ବ୍ରହ୍ମପୁର

୨ଶିଶୁଙ୍କ ସମେତ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ

୨ଶିଶୁଙ୍କ ସମେତ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ

ଛତ୍ରପୁର,୭।୨ (ଡି.ଏନ୍‌.ଏ.)- ରମ୍ଭା ଥାନା ଲୁଙ୍ଘୁରି ଗଁାର ଏକ ପରିବାରର ୩ ଜଣଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନେ ହେଲେ ଲୁଙ୍ଘୁରି ଗଁ।ର ଶବର ସାହୁ ଏବଂ ତାଙ୍କ ୮ବର୍ଷର ପୁଅ ଶୋହନ ଓ ୬ବର୍ଷର ଝିଅ କାବେରୀ। ଏମାନେ ଏକ ଭୋଜି ଖାଇ ରାତି ପ୍ରାୟ ୮ଟାବେଳେ ଘରକୁ ଫେରୁଥିବାବେଳେ ଲୁଙ୍ଘୁରି ଗଁ। କେନାଲ ହୁଡାରେ ୪ଜଣ ଦୁର୍ବୃତ୍ତ ଖଣ୍ଡା କାତିରେ ଆକ୍ରମଣ କରିଥିଲେ। ପରେ ଶବରଙ୍କ ପତ୍ନୀ ସେଠାରେ ପହଞ୍ଚତ୍ବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି। ପରେ ରକ୍ତାକ୍ତ ଅବସ୍ଥାରେ ଶବର, ଶୋହନ ଓ କାବେରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହି ଆକ୍ରମଣରେ ସେହି ଗଁ।ର ୪ଜଣ ସମ୍ପୃକ୍ତ ଥିବା ଶବରଙ୍କ ପତ୍ନୀ କଳ୍ପନା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ରମ୍ଭା ପୋଲିସ ଗଁାରେ ପହଞ୍ଚତ୍ ୨ଜଣ ଦୁର୍ବୃତ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି।

All Right Reserved By
I&PR

Model This Week

ସନ୍ତୋଷ

ବ୍ରହ୍ମପୁର

କେବୁଲ ତାର ଛିଡ଼ିବାକୁ ନେଇ ଉତ୍ତେଜନା ଟ୍ରକ୍‌କୁ ୪ ଘଣ୍ଟା ଅଟକାଇଲେ ଗ୍ରାମବାସୀ

କେବୁଲ ତାର ଛିଡ଼ିବାକୁ ନେଇ ଉତ୍ତେଜନା ଟ୍ରକ୍‌କୁ ୪ ଘଣ୍ଟା ଅଟକାଇଲେ ଗ୍ରାମବାସୀ

ବାଲିପଡ଼ା,୨୪ା୫-କୁକୁଡ଼ାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନ ୧୦ଟାରେ ଏକ ଟ୍ରକ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା। ଫଳରେ ଗ୍ରାମ ମଧ୍ୟରେ ଯାଇଥିବା ବିଦ୍ୟୁତ ତାର ଓ କେବୁଲ ତାର ଛିଡି ପଡ଼ିଥିଲା। ଗ୍ରାମବାସୀ କ୍ଷତିପୂରଣ ଦାବିରେ ଟ୍ରକ୍‌ (ନଂ.ଏନଏଲ୦୧କେ-୯୯୫୦)କୁ ଦୀର୍ଘ ୪ ଘଣ୍ଟା କାଳ ଅଟକ ରଖିଥିଲେ। ନିମଖଣ୍ଡି ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରି ଗାଡ଼ିଚାଳକ କ୍ଷତିପୂରଣ ଦେବା ପାଇଁ କହିବା ସହ ଏହି ରାସ୍ତା ଦେଇ ଆଉ କେବେ ନ ଆସିବା ପାଇଁ ତାଗିଦ୍‌ କରିଥିଲେ।

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଆବୁଧାବିରେ ସଡକ ଦୁର୍ଘଟଣା, ଓଡିଆ ଯୁବକଙ୍କ ମୃତ୍ୟୁ

ଖଲ୍ଲିକୋଟ,୨୪ା୫(ଡି.ଏନ୍‌.ଏ.)- ଆବୁଧାବିରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପିଟଣାପଲ୍ଲୀ ଗ୍ରାମର ହରଷ ପ୍ରଧାନ (୨୩)। ବୁଧବାର ସେଠାରେ ରହୁଥିବା ସ୍ଥାନୀୟ ଲୋକେ ଏନେଇ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ।

ତାକରଡାରେ ଶହୀଦ ଦିବସ ପାଳିତ

ତାକରଡାରେ ଶହୀଦ ଦିବସ ପାଳିତ

ଶେରଗଡ,୨୪।୫,(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ତାକରଡା ଗ୍ରାମରେ ଥିବା ଶହୀଦ ପୀଠରେ ୭୦ ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଶତାଧିକ କର୍ମୀ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ନିକଟରେ ଥିବା ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର

ଶେରଗଡ,୨୪।୫,(ଡି.ଏନ୍‌.ଏ.)- ଶେରଗଡ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ଜନ ଶୁଣାଣି ଶିବିର ଗୁରୁବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ଗଞ୍ଜାମ,୨୪।୫(ଡି.ଏନ.ଏ.)-ଗଞ୍ଜାମ ବ୍ଲକ କରପଡ଼ା ଗ୍ରାମରେ ଥିବା ଶ୍ରୀହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୦ ତାରିଖରୁ ଆରମ୍ଭ ହୋଇଛି ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ। ଏହି ଅବସରରେ ପ୍ରବଚକ ଭାବେ ଖୋର୍ଦ୍ଧା ଅଞ୍ଚଳରୁ ଆସିଥିବା ସୂର୍ଯ୍ୟକାନ୍ତ ଦାସଙ୍କ ଅମୃତବାଣୀ ଭକ୍ତଙ୍କୁ ବିମୋହିତ କରୁଛି ।

ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

ବୁଗୁଡ଼ା,୨୪।୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଭଗବାନପୁର ଗ୍ରାମରେ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଡିଓ ସଞ୍ଜୀବରାଜ ସେନାପତି ଉଦ୍‌ଘାଟନ କରିଥିଲେ । ପ୍ରହଲ୍ଲାଦ ନାଟକ ଓ ଘୁଡ଼ୁକି ନାଚ ମାଧ୍ୟମରେ ଜନସାଧାରଣଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଜୀବିକା ମିଶନ,

ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ଅଭିଯାନ

ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ଅଭିଯାନ

ବାଲିପଡ଼ା,୨୪।୫- ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ସେନାପତି, ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ସମ୍ପର୍କିତ ଆଲୋଚନାସଭା

ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ସମ୍ପର୍କିତ ଆଲୋଚନାସଭା

ଦିଗପହଣ୍ଡି,୨୪।୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ ସମ୍ପର୍କିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଚନ୍ଦନ କୁମାର ରଥଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମାଜିକ ଦାୟିତ୍ୱବୋଧ ସ୍ବରୂପ ସମସ୍ତ ବ୍ୟକ୍ତି ପିଲାବେଳେ ପାଠ ପଢ଼ୁଥିବା ବିଦ୍ୟାଳୟ ଗୁଡ଼ିକୁ ଯତ୍‌କିଞ୍ଚତ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ।

ଦିଗପହଣ୍ଡିରେ ମୋ ଭୂମି ମୋ ପଟ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ

ଦିଗପହଣ୍ଡିରେ ମୋ ଭୂମି ମୋ ପଟ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ

ଦିଗପହଣ୍ଡି,୨୪।୫(ଡି.ଏନ.ଏ.)- ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ମୋ ଭୂମି ମୋ ପଟ୍ଟା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ବମକେଇ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ।

ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବ୍ରହ୍ମପୁର ଅଫିସ,୨୪।୫: ଡା.କେ.ଏସ୍‌.ଏନ୍‌. ରାଓ ସ୍ମୃତି କମିଟି ପକ୍ଷରୁ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି।ଏଥିରେ ଏମ. କେ.ସି.ଜି. ଏଫଏମଟି ବିଭାଗ ଆସୋସିଏଟ ପ୍ରଫେସର ଡ଼ା. କିରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ପାଟପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ଗତ କିଛି ଦିନ ହେବ ହାତୀ ଉପଦ୍ରବ ଲାଗ ରହିଛି। ଗୁରୁବାର ପୁର୍ବାହ୍ନରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।

ତାକରଡ଼ାରେ ଶହୀଦ ଦିବସ ପାଳିତ

ତାକରଡ଼ାରେ ଶହୀଦ ଦିବସ ପାଳିତ

ଶେରଗଡ଼, ୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମସ୍ଥିତ ଶହୀଦ ପୀଠରେ ଗୁରୁବାର ୭୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଶତାଧିକ କର୍ମୀ ଏକଜୁଟ ହୋଇ ୭ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେମାନେ ହେଲେ ସ୍ବର୍ଗତ ହେମବର୍ତ୍ତିଆ ସୁବେଇନ ବେହେରା, କନ୍ଧୁଣି ଡାକୁଆ, ରାହାସ ଦାସ, ଅର୍ଜୁନ ବରାଡ଼, ବାଉରି ବରାଡ଼ ଓ ଗୋବିନ୍ଦ ପ୍ରଧାନ।