ରାୟଗଡା

ଚାଇଲ୍ଡ ଲାଇନ ଦ୍ୱାରା ନାବାଳକ ଉଦ୍ଧାର

ପାରଳାଖେମୁଣ୍ଡି, ୭।୨(ସ୍ବ.ପ୍ର.)-ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଜଣେ ୧୧ବର୍ଷର ନାବାଳକଙ୍କୁ ଉଦ୍ଧାର କରାଯାଇଛି । ତାଙ୍କ ଘର ଗଜପତି ଜିଲା ରାୟଗଡା ଅନ୍ତର୍ଗତ ସୌରା ସୁନାପୁର ଗ୍ରାମରେ। ସେ ଭୁଲବଶତଃ ବସ୍‌ରେ ଚଢି ପାରଳାଖେମୁଣ୍ଡି ଚାଲିଆସିଥିଲେ । ପାରଳାଖେମୁଣ୍ଡି ସହରର କଲେଜ ଛକ ନିକଟରେ ଏଣେତେଣେ ବୁଲୁଥିବା ବେଳେ ଅର୍ଜୁନ ସୁବୁଦ୍ଧି ନାମକ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନର ଏକ ଟିମ ସେହି ନାବାଳକଙ୍କୁ ନେଇ ଜିଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟରେ ଜିମା ଦେଇଥିଲେ। ସେଠାରେ ନାବାଳକଙ୍କ କାଉନସେଲିଂ କରାଯାଇଥିଲା। ସେ ମାନସିକ ଭାବେ ଅସ୍ଥିର ଯୋଗୁ ଭୁଲବଶତଃ ଚାଲିଆସିଥିବା ଜଣାପଡିଥିଲା । ତାଙ୍କୁ ନିଜ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିବା ଶିଶୁ କଲ୍ୟାଣ ସମିତି ସଦସ୍ୟା ମୀନା କୁମାରୀ ଟହଲ କହିଛନ୍ତି।

All Right Reserved By

ରାୟଗଡା

କୂଅ ପାଣି ପାଲଟିଛି ଜହର

କୂଅ ପାଣି ପାଲଟିଛି ଜହର

କୋଲାବନଗର, ୨୨।୬(ଡି.ଏନ୍‌.ଏ.):କୋରାପୁଟ ସଦର ବ୍ଲକ ଅଧୀନ ବଡକେରେଙ୍ଗା ପଞ୍ଚାୟତର ବଡନାୟକଗୁଡା ଗ୍ରାମ ଓ ବଜାର କଲୋନୀ ମଧ୍ୟ ଭାଗରେ ପ୍ରଶାସନ ପକ୍ଷରୁ ଏକ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଡ୍ରେନର ସଫେଇ କରା ନ ଯିବାରୁ ତାହା କ୍ରମଶଃ ପୋତି ହାଇ ଗଲାଣି। ଫଳରେ ଡ୍ରେନ ପାଣି ସବୁ ରାସ୍ତାରେ ଭାସୁଛି। ଲୋକଙ୍କୁ ଉପଯୁକ୍ତ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଏକ କୂଅ ନିର୍ମାଣ କରାଯାଇଥିଲା। କାଳ ବୈଶାଖୀ ଫଳରେ ବଜାର କଲୋନୀ ପାଖ ଗ୍ରାମର ବର୍ଷା ପାଣି ତଥା ମାତ୍ରାଧିକ ଅଳିଆ ଆବର୍ଜନା କୂଅ ଚାରିପଟେ ଜମା ହେବା ସହ ଉକ୍ତ ମଇଳା ଜଳ କୂଅ ମଧ୍ୟକୁ ପ୍ରବେଶ କରୁଛି।

ଗୋପୀନାଥ ସାରକା ଆଇଟିଡିଏ ପିଏ

ଜୟପୁର,୨୨ା୬(ନି.ପ୍ର.): ଜୟପୁର ଆଇଟିଡିଏର ପିଏ ଭାବେ ଗୋପୀନାଥ ସାରକା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ବୀରମହାରାଜାପୁରରେ ଉପଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ ା ସାରକାଙ୍କୁ ବଦଳି ହେବା ପରେ ଗୁରୁବାର ସେ ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଠାରେ ଥିବା ପ୍ରକଳ୍ପ ପ୍ରଶାସକ ବିକାଶ ଚନ୍ଦ୍ର ବାଇନଙ୍କ ବାଲିଗୁଡା ଆଇଟିଡିଏର ପିଏ ଭାବେ ବଦଳି ହୋଇଥିବା ଜଣାପଡ଼ିଛି।

ପଟୁମାରୀରେ ଯୋଜନା ଅପହଞ୍ଚ

ପଟୁମାରୀରେ ଯୋଜନା ଅପହଞ୍ଚ

ଦଶମନ୍ତପୁର, ୨୨।୬(ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏ.ମାଲକାନଗିରି ପଞ୍ଚାୟତ ଅଧୀନ ପୁଟମାରି ଗ୍ରାମ। ଯେଉଁଠି ଏବେ ବି ସରକାରୀ ଯୋଜନା ସବୁ ଅପହଞ୍ଚ। ଗାଁ ର ଆଦିବାସୀ ଓ ଗଉଡ଼ ସାହିରେ ୩ଶହ ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। କିନ୍ତୁ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି। ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନଥିବାରୁ କୌଣସି କାମ ମଧ୍ୟ ଆସୁନାହିଁ। ଲୋକେ ବାହରକୁ ଦିନ ମଜୁରିଆ ଭାବେ ଓ ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି।

ଗୁଣିଗାରେଡି ସନ୍ଦେହରେ ହତ୍ୟା ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର,୨ ଗିରଫ

ଟିକିରି,୨୧ା୬(ଡି.ଏନ୍‌.ଏ.)- ୯ ଦିନ ଧରି ପତ୍ତା ମିଳୁ ନ ଥିବା ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଣସପଦର ଗ୍ରାମର ଭରତ କୁମ୍ଭାରଙ୍କ ଗଳିତ ଶବକୁ ଗୁରୁବାର ପୋଲିସ ଉଦ୍ଧାର କରିଛି ା ଏନେଇ ତାଙ୍କର ୨ ଜଣ ପୁତୁରାଙ୍କୁ ଗିରଫ କରିଛି ା ସେମାନେ ହେଲେ ମଙ୍ଗୁଳୁ କୁମ୍ଭାର ଓ ଅତର କୁମ୍ଭାର ା ପୋଲିସ ଏନେଇ ଏକ ମାମଲା (ନଂ ୪୭/୧୮) ରୁଜୁ କରିଛି ା ଗୁଣିଗାରେଡ଼ି ସନ୍ଦେହରେ ଭରତଙ୍କୁ ହତ୍ୟା କରିଥିବା ଉକ୍ତ ଦୁଇ ଅଭିଯୁକ୍ତ ପୋଲିସ ନିକଟରେ ପ୍ରକାଶ କରିଛନ୍ତି ା ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ା

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସେମିଳିଗୁଡା, ୨୧।୬(ସ୍ବ.ପ୍ର.)- କୋରାପୁଟ ଜିଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁନାବେଡା ସହରାଞ୍ଚଳସ୍ଥିତ ଭି.ଏସ୍‌ ବିଦ୍ୟାଳୟ ଏନ୍‌ସିସି ୟୂନିଟ୍‌ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି।

୨ ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ୨ ଆହତ

ପାରଳାଖେମୁଣ୍ଡି,୨୧ା୬(ସ୍ବ.ପ୍ର.)- ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଯାଜପୁର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ୨ଟି ବାଇକ୍‌କୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ୨ଜଣ ଆହତ ହୋଇଛନ୍ତି।

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନର ସହାୟତା

ଦଶମନ୍ତପୁର, ୨୧।୬(ଡି.ଏନ୍‌.ଏ.)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ପାଇକ ସାହିର ରତନ ବେହେରା, ପାକୁଲୁ ବେହେରା ଓ କମୁଲୁ ବେହେରାଙ୍କ ଘର ଉପରେ ଗତ ରବିବାର ହୋଇଥିବା କାଳ ବୈଶାଖୀରେ ଏକ ଗଛ ଭାଙ୍ଗି ପଡି ଯାଇଥିଲା। ଫଳରେ ସେମାନଙ୍କ ଘର ଭାଙ୍ଗି ଯାଇଥିଲା।

ଯୋଗ ଦିବସରେ ରକ୍ତଦାନ

ଯୋଗ ଦିବସରେ ରକ୍ତଦାନ

କୋରାପୁଟ,୨୧।୬(ଡି.ଏନ.ଏ)- ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚନ୍ଦନ ପୋଖରୀ ହେଲଥ କ୍ଲବ ସଭ୍ୟମାନେ ରକ୍ତଦାନ କରିଛନ୍ତି । ପୂର୍ବତନ ବିଧାୟକ ନିମାଁଇ ସରକାର , ବିଦ୍ୟାଧର ସାହୁ ,ନୀଳକଣ୍ଠ ବେହେରା , ବସନ୍ତ ପଣ୍ଡା ଓ ଇଂ ଭେଙ୍କେଟେଶ୍ୱର ମିଶ୍ର ପ୍ରମୁଖ କୋରାପୁଟ ମେଡ଼ିକାଲକୁ ଯାଇ ରକ୍ତଦାନ କରିଥିଲେ । କୋରାପୁଟ ସଦର ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆଙ୍କ ପରିଚାଳନାରେ ବ୍ଲଡ ବ୍ୟାଙ୍କ କର୍ମଚାରୀ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ ।

ନିଖିଳ ଉକତ୍ଳ ଗ୍ରାମରକ୍ଷୀ ସଂଘ ବୈଠକ

କୋରାପୁଟ,୨୧।୬(ଡି.ଏନ.ଏ)- ସ୍ଥାନୀୟ ସାଇ ମନ୍ଦିର ସଭାଗୃହରେ ନିଖିଳ ଉକତ୍ଳ ଗ୍ରାମରକ୍ଷୀ ସଂଘ କୋରାପୁଟ ଜିଲା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ଦିବାକର ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାୟଗଡା ଜିଲା ସଭାପତି ସଦାନନ୍ଦ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉପଦେଷ୍ଟା ଗୁପ୍ତେଶ୍ୱର ପାଣିଗ୍ରାହୀ , ରାୟଗଡା ଜିଲା ସମ୍ପାଦକ ଶାକାରୀ ନାୟକ , କୋଷାଧ୍ୟକ୍ଷ ଅଖିଲେଶ ନାୟକଙ୍କ ସମେତ କୋରାପୁଟ ଜିଲାର ସମସ୍ତ ଗ୍ରାମରକ୍ଷୀ, ଅବିଭିକ୍ତ କୋରାପୁଟ ଜିଲା ଶାଖାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି କାଯର୍‌ୟକ୍ରମକୁ କୋରାପୁଟ ଜିଲା ସମ୍ପାଦକ ବାବୁଲା ନାୟକ ଯୋଗ ଦେଇ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ରାମଚନ୍ଦ୍ର ହରିଜନ,କମଲୁ ଲୋଚନ ନାୟକ, ପ୍ରସାଦ ଶବର , ନିତ୍ୟାନନ୍ଦ ଖୋସଲା ସହଯୋଗ କରିଥିଲେ ।

ଅନିୟମିତତା ତଦନ୍ତ ଦାବିରେ ଅନଶନ ଜାରି: ଯୋଗଦେଲେ ବିଧାୟକ

ଅନିୟମିତତା ତଦନ୍ତ ଦାବିରେ ଅନଶନ ଜାରି: ଯୋଗଦେଲେ ବିଧାୟକ

କାଶୀନଗର, ୨୧।୬(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗର ବ୍ଲକରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ହୋଇଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏହି ଅନିୟମିତତାର ତଦନ୍ତ ଦାବିରେ ମଙ୍ଗଳବାର ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଅନଶନ ଜାରି ରହିଛି। ଗୁରୁବାର ଏହା ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନର ଅନଶନରେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିୟା ରାଓ ଯୋଗଦେଇଛନ୍ତି।

‘ଯୋଗ ଦ୍ୱାରା ମନ ଓ ଶରୀର ସୁସ୍ଥ ରହେ’

‘ଯୋଗ ଦ୍ୱାରା ମନ ଓ ଶରୀର ସୁସ୍ଥ ରହେ’

କାଶୀନଗର, ୨୧।୬(ଡି.ଏନ୍‌.ଏ.)- ଗଜପତି ଜିଲା କାଶୀନଗରସ୍ଥ ସ୍ମାର୍ଟ ପବ୍ଲିକ ସ୍କୁଲରେ ଗୁରୁବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ତହସିଲଦାର ଆୟୁବ ମଣ୍ଡଳ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ପି. ଶ୍ରୀଲେଖା, ବରିଷ୍ଠ ନାଗରିକ ହୃଷିକେଶ ଗୌଡ଼ ଉପସ୍ଥିତ ଥିଲେ।

ମାଳି ସମାଜର ବିକାଶ ଆଲୋଚନା

ସେମିଳିଗୁଡ଼ା,୨୧ା୬(ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ କୁନ୍ଦୁଲି ପଞ୍ଚାୟତର ମାଳିପୁଙ୍ଗାର ଗ୍ରାମରେ ମାଳି ସମାଜ ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଛନ୍ତି। ଏଥିରେ ବ୍ଲକ କର୍ମକର୍ତ୍ତା ଚୟନ, ଜାତିନୀତିର ପରିବର୍ତ୍ତନ, ହାଇକୋର୍ଟ ଦେଇଥିବା ରାୟକୁ ରାଜ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛି କି ନାହିଁ, ତାହା ଉପରେ ଆଲୋଚନା ହୋଇଥିଲା। ଉନ୍ନତ କିସମ ବା ପ୍ରଣାଳୀରେ ଚାଷ ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯିବା ସହ ମାଳି ସମାଜର ଛାତ୍ରୀଛାତ୍ର ଶିକ୍ଷାରେ ଆଗକୁ ବଢ଼ିବା ପାଇଁ ଆହ୍ବାନ କରାଯାଇଥିଲା। ମାଳି ପରିବାର ବସବାସ କରୁଥିବା ଗ୍ରାମଗୁଡ଼ିକରେ ପ୍ରଧାନମନ୍ତ୍ରୀ ରାସ୍ତା କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲାରେ ୬ଲକ୍ଷରୁ ଊର୍ଦ୍ଧ୍ୱ ମାଳି ବସବାସ କରୁଥିବା ବେଳେ ଏବେ ମଧ୍ୟ ଅନେକ ବିଭିନ୍ନ ଭତ୍ତା ପାଉନାହାନ୍ତି। ସେମାନଙ୍କୁ ପେନସନ ସହ ମାଳି ଗ୍ରାମଗୁଡ଼ିକର ସ୍କୁଲରେ ଶିକ୍ଷୟିତ୍ରୀ ଶିକ୍ଷକ ଆସୁ ନଥିବା ନେଇ ଦାବିପତ୍ର ଦିଆଯିବ ା ମାଳି ସମାଜର ଛାତ୍ରୀଛାତ୍ର କିପରି ଉନ୍ନତ ଧରଣର ଶିକ୍ଷାଲାଭ କରିବେ ତାହା ଏହି ବୈଠକରେ ଆଲୋଚନା ହୋଇଥିଲା ା

Model This Week

ପ୍ରଭାତ