Dharitri News
ରାୟଗଡା

ଦାଦନ ଖଟିବାକୁ ଯାଉଥିବା ୧୬ ପିଲା ଉଦ୍ଧାର

ମାଲକାନଗିରି/କାଲିମେଳା,୭।୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ବୁଧବାର ୧୬ ଜଣ ନାବାଳିକା ନାବାଳକଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୧୪ ଜଣ ନାବାଳିକା ଥିଲା ବେଳେ ୨ ଜଣ ନାବାଳକ ଅଛନ୍ତି। ଏମାନେ ମାଲକାନଗିରି ଜିଲା ପୋଟେରୁ ଥାନା ଅନ୍ତର୍ଗତ ସଙ୍ଗେଲ ଗ୍ରାମର ବୋଲି ଶିଶୁ ମଙ୍ଗଳ ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ କହିଛନ୍ତି। ଚାଇଲ୍ଡ ଲାଇନ ହାରମୋନି ସଂସ୍ଥା କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନର କାଲିମେଳା କର୍ମୀ ଏ.ମିସାଇଲ ରାଜୁ ଏବଂ ତାଙ୍କ ସହକର୍ମୀମାନେ ପୋଟେରୁରୁ ମୋଟୁ ଯାଉଥିବା ଏକ ବସକୁ ତଲାସ କରି କାଲିମେଳା ବସଷ୍ଟାଣ୍ଡରେ ଏହି ୧୬ ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଶିଶୁ ମଙ୍ଗଳ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ଶିଶୁ ମଙ୍ଗଳ ଅଧ୍ୟକ୍ଷା ପ୍ରଧାନଙ୍କ କହିବା ଅନୁଯାୟୀ ସଙ୍ଗେଲ ଗ୍ରାମର କାରାମି ଜଗା ନାମକ ଜଣେ ଯୁବକ ଏହି ଶିଶୁମାନଙ୍କୁ ଛତିଶଗଡ଼ର ରାୟଗୁଡ଼ା ପଠାଉଥିଲେ। ସେଠାରେ ସତ୍ୟମ ବାବୁ ବୋଲି ଜଣେ ଠିକାଦାର ଏମାନଙ୍କୁ ଲଙ୍କା ତୋଳିବା ପାଇଁ ନେଉଥିଲେ। ମାତ୍ର ବର୍ତ୍ତମାନ ଲଙ୍କା ଅମଳ ସମୟ ହୋଇ ନ ଥିବାରୁ ଏହି ଶିଶୁମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଇଥାନ୍ତା। ବୁଧବାର ସେମାନଙ୍କୁ ସୁରକ୍ଷା ଭବନରେ ରଖାଯାଇଛି। ଆସନ୍ତାକାଲି ସେମାନଙ୍କ ପରିବାର ଲୋକଙ୍କୁ ଡକାଯାଇ କେଉଁ କାରଣରୁ ଏମାନଙ୍କୁ ରାଜ୍ୟ ବାହାରକୁ ପଠାଯାଉଥିଲା,ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲା ଶିଶୁ ମଙ୍ଗଳ ଅଧିକାରୀ ନାରାୟଣ ଦାଶ, ଆଇନ ପରାମର୍ଶଦାତା ସତ୍ୟଜିତ ପଣ୍ଡା ଏହାର ତଦନ୍ତ ଦାୟିତ୍ୱ ନେଇଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଏହି ୧୬ ନାବାଳିକା ନାବାଳକମାନେ ଶିକ୍ଷା ବିଭାଗର ଗୁମର ଖୋଲିଛନ୍ତି। ସେମାନେ କହିଛନ୍ତି ଯେ, ତାଙ୍କ ଗ୍ରାମ ସଙ୍ଗେଲରେ ବିଦ୍ୟାଳୟ ଅଛି, ମାତ୍ର ସେମାନେ କେହି ପାଠପଢି ନାହାନ୍ତି। ଏଯାଏ ସେମାନେ ରୁବେଲା ଟିକା ନେଇ ନାହାନ୍ତି। ଗ୍ରାମ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଅଛନ୍ତି। ଶିକ୍ଷା ବିଭାଗର ନିୟମ ଅନୁଯାୟୀ କୌଣସି ପିଲା ଶିକ୍ଷାରୁ ବଞ୍ଚତ୍ତ ହେବେ ନାହିଁ। ସର୍ବଶିକ୍ଷା ଅଭିଯାନ ପ୍ରଚାର ପ୍ରସାର ଏବଂ ସମସ୍ତଙ୍କୁ ଶିକ୍ଷା ଗ୍ରହଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ‘ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ’ ସଙ୍ଗେଲ ଗ୍ରାମରେ ଫେଲ ମାରିଛି। ଏ ସମ୍ପର୍କରେ ଜିଲା ଭାରପ୍ରାପ୍ତ ଶିକ୍ଷା ଅଧିକାରୀ କହିଛନ୍ତି ଯେ, କେଉଁ କାରଣରୁ ସଙ୍ଗେଲ ଗ୍ରାମରେ ଏତେ ସଂଖ୍ୟକ ପିଲା ପାଠପଢ଼ି ନାହାନ୍ତି ଏବଂ ଟିକା ନେଇ ନାହାନ୍ତି ସେ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାୟଗଡା

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।

ଖଣି ଖନନ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ଟିକିରି, ୧୯।୨(ଡି.ଏନ୍‌.ଏ.) ରାୟଗଡା ଜିଲା ଟିକିରି ଥାନା ଅଧୀନ ବାଙ୍କାମ୍ବ ପଞ୍ଚାୟତ କଡିଙ୍ଗା ଗାଁରେ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳା ମଣ୍ଡଳମାନଙ୍କୁ ନେଇ ଖଣି ଖନନ ବିରୋଧରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। କିଛି ଯୁବକ ସଭା ମଧ୍ୟକୁ ଆସି ଏହାକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନେ ସଭା ବନ୍ଦ କରି ସରପଞ୍ଚ ସୁଭଦ୍ରା ମାଣ୍ଡାଙ୍ଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟି ୮ଦଫା ଦାବିପତ୍ର ପ୍ରଦାନ କରଥିଲେ।

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

କୋରାପୁଟ/ବନ୍ଧୁଗାଁ,୧୯।୨ (ସ୍ବ.ପ୍ର/ଡ଼ି.ଏନ.ଏ) କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ୱାର୍ଡେନଙ୍କ ବଦଳି ଦାବିରେ ସୋମବାର ବିଦ୍ୟାଳୟର ଶତାଧିକ ଛାତ୍ରୀ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯର୍‌ୟାଳୟରେ ତାଲା ପକାଇଛନ୍ତି । ଏଥିସହ ସେଠାରେ ଧାରଣା ଦେଇଛନ୍ତି। ୱାର୍ଡେନ ଦୀର୍ଘ ଦିନ ହେଲା ଛାତ୍ରୀମାନଙ୍କ ମଧ୍ୟରେ ଜାତିଗତ ବିବିଧତା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।