Dharitri News
ରାୟଗଡା

ତୃତୀୟ ଦିନରେ ଏନ୍‌ଏଚ୍‌ଆରସି ତଦନ୍ତ: ଡାକ୍ତର, ପରିବାର, ଫୋରେନ୍ସିକ ଟିମ୍‌ ବୟାନ ରେକର୍ଡ଼

ତୃତୀୟ ଦିନରେ ଏନ୍‌ଏଚ୍‌ଆରସି ତଦନ୍ତ: ଡାକ୍ତର, ପରିବାର, ଫୋରେନ୍ସିକ ଟିମ୍‌ ବୟାନ ରେକର୍ଡ଼ କୋରାପୁଟ,୭।୨(ସ୍ବ.ପ୍ର./ଡି.ଏନ୍‌.ଏ.)- ବୁଧବାର ତୃତୀୟ ଦିନରେ ଏନଏଚଆରସି ଦଳ ପୀଡ଼ିତାଙ୍କୁ ଗଣ ବଳାତ୍କାର ଓ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି। ଡିଏସପି ରବି ସିଂହଙ୍କ ନେତୃତ୍ୱରେ ଦୁଇ ଜଣିଆ ଦଳ ସହ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ପୀଡିତା ନାବାଳିକା ଚିକିସତ୍ିତ ହୋଇଥିବା ଜୟପୁର ଚିକିସତ୍ାଳୟ, ପୀଡ଼ିତା ନାମ ଲେଖାଇଥିବା କୋଟପାଡ ବ୍ଲକର ଆଶ୍ରମ ସ୍କୁଲ ଏବଂ କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମର ସାଲିମି ଅନୁଷ୍ଠାନ ଯାଇ ତଦନ୍ତ କରିଛି। ଏନଏଚଆରସିର ଅନ୍ୟ ଏକ ଦଳ କୋରାପୁଟ ସର୍କିଟ ହାଉସଠାରେ ରହି କୋରାପୁଟ, କୁନ୍ଦୁଲି, ବ୍ରହ୍ମପୁର, ଜୟପୁର, କଟକର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କ ସମେତ, ଫୋରେନସିକ ଦଳ, କ୍ରାଇମବ୍ରାଞ୍ଚ ଦଳ, ପୂର୍ବତନ ବିଧାୟକ ନିମାଇଁ ସରକାର ଏବଂ ପୀଡିତାଙ୍କ ସମ୍ପର୍କୀୟ ଭାଇ ଓ ପରିବାର ସଦସ୍ୟଙ୍କଠାରୁ ଘଟଣାର ବିଭିନ୍ନ ଦିଗ ନେଇ ବୟାନ ରେକର୍ଡ କରିଥିଲେ । ପୂର୍ବରୁ ସ୍ଥାନୀୟ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ସେମାନଙ୍କୁ ଜେରା କରାଯିବ ବୋଲି ସ୍ଥାନ ସ୍ଥିର ହୋଇଥିଲା। କିନ୍ତୁ ପରେ ସର୍କିଟ ହାଉସଠାରେ ଏହି ତଦନ୍ତ ଜାରି ରହିଥିଲା । ଗୁରୁବାର କୋରାପୁଟରେ ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଏନ୍‌ଏଚ୍‌ଆର୍‌ସି ଟିମ୍‌ ସହ ଜେରା କରିବାର କାର୍ଯ୍ୟକ୍ରମ ରହିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ରାୟଗଡା

୩ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ି ଶିଶୁଙ୍କୁ ଟିକା ଦେଲେ ସୀମାରାଣୀ

୩ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ି ଶିଶୁଙ୍କୁ ଟିକା ଦେଲେ ସୀମାରାଣୀ

ମାଲକାନଗିରି,୨୪।୨(ଡି.ଏନ୍‌.ଏ.)- ନାରୀ ହେଲେ ବି ନିଜର ସାହସ ଏବଂ କର୍ତ୍ତବ୍ୟ କରି ପ୍ରଶଂସାର ପାତ୍ରୀ ହୋଇଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ୨ କିଲୋମିଟର ପାହାଡ଼ିଆ ରାସ୍ତାରେ ସାଥୀରେ ଅଙ୍ଗନୱାଡ଼ି ଏବଂ ଆଶାକର୍ମୀଙ୍କୁ ନେଇ ଶିଶୁମାନଙ୍କୁ ଶତ ପ୍ରତିଶତ ଟିକା ପ୍ରଦାନ କରିଥିବାରୁ ଅଞ୍ଚଳବାସୀ ସମ୍ପୃକ୍ତା ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସାହସ ଏବଂ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ମାଲକାନଗିରି ଜିଲା ସିନ୍ଧ୍ରିମାଳ ପଞ୍ଚାୟତ ବନ୍ଧଗୁଡ଼ା ଏ.ଏନ୍‌.ଏମ. କେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ସୀମାରାଣୀ ବିଶ୍ୱାସ। ଏହି ଏଏନଏମ କେନ୍ଦ୍ର ଅଧୀନରେ ୧୯ଟି ଗ୍ରାମ ଥିବା ବେଳେ ଜାମୁଗୁଡ଼ା ରାଜସ୍ବ ଗ୍ରାମର ଏକ ପଡ଼ାଗ୍ରାମ ହେଉଛି ମେଦିରିଖାଲ।

କୋଟିଆରେ ପହଞ୍ଚତ୍ଲା କୋରାପୁଟ ପ୍ରଶାସନ

କୋଟିଆରେ ପହଞ୍ଚତ୍ଲା କୋରାପୁଟ ପ୍ରଶାସନ

କୋରାପୁଟ/ସେମିଳିଗୁଡ଼ା,୨୪।୨(ସ୍ବ.ପ୍ର.) ବିବାଦୀୟ କୋଟିଆରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଉନ୍ନୟନ କାର୍ଯ୍ୟ କରିବା ପରେ ଶନିବାର କୋରାପୁଟ ଜିଲା ପ୍ରଶାସନ ସେଠାରେ ପହଞ୍ଚତ୍ ଲୋକଙ୍କୁ ବ୍ୟାପକ ସରକାରୀ ସୁବିଧା ପ୍ରଦାନ କରିଛି। ସୀମାନ୍ତ ଗ୍ରାମରେ ଅଭିଯୋଗ ଶୁଣାଣି, ସ୍ବାସ୍ଥ୍ୟ ଶିବିର, କୋଟିଆବାସୀଙ୍କୁ ଭତ୍ତା, ପଡିକାର୍ଡ଼, ଆବାସ କାର୍ଯ୍ୟାଦେଶ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଶପଥ ନେଇଛି ପ୍ରଶାସନ।

ରାଶନ କାର୍ଡ଼ରୁ ବଞ୍ଚତ୍ତ ହୋଇଛନ୍ତି ନାୟକଗୁଡ଼ା ପଞ୍ଚାୟତର ୮୦ ହିତାଧିକାରୀ

ରାଶନ କାର୍ଡ଼ରୁ ବଞ୍ଚତ୍ତ ହୋଇଛନ୍ତି ନାୟକଗୁଡ଼ା ପଞ୍ଚାୟତର ୮୦ ହିତାଧିକାରୀ

ମାଥିଲି,୨୪।୨(ଡି.ଏନ.ଏ): ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଗୋବିନ୍ଦପାଲି ସ୍ପ୍ରେଡ ସଂଗଠନ ତରଫରୁ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଛି। ଏଥିରେ ନାୟକଗୁଡା ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା, ମମତା ଯୋଜନା, ମଧ୍ୟାହ୍ନ ଭୋଜନ, ସମନ୍ବୟ ଶିଶୁ ବିକାଶ ଅଧୀନରେ ଥିବା ଗରମ ରନ୍ଧା ଖାଦ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ବୈପାରୀଗୁଡ଼ା,୨୪।୨(ଡି.ଏନ୍‌.ଏ.): ବୈପାରୀଗୁଡ଼ା ଥାନା ଇଲାକାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବା ପରଠାରୁ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ହ୍ରାସ ପାଇଛି ସତ; କିନ୍ତୁ ଅନ୍ୟ ଅପରାଧ ବଢ଼ିବାରେ ଲାଗିଛି। ପୋଲିସର ନିଷ୍କ୍ରିୟତା ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ପୀଡ଼ିତମାନଙ୍କ ପରିବାରକୁ ପୋଲିସ ଚାପଗ୍ରସ୍ତ କରୁଥିବା ବୁଦ୍ଧିଜୀବୀ ମହଲ ଅଭିଯୋଗ କରୁଛନ୍ତି। ଗତ ବର୍ଷ ସେପେମ୍ବର ୨୯ରେ ବୈପାରୀଗୁଡା ଥାନା ତାଳପଦର ନିକଟସ୍ଥ ନାଳରୁ ମଙ୍ଗଳା ହନ୍ତାଳ (୪୫)ଙ୍କ ମୃତଦେହ ମିଳିଥିଲା ।

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୁଣପୁର,୨୩।୨(ଡି.ଏନ.ଏ)- ଆନ୍ଧ୍ର ପ୍ରଦେଶ ନୌପଡା ଠାର ୨ କିମି ଦୂର ରେଳ ଧାରଣାରୁ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। କଟାମୁଣ୍ଡ ଏବଂ ଶରୀରକୁ ଯୋଡି ହ୍ବାଟସଅପରେ ଛଡାଯିବା ପରେ ଏହାର ପରିଚୟ ମିଳିଥିଲା। ନାବାଳକ ଜଣଙ୍କ ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ଗ୍ରାମର ବଳରାମ ରାଜା ।ସେ ୧୦ମ ଶ୍ରେଣୀ ଛାତ୍ର ।

୩୩୦ ପରୀକ୍ଷାର୍ଥୀ ଅନୁପସ୍ଥିତ: କପି କରି ୩ ଧରାପଡ଼ିଲେ

କୋରାପୁଟ,୨୩।୨(ସ୍ବ.ପ୍ର.) ରାଜ୍ୟରେ ଶୁକ୍ରବାର ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ କୋରାପୁଟ ଜିଲାର ୩୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। କପି କରି ୩ ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କ୍ବାଡ ଦ୍ୱାରା ଧରାପଡିଥିବା ଜଣାଯାଇଛି ।

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଜୟପୁର,୨୩।୨(ଡି.ଏନ୍‌.ଏ.) ଜୟପୁର ସହରରେ ରାଜା ରାଜୁଡା ସମୟରୁ ଏକ ନିଆରା ବିଶ୍ୱାସ ଓ ପରମ୍ପରାର ଝାମିଯାତ୍ରା ପାଳନ ହୋଇଆସୁଛି । ବସନ୍ତ ଋତୁ ଶେଷ ହେବା ପରେ ବସନ୍ତ, ହାଡଫୁଟି, ମିଳିମିଳା, କାଛୁ ଓ କୁଣ୍ଡିଆରୁ ଲୋକଙ୍କୁ ସୁରକ୍ଷା ନେଇ ଏହି ଯାତ୍ରା ବୋଲି ସାଧାରଣରେ ବିଶ୍ୱାସ ରହିଛି । ଶିବରାତ୍ରି ପରେ ଫାଲଗୁନ ମାସର ଗୁରୁବାର ଶୁକ୍ଳପକ୍ଷ ନବମୀ ତିଥି ଅନୁଯାୟୀ ଶୁକ୍ରବାର ଝାମିଦେବୀଙ୍କୁ ସ୍ଥାନୀୟ ବାଙ୍କମଠରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଅପରାହ୍ନରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା ।

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ଜୟପୁର,୨୨।୨(ଡି.ଏନ୍‌.ଏ.) ରାଜରାଜୁଡା ସମୟର ଆମ୍ବାଗୁଡା ପଞ୍ଚାୟତର ମଜରୁମୁଣ୍ଡାକୁ ସଂଯୋଗ କରୁଥିବା ଅଢେଇ କିଲୋମିଟର ରାସ୍ତା ନିଜ ଅସ୍ତିତ୍ୱ ହରାଇଲାଣି। ମରାମତି ଅଭାବରୁ ରାସ୍ତାର ଦୁରାବସ୍ଥା ଯୋଗୁ ୨ଟି ଗ୍ରାମର ପ୍ରାୟ ୨୫୦୦ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଶାସକ ଓ ବିରୋଧୀ ଦଳର ରାଜନୈତିକ ଆକ୍ରୋଶ ଯୋଗୁ ଏଠାରେ ରାସ୍ତା ନିର୍ମାଣରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଖତ ଖାଉଛି ୧୦ କୋଟି ବ୍ୟୟରେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ

ଜୟପୁର,୨୩।୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଜିଲା କୋରାପୁଟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଜୟପୁରରେ ମାତୃ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା ହେଲା। ୧୦ କୋଟି ଟଙ୍କା ବ୍ୟୟରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଚିକିତ୍ସାଳୟ ପ୍ରତିଷ୍ଠା ହେବାର ୨ ବର୍ଷ ବିତିଥିଲେ ମଧ୍ୟ ଲୋକଙ୍କ କାମରେ ଆସୁନାହିଁ ।

ମଦ ନେଲା ବାପାର ଜୀବନ:ସନ୍ଦେହ ଘେରରେ ପୁଅ

ମାଲକାନଗିରି,୨୨।୨(ଡି.ଏନ୍‌.ଏ) ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲାକୋଟା ଗ୍ରାମର ଭୀମା କୁଞ୍ଜାମୀ (୬୦)ଙ୍କୁ ଗତ ରାତିରେ ହତ୍ୟା କରାଯାଇଛି।

ଜିଲାପାଳଙ୍କୁ ସ୍ମାରକପତ୍ର ଦେଲା ଭାଜପା

ବୈପାରୀଗୁଡ଼ା,୨୨।୨(ଡି.ଏନ୍‌.ଏ.) ବୈପାରୀଗୁଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲା ଭାଜପା ଉପସଭାପତି ତଥା ସ୍ଥାନୀୟ ନେତା ଚନ୍ଦ୍ରଶେଖର ରଥଙ୍କ ନେତୃତ୍ବରେ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

କୋରାପୁଟ,୨୨।୨(ସ୍ବ.ପ୍ର.): ନନ୍ଦିଗାଁ ପଞ୍ଚାୟତରେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋରାପୁଟ ସଦର ପୋଲିସ କୋର୍ଟ ଚାଲାଣ କରିଛି।