ.)- ଗଞ୍ଜାମସ୍ଥିତ ଐତିହାସିକ ପୋତାଗଡ଼କୁ ବୁଧବାର ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା ପରିଦର୍ଶନରେ ଆସି ଉନ୍ନତୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ସମୟରେ ଇଣ୍ଟାକ୍‌ ନିର୍ଦ୍ଦେଶକ ମଲିକା ମିତ୍ର, ପ୍ରତ୍ନତତ୍ତ୍ବ ବିଭାଗ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ, ଗଞ୍ଜାମ ଅତିରିକ୍ତ ଜିଲାପାଳ (ଏଡିଏମ) କେ.କେ. ସାହୁ, ଆର୍କୋଓଲୋଜିକାଲ ସହକାରୀ ଯନ୍ତ୍ରୀ ସରୋଜ କୁମାର ନନ୍ଦ, ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ-୨ (ବ୍ରହ୍ମପୁର) ଅବନୀକାନ୍ତ ସାହୁ, ଗ୍ରାସୀମ ଇଣ୍ଡଷ୍ଟ୍ରିଜ ଏଚଆର ମୁଖ୍ୟ କେ.ଜି. ଗେନେରୱାଲ, ସିନିୟର ଭାଇସ ପ୍ରେସିଡେଣ୍ଟ ଏ.କେ. ସିଂ, ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ପିଡବ୍ଲୁଡି ଏସଡିଓ ନାରାୟଣ ପାଢ଼ୀ, ଗଞ୍ଜାମ ଥାନାଧିକାରୀ ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପୋତାଗଡ଼ର ଉନ୍ନତିକରଣ ନେଇ ଆଇସିଜେଡଏମପି ତତ୍ତ୍ବାବଧାନରେ ୮୬ ଲକ୍ଷ ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିବା କାର୍ଯ୍ୟ ଧିମା ଚାଲିଥିବା ନେଇ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କ୍ଷୋଭ ପ୍ରକାଶ କରିଥିଲେ। ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୋତାଗଡ଼ଠାରେ ଆକର୍ଷଣୀୟ ମୁଖ୍ୟ ଫାଟକ, ଶୌଚାଳୟ, ପାନୀୟ ଜଳ, ହାଇମାଷ୍ଟ, ଡିସପ୍ଲେ ବୋର୍ଡ ଲଗାଇବା ପାଇଁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପଣ୍ଡା ଗ୍ରାସୀମ ଇଣ୍ଡଷ୍ଟ୍ରିଜ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ୧୬ ନଂ.ଜାତୀୟ ରାଜପଥଠାରୁ ପୋତାଗଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏସପି ଆଶିଷ କୁମାର ସିଂଙ୍କୁ ଭେଟି ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ ହେଲେ ପୋତାଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବ ବୋଲି ଆଲୋଚନା ବେଳେ ଇଣ୍ଟାକ୍‌ ନିର୍ଦ୍ଦେଶକ ମିତ୍ରା ସୂଚନା ଦେଇଛନ୍ତି।
All Right Reserved By

ବ୍ରହ୍ମପୁର

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଜିଲା ଗୋଶାଣିନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଓଲଟିଲା ଯାତ୍ରୀବାହୀ ଅଟୋ: ୮ ମହିଳା ଆହତ

ଓଲଟିଲା ଯାତ୍ରୀବାହୀ ଅଟୋ: ୮ ମହିଳା ଆହତ

ଦିଗପହଣ୍ଡି, ୧୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିଠାରୁ ୪ କି.ମି ଦୂର ଖୋଲଡି ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ୮ ମହିଳା ଆହତ ହୋଇଛନ୍ତି। 

ବିଦ୍ୟାଳୟ ମାଧ୍ୟମରେ ଜାତି ପ୍ରମାଣପତ୍ର ମିଳିବା ଏକ ପ୍ରହସନ

ଖଣ୍ଡପଡା,୧୯ା୮(ସ୍ବ.ପ୍ର.)-ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟଗୁଡିକ ମାଧ୍ୟମରେ ସହଜ ଓ ସୁବିଧା ଉପାୟରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ  ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଘୋଷଣା କରିଥିଲେ। 

ଭାରତରତ୍ନ ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତରତ୍ନ ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର ଅଫିସ, ୧୯।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଭାଜପା ଗଞ୍ଜାମ ଜିଲା କମିଟି ପକ୍ଷରୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। 

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୧୯। ୮(ଡ଼ି.ଏନ୍‌.ଏ.) ହିଞ୍ଜିଳି ଥାନା ଦୁର୍ବନ୍ଧରେ ଶନିବାର ଅପରାହ୍ନରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେହେଲେ ଦୁର୍ବନ୍ଧ ନୂଆସାହିର ପ୍ରଶାନ୍ତ ରାଉଳ (୨୫)। 

କେରଳ ବନ୍ୟା: ଫସି ରହିଛନ୍ତି କନ୍ଧମାଳ ଯୁବକ

କେରଳ ବନ୍ୟା: ଫସି ରହିଛନ୍ତି କନ୍ଧମାଳ ଯୁବକ

ଫୁଲବାଣୀ ଅଫିସ,୧୯।  ୮ -ତୁମୁଡିବନ୍ଧ, କୋଟଗଡ ବ୍ଲକରୁ ଦାଦନ ଖଟିବାକୁ ଯାଇଥିବା ପ୍ରାୟ ୧୫୦୦ରୁ  ଊର୍ଦ୍ଧ୍ୱ ଯୁବକଙ୍କ ପରିସ୍ଥିତି କେରଳରେ ବନ୍ୟା ଯୋଗୁ ବିପନ୍ନ ହୋଇଛି। 

ଦେଡ଼ଶୁରଙ୍କ ଆକ୍ରମଣରେ ଭାଇବୋହୂ ଗୁରୁତର

ଦେଡ଼ଶୁରଙ୍କ ଆକ୍ରମଣରେ ଭାଇବୋହୂ ଗୁରୁତର

ବୁଗୁଡ଼ା,୧୯।୮(ଡି.ଏନ.ଏ.)-ବୁଗୁଡ଼ା ଥାନା କରଚୁଲି ଗ୍ରାମର ଏକ ସାହିରେ ଶନିବାର ସକାଳ ପ୍ରାୟ ୮ଟାରେ ଗୋଟିଏ ପରିବାରର ଦେଡଶୁର ତାଙ୍କ ଭାଇବୋହୂଙ୍କୁ କାତିରେ ଆକ୍ରମଣ କରିଛନ୍ତି। 

ମନ୍ତ୍ରୀ ନେଲେ ମାସେ ମହଲତ

ମନ୍ତ୍ରୀ ନେଲେ ମାସେ ମହଲତ

ବ୍ରହ୍ମପୁର ଅଫିସ୍‌,୧୯।୮-ରାଜ୍ୟର ୮ ଜିଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର  କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବିରେ ଗତ ୩ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ। ଭୁବନେଶ୍ୱରରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତିନି ଦିନ ଯାଏ ଚାଲିବା ପରେ ଶନିବାର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। 

ତହସିଲ କିରାଣିଙ୍କୁ ୩ ବର୍ଷ ଜେଲ

ତହସିଲ କିରାଣିଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯।୮-ଏକ ଲାଞ୍ଚ ମାମଲାର ବିଚାର କରି ଶନିବାର ଭିଜିଲାନ୍‌ସ କୋର୍ଟ ବିଚାରପତି ଇଶାନ କୁମାର ଦାଶ ବୁଗୁଡା ତହସିଲ  ଅଫିସର ତତ୍କାଳୀନ କିରାଣି ହରମୋହନ ପଟ୍ଟନାୟକଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୩ ହଜାର ଟଙ୍କା ଜରିମାନ କରିଛନ୍ତି । 

ବସ୍ତି ବାସିନ୍ଦାଙ୍କ ହୁଙ୍କାର ରାଲି

ବସ୍ତି ବାସିନ୍ଦାଙ୍କ ହୁଙ୍କାର ରାଲି

ବ୍ରହ୍ମପୁର ଅଫିସ୍‌,୧୯।୮- ମଦର ବହୁଳ ବିକ୍ରି ଏବଂ ଆବାସ ଯୋଜନାରେ ବାସଗୃହ ଯୋଗାଇବାରେ ବିଳମ୍ବକୁ ନେଇ ଶନିବାର ଦେଖାଦେଇଛି ଅସନ୍ତୋଷ। ବ୍ରହ୍ମପୁର ସହରର ଉତ୍ତରମୁଖି ବସ୍ତି, ପିଚିପିଚିଆ ନଗର ବସ୍ତି, ସାନବଜାର, ବଡ଼ ବଜାର ସାହି, ଗଜପତି ନଗର ବସ୍ତି ଆଦି ଅଞ୍ଚଳର ବହୁ ବାସିନ୍ଦାଙ୍କୁ ନେଇ ହୁଙ୍କାର ରାଲି ଅନୁଷ୍ଠିତ ହୋଇଥିଲା। 

ସୌଦି ଆରବରେ ଫସିଛନ୍ତି ୧୪ ଓଡ଼ିଆ

ସୌଦି ଆରବରେ ଫସିଛନ୍ତି ୧୪ ଓଡ଼ିଆ

ଛତ୍ରପୁର,୧୯।୮(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧୪ ଜଣ ଶ୍ରମିକ ସୌଦି ଆରବରେ ଫସି ରହିଛନ୍ତି। ସେମାନଙ୍କୁ ସେଠାରେ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଏମାନଙ୍କ ପରିବାରବର୍ଗ କହିଛନ୍ତି।

ମଦଭାଟିରେ ଓଜନ ମାପ ବିଭାଗର ଚଢ଼ାଉ

ମଦଭାଟିରେ ଓଜନ ମାପ ବିଭାଗର ଚଢ଼ାଉ

ଭଞ୍ଜନଗର/ ବୁଗୁଡ଼ା,୧୯।୮(ଡି.ଏନ.ଏ.) -ଭଞ୍ଜନଗର ଉପ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓଜନ ଓ ମାପ ବିଭାଗ ପକ୍ଷରୁ ଶନିବାର ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି।