Dharitri News
ରାୟଗଡା

ବେଆଇନ କୋଠା ଭାଙ୍ଗିଲା ପ୍ରଶାସନ

ବେଆଇନ କୋଠା ଭାଙ୍ଗିଲା ପ୍ରଶାସନ ପାରଳାଖେମୁଣ୍ଡି, ୭। ୨(ସ୍ବ.ପ୍ର.)-ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ କେତେକ ବ୍ୟକ୍ତି ସରକାରୀ ଜାଗା ଅକ୍ତିଆର କରି ବେଆଇନ ଭାବେ କୋଠା ନିର୍ମାଣ କରି ବ୍ୟବସାୟ ଚଳାଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଗଢିଉଠିଥିବା ଏକ ଔଷଧ ଦୋକାନକୁ କୋର୍ଟ ନିର୍ଦ୍ଦେଶ କ୍ରମେ ବୁଧବାର ପ୍ରଶାସନ ପକ୍ଷରୁ ଭାଙ୍ଗିଦିଆଯିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କିଛିବର୍ଷ ତଳେ ସହରର ଜଣେ ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ସରକାରୀ ଜାଗା ମାଡ଼ିବସି ବେଆଇନ ଭାବେ କୋଠାଘର ତିଆରି କରିଥିଲେ। ସେଠାରେ ସେ ଲକ୍ଷ୍ମୀ ମେଡିକାଲ ଷ୍ଟୋର ନାମରେ ଔଷଧ ଦୋକାନ ଖୋଲି ବ୍ୟବସାୟ କରିଆସୁଥିଲେ। ଏହାକୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ବିରୋଧ କରି ଉକ୍ତ କୋଠାକୁ ହଟାଇବା ଲାଗି କହିଥିଲେ। ମାତ୍ର ବ୍ୟବସାୟୀଜଣକ ନଶୁଣିବାରୁ ଚିକିତ୍ସାଳୟ କର୍ତ୍ତୃପକ୍ଷ ପଦକ୍ଷେପ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋଠା ଭାଙ୍ଗିବା ପାଇଁ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ୧୫ଦିନ ତଳେ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ସେହି ଅନୁସାରେ ବୁଧବାର ସକାଳ ୯ଟାରେ ଉକ୍ତ କୋଠାକୁ ମେଶିନ ଲଗାଇ ଭଙ୍ଗାଯାଇଛି ା ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କେଦାରନାଥ ଭୋଇ ଓ ମନୋରଞ୍ଜନ ସାହୁଙ୍କ ସମେତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସ, ଏସଡିପିଓ ଠାକୁର ପ୍ରସାଦ ପାତ୍ର ଓ ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ସହରର ରାସ୍ତା ପ୍ରଶସ୍ତୀକରଣ ହେବାକୁ ଥିବାବେଳେ ଏହି ଭଙ୍ଗା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ରାୟଗଡା

ଆନ୍ଧ୍ରକୁ ଅଧିକ ଜଳ ଛଡାଯିବା ପ୍ରସଙ୍ଗ: ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ

ମାଲକାନଗିରି,୨୫।୨(ଡି.ଏନ୍‌.ଏ) ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଡ୍ୟାମର ଜଳଭଣ୍ଡାରର ୨ଟି ଗେଟ ଖୋଲିଦେବା ଯୋଗୁ ଆନ୍ଧ୍ର ପ୍ରଦେଶକୁ ପ୍ରତି ସେକେଣ୍ଡରେ ୭୫୦୦ କ୍ୟୁସେକ ଜଳ ଚାଲି ଯାଉଥିବା ଅଭିଯୋଗ ହୋଇଛି । ଆନ୍ଧ୍ର ପ୍ରଦେଶର ଅପରସିଲେରୁ ବିଦ୍ୟୁତ ପ୍ରକଳ୍ପ ପାଇଁ ଅଧିକ ଜଳ ଆବଶ୍ୟକ ଥିବାରୁ ସେମାନଙ୍କ ଅନୁରୋଧକ୍ରମେ ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ନିର୍ବାହୀଯନ୍ତ୍ରୀ ଏ.ପି. ଟନେଲର ୨ଟି ଗେଟ୍‌ ୭ ମିଟର ଲେଖାଏ ଖୋଲି ଦେଇଥିଲେ। ଏହି ଗେଟଟି ଦୀର୍ଘ ୪୫ ବର୍ଷ ଧରି ଖୋଲାଯାଇ ନ ଥିବାରୁ ତାହା ଖୋଲିବା ପରେ ଆଉ ବନ୍ଦ ହୋଇ ନ ଥିଲା। ଫଳରେ ଜଳଭଣ୍ଡାରରୁ ଅଧିକ ଜଳ ଆନ୍ଧ୍ରପ୍ରଦେଶକୁ ଚାଲିଯାଉଛି ବୋଲି କଂଗ୍ରେସର ନେତା ଶରତ ବୁରୁଦା ଅଭିଯୋଗ କରିଛନ୍ତିି।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୨୭ରୁ ଓକିଲ ସଂଘର ଦୁଇଦିନିଆ ଅନଶନ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୨୭ରୁ ଓକିଲ ସଂଘର ଦୁଇଦିନିଆ ଅନଶନ

ଜୟପୁର,୨୫।୨(ନି.ପ୍ର.): ଜୟପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ କରିଆସୁଥିବା ଜିଲା ଓକିଲ ସଂଘ ପୁଣିଥରେ ଅନଶନ ଧମକ ଦେଇଛି । କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ୨୭ ଓ ୨୮ ତାରିଖ ଜୟପୁର ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନସନ କରାଯିବାକୁ ସଂଘ ନିଷ୍ପତ୍ତି ନେଇଛି ।

୧୯ କିନ୍ନରଙ୍କୁ ମିଳିଲା ଘରବାଡ଼ି ଜମିପଟ୍ଟା

ଜୟପୁର,୨୫।୨(ଡି.ଏନ୍‌.ଏ.): ଜୟପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ କିନ୍ନରମାନଙ୍କୁ ଥଇଥାନ ଯୋଜନା ଅନୁଯାୟୀ ପ୍ରଶାସନ ପକ୍ଷରୁ ଶନିବାର ୧୯ ଜଣ କିନ୍ନରଙ୍କୁ ଘରବାରି ଜମିପଟ୍ଟା ପ୍ରଦାନ କରାଯାଇଛି ।

ଦୁର୍ଘଟଣାରେ ଗୁରୁତର ଜଳନ୍ଧରଙ୍କୁ ନୂଆ ଜୀବନ ଦେଲେ ପୋଲିସ ବାବୁ

ଦୁର୍ଘଟଣାରେ ଗୁରୁତର ଜଳନ୍ଧରଙ୍କୁ ନୂଆ ଜୀବନ ଦେଲେ ପୋଲିସ ବାବୁ

ମାଥିଲି,୨୫।୨(ଡି.ଏନ୍‌.ଏ.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦୁର୍ଘଟଣାରେ ଗୁରୁତର ଥିବା ଜଣେ ଯୁବକଙ୍କ ପାଇଁ ଦେବଦୂତ ସାଜି ତାଙ୍କ ଜୀବନ ବଞ୍ଚାଇଛନ୍ତି ପୋଲିସ ବାବୁ। ମାଲକାନଗିରି ଜିଲା ମାଥିଲି ଥାନା ଅଧୀନରେ ଏଭଳି ମାନବିକତାର ଦୃଷ୍ଟାନ୍ତଟିଏ ଶନିବାର ଦେଖିବାକୁ ମିଳିଛି।

୩ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ି ଶିଶୁଙ୍କୁ ଟିକା ଦେଲେ ସୀମାରାଣୀ

୩ ହଜାର ଫୁଟ ଉଚ୍ଚ ପାହାଡ଼ ଚଢ଼ି ଶିଶୁଙ୍କୁ ଟିକା ଦେଲେ ସୀମାରାଣୀ

ମାଲକାନଗିରି,୨୪।୨(ଡି.ଏନ୍‌.ଏ.)- ନାରୀ ହେଲେ ବି ନିଜର ସାହସ ଏବଂ କର୍ତ୍ତବ୍ୟ କରି ପ୍ରଶଂସାର ପାତ୍ରୀ ହୋଇଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ୨ କିଲୋମିଟର ପାହାଡ଼ିଆ ରାସ୍ତାରେ ସାଥୀରେ ଅଙ୍ଗନୱାଡ଼ି ଏବଂ ଆଶାକର୍ମୀଙ୍କୁ ନେଇ ଶିଶୁମାନଙ୍କୁ ଶତ ପ୍ରତିଶତ ଟିକା ପ୍ରଦାନ କରିଥିବାରୁ ଅଞ୍ଚଳବାସୀ ସମ୍ପୃକ୍ତା ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସାହସ ଏବଂ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ ହେଉଛନ୍ତି ମାଲକାନଗିରି ଜିଲା ସିନ୍ଧ୍ରିମାଳ ପଞ୍ଚାୟତ ବନ୍ଧଗୁଡ଼ା ଏ.ଏନ୍‌.ଏମ. କେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ସୀମାରାଣୀ ବିଶ୍ୱାସ। ଏହି ଏଏନଏମ କେନ୍ଦ୍ର ଅଧୀନରେ ୧୯ଟି ଗ୍ରାମ ଥିବା ବେଳେ ଜାମୁଗୁଡ଼ା ରାଜସ୍ବ ଗ୍ରାମର ଏକ ପଡ଼ାଗ୍ରାମ ହେଉଛି ମେଦିରିଖାଲ।

କୋଟିଆରେ ପହଞ୍ଚତ୍ଲା କୋରାପୁଟ ପ୍ରଶାସନ

କୋଟିଆରେ ପହଞ୍ଚତ୍ଲା କୋରାପୁଟ ପ୍ରଶାସନ

କୋରାପୁଟ/ସେମିଳିଗୁଡ଼ା,୨୪।୨(ସ୍ବ.ପ୍ର.) ବିବାଦୀୟ କୋଟିଆରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଉନ୍ନୟନ କାର୍ଯ୍ୟ କରିବା ପରେ ଶନିବାର କୋରାପୁଟ ଜିଲା ପ୍ରଶାସନ ସେଠାରେ ପହଞ୍ଚତ୍ ଲୋକଙ୍କୁ ବ୍ୟାପକ ସରକାରୀ ସୁବିଧା ପ୍ରଦାନ କରିଛି। ସୀମାନ୍ତ ଗ୍ରାମରେ ଅଭିଯୋଗ ଶୁଣାଣି, ସ୍ବାସ୍ଥ୍ୟ ଶିବିର, କୋଟିଆବାସୀଙ୍କୁ ଭତ୍ତା, ପଡିକାର୍ଡ଼, ଆବାସ କାର୍ଯ୍ୟାଦେଶ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରିବା ସହ ସେମାନଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଶପଥ ନେଇଛି ପ୍ରଶାସନ।

ରାଶନ କାର୍ଡ଼ରୁ ବଞ୍ଚତ୍ତ ହୋଇଛନ୍ତି ନାୟକଗୁଡ଼ା ପଞ୍ଚାୟତର ୮୦ ହିତାଧିକାରୀ

ରାଶନ କାର୍ଡ଼ରୁ ବଞ୍ଚତ୍ତ ହୋଇଛନ୍ତି ନାୟକଗୁଡ଼ା ପଞ୍ଚାୟତର ୮୦ ହିତାଧିକାରୀ

ମାଥିଲି,୨୪।୨(ଡି.ଏନ.ଏ): ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଗୋବିନ୍ଦପାଲି ସ୍ପ୍ରେଡ ସଂଗଠନ ତରଫରୁ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଛି। ଏଥିରେ ନାୟକଗୁଡା ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା, ମମତା ଯୋଜନା, ମଧ୍ୟାହ୍ନ ଭୋଜନ, ସମନ୍ବୟ ଶିଶୁ ବିକାଶ ଅଧୀନରେ ଥିବା ଗରମ ରନ୍ଧା ଖାଦ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ଫାଇଲ ତଳେ ୩ ହତ୍ୟା ଘଟଣା: ହାତ ବାନ୍ଧି ବସିଛି ପୋଲିସ

ବୈପାରୀଗୁଡ଼ା,୨୪।୨(ଡି.ଏନ୍‌.ଏ.): ବୈପାରୀଗୁଡ଼ା ଥାନା ଇଲାକାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହେବା ପରଠାରୁ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ହ୍ରାସ ପାଇଛି ସତ; କିନ୍ତୁ ଅନ୍ୟ ଅପରାଧ ବଢ଼ିବାରେ ଲାଗିଛି। ପୋଲିସର ନିଷ୍କ୍ରିୟତା ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ ପୀଡ଼ିତମାନଙ୍କ ପରିବାରକୁ ପୋଲିସ ଚାପଗ୍ରସ୍ତ କରୁଥିବା ବୁଦ୍ଧିଜୀବୀ ମହଲ ଅଭିଯୋଗ କରୁଛନ୍ତି। ଗତ ବର୍ଷ ସେପେମ୍ବର ୨୯ରେ ବୈପାରୀଗୁଡା ଥାନା ତାଳପଦର ନିକଟସ୍ଥ ନାଳରୁ ମଙ୍ଗଳା ହନ୍ତାଳ (୪୫)ଙ୍କ ମୃତଦେହ ମିଳିଥିଲା ।

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗୁଣପୁର,୨୩।୨(ଡି.ଏନ.ଏ)- ଆନ୍ଧ୍ର ପ୍ରଦେଶ ନୌପଡା ଠାର ୨ କିମି ଦୂର ରେଳ ଧାରଣାରୁ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। କଟାମୁଣ୍ଡ ଏବଂ ଶରୀରକୁ ଯୋଡି ହ୍ବାଟସଅପରେ ଛଡାଯିବା ପରେ ଏହାର ପରିଚୟ ମିଳିଥିଲା। ନାବାଳକ ଜଣଙ୍କ ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ଗ୍ରାମର ବଳରାମ ରାଜା ।ସେ ୧୦ମ ଶ୍ରେଣୀ ଛାତ୍ର ।

୩୩୦ ପରୀକ୍ଷାର୍ଥୀ ଅନୁପସ୍ଥିତ: କପି କରି ୩ ଧରାପଡ଼ିଲେ

କୋରାପୁଟ,୨୩।୨(ସ୍ବ.ପ୍ର.) ରାଜ୍ୟରେ ଶୁକ୍ରବାର ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିବସରେ କୋରାପୁଟ ଜିଲାର ୩୩୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। କପି କରି ୩ ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କ୍ବାଡ ଦ୍ୱାରା ଧରାପଡିଥିବା ଜଣାଯାଇଛି ।

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଝାମିଯାତ୍ରା: ଆଶୀର୍ବାଦରେ ମିଳେ ହଳଦୀ, ନିମ୍ବପତ୍ର

ଜୟପୁର,୨୩।୨(ଡି.ଏନ୍‌.ଏ.) ଜୟପୁର ସହରରେ ରାଜା ରାଜୁଡା ସମୟରୁ ଏକ ନିଆରା ବିଶ୍ୱାସ ଓ ପରମ୍ପରାର ଝାମିଯାତ୍ରା ପାଳନ ହୋଇଆସୁଛି । ବସନ୍ତ ଋତୁ ଶେଷ ହେବା ପରେ ବସନ୍ତ, ହାଡଫୁଟି, ମିଳିମିଳା, କାଛୁ ଓ କୁଣ୍ଡିଆରୁ ଲୋକଙ୍କୁ ସୁରକ୍ଷା ନେଇ ଏହି ଯାତ୍ରା ବୋଲି ସାଧାରଣରେ ବିଶ୍ୱାସ ରହିଛି । ଶିବରାତ୍ରି ପରେ ଫାଲଗୁନ ମାସର ଗୁରୁବାର ଶୁକ୍ଳପକ୍ଷ ନବମୀ ତିଥି ଅନୁଯାୟୀ ଶୁକ୍ରବାର ଝାମିଦେବୀଙ୍କୁ ସ୍ଥାନୀୟ ବାଙ୍କମଠରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଅପରାହ୍ନରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା ।

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ରାଜନୈତିକ ଆକ୍ରୋଶରେ ବଳି ପଡୁଛି ରାଜାରାଜୁଡ଼ା ଅମଳର ରାସ୍ତା

ଜୟପୁର,୨୨।୨(ଡି.ଏନ୍‌.ଏ.) ରାଜରାଜୁଡା ସମୟର ଆମ୍ବାଗୁଡା ପଞ୍ଚାୟତର ମଜରୁମୁଣ୍ଡାକୁ ସଂଯୋଗ କରୁଥିବା ଅଢେଇ କିଲୋମିଟର ରାସ୍ତା ନିଜ ଅସ୍ତିତ୍ୱ ହରାଇଲାଣି। ମରାମତି ଅଭାବରୁ ରାସ୍ତାର ଦୁରାବସ୍ଥା ଯୋଗୁ ୨ଟି ଗ୍ରାମର ପ୍ରାୟ ୨୫୦୦ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଶାସକ ଓ ବିରୋଧୀ ଦଳର ରାଜନୈତିକ ଆକ୍ରୋଶ ଯୋଗୁ ଏଠାରେ ରାସ୍ତା ନିର୍ମାଣରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।