Dharitri News
ଫୁରସତ |

ଡେଟିଂ ଆପ୍‌ ବାଛିପାରିବ ନାହିଁ ସୋଲ୍‌ ମେଟ୍‌

ଡେଟିଂ ଆପ୍‌ ବାଛିପାରିବ ନାହିଁ ସୋଲ୍‌ ମେଟ୍‌ ନ୍ୟୁୟର୍କ:ବର୍ତ୍ତମାନର ବ୍ୟସ୍ତବହୁଳ ମଣିଷ ପାଇଁ ଜୀବନସାଥୀଟିଏ ଖୋଜିବାକୁ ମଧ୍ୟ ସମୟ ନାହିଁ। ଏହାର ସୁଯୋଗ ନେଇ ବିଭିନ୍ନ ମାଟ୍ରିମନି ସାଇଟ୍‌ ଏବଂ ଡେଟିଂ ଆପ୍‌ ତଥା ଓ୍ବେବ୍‌ସାଇଟ୍‌ଗୁଡ଼ିକ ମନର ମଣିଷକୁ ଭେଟ କରିବାକୁ ଯାଇ ମୋଟା ଅର୍ଥ ଉପାର୍ଜନ କରୁଛନ୍ତି। ଯୁବକ ଯୁବତୀଙ୍କୁ ସେମାନଙ୍କ ଯୁଗ ଯୁଗର ସାଥୀ ବା ସୋଲ୍‌ ମେଟ୍‌ଙ୍କୁ ଭେଟ କରିବା ଲାଗି ସେମାନେ ଦାବି କରିଥାନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ବାସ୍ତବରେ କ’ଣ ଏଭଳି ଓ୍ବେବ୍‌ସାଇଟ୍‌ ଜରିଆରେ ଜଣେ ନିଜର ଜନ୍ମ ଜନ୍ମାନ୍ତରର ସାଥୀକୁ ପାଇଯାଇଥାଏ। ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ଗବେଷକମାନେ। ଆମେରିକାର ୟୁନିଭର୍ସିଟି ଅଫ୍‌ ଉତାହର ଗବେଷକ ପ୍ରାଧ୍ୟାପକ ସମନ୍ଥା ଜୋଏଲ କହିଛନ୍ତି ଯେ, ଡେଟିଂ ଓ୍ବେବ୍‌ସାଇଟ୍‌ଗୁଡ଼ିକ ଲୋକଙ୍କ କମ୍ପ୍ୟୁଟର୍‌ ତଥ୍ୟକୁ ତର୍ଜମା କରି ସେମାନଙ୍କ ସୋଲ୍‌ମେଟ୍‌କୁ ଭେଟାଉଥିବା ଦାବି କରିଥାନ୍ତି। କିନ୍ତୁ ଓ୍ବେବ୍‌ସାଇଟ୍‌ଗୁଡ଼ିକର ଏଭଳି ଦାବି ପ୍ରକୃତରେ କାମ କରି ନ ଥାଏ। କମ୍ପ୍ୟୁଟର ତଥ୍ୟ ନିରୀକ୍ଷଣ କରୁଥିବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) କେବଳ ଲକ୍ଷ ଲକ୍ଷ ପ୍ରୋଫାଇଲ୍‌ ମଧ୍ୟ କେଉଁଠି ସର୍ବୋତ୍ତମ ତାହା କହିପାରିବ। ଦୁଇଜଣଙ୍କ ପସନ୍ଦ ନାପନ୍ଦ, ପରସ୍ପର ପ୍ରତି ସେମାନେ କେତେ ମାତ୍ରାରେ ଆକୃଷ୍ଟ ଏବଂ ପ୍ରଭାବିତ ତାହା ଜଣାଇ ଦେଇପାରିବ। ନିଃସନ୍ଦେହରେ କୁହାଯାଇପାରେ ଏହି ତଥ୍ୟ ଏକ୍‌ଦମ ନିର୍ଭୁଲ। କିନ୍ତୁ ଜନ୍ମ ଜନ୍ମାନ୍ତରର ସାଥୀ କଥା କେହି କହିପାରିବେ ନାହିଁ ବୋଲି ସମନ୍ଥା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଅଲ୍‌ନାଇଲନ୍‌ ଡେଟିଂ ସାଇଟ୍‌ରେ ଦୁଇଜଣ ବ୍ୟକ୍ତିଙ୍କୁ ଏକ ରୋମାଣ୍ଟିକ୍‌ ଦୃଷ୍ଟିକୋଣରୁ ଭେଟ କରାଯାଇଥାଏ। ପରସ୍ପରର ରୋମାଣ୍ଟିକ୍‌ ପାର୍ଶ୍ୱକୁ ବାହାର କରି ସେହି ଆଧାରରେ ସେବା ପ୍ରଦାନ କରାଯାଇଥାଏ। କିନ୍ତୁ ଉଭୟଙ୍କ ସିଧାସଳଖ ଭେଟିବାର ସୁଯୋଗ ଦିଆଯାଇ ନ ଥାଏ। ତେବେ ସୋଲ୍‌ମେଟ୍‌ ପ୍ରସଙ୍ଗକୁ ପରୀକ୍ଷା କରିବା ଲାଗି ଗବେଷକମାନେ ଉକ୍ତ ଓ୍ବେବ୍‌ସାଇଟ୍‌ଗୁଡ଼ିକରେ ମହଜୁଦ ବିଭିନ୍ନ ଡାଟା ମଧ୍ୟରୁ ଦୁଇଜଣ ସ୍ପିଡ୍‌ ଡେଟର୍‌ଙ୍କୁ ଶତାଧିକ ପ୍ରଶ୍ନ ଉତ୍ତରରେ ସାମିଲ କରିଥିଲେ। ପରେ ସେମାନଙ୍କୁ ୪ ମିନିଟ୍‌ର ସିରିଜ୍‌ ଡେଟ୍‌ରେ ଭେଟ କରାଯାଇଥିଲା। ଏହାପରେ ସେମାନଙ୍କ ଭାବ ବିନିମୟ, ସଙ୍କେତ ସ୍ତରକୁ ରେଟିଂ କରିବା ଲାଗି କୁହାଯାଇଥିଲା। ଏହି ତଥ୍ୟକୁ ଗବେଷକମାନେ ମେଶିନ୍‌ ଅଧ୍ୟୟନ କରିପାରୁଥିବା ଆଲ୍‌ଗୋରିଦିମ୍‌ ମାଧ୍ୟମରେ ପରୀକ୍ଷା କରିଥିଲେ। ପ୍ରଶ୍ନୋତ୍ତର ମାଧ୍ୟମରେ ଦୁଇ ପ୍ରତିଯୋଗୀ ପରସ୍ପରର ସ୍ବତନ୍ତ୍ର ରୋମାଣ୍ଟିକ୍‌ ଇଚ୍ଛା ଭେଟ ହେବା ପୂର୍ବରୁ ଜାଣିପାରୁଛନ୍ତି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, କମ୍ପ୍ୟୁଟର୍‌ ତଥ୍ୟକୁ ଆଧାର କରି ଦୁଇଜଣ ବ୍ୟକ୍ତି ପରସ୍ପର ପସନ୍ଦ, ନାପସନ୍ଦ, ଇଚ୍ଛା ତାଙ୍କ ବିଷୟରେ ସବୁକିଛି ପୂର୍ବରୁ ଜାଣିପାରି ଥାଆନ୍ତି। ଏହାସତ୍ତ୍ୱେ ସେମାନେ ଯେ ସୋଲ୍‌ମେଟ୍‌ ହୋଇ ସାରାଜୀବନ ପରସ୍ପର ସହ ରହିବା ସମ୍ଭବ ନୁହେଁ ବୋଲି ଜଣାପଡ଼ିଛି।

ଫୁରସତ |

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।