ରାୟଗଡା

କୋଠା ଠିଆ ହୋଇ ୨ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହେଉନି ଏସ୍‌ଡିପିଓ କାର୍ଯ୍ୟାଳୟ

କୋଠା ଠିଆ ହୋଇ ୨ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହେଉନି ଏସ୍‌ଡିପିଓ କାର୍ଯ୍ୟାଳୟ
ଜୟପୁର,୭।୨(ନି.ପ୍ର.)- ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ଠିଆ ହୋଇଥିବା କୋଠା କାର୍ଯ୍ୟକ୍ଷମ ହେଉନାହିଁ। ୨ ବର୍ଷ ତଳେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାଟି ଏବେ ବ୍ୟବହାର ନ ହୋଇ ଭୁତକୋଠିରେ ପରିଣତ ହେବାକୁ ବସିଛି। ଜିଲା ପୋଲିସ ପ୍ରଶାସନ କିନ୍ତୁ ଏଥିପ୍ରତି ଗୁରୁତ୍ୱ ନଦେବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜୟପୁର ମୁଖ୍ୟରାସ୍ତାରେ ରହିଥିବା ସଦର ପୋଲିସ ଥାନା, ମହିଳା ପୋଲିସ ଥାନା ଏବଂ ଏସଡିପିଓଙ୍କ କାର୍ଯ୍ୟାଳୟକୁ ସହର ବାହାରେ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିଲେ ା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦୃଷ୍ଟିକୁ ନେଇ ତତ୍କାଳୀନ ଜିଲା ପ୍ରଶାସନ ଏହି ୩ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସ୍ଥିର କରିଥିଲା। ଜୟପୁର ନୂତନ ବସଷ୍ଟାଣ୍ଡ ନିକଟରେ ଏଥିପାଇଁ ଜମି ଚିହ୍ନଟ ହୋଇଥିଲା। ପ୍ରଥମେ ସଦର ଥାନା ନିର୍ମିତ ହୋଇ ଜୟପୁର ସହର ମଧ୍ୟରୁ ନୂଆ ବସଷ୍ଟାଣ୍ଡ ନିକଟକୁ ସ୍ଥାନାନ୍ତର ହୋଇଥିବା ବେଳେ ଏହାର ନିକଟରେ ମହିଳା ଥାନା ମଧ୍ୟ ନୂଆ କୋଠାରେ କାର୍ଯ୍ୟକ୍ଷମ ହୋଇସାରିଛି । ସେହିପରି ସଦର ଥାନା ସମ୍ମୁଖରେ ଏସଡିପିଓ କାର୍ଯ୍ୟାଳୟ ନିର୍ମାଣ ନେଇ ଜିଲା ପ୍ରଶାସନ ଜମି ହସ୍ତାନ୍ତର କରିବା ପରେ ରାଜ୍ୟ ସରକାର ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ ଲିମିଡେଟ ଦ୍ୱାରା ଆନୁମାନିକ ୪୦ଲକ୍ଷ ଖର୍ଚ୍ଚକରି ନୂଆ କୋଠା ଠିଆ କରିଛି । ଏହି କୋଠାର ନିର୍ମାଣ କାର୍ଯ୍ୟ ୨ ବର୍ଷ ତଳୁ ସରିଥିବା ବେଳେ ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇଛି । କିନ୍ତୁ ଏସ୍‌ଡିପିଓ କାର୍ଯ୍ୟାଳୟ ଏଠାରେ କାହିଁକି କାର୍ଯ୍ୟକ୍ଷମ ହୋଇନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ୨ ବର୍ଷ ହେବ ନୂତନ କୋଠାଟି ଅବ୍ୟବହୃତ ହୋଇ ପଡି ରହିଥିବାରୁ ଏହାର କବାଟ, ଝରକା ଭାଙ୍ଗିବାକୁ ବସିଲାଣି। ସ୍ବତନ୍ତ୍ର ଭାବେ ଏହି କୋଠାକୁ ସବଷ୍ଟେସନ ଲଗାଯାଇ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ବେଳେ ତାରଗୁଡ଼ିକ ଚୋରି ହେବାକୁ ଲାଗିଲାଣି । ଜିଲା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କଡ଼ ଏବଂ ସଦର ଥାନା ସମ୍ମୁଖରେ ରହିଥିବା ଏହି କୋଠାକୁ ଦେଖିଲେ ଯେ କେହି ଜିଲା ପୋଲିସର ଦୂରଦୃଷ୍ଟି ପ୍ରତି ଅଙ୍ଗୁଳି ଉଠାଇବ । ଜୟପୁର ସଦର ବ୍ଲକ, କୁନ୍ଦୁରା ବ୍ଲକ ଏବଂ ବୈପାରୀଗୁଡା ଅଧୀନରେ ରହିଥିବା ସମସ୍ତ ପୋଲିସ ଥାନାକୁ ନେଇ ଜୟପୁର ପୋଲିସ ଉପଖଣ୍ଡ ଗଠିତ ହୋଇଥିବା ବେଳେ ଗମନାଗମନ ଦୃଷ୍ଟିରୁ ନୂତନ କୋଠାଟି ସମସ୍ତଙ୍କୁ ସୁହାଇବ। କିନ୍ତୁ କେତେକ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ନିଜ ସୁବିଧା ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଏହି କୋଠାକୁ ଖତ ଖୁଆଇବା ନେଇ ଯୋଜନା କରିଥିବା ଜଣାଯାଇଛି । ଏ ସମ୍ପର୍କରେ ଜୟପୁର ଏସ୍‌ଡିପିଓ ଟି.ଜେ. ରେଡ୍ଡୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ପାଚେରି ନାହିଁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇ ନାହିଁ।
All Right Reserved By

ରାୟଗଡା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଅବ୍ୟବସ୍ଥାରେ ଝୋଡ଼ିଆପଡା ବିଦ୍ୟାଳୟ

ଟିକିରି, ୨୧।୧ (ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ  ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ସଠିକ୍‌ ଉପଯୋଗ ହୋଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକରେ । 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ଏସାର ପାଇପ ଲାଇନ୍‌ କାଟିଲେ ମାଓବାଦୀ

ମାଲକାନଗିରି ତା. ୨୧।୧:  କିଛିଦିନର ନିରବତା ପରେ ପୁଣି ମାଲକାନଗିରି ଜିଲାରେ ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚୟତର ଦିଗାଜାନବାଈ ଦେଇ ଯାଇଥିବା ଏସାର ପାଇପ ଲାଇନକୁ ଗତ ଶନିବାର ବିଳମ୍ବିତ ମାଓବାଦୀମାନେ ରାତ୍ରିରେ କାଟି ଦେଇଛନ୍ତି।

ପୋଲିଓ ରୋକିପାରିନି ପାଠର ଝୁଙ୍କ

ପୋଲିଓ ରୋକିପାରିନି ପାଠର ଝୁଙ୍କ

ଦଶମନ୍ତପୁର,୨୧।୧ (ଡି.ଏନ୍‌.ଏ)- ଶରୀରରେ ଦିବ୍ୟାଙ୍ଗ, କିନ୍ତୁ ମନରେ ଶିକ୍ଷାର ମାଇଲଖୁଣ୍ଟ ଚଢ଼ିବାକୁ ଆଶା ରଖିଛନ୍ତି ଏଲିଜାବେଥ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ସଦର ପଞ୍ଚାୟତସ୍ଥିତ ମାଛପୁଟ ଗ୍ରାମର ମୋହନପାତ୍ର ଖୋସ୍ଲାଙ୍କ ବଡ଼ଝିଅ ଦିବ୍ୟାଙ୍ଗ ଏଜିଲାବେଥ ଖୋସ୍ଲା। ଜନ୍ମରୁ ପୋଲିଓରେ ତାଙ୍କର ଗୋଟିଏ ଗୋଡ଼ ସରୁ ହେବା ସହିତ ଟିକେ ଛୋଟ ହେତୁ ସେ ଚାଲିପାରୁ ନାହାନ୍ତି। ମା’ ବାପାଙ୍କ ସହଯୋଗରେ ଏଲିଜାବେଥ ଏବେ ଯୁକ୍ତଦୁଇ କଳାରେ ପଢୁଛନ୍ତି। 

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ‘ରାଞ୍ଚତ୍-ବିଜୟାୱାଡ଼ା’ ରାସ୍ତା

ବୈପାରୀଗୁଡ଼ା,୨୧।୧(ଡି.ଏନ୍‌.ଏ.)ରାଞ୍ଚତ୍-ବିଜୟାୱାଡ଼ା ରାସ୍ତା ଏବେ ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ପାଲଟିଛି। ବିଶେଷ କରି ବୈପାରୀଗୁଡ଼ା ଦେଇ ଯାଇଥିବା ଜୟପୁର-ମାଲକାନଗିରି ରାସ୍ତାରେ ରାତ୍ରିକାଳୀନ ଦ୍ରୁତଗାମୀ ବସ୍‌ ଓ ଅନ୍ୟ ଭାରୀଯାନର ଚକାତଳେ ଚାପିହୋଇ ପ୍ରତିଦିନ ବନ୍ୟଜନ୍ତୁ ଟଳିପଡୁଛନ୍ତି। ସେମାନଙ୍କ ସଂଖ୍ୟା ଧୀରେଧୀରେ କମିବା ଏବେ ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି।

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଜିଲା କ୍ରୀଡା ଅଧିକାରୀ ଗିରଫ

ମାଲକାନଗିରି,୨୦ା୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବାଡୋଇ ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ପୋଲିସ କୋର୍ଟଚାଲାଣ କରିଛି। ଖବରରୁ ଜଣାପଡିଛି  କ୍ରୀଡା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କୁ  କ୍ରୀଡା ଅଧିକାରୀ ବାଡୋଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଛାତ୍ରୀ ଜଣକ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଆଇଆଇସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଘଟଣାର ତଦନ୍ତ କରିବା ପରେ ବାଡୋଇଙ୍କୁ ଗିରଫ କରିଥିଲେ।  

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ଜୟପୁର-ମାଲକାନଗିରି ରେଳ ଲାଇନ ସର୍ଭେ ଆରମ୍ଭ

ମାଲକାନଗିରି,୨୦।୧ (ଡି.ଏନ୍‌.ଏ.) : ମାଲକାନଗିରି ଜିଲାବାସୀ ଦୀର୍ଘ ବର୍ଷ ହେଲା ଜିଲାକୁ ରେଳ ଲାଇନ ପାଇଁ ଦାବି କରି ଆସୁଥିଲେ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ମାଲକାନଗିରି ଜିଲାରେ ରେଳ ଲାଇନ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ। ତେବେ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା । ଶେଷରେ ୨୦୧୬ରେ ମାଲକାନଗିରି ରେଳଲାଇନ ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଥିଲା। ୨୦୧୮ରେ ସରକାର ୨୬୭୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଜମି ଯୋଗାଇଦେବା ସହ ଏହି ରେଳ ଲାଇନ ପାଇଁ ୪୦ ପ୍ରତିଶତ ଅର୍ଥ ଯୋଗାଇ ଦେବେ ବୋଲି ପୂର୍ବରୁ କେନ୍ଦ୍ରକୁ ଜଣାଇଥିଲେ। ତେବେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ସର୍ଭେ କାର୍ଯ୍ୟ ତରାନ୍ବିତ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ।  ଏହାର ଫଳ ସ୍ବରୂପ  ୧୨୮.୫ କିଲୋମିଟର  ରେଳଲାଇନ ପାଇଁ ଜୟପୁରରୁ ବୈପାରିଗୁଡା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ନିକଟରେ ଶେଷ ହୋଇଛି ବୋଲି  ରେଳ ମନ୍ତ୍ରଣାଳୟର ଡେପୁଟି ଚିଫ୍‌ ଇଞ୍ଜିନିୟର ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

  ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଦିଦି ଯାଇଛନ୍ତି ପରିବା କିଣି, ପିଲାଙ୍କୁ ଜଗିଛନ୍ତି ଦିଦିଙ୍କ ସ୍ବାମୀ

ଟିକିରି, ୨୦।୧ (ଡି.ଏନ୍‌.ଏ.)ସ୍କୁଲ ସମୟରେ ଜଣେ ଶିକ୍ଷୟିତ୍ରୀ ପରିବା କିଣିବାକୁ ଯାଇଥିବା ବେଳେ ତାଙ୍କ ସ୍ବାମୀ ପିଲାଙ୍କୁ ଜଗିଥିଲେ । ଶନିବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶିପୁର ବ୍ଲକ  ଶଙ୍କରଡା ପଞ୍ଚାୟତର ବାହାର କୁଝମି ପ୍ରାଥମିକ ବିଦ୍ୟାଳୟରେ।    ପଞ୍ଚାୟତ ସଦରଠାରୁ ମାତ୍ର ଦୁଇ କି.ମି. ଦୂରରେ ଥିବା ଏହି ବିଦ୍ୟାଳୟରେ ଶନିବାର ପାଠପଢ଼ା  ସମୟରେ ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକ ଅନୁପସ୍ଥିତ ଥିଲେ। 

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା  ଘରେ  ପାଠପଢା

ଶ୍ରେଣୀଗୃହ ଅଭାବ:ଖରାରେ ଗଛତଳେ, ବର୍ଷାରେ ଟିଣ ଆଉଜା ଘରେ ପାଠପଢା

 ନବରଙ୍ଗପୁର,୨୦।୧(ବି.ପ୍ର.)-ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି। 

ଆବାସ ଯୋଜନାକୁ ଚାର୍ହିଁ ବସିଛନ୍ତି ଅସହାୟ ପରିବାର

ଆବାସ ଯୋଜନାକୁ ଚାର୍ହିଁ ବସିଛନ୍ତି ଅସହାୟ ପରିବାର

ପାପଡାହାଣ୍ଡି,୨୦।୧(ଡି.ଏନ.ଏ)-ରହିବାକୁ ଭଲ  ଘରଟିଏ ନାହିଁ ।  ଯେଉଁ ଘରେ ରହୁଛନ୍ତି ତାହାକୁ ମରାମତି କରିବାକୁ ଅର୍ଥ ମଧ୍ୟ ନାହିଁ। ଭଙ୍ଗା  ଦଦରା ଘରେ ବିତୁଛି ୪ ପ୍ରାଣୀଙ୍କର ଜୀବନ । ଆବାସ ଯୋଜନାରେ  ଘର ଖଣ୍ଡେ ପାଇଁ   ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କେହିଁ ଶୁଣୁ ନାହାନ୍ତି।  ଏ ହେଉଛି ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କାଡୁଗୁଡା ଗ୍ରାମର ଅସହାୟ ମଙ୍ଗଦେଇ ଯାନୀଙ୍କ ପରିବାରର ଅବସ୍ଥା । 

ବାଲିମେଳା ନବୋଦୟ ବିଦ୍ୟାଳୟ ସ୍ଥାନାନ୍ତର ନେଇ  ଲାଗିରହିଛି ଅନିଶ୍ଚିତତା

ବାଲିମେଳା ନବୋଦୟ ବିଦ୍ୟାଳୟ ସ୍ଥାନାନ୍ତର ନେଇ ଲାଗିରହିଛି ଅନିଶ୍ଚିତତା

ବାଲିମେଳା,୨୦।୧(ଡି.ଏନ.ଏ.)-ମାଲକାନଗିରି ଜିଲା ବାଲିମେଳାଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୧୦ରୁ ମାଲକାନଗିରି ଜିଲାରେ ନବୋଦୟ ବିଦ୍ୟାଳୟ ଖୋଲାଯାଇଥିଲା। ୪୦ଜଣ ଛାତ୍ରୀଛାତ୍ରଙ୍କୁ ଆଡମିଶନ କରାଯାଇ ମାଲକାନଗିରି ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ସଂଲଗ୍ନ ଏକ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯାଉଥିଲା। ପରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଡ୍ରଗଲାଇନ ନିକଟରେ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରାଯାଇ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଶେଷର ଧାର୍ଯ୍ୟ ଅବଧି ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ଫଳରେ ବିଦ୍ୟାଳୟ ମାଲକାନଗିରିରୁ ବାଲିମେଳାକୁ ସ୍ଥାନାନ୍ତର ହୋଇପାରୁନାହିଁ ।